ଗୋରା କରୁଥିବା ଏହି କ୍ରିମର ସତ୍ୟତା ଜାଣି ଆପଣଙ୍କ ହୋସ୍ ଉଡିଯିବ, 99% ଲୋକ ଏହି ସତ୍ୟତାକୁ ଜାଣି ନାହାନ୍ତି !

ଗୋରା କରୁଥିବା କ୍ରିମ : ଆଜିର ସମୟରେ ଗୋରା ତ୍ୱଚା ହାସଲ କରିବା ପାଖାପାଖି ପ୍ରତ୍ୟେକଙ୍କ ସ୍ବପ୍ନ ହୋଇଯାଇଛି । ଯୁବ ପିଢ଼ି ଜଣେ ଅନ୍ୟ ଜଣକୁ ପ୍ରଭାବିତ କରିବା ପାଇଁ ସବୁଠାରୁ ଭଲ ଏବଂ ଗୋରା ଦେଖା ଯିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ବିଭିନ୍ନ ପ୍ରକାର ଫେୟାରନେସ୍ କ୍ରିମ, ଓଇଣ୍ଟମେଣ୍ଟ, ଇଞ୍ଜେକ୍ସନକୁ ବ୍ୟବହାର କରିବାକୁ ତିଳେ ମଧ୍ୟ ପଛାନ୍ତି ନାହିଁ । ଏହିପରି ଗରାପଣ ଭଗବାନଙ୍କ ଦ୍ଵାରା ଦିଆ ଯାଇଥିବା ଏକ ପ୍ରାକୃତିକ ଉପହାର ଅଟେ । ତଥାପି ଏହି ସତ୍ୟତାକୁ ଜାଣିକରି ମଧ୍ୟ ଲୋକମାନେ ଗୋରାପଣ ପାଇବା ପାଇଁ ଏପରି ଦୌଡିଥାନ୍ତି । ଗୋରାପାଣକୁ ଠିକ୍ ରଖିବା ପାଇଁ ମାର୍କେଟରେ ଅନେକ ପ୍ରକାର କ୍ରିମ୍ ମହଜୁଦ ଅଛି । ଯେଉଁଥିରେ କିଛି କ୍ରିମ୍ କମ୍ ଦାମରେ ମିଳିଥାଏ ଓ ଅନ୍ୟ କିଛି ମହଙ୍ଗା ହୋଇଥାଏ ।

newstrend

ଆପଣଙ୍କୁ ଏହା ଜାଣିକରି ଆଶ୍ଚର୍ଯ୍ୟ ହୋଇଯିବେ ଅଧିକତର ମହଙ୍ଗା କ୍ରିମ୍ ଦ୍ଵାରା ଫାଇଦା ଠାରୁ ଅଧିକ କ୍ଷତି ଘଟିଥାଏ । ଟିଭି ଏବଂ ଖବର କାଗଜରେ ଅନେକ ପ୍ରକାର କ୍ରିମର ବିଜ୍ଞାପନ ଦେଖା ଯାଇଥାଏ । ଆପଣ ଗୋଟିଏ କଥା ଧ୍ୟାନ ଦେଇଥିବେ ଯେ ସେମାନେ ନିଜ ପ୍ରଡକ୍ଟ ବିଷୟରେ ବଢାଇ ଚଢାଇ କହିଥାନ୍ତି ଏବଂ ତାର କ୍ଷତି ବିଷୟରେ କିଛି କହି ନଥାନ୍ତି ।

newstrend

କିନ୍ତୁ ଆଜିର ଏହି ବିଷୟରେ ଆମେ ଆପଣଙ୍କୁ ଏପରି ଏକ କ୍ରିମ୍ ବିଷୟରେ ସୂଚନା ଦେବାକୁ ଯାଉଛୁ । ଯାହାର ସତ୍ୟତା ଜାଣିଲେ ଆପଣ ଚକିତ ହୋଇଯିବେ । ସତରେ, ଏହି କ୍ରିମକୁ ହୁଏତ କେହି ଆପଣଙ୍କ ପରିବାରର ସଦସ୍ୟ ଅଥବା ବନ୍ଧୁ ବ୍ୟବହାର କରୁଥିବେ । କିନ୍ତୁ ଏହାର ସତ୍ୟତାରୁ ଆପଣ ମଧ୍ୟ ଅନଭିଜ୍ଞ ଅଛନ୍ତି ।

