୨୯ ବର୍ଷ ପରେ ରକ୍ଷାବନ୍ଧନରେ ଘଟିବାକୁ ଯାଉଛି ଏହି ଗ୍ରହ ନକ୍ଷତ୍ରମାନଙ୍କ ଏହି ମହାନ୍ ସଂଯୋଗ ! ଏହି ମୁହୁର୍ତ୍ତରେ ରାକ୍ଷୀ ବାନ୍ଧନ୍ତୁ ଭଉଣୀମାନେ ।

ରକ୍ଷା ବନ୍ଧନ ୨୦୨୦ ଶୁଭ ମୁହୁର୍ତ୍ତ: ସୋମବାର ଅର୍ଥାତ ୩ ଅଗଷ୍ଟରେ ଭାଇ ଭଉଣୀଙ୍କ ପ୍ରେମର ପର୍ବ ପାଳନ କରାଯାଏ । ରକ୍ଷା ବନ୍ଧନର ପର୍ବ କେବଳ ଭାରତରେ ହିଁ ନୁହେଁ ବରଂ ବିଦେଶ ମାନଙ୍କରେ ମଧ୍ୟ ପାଳନ କରାଯାଏ । ପ୍ରତିବର୍ଷ ଏହି ପର୍ବ ବଜାରମାନଙ୍କରେ ଧୁମଧାମରେ ପାଳନ କରାଯାଏ କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ହେତୁ ପର୍ବର ରଙ୍ଗ ଫିକା ପଡିଯାଇଛି । କିଛି ଭଉଣୀମାନେ ଏଥର ନିଜ ଭାଇମାନଙ୍କୁ ରାକ୍ଷୀ ବାନ୍ଧି ପାରିବେ ନାହିଁ । ଏହିପରି ପରିସ୍ଥିତିରେ ଆମେ ଆପଣଙ୍କୁ କହିବୁ ଯେ ନିରାଶ ହେବା ପରିବର୍ତ୍ତେ ଏହି ପର୍ବକୁ ଭିଡିଓ କଲ୍, ଅଡିଓ କଲ୍ ମାଧ୍ୟମରେ ପାଳନ କରନ୍ତୁ ଏବଂ ଭାଇର ଦୀର୍ଘାୟୁ କାମନା କରନ୍ତୁ । ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଉଥିବା ରାକ୍ଷୀ ପର୍ବର ଚଳିତ ବର୍ଷ ଶ୍ରାବଣ ନକ୍ଷତ୍ର ମଧ୍ୟ ପଡୁଛି, ଯାହାକୁ ଜ୍ୟୋତିଷମାନେ ଏକ ବିଶେଷ ସଂଯୋଗ ଭାବରେ ମାନିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ରାକ୍ଷୀର ଶୁଭ ମୁହୁର୍ତ୍ତ ଏବଂ ବିଶେଷ ସଂଯୋଗ ବିଷୟରେ ।

୨୯ ବର୍ଷ ପରେ ଶୁଭ ସଂଯୋଗ :

google

ଶ୍ରାବଣ ମାସର ପ୍ରାରମ୍ଭ ସୋମବାର ଠାରୁ ହୋଇଥିଲା ଏବଂ ସମାପ୍ତ ମଧ୍ୟ ସୋମବାର ୩ ଅଗଷ୍ଟକୁ ହେଉଛି । ଏହି ଦିନ ରକ୍ଷାବନ୍ଧନ ମଧ୍ୟ ଅଟେ । ଜ୍ୟୋତିଷ ମାନଙ୍କ କହିବା ଅନୁସାରେ, ଚଳିତ ରାକ୍ଷୀ ପର୍ବ ୨୯ ବର୍ଷ ପରେ ମହାସଂଯୋଗ ଆସିଛି ଏବଂ ଭଦ୍ରା ସହିତ ଗ୍ରହଣର ଛାୟା ମଧ୍ୟ ଭାଇ-ଭଉଣୀଙ୍କ ପର୍ବ ଉପରେ ପଡ଼ିବ ନାହିଁ ।

