‘ଥାଇରୋଏଡ୍’ ରୋଗୀ ହୋଇଥିଲେ ଏହି ଚାରୋଟି ଜିନିଷର ସେବନ କରନ୍ତୁ ନାହିଁ ! ଜାଣନ୍ତୁ କାରଣ…

‘ଥାଇରୋଏଡ୍’ ରୋଗୀ ହୋଇଥିଲେ ଏହି ଚାରୋଟି ଜିନିଷର ସେବନ କରନ୍ତୁ ନାହିଁ ! ଜାଣନ୍ତୁ କାରଣ…

‘ଥାଇରୋଏଡ୍’ ଏକ ଗମ୍ଭୀର ରୋଗ ଅଟେ ଯାହାର ସବୁଠାରୁ ବଡ଼ କାରଣ ଆମର ସଠିକ୍ ନଥିବା ଖାଦ୍ୟ ପାନୀୟ ଅଟେ । ତେଣୁ ଏମିତିରେ ଏହା ଜାଣିବା ନିହାତି ଜରୁରୀ ଯେ କେଉଁ କେଉଁ ଖାଦ୍ୟ ଅଛି ଯାହାକୁ ଥାଇରୋଏଡ଼ ରୋଗୀ ସେବନ କରିବା ଉଚିତ୍ ନୁହେଁ ।

‘ଥାଇରୋଏଡ୍’ର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସାଧରଣ ଭାବରେ ‘ଥାଇରୋଏଡ୍’ର ସମସ୍ୟା ପୁରୁଷଙ୍କ ତୁଳନାରେ ମହିଳାଙ୍କ ଠାରେ ଅଧିକ ହୋଇଥାଏ । ‘ଥାଇରୋଏଡ୍’ ଏକ ପ୍ରକାରର ଗଳା ରୋଗ ହୋଇଥାଏ । ଏହା ଦୁଇ ପ୍ରକାରର ହୋଇଥାଏ । ହାଇପୋଥାଇରୋଏଡ୍ ଏବଂ ହାଇପରଥାଇରୋଏଡ୍ । ଥାଇରୋଏଡ୍ କାରଣରୁ ଶରୀରରେ ଫ୍ରି ରେଡିକଲସ୍ ହେବାରେ ଲାଗିଥାଏ ଯାହା ଶରୀରକୁ କ୍ଷତି ହୋଇପାରେ । ଏହି ରୋଗ ହେଲେ ଲୋକଙ୍କ ଓଜନ ହଠାତ୍ ବଢ଼ି ଯାଏ, ଗଳା ଫୁଲିବା, କେଶ ଝଡ଼ିବା ସମସ୍ୟା ଆଦି ହୋଇପାରେ । ଏହି ସମସ୍ୟା ସମସ୍ୟାରୁ ବର୍ତ୍ତିବା ପାଇଁ ଆମକୁ ନିଜ ଲାଇଫଷ୍ଟାଇଲ୍ ଏବଂ ଖାଦ୍ୟ ପାନୀୟର ଧ୍ୟାନ ଅଧିକ ରଖିବା ଉଚିତ । ତେଣୁ ଆଜି ଆମେ ଆପଣଙ୍କୁ ଏପରି ଖାଦ୍ୟ ବିଷୟରେ କହିବୁ ଯାହାକୁ ‘ଥାଇରୋଏଡ୍’ରେ ଖାଇବା ଉଚିତ୍ ନୁହେଁ ।

କୋବି :-

‘ଥାଇରୋଏଡ୍’ର ରୋଗୀଙ୍କୁ କୋବି ସେବନ