ଚମକୁଥିବା ସଫା ଦାନ୍ତ ପାଇବାପାଇଁ ନିଶ୍ଚିତ ଭାବରେ ଆପଣାନ୍ତୁ ଏହି ଘରୋଇ ଉପାୟ ! ରାତି ଭିତରେ ଦେଖାଯିବ କମାଲ୍…

ଚମକୁଥିବା ସଫା ଦାନ୍ତ ପାଇବାପାଇଁ ନିଶ୍ଚିତ ଭାବରେ ଆପଣାନ୍ତୁ ଏହି ଘରୋଇ ଉପାୟ ! ରାତି ଭିତରେ ଦେଖାଯିବ କମାଲ୍…

ପ୍ରତ୍ୟେକ ବ୍ୟକ୍ତି ଚମକୁଥିବା ସଫା ଦାନ୍ତ ପାଇବାପାଇଁ ଇଚ୍ଛା ରଖିଥାନ୍ତି । ମୋତି ଭଳି ଚମକୁଥିବା ସଫା ଦାନ୍ତ ଆପଣଙ୍କ ସୁନ୍ଦରତା ଏବଂ ବ୍ୟକ୍ତିତ୍ୱକୁ ଆହୁରି ଦ୍ଵିଗୁଣିତ କରିଥାଏ । ଏକ ଚମକୁଥିବା ହସ ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି କରିଥାଏ ଏବଂ ଆପଣ ସାର୍ବଜନୀନ ରୂପରେ ପ୍ରଫୁଲ୍ଲିତ ଅନୁଭବ କରିଥାନ୍ତି । କିନ୍ତୁ ହଳଦିଆ ଦାନ୍ତ ଆପଣଙ୍କ ମୁହଁର ସୌନ୍ଦର୍ଯ୍ୟକୁ କମ୍ କରିଦେଇଥାଏ । କିନ୍ତୁ ଅନେକ ଲୋକଙ୍କର ଦାନ୍ତ ଅତ୍ୟନ୍ତ ହଳଦିଆ ହୋଇଥାଏ ଏବଂ ନିଜ ଦାନ୍ତର ହଳଦିଆପଣ ଦୂର କରିବାପାଇଁ ଲୋକମାନେ ଅନେକ ପ୍ରକାରର ଟୁଥପେଷ୍ଟର ବ୍ୟବହାର କରିଥାନ୍ତି । କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ହଳଦିଆ ଦାନ୍ତ ସମସ୍ୟାରୁ ସେମାନଙ୍କୁ ମୁକ୍ତି ମିଳିପାରେ ନାହିଁ । ହଳଦିଆ ଦାନ୍ତ କାରଣରୁ ମୁହଁର ସୌନ୍ଦର୍ଯ୍ୟତା କେବଳ ପ୍ରଭାବିତ ହୁଏ ନାହିଁ ବରଂ ଆତ୍ମବିଶ୍ଵାସରେ ମଧ୍ୟ ହ୍ରାସ ଘଟିଥାଏ ।

ଦାନ୍ତ ସଫା ହେବା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱରୂପ ଅଟେ । ତେବେ ଲେଜର୍ ଉପଚାର ଭଳି ଅନେକ ଦାନ୍ତ ଉପଚାର କ୍ଲିନିକରେ ଉପଲବ୍ଧ ରହିଛି । କିନ୍ତୁ କିଛି ସହଜ ଏବଂ ସାଧାରଣ ଘରୋଇ ଉପଚାରର ସାହାଯ୍ୟରେ ଆପଣ ରାତି ଭିତରେ ଚମକପୂର୍ଣ୍ଣ ଦାନ୍ତ ପାଇପାରିବେ । ଯଦି ଆପଣଙ୍କ ଦାନ୍ତ ମଧ୍ୟ ହଳଦିଆ ଅଛି ଏବଂ ଲକ୍ଷ ଲକ୍ଷ ଚେଷ୍ଟା ପରେ ମଧ୍ୟ ଦାନ୍ତ ସଫା ହୋଇ ପାରୁନାହିଁ, ତେବେ ଆପଣ ଏଥିରେ ବର୍ଣ୍ଣନା କରାଯାଇଥିବା ଟିପ୍ସକୁ ଆପଣେଇ ଦେଖନ୍ତୁ । ଏହି ଟିପ୍ସ ଗୁଡିକ ସାହାଯ୍ୟରେ ଆପଣଙ୍କ ହଳଦିଆ ଦାନ୍ତ ପୂରାପୂରି ମୋତି ଭଳି ସଫା ହୋଇଯିବ ।