ଏହା ହେଉଛି ଗୋରପଣର କ୍ରିମ୍

newstrend

ମାର୍କେଟରେ ଦେଶୀ ଏବଂ କେମିକାଲ୍ ଦ୍ଵାରା ପ୍ରସ୍ତୁତ ହେଉଥିବା କ୍ରିମ୍ ବହୁତ ସହଜରେ ମିଳି ଯାଇଥାଏ । ଏଥିମଧ୍ୟରୁ ଆମେ ଯେଉଁ କ୍ରିମ୍ ଉପରୁ ପରଦା ଉଠାଇବାକୁ ଯାଉଛୁ, ତାହା ଆଉ କିଛି ନୁହେଁ ବରଂ ବେଟନୋବେଟ – ଏନ (Betnovate – N) ଏହା ବଜାରରେ ସହଜରେ ଉପଲବ୍ଧ ଅଟେ । ଲୋକେ ନିଜର ଚେହେରା ଏବଂ ତ୍ଵଚାକୁ ନିଖାରିବା ପାଇଁ ଏହି କ୍ରିମକୁ ସବୁଠାରୁ ଅଧିକ ବ୍ୟବହାର କରି ଆସୁଛନ୍ତି । କିନ୍ତୁ ଏହି କ୍ରିମ୍ ପଛରେ ଥିବା ଗୁପ୍ତ କଥାକୁ ଆଜି ପର୍ଯ୍ୟନ୍ତ କେହି ବୁଝିପାରୁ ନାହାନ୍ତି ।ଦେଖିବାକୁ ଏହା ଅନ୍ୟ କ୍ରିମ୍ ଭଳି ଦେଖାଯାଉଛି । କିନ୍ତୁ କଥାରେ ଅଛି ନା ‘ ଚମକୁଥିବା ସବୁ ଜିନିଷ ସୁନା ହୋଇ ନଥାଏ ‘ । ଠିକ୍ ସେହିଭଳି ସବୁ ଧଳା ଦେଖା ଯାଉଥିବା କ୍ରିମ୍ ଉପଯୋଗୀ ହୋଇ ନଥାଏ ।

ଏହା ହେଉଛି ଏହି କ୍ରିମର ସତ୍ୟତା

newstrend

ବାସ୍ତବରେ, ବେଟନୋବେଟ – ଏନ(Betnovate – N) ନାମକ ଏହି କ୍ରିମରେ ଷ୍ଟେରଇଡ ରହିଥାଏ । ଏହି ଷ୍ଟେରଇଡ କୌଣସି ମାମୁଲି ଷ୍ଟେରଇଡ ନୁହେଁ
ବରଂ ସବୁଠାରୁ ଶକ୍ତିଶାଳୀ ଏବଂ ପ୍ରଭାବ କାରି bethamethasone ଅଟେ । ହୁଏତ ଏହି କ୍ରିମ୍ କିଛି ଦିନ ଭିତରେ ଚେହେରାରେ ଏକ ନୂତନ ଚମକ ଆଣି ଦେଇଥାଏ । ଲୋକମାନେ ଭାବୁଥାନ୍ତି ଏହି କ୍ରିମ୍ ତାଙ୍କ ପାଇଁ ଭଲ ପ୍ରମାଣିତ ହେଉଛି । କିନ୍ତୁ ସେମାନେ ଏହି କଥାରୁ ଅନଭିଜ୍ଞ ଅଟନ୍ତି ଯେ bethamethasone ଏପରି ଏକ ଷ୍ଟେରଇଡ ଅଟେ ଯାହାକି ଆପଣଙ୍କ ଚେହେରାକୁ ତୋ ଚମକାଇ ଦେବ କିନ୍ତୁ ଆପଣ ଯଦି ଏହି କ୍ରିମକୁ ବ୍ୟବହାର କରିବା ବନ୍ଦ କରି ଦେବେ ତେବେ ଏହି
ଷ୍ଟେରଇଡ ତାର ପ୍ରଭାବ ଆପଣଙ୍କ ମୁହଁରେ ଛାଡି ଦେଇଥାଏ । ଏବଂ ତାହାର ଅବସ୍ଥା ଦିନକୁ ଦିନ ଖରାପ ହୋଇଯାଏ ।

newstrend

ଏହି କ୍ରିମ୍ ଦ୍ଵାରା ଯଦି ଆପଣଙ୍କ ଚେହେରା ଖରାପ ହୋଇ ଯାଉଛି ତେବେ ସେହି ଚେହେରାକୁ ଠିକ୍ କରିବା କୌଣସି କ୍ରିମ୍ ପକ୍ଷେ ସମ୍ଭବ ନୁହେଁ । ଯଦି ଆପଣ ଏହି କ୍ରିମକୁ ବ୍ୟବହାର କରୁଛନ୍ତି ତେବେ ଆଜି ହିଁ ସେହି କ୍ରିମ୍ ଉପରେ ପ୍ରତିବନ୍ଧକ ଲଗାନ୍ତୁ । ନଚେତ ଆପଣଙ୍କ ଏହି ଛୋଟ ଭୁଲ୍ ପାଇଁ ଆପଣ ସାରା ଜୀବନ ପଶ୍ଚ୍ୟାତାପ କରିବେ ।

Be the first to comment

Leave a Reply

Your email address will not be published.


*