ଟ୍ରମ୍ପ ପ୍ରଶାସନ ବିରୋଧରେ ମାମଲା ଦାୟର କଲା ଟିକଟକ୍ !

ଟ୍ରମ୍ପ ପ୍ରଶାସନ ବିରୋଧରେ ମାମଲା ଦାୟର କଲା ଟିକଟକ୍ !

ଲସ୍ ଆଞ୍ଜେଲସ,୨୫/୮: ଶର୍ଟ ଭିଡିଓ ଶେୟାରିଂ ଆପ୍ଲିକେସନ ଟିକଟକ୍ ଟ୍ରମ୍ପ ପ୍ରଶାସନ ଉପରେ ମାମଲା ଦାୟର କରିଛି । ଟ୍ରମ୍ପ ପ୍ରଶାସନର ଆଦେଶ ଅନୁସାରେ ଟିକଟକର ମୂଳ କମ୍ପାନୀ ୱାଇଡାନ୍ସ ସହ ଆମେରିକୀୟ କମ୍ପାନୀର ଟ୍ରାନଜାକ୍ସନ ଉପରେ କଟକଣା ଲଗାଯାଇଛି । ୱାଇଡାନ୍ସ ଲିମିଟେଡ ଆମେରିକାର କଟକଣାକୁ ଚାଲେଞ୍ଜ କରିବା ସହ ଟିକଟକ୍ ଭିଡିଓ ଆପ୍ ରାଷ୍ଟ୍ରୀୟ ସୁରକ୍ଷା ଦିଗରେ ହାନିକାରକ ନୁହେଁ ବୋଲି ପ୍ରକାଶ କରିଛି ।

Google

୩୯ ପୃଷ୍ଠାର ଅଭିଯୋଗ ଫର୍ଦ୍ଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ସେକ୍ରେଟେରୀ ଅଫ କମର୍ସ ୱଲ ରୋଜ ଏବଂ ଡିପାର୍ଟମେଣ୍ଟ ଅଫ କମର୍ସକୁ ପକ୍ଷ କରାଯାଇଛି। କାଗଜପତ୍ର ଅନୁସାରେ ଟିକଟକ୍ ଆମେରିକୀୟ ଅଧିକାରୀମାନଙ୍କ ଉପରେ ବିନା ପ୍ରମାଣରେ କମ୍ପାନୀର ଅଧିକାର କ୍ଷୁର୍ଣ୍ଣ କରିବା ଆରୋପ ଲଗାଇଛି । ମାମଲାରେ ଏହା ମଧ୍ୟ ଉଲେଖ ଅଛି ଯେ ପଞ୍ଚମ ସଂଶୋଧନ ଅନୁଯାୟୀ ଦିଆଯାଇଥିବା ଗ୍ୟାରେଣ୍ଟି ସତ୍ତ୍ୱେ କମ୍ପାନୀ ଉପରେ କଟକଣା ଲଗାଯାଇଛି । ଏନେଇ ପୂର୍ବରୁ କୌଣସି ପ୍ରକାର ନୋଟିସ ଦିଆଯାଇନାହିଁ କିମ୍ବା କମ୍ପାନୀକୁ ନିଜ ପକ୍ଷ ରଖିବାର ସୁଯୋଗ ମଧ୍ୟ ମିଳିନାହିଁ । କମ୍ପାନୀ କହିବା ଅନୁସାରେ, ଜୁନ ୨୦୨୦ ସୁଦ୍ଧା ଦେଶରେ ବ୍ୟବହାରକାରୀଙ୍କ ସଂଖ୍ୟା ୯୧, ୯୩୭, ୦୪୦ ହୋଇଯାଇଥିଲା । ୧୦୦ ମିଲିୟନ ଆମେରିକୀୟ ଏହାକୁ ବ୍ୟବହାର କରୁଥିଲେ । ଟ୍ରମ୍ପଙ୍କ ଆଦେଶ ଅନୁସାରେ ସେପ୍ଟେମ୍ବର ମଧ୍ୟ ସୁଦ୍ଧା ୱାଇଡାନ୍ସ ଉପର ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗିଯିବ ।

Google

ଆମେରିକାର ଆରୋପ ଅନୁସାରେ କମ୍ପାନୀ ଆମେରିକୀୟ ଟିକଟକ୍ ବ୍ୟବହାରକାରୀଙ୍କ ଡାଟା ଚୀନ ସରକାରଙ୍କୁ ପଠାଉଛି । ହେଲେ ୱାଇଡାନ୍ସ ଏହାକୁ ପ୍ରତ୍ୟାଖାନ କରିଛି । ଅପରପକ୍ଷରେ ଟିକଟକ ପକ୍ଷରୁ କୁହାଯାଇଛି ଯେ ଟ୍ରମ୍ପ ପ୍ରଶାସନ ସହ ଯୋଡ଼ିହେବା ପାଇଁ ପାଖାପାଖି ୧ ବର୍ଷ ହେଲା ଉଦ୍ୟମ କରାଯାଉଛି । ହେଲେ ଟ୍ରମ୍ପ ପ୍ରଶାସନ ସେସବୁ ଉପରେ ଧ୍ୟାନ ଦେଉନାହାନ୍ତି । କମ୍ପାନୀ ତରଫରୁ କେବେ ନିୟମ ଉଲଂଘନ କରାଯାଇନଥିବା ୱାଇଡାନ୍ସ ସଫେଇ ଦେଇଛି । ତାଙ୍କ ପାଖେ ଏବେ ମାମଲା ରୁଜୁ କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ତେଣୁ କମ୍ପାନୀ ତରଫରୁ କୋର୍ଟରେ ଟ୍ରମ୍ପ ପ୍ରଶାସନର ଆଦେଶକୁ ଚାଲେଞ୍ଜ କରାଯାଇଛି ।

Leave a Reply

Your email address will not be published. Required fields are marked *