କାହିଁକି ଦାନ୍ତ ହଳଦିଆ ହୋଇଥାଏ:-

ଯେଉଁ ଲୋକମାନେ ନିଜ ଦାନ୍ତର ଯତ୍ନ ଠିକ୍ ଭାବରେ ନିଅନ୍ତି ନାହିଁ ଏବଂ ଖାଇସାରିବା ପରେ ସଠିକ୍ ଭାବରେ ବ୍ରଶ୍ କରନ୍ତି ନାହିଁ, ସେହି ଲୋକଙ୍କ ଦାନ୍ତ ହଳଦିଆ ପଡିଯାଇଥାଏ । ଏହାବ୍ୟତୀତ ଯେଉଁ ଲୋକମାନେ ତମ୍ବାକୁ, ସିଗାରେଟ୍, ଚା’ କଫି ଅଧିକ ସେବନ କରିଥାନ୍ତି, ସେହି ଲୋକଙ୍କ ଦାନ୍ତ ଉପରେ ମଧ୍ୟ ହଳଦିଆପଣ ଜମା ହୋଇଯାଇଥାଏ । ଯେଉଁ କାରଣରୁ ଦାନ୍ତ ଆଗକୁ ଯାଇ ନିଜର ଦୃଢ଼ତା ହରାଇ ବସିଥାଏ ଏବଂ ଶୀଘ୍ର ଭାଙ୍ଗି ଯାଇଥାଏ ।

ଏହିଭଳି ଭାବରେ ଦାନ୍ତର ହଳଦିଆପଣକୁ ଦୂର କରନ୍ତୁ:-

ନିମର ଦାନ୍ତ କାଠି:-

ନିମର ଦାନ୍ତକାଠିରେ ଦାନ୍ତ ଘଷିବା ଦ୍ୱାରା ଦାନ୍ତ ଭଲଭାବରେ ସଫା ହୋଇଯାଇଥାଏ ଏବଂ ହଳଦିଆପଣ ଦୂର ହୋଇଯାଇଥାଏ । ନିମର ଦାନ୍ତକାଠି କରିବାପାଇଁ ଆପଣ ନିମର ଏକ ଡାଳ ନେବେ । ତାପରେ ଏହି ଡାଳକୁ ଆପଣଙ୍କ ଦାନ୍ତରେ ଭଲ ଭାବରେ ରଗଡ଼ନ୍ତୁ । ଆପଣ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଏହି ପ୍ରକ୍ରିୟାକୁ କରନ୍ତୁ । ଆପଣଙ୍କ ଦାନ୍ତର ଚମକ ପୁଣିଥରେ ଫେରି ଆସିବ ଏବଂ ହଳଦିଆପଣ ଠିକ୍ ହୋଇଯିବ ।

ଲେମ୍ବୁ ରସ ଏବଂ ଚୋପାର ଉପଯୋଗ:-

ଲେମ୍ବୁକୁ ଭିଟାମିନ୍-ସିର ସମୃଦ୍ଧ ସ୍ରୋତ ଭାବରେ ବିବେଚନା କରାଯାଏ ଏବଂ ଭିଟାମିନ୍-ସି ଦାନ୍ତ ସଫା କରିବାରେ ସାହାଯ୍ୟ କରିଥାଏ । ଚମକ ଦାନ୍ତ ପାଇବା ପାଇଁ ଲେମ୍ବୁ ଚୋପା ଅତ୍ୟନ୍ତ ସହଜ ଉପାୟ ଅଟେ । ସଫା ଦାନ୍ତ ପାଇଁ ଲେମ୍ବୁର ଚୋପାକୁ ନେଇ ତାକୁ ଦାନ୍ତର ଭିତର ଭାଗରେ ରଗଡନ୍ତୁ । ଏହା ସ୍କ୍ରବର୍ ଭାବରେ କାମ କରିଥାଏ, ଯାହା ଦାନ୍ତର ଅନାବଶ୍ୟକ ରୋଗଣୁ ଏବଂ ଅନ୍ୟ କୋଣକୁ ମୂଳରୁ ଦୂର କରିଦେଇଥାଏ । ଏହି ଉପାୟ ଅତ୍ୟନ୍ତ ସହଜ ଏବଂ ଶସ୍ତା ମଧ୍ୟ ଅଟେ । ଏହି ଉପାୟ ନିୟମିତ ଭାବରେ କରିବା ଦ୍ୱାରା ଆପଣ ଦୁନିଆଁର ସବୁଠାରୁ ଚମକପୂର୍ଣ୍ଣ ହସ ପାଇପାରିବେ ।

