ବାୟୁରେ କୋରୋନାର ସଂକ୍ରମଣ ବିଷୟ ହେଲା ସ୍ପଷ୍ଟ ! ବର୍ତ୍ତମାନ WHO ଦ୍ଵାରା ଜାରି ହେଲା ଭୂତାଣୁ ସହିତ ଜଡ଼ିତ ନୂତନ ନିୟମାବଳୀ ।

ବାୟୁରେ କୋରୋନାର ସଂକ୍ରମଣ ବିଷୟ ହେଲା ସ୍ପଷ୍ଟ ! ବର୍ତ୍ତମାନ WHO ଦ୍ଵାରା ଜାରି ହେଲା ଭୂତାଣୁ ସହିତ ଜଡ଼ିତ ନୂତନ ନିୟମାବଳୀ ।

କୋରୋନା ଭୂତାଣୁର ପ୍ରଭାବ ବର୍ତ୍ତମାନ ସମ୍ପୂର୍ଣ୍ଣ ଦୁନିଆରେ ବାରମ୍ବାର ବଢ଼ିବାରେ ଲାଗିଛି । ଏପରି ସମୟରେ ଭୂତାଣୁ ସମ୍ବନ୍ଧୀତ ଲକ୍ଷଣ ମଧ୍ୟ ବଦଳିବାରେ ଲାଗିଛି । ଏଥିମଧ୍ୟରେ WHOକୁ ୩୨ଟି ଦେଶର ବୈଜ୍ଞାନିକମାନେ ପତ୍ର ଜାରି କରି ଚେତାବନୀ ଦେଇଥିଲେ । ଏହି ପତ୍ରରେ Covid – 19ର ବାୟୁ ଦ୍ଵାରା ସଂକ୍ରମଣର ତଥ୍ୟ ଦିଆଯାଇଥିଲା । ଯାହାକୁ ବର୍ତ୍ତମାନ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ( WHO ) କିଛି ସର୍ତ୍ତର ଆଧାରରେ ମାନି ନେଇଛନ୍ତି । ଯେ ପ୍ରକୃତରେ କୋରୋନା ବାୟୁ ଦ୍ଵାରା ମଧ୍ୟ ସଂକମିତ ହୋଇପାରେ । ଏହାସହିତ ହିଁ ବର୍ତ୍ତମାନ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ତରଫରୁ କୋରୋନା ଭୂତାଣୁକୁ ନେଇ ନୂତନ ନିୟମାବଳୀ ମଧ୍ୟ ଜାରି କରାଯାଇଛି । ଏହି ନୂତନ ଦିଗ – ନିର୍ଦ୍ଦେଶରେ କିଛି ଏପରି ସୂଚନା ରହିଛି ଯାହାକୁ ଜାଣିବା ନିତାନ୍ତ ଆବଶ୍ୟକ ଅଟେ । ଯାହାଦ୍ଵାରା ବାୟୁରେ ସଂକ୍ରମିତ ହେଉଥିବା କୋରୋନା ଭୂତାଣୁ ଠାରୁ ଆପଣ ନିଜକୁ ବଞ୍ଚାଇ ପାରିବେ ଏବଂ ସତର୍କତା ମଧ୍ୟ ଅବଲମ୍ବନ କରିପାରିବେ ।

