ଶୁଖିଲା ଭୂମିରୁ ବାହାରିଲା ୨ କୋଟି ଟଙ୍କାର ଆଭୂଷଣ, ମିଳିଲା ୫ କିଲୋ ସୁନାର ମୂଲ୍ୟବାନ ଆଭୂଷଣ !

ଶୁଖିଲା ଭୂମିରୁ ବାହାରିଲା ୨ କୋଟି ଟଙ୍କାର ଆଭୂଷଣ, ମିଳିଲା ୫ କିଲୋ ସୁନାର ମୂଲ୍ୟବାନ ଆଭୂଷଣ !

କୁହାଯାଏ ନା ଯେତେବେଳେ ଉପରବାଲା ଦିଅନ୍ତି ତ ଛପର୍ ଫାଡ଼ି ଦିଅନ୍ତି । ଏହି କଥା ତେଲେଙ୍ଗାନାର ଏକ କୃଷକ ଉପରେ ଠିକ୍ ବସୁଛି । ତେଲେଙ୍ଗାନାର ଜନ ଗାଁ ଜିଲ୍ଲାର ପେମ୍ ବର୍ଥୀରେ ଏକ କୃଷକ ରାତାରାତି କୋଟିପତି ହୋଇଗଲେ । ବାସ୍ତବରେ କୃଷକକୁ ନିଜ ଶୁଖିଲା ଭୂମି ସମତଳୀକରଣ ସମୟରେ ସୁନାରେ ପରିପୂର୍ଣ୍ଣ ଏକ ବାସନ ମିଳିଲା । ଏହି ବାସନକୁ ଦେଖି କୃଷକଙ୍କ ଆଖି ଚମକି ଉଠିଲା ।

ଜଣାଇଦେଉଛୁ ଯେ କୃଷକଙ୍କ ନାମ ନରସିଂହା ଅଟେ । କୃଷକ କହିଛନ୍ତି ଯେ ତାଙ୍କୁ ଶୁଖିଲା ଭୂମି ଭିତରେ ୫ କିଲୋ ସୁନାର ମୂଲ୍ୟବାନ ଆଭୂଷଣ ମିଳିଛି । ସୂତ୍ରରୁ ଜଣାପଡ଼ିଛି ଯେ ଏହାର ମୂଲ୍ୟ ମୋଟ ୨ କୋଟି ଟଙ୍କା ଅଟେ । ଏହି କଥା ସମ୍ପୂର୍ଣ୍ଣ ଗାଁରେ ଜଙ୍ଗଲରେ ଲାଗିଥିବା ନିଆଁ ଭଳି ପ୍ରସାରିତ ହୋଇଯାଇଛି । ଏମିତିରେ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକମାନେ ଏହା ଦେଖିବା ପାଇଁ ଭିଡ଼ କରିଥିଲେ ।

ସେପଟେ ପ୍ରଶାସନର ଲୋକମାନେ ମଧ୍ୟ ଯେତେବେଳେ ଏହା ଜାଣିଲେ ସେତେବେଳେ ସେ ଏଠାକୁ ପହଞ୍ଚିଲେ ଓ ମାମଲାର ଯାଞ୍ଚ ଆରମ୍ଭ କଲେ । ବର୍ତ୍ତମାନ ସମସ୍ତ ସୁନାକୁ ଜବତ କରି ନିରୀକ୍ଷଣ ପାଇଁ ପଠାଇ ଦିଆଯାଇଛି । ଜଣାଇଦେଉଛୁ ଯେ କୃଷକ ଏକ ମାସ ଆଗରୁ ୧୧ ଏକର ଜମି କିଣିଥିଲେ ଓ ସେ ଏହି ଜମିର ଲେଭଲିଂ ଅର୍ଥାତ ତାହାକୁ ସମତଳ କରିବାକୁ ଲାଗିଥିଲେ । ଏହି ସମୟରେ ମାଟି ଖୋଳିବା ସମୟରେ ମୂଲ୍ୟବାନ ସୁନାର ଆଭୂଷଣ ମିଳିଛି ।

ଆଜତକ୍ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ଏପରି କୁହାଯାଉଛି ଯେ ଏହି କୋଷ ଭଣ୍ଡାର କାକତୀୟ ବଂଶର ଅଟେ । କାକତୀୟ ସାମ୍ରାଜ୍ୟର ରାଜଧାନୀ ବାରଙ୍ଗଲ୍ ଜଳ ଗାଁ ପୂର୍ବରେ ଅଂଶ ଥିଲା ଏବଂ ନିକଟରେ ଏଥିରୁ ଅଲଗା ହୋଇ ଏକ ନୂତନ ଜିଲ୍ଲା ତିଆରି ହୋଇଛି ।

Leave a Reply

Your email address will not be published. Required fields are marked *