ଏହା ସହ ଦାନ୍ତର ହଳଦିଆପଣ ଦୂର କରିବାପାଇଁ ଆପଣ ଏହା ଉପରେ ଲେମ୍ବୁ ରସ ଲଗାନ୍ତୁ । ଲେମ୍ବୁ ରସ ଲଗାଇବା ଦ୍ୱାରା ଦାନ୍ତ ସମ୍ପୂର୍ଣ୍ଣ ଭାବରେ ସଫା ହୋଇଯିବ ଏବଂ ଏହାର ହଳଦିଆପଣ ଦୂର ହୋଇଯିବ । ଆପଣ ଗୋଟିଏ ଲେମ୍ବୁକୁ ଭଲ ଭାବରେ ଚିପୁଡି ଦିଅନ୍ତୁ । ତା’ପରେ ଏହି ରସକୁ ତୁଳାର ସାହାଯ୍ୟରେ ଦାନ୍ତରେ ଭଲଭାବରେ ଲଗାଇ ଦିଅନ୍ତୁ । ଦାନ୍ତରେ ରସ ଲଗାଇବା ପରେ ଆପଣ ଏହାକୁ ୧୫ ମିନିଟ୍ ପାଇଁ ଏଭଳି ଛାଡି ଦିଅନ୍ତୁ ଏବଂ ଶୁଖିଯିବା ପରେ ଆପଣ ଦାନ୍ତକୁ ଭଲଭାବରେ ବ୍ରଶ୍ କରିନିଅନ୍ତୁ । ଏଭଳି କରିବା ଦ୍ୱାରା ଆପଣଙ୍କ ଦାନ୍ତ ସମ୍ପୂର୍ଣ୍ଣ ଭାବରେ ସଫା ହୋଇଯିବ ଏବଂ ହଳଦିଆପଣ ଶେଷ ହୋଇଯିବ ।

ସେଓର ଭିନେଗାର ଲଗାନ୍ତୁ:-

ସେଓର ଭିନେଗାରରେ ମାଢିକୁ ଦୃଢ଼ କରିବା ସହ ଦାନ୍ତକୁ ସଫା କରିବାର କ୍ଷମତା ରହିଥାଏ । ଭିନେଗାର ପିଏଚର ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରିଥାଏ, ଯାହା ବ୍ୟାକ୍ଟେରିଆକୁ ମାରିବାରେ ସାହାଯ୍ୟ କରିଥାଏ । ସେଓର ଭିନେଗାର ଦାନ୍ତର ହଳଦିଆପଣ ଦୂର କରିବାରେ ସାହାଯ୍ୟକାରୀ ପ୍ରମାଣିତ ହୋଇଥାଏ ଏବଂ ଏହାକୁ ଦାନ୍ତରେ ଲଗାଇବା ଦ୍ୱାରା ଦାନ୍ତ ସମ୍ପୂର୍ଣ୍ଣ ଭାବରେ ସଫା ହୋଇଯାଇଥାଏ । ଏଥିପାଇଁ ଆପଣ ଦାନ୍ତରେ ସେଓର ଭିନେଗାର ଲଗାଇ ପାରିବେ । ସେଓର ଭିନେଗାର ଆପଣଙ୍କୁ ସହଜରେ ବଜାରରେ ମିଳିଯିବ । ଆପଣ ତୁଳା ସାହାଯ୍ୟରେ ଏହାକୁ ଦାନ୍ତରେ ଲଗାଇନେବେ ଏବଂ ତାପରେ ଟୁଥବ୍ରଶ୍ ସାହାଯ୍ୟରେ ଦାନ୍ତକୁ ସଫା କରିନେବେ । ଏଭଳି କରିବା ଦ୍ୱାରା ଆପଣଙ୍କ ଦାନ୍ତର ଚମକ ପୁଣିଥରେ ଫେରି ଆସିବ ।

କଦଳୀର ଚୋପା ରଗଡନ୍ତୁ:-

କଦଳୀର ଚୋପା ସାହାଯ୍ୟରେ ମଧ୍ୟ ଦାନ୍ତକୁ ସଫା କରାଯାଇପାରିବ । ଆପଣ ଗୋଟିଏ କଦଳୀର ଚୋପାକୁ ନିଅନ୍ତୁ ଏବଂ ଏହାକୁ ଦାନ୍ତରେ ଭଲଭାବରେ ରଗଡନ୍ତୁ । ପ୍ରତିଦିନ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଏଭଳି କରିବା ଦ୍ୱାରା ଆପଣଙ୍କ ଦାନ୍ତ ସଫା ହୋଇଯିବ ଏବଂ ଦାନ୍ତର ହଳଦିଆପଣ ଦୂର ହୋଇଯିବ ।