google

ପ୍ରକୃତରେ ଜାରି କରାଯାଇଥିବା ନିୟମାବଳୀ ଜରିଆରେ ଏହି ଆଶଙ୍କା ବ୍ୟକ୍ତ କରାଯାଇଛି ଯେ କିଛି ଏପରି ସ୍ଥାନ ଅଛି ଯେଉଁଠି କୋରୋନା ଭୂତାଣୁ ସଂକ୍ରମଣ ବାୟୁ ଦ୍ଵାରା ବ୍ୟାପି ପାରିବ । ଯେଉଁଥିରେ ଭିଡ଼ ଥିବା ସ୍ଥାନ ଠାରୁ ଆରମ୍ଭ କରି ଏରୋସୋଲ ଟ୍ରାନ୍ସମିଶନ ଏବଂ ରେଷ୍ଟୋରେଣ୍ଟ ସମେତ ଫିଟନେସ୍ କ୍ଲାସ ମଧ୍ୟ ସାମିଲ୍ ରହିଛି । ଏଠାରେ କୋରୋନାର ବାୟୁ ଦ୍ଵାରା ସଂକ୍ରମିତ ହେବାର ଆଶଙ୍କା ଅଧିକ ଅଟେ । ଏହାସହିତ ବନ୍ଦ ସ୍ଥାନ ମାନଙ୍କରେ ମଧ୍ୟ ଯଦି କୌଣସି ସଂକ୍ରମିତ ବ୍ୟକ୍ତି ଦୀର୍ଘ ସମୟ ଧରି ରହୁଛନ୍ତି ତେବେ ସେଠାରେ ମଧ୍ୟ ସଂକ୍ରମଣ ଅଧିକ ବ୍ୟାପିପାରେ ।

google

ତେଣୁ ଏଥିପାଇଁ ଧ୍ୟାନ ରଖନ୍ତୁ ଯେ କୌଣସି ଭିଡ଼ ସ୍ଥାନକୁ ଯିବାରୁ ନିବୃତ୍ତ ରୁହନ୍ତୁ ଏବଂ ନିଜକୁ ବଞ୍ଚାନ୍ତୁ । କିନ୍ତୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ ଏହି ସମୟରେ ଦୁନିଆର ଅନେକ ଦେଶର ବୈଜ୍ଞାନିକ ଏକାସହିତ ମିଶି ଏଥିରେ କାମ କରୁଛନ୍ତି । ତା’ସହିତ ଏହି ସନ୍ଧାନ କରିବାକୁ ମଧ୍ୟ ଲାଗିପଡ଼ିଛନ୍ତି ଯେ ଆଉ କେଉଁ କେଉଁ ସ୍ଥାନ ମାନଙ୍କରେ କୋରୋନା ସଂକ୍ରମଣ ବାୟୁ ଦ୍ଵାରା ବ୍ୟାପି ପାରିବ ।

google

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ନୂତନ ନିୟମାବଳୀ ଅନୁସାରେ ଆମକୁ କୌଣସି ଭିଡ଼ ଥିବା ସ୍ଥାନ ମାନଙ୍କରୁ ଦୂରେଇ ରହିବାକୁ ପଡ଼ିବ । ଏହାସହିତ ରେଷ୍ଟୋରେଣ୍ଟ, ଫିଟନେସ୍ ଏବଂ କ୍ଲାସକୁ ଯିବା ମଧ୍ୟ ଉଚିତ ନୁହେଁ । କେବଳ ଏତିକି ନୁହେଁ ନିୟମାବଳୀ ଅନୁସାରେ ଆମକୁ ଏଥିପ୍ରତି ଧ୍ୟାନ ରଖି କୌଣସି ଭେଣ୍ଟିଲେସନର ଖାସ୍ ସୁବିଧା ଥିବା ବିଲ୍ଡିଂଗ ଭିତରକୁ ଯିବା ଉଚିତ୍ । ତା’ସହିତ ମାସ୍କ ପିନ୍ଧିବା, ସାମାଜିକ ଦୁରତ୍ଵର ପାଳନ କରିବା ଖାସ୍ ଜରୁରୀ ଅଟେ । ବର୍ତ୍ତମାନ ପୁଣି ଜାରି କରାଯାଇଥିବା ଏହି ନୂତନ ନିୟମାବଳୀର ନିୟମର ପାଳନ କରିବା ଉଚିତ୍ । କାରଣ ଏଥିରେ ଆପଣଙ୍କର ଏବଂ ଆପଣଙ୍କ ପରିବାରର ମଙ୍ଗଳ ହେବ ।

Leave a Reply

Your email address will not be published. Required fields are marked *