୧୯୯୧ ମସିହାରେ ହୋଇଥିଲା ଏହିପରି ସଂଯୋଗ :

google

ଜ୍ୟୋତିଷମାନଙ୍କ କହିବା ଅନୁସାରେ, ଏହିପରି ମହାସଂଯୋଗ ୧୯୯୧ ମସିହାରେ ହୋଇଥିଲା ଏବଂ ସେହି ସମୟରେ ମଧ୍ୟ ସ୍ୱାର୍ଥ ସିଦ୍ଧି ଏବଂ ଦୀର୍ଘାୟୁ ଆୟୁଷ୍ମାନ ଯୋଗ ସହିତ ହିଁ ସୂର୍ଯ୍ୟ ଶନିଙ୍କ ସମସପ୍ତକ ଯୋଗ, ସୋମବତୀ ପୂର୍ଣ୍ଣିମା, ମକରଙ୍କ ଚନ୍ଦ୍ରମା ଶ୍ରାବଣ ନକ୍ଷତ୍ର, ଉତ୍ତରାଷାଢା ନକ୍ଷତ୍ର ଏବଂ ପ୍ରୀତି ଯୋଗର ସଂଯୋଗ ଥିଲା । ଏହି କାରଣ ହେତୁ ରାକ୍ଷୀର ପର୍ବ ଅନେକ ଉପାୟରେ ବହୁତ ସ୍ୱତନ୍ତ୍ର ଏବଂ ଫଳପ୍ରଦ ରହିବ ।

ଭଦ୍ରାକାଳ ସମୟ :

google

ଏହିପରି ମାନ୍ୟତା ରହିଛି ଯେ, ଭଦ୍ରାକାଳରେ ରାକ୍ଷୀ ନ ବାନ୍ଧିଲେ ଅଶୁଭ ହୋଇଥାଏ । ଏଥର ୨ ଅଗଷ୍ଟ ରାତି ୮ ଘଣ୍ଟ ୪୩ ମିନିଟରୁ ୩ ଅଗଷ୍ଟ ସକାଳ ୯ ଘଣ୍ଟ ୨୮ ମିନିଟ୍ ପର୍ଯ୍ୟନ୍ତ ଭଦ୍ରାକାଳ ରହିବ ଏବଂ ସନ୍ଧ୍ୟା ୭ ଘଣ୍ଟ ୪୯ ମିନିଟ୍ ପର୍ଯ୍ୟନ୍ତ ଦୀର୍ଘାୟୁ କାରକ ଆୟୁଷ୍ମାନ ଯୋଗ ମଧ୍ୟ ଲାଗିଯିବ ।

ରାକ୍ଷୀର ଶୁଭ ମୁହୁର୍ତ୍ତ :

google

ଯେହେତୁ ଭଦ୍ରାକାଳ ୩ ଅଗଷ୍ଟ ସକାଳ ୯ ଘଣ୍ଟ ୨୮ ମିନିଟ୍ ସମୟରେ ଶେଷ ହୋଇଯିବ । ତେଣୁ ସମସ୍ତ ଭଉଣୀମାନେ ନିଜ ଭାଇମାନଙ୍କୁ ସମ୍ପୁର୍ଣ୍ଣ ଦିନର ଯେକୌଣସି ସମୟରେ ମଧ୍ୟ ରାକ୍ଷୀ ବାନ୍ଧି ପାରିବେ । କିନ୍ତୁ ରାକ୍ଷୀର ପ୍ରଥମ ଶୁଭ ମୁହୁର୍ତ୍ତ ଅପରାହ୍ନ ୧ ଘଣ୍ଟ ୪୮ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୪ ଘଣ୍ଟ ୨୯ ମିନିଟ୍ ପର୍ଯ୍ୟନ୍ତ ଅଛି ଏବଂ ଦ୍ୱିତୀୟ ଶୁଭ ମୁହୁର୍ତ୍ତ ସନ୍ଧ୍ୟା ୭ ଘଣ୍ଟ ୧୦ ମିନିଟ୍ ଠାରୁ ୯ ଘଣ୍ଟ ୧୫ ମିନିଟ୍ ପର୍ଯ୍ୟନ୍ତ ରହିବ ।

Leave a Reply

Your email address will not be published. Required fields are marked *