ରେଳ ବିଭାଗର ଏହି ଟ୍ରେନ ଚଳପ୍ରଚଳ କରିବା ପାଇଁ ମଇ ୧୨ ତାରିଖ ଠାରୁ ଆରମ୍ଭ ହେବ Ticket Booking, ଦେଖନ୍ତୁ ସମୟ ସୂଚୀ…

ରେଳ ବିଭାଗର ଏହି ଟ୍ରେନ ଚଳପ୍ରଚଳ କରିବା ପାଇଁ ମଇ ୧୨ ତାରିଖ ଠାରୁ ଆରମ୍ଭ ହେବ Ticket Booking, ଦେଖନ୍ତୁ ସମୟ ସୂଚୀ…

ସଂକ୍ରମିତ କରୋନା ହାର ବଢୁଥିବା ସତ୍ତ୍ୱେ ଯାତ୍ରୀମାନଙ୍କର ସୁବିଧା ପାଇଁ ଭାରତୀୟ ରେଳ ବିଭାଗ ଅନେକ ରାଜ୍ୟରେ ସ୍ୱତନ୍ତ୍ର ଟ୍ରେନ ଚଳାଇବାକୁ ନିଷ୍ପତ୍ତି ନେଇଛି । ପଶ୍ଚିମ ରେଳ ବିଭାଗ ଅନେକ ରାଜ୍ୟରେ ସ୍ୱତନ୍ତ୍ର ଟ୍ରେନର ଚଳପ୍ରଚଳ ନିମନ୍ତେ ଘୋଷଣା କରିଦେଇଛି । ବାସ୍ତବରେ କରୋନା ଯୋଗୁଁ ଅନେକ ରାଜ୍ୟରେ ଲକ୍ଡ଼ାଉନ୍ ଅବ୍ୟାହିତ ଜାରି ରହିଛି । ଏହାସହ ଅନେକ ସହରରେ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ପୁନଶ୍ଚ ଫେରି ଆସିବା ପାଇଁ ଅପେକ୍ଷାରତ । ବର୍ତ୍ତମାନ ରେଳ ବିଭାଗ ମହାରାଷ୍ଟ୍ର, ଗୁଜୁରାଟ ଏବଂ ଗୁଆହାଟି ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳପ୍ରଚଳ ନିମନ୍ତେ ଘୋଷଣା କରିଛି ।

କିଛି ଟ୍ରେନରେ ଯାତ୍ରା କରିବାପାଇଁ ଯାତ୍ରୀମାନେ ବର୍ତ୍ତମାନ ମଇ ୧୨ ତାରିଖ ଠାରୁ ଟିକେଟ ବୁକିଂ କରିପାରିବେ । ମହାରାଷ୍ଟ୍ରର ଲୋକମାନ୍ୟ ତିଳକ ଟର୍ମିନାସରୁ ଉତ୍ତରପ୍ରଦେଶର ଗୋରଖପୁର ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଏହି ଟ୍ରେନ ମଇ ୧୧ ତାରିଖ ଠାରୁ ଲୋକମାନ୍ୟ ତିଳକରୁ ଚଳପ୍ରଚଳ କରିବ ଏବଂ ଗୋରଖପୁରରୁ ମଇ ୧୩ ତାରିଖରୁ ପ୍ରସ୍ଥାନ କରିବ ।

ଅନ୍ୟପକ୍ଷରେ ଅହମ୍ମଦାବାଦରୁ ଦାନାପୁର ନିମନ୍ତେ ମଇ ୧୩ ତାରିଖ ଠାରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ହେବାକୁ ଯାଉଅଛି । ଏହି ଟ୍ରେନ ମଇ ୧୩ ତାରିଖ ଦିନ ଅହମ୍ମଦାବାଦରୁ ଦାନାପୁର ଅଭିମୁଖେ ଯାତ୍ରା କରିବ ଏବଂ ମଇ ୧୫ ତାରିଖ ଦିନ ଦାନାପୁରରୁ ଅହମ୍ମଦାବାଦ ଅଭିମୁଖେ ଫେରସ୍ତ ହେବ । ଏହି ଟ୍ରେନରେ ଯାତ୍ରା କରିବା ପୂର୍ବରୁ ଆପଣଙ୍କୁ ଟିକେଟ ବୁକଙ୍ଗ କରିବାକୁ ପଡିବ । ମଇ ୧୨ ତାରିଖ ଠାରୁ ଯାତ୍ରା ଟିକେଟ ବୁକିଂ କରିପାରିବେ ।

ଏଥିପାଇଁ ରେଳ ବିଭାଗ ଅନେକ ଟ୍ରେନର ସେବାକୁ ବିସ୍ତାର କରିବାପାଇଁ ନିଷ୍ପତ୍ତି ନେଇଛି । ଅହମଦାବାଦରୁ ଗୁଆହାଟି ପାଇଁ ୨୧ ମଇ ୨୦୨୧ରୁ ସ୍ୱତନ୍ତ୍ର ଟ୍ରେନ ନିଜର ସେବା ପ୍ରଦାନ କରିବ । ଗୁଆହାଟିରୁ ଡ଼. ଆମ୍ବେଦକର (୨୪ ମଇ ୨୦୨୧) ଠାରୁ ସେବା ପ୍ରଦାନ କରିବ ଏବଂ ବୁଧବାର ଦିନ ଡ଼. ଆମ୍ବେଦକର ନଗରରୁ ପହଞ୍ଚିବ ।

ଅନେକ ଟ୍ରେନ ହୋଇଛି ବାତିଲ:-

ଏହାସହିତ ପଶ୍ଚିମ ରେଳ ବିଭାଗ ମଇ ୯ ତାରିଖ ଠାରୁ ଚାଲିବାକୁ ଥିବା କେତେକ ଟ୍ରେନକୁ ବାତିଲ କରିଦେଇଛି । ପଶ୍ଚିମ ରେଳ ବିଭାଗ ଦ୍ୱାରା ବାତିଲ କରାଯାଇଥିବା ଟ୍ରେନଗୁଡିକ ମଧ୍ୟରେ ମୁମ୍ବାଇ, ମଧ୍ୟପ୍ରଦେଶ, ଗୁଜୁରାଟ ସମେତ ଅନେକ ରାଜ୍ୟର ଟ୍ରେନ ଅନ୍ତର୍ଭୁକ୍ତ ରହିଛି । ରେଳ ବିଭାଗ ମଇ ୯ ତାରିଖ ଠାରୁ ଆରମ୍ଭ କରି ମଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରାୟତଃ ୧୯ଟି ଟ୍ରେନକୁ ବାତିଲ କରିଦେଇଛି ।

Leave a Reply

Your email address will not be published. Required fields are marked *