ନଡିଆ ତେଲ:-

ନଡିଆର ତେଲ ଦାନ୍ତ ପାଇଁ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ଏଥିପାଇଁ ଆପଣଙ୍କ ମୁହଁରେ ଟିକିଏ ନଡିଆ ତେଲ ନେଇ ଏହାକୁ ଏଭଳି ୧୫ ମିନିଟ୍ ପାଇଁ ରଖନ୍ତୁ । ଆପଣଙ୍କ ମୁହଁକୁ ଏହି ତେଲ ସହ ମସାଜ୍ କରନ୍ତୁ, ଧ୍ୟାନ ରଖନ୍ତୁ ଯେ ତେଲ ଆପଣଙ୍କ ଦାନ୍ତର ସମସ୍ତ ଭାଗକୁ ଛୁଇଁବ । ତା’ପରେ ଏହାକୁ ଥୁକି ଦିଅନ୍ତୁ ଏବଂ ପାଣି ଦ୍ୱାରା ନିଜ ମୁହଁକୁ ଧୋଇ ଦିଅନ୍ତୁ । ନଡ଼ିଆ ତେଲ ଏକ ଅର୍ଗାନିକ ଏବଂ ପ୍ରାକୃତିକ ଦାନ୍ତ ହ୍ଵାଇଟନର୍ ଅଟେ ।

ପ୍ରାକୃତିକ କ୍ଲିନଜର ବ୍ୟାକିଂ ସୋଡ଼ା:-

ବ୍ୟାକିଂ ସୋଡ଼ା ଏକ ପ୍ରାକୃତିକ କ୍ଲିନଜର୍ ଅଟେ, ଯାହା ଦାନ୍ତକୁ ଚମକଦାର କରିବାପାଇଁ ବ୍ୟବହାର କରାଯାଇଥାଏ । ଏହା ଦାନ୍ତ ମଧ୍ୟରେ ଲୁଚି ରହିଥିବା ସୂକ୍ଷ୍ମ ଜୀବାଣୁକୁ ନଷ୍ଟ କରିଦେଇଥାଏ । ବ୍ୟାକିଂ ସୋଡ଼ା ଏବଂ ଟୁଥପେଷ୍ଟକୁ ସମାନ ଆକାରରେ ମିଶାଇ ଦିଅନ୍ତୁ । ତାପରେ ସମାନ ଭାବରେ ଉପର ଏବଂ ତଳ ଦାନ୍ତରେ ଲଗାଇ ଦିଅନ୍ତୁ । ସୁନିଶ୍ଚିତ କରନ୍ତୁ ଯେ, ପେଷ୍ଟ ଭଲ ଭାବରେ ବିଛାଇ ହୋଇ ଆପଣଙ୍କ ଦାନ୍ତର ସମସ୍ତ ଭାଗକୁ ଆଚ୍ଛାଦିତ କରିବ । ଅଧା ଘଣ୍ଟା ପାଇଁ ଏହାକୁ ଏଭଳି ଛାଡି ଦିଅନ୍ତୁ । ତାପରେ ପାଣି ସାହାଯ୍ୟରେ ମୁହଁକୁ ଭଲ ଭାବରେ ଧୋଇ ଦିଅନ୍ତୁ । ଏହି ଉପାୟକୁ କରିବା ଦ୍ୱାରା ଫଳାଫଳ ତୁରନ୍ତ ଦେଖା ଯାଇପାରିବ ।

ଖାଇସାରିବା ପରେ ବ୍ରଶ୍ କରନ୍ତୁ:-

ଖାଦ୍ୟ ଖାଇସାରିବା ପରେ ଆପଣ ନିଶ୍ଚିତ ଭାବରେ ବ୍ରଶ୍ କରନ୍ତୁ । କାରଣ ବ୍ରଶ୍ ନ କରିବା କାରଣରୁ ଖାଦ୍ୟ ଦାନ୍ତ ଉପରେ ଲାଗି ରହିଥାଏ, ଯେଉଁ କାରଣରୁ ଦାନ୍ତ ହଳଦିଆ ହୋଇଯାଏ । ଦାନ୍ତ ନାଶ ହେବାକୁ ରକ୍ଷା କରିବାପାଇଁ ଅଖରୋଟକୁ ଗୁଣ୍ଡ କରିଦିଅନ୍ତୁ ଏବଂ ଏହାକୁ ଟୁଥପେଷ୍ଟ ସହ ମିଶାଇ ବ୍ରଶ୍ କରନ୍ତୁ । ଯଦି ସମ୍ଭବ, ତେବେ ମୁହଁର ଦୁର୍ଗନ୍ଧକୁ ଦୂର କରିବାପାଇଁ ସକାଳେ ବ୍ରଶ୍ କରିବା ପରେ ଧଳା ଭିନେଗାରକୁ ସମାନ ମାତ୍ରାରେ ପାଣିରେ ମିଶାଇ କୁଳି କରିଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ମୁହଁର ଦୁର୍ଗନ୍ଧ ଦୂର ହେବାରେ ସାହାଯ୍ୟ ମିଳିଥାଏ ।

Leave a Reply

Your email address will not be published. Required fields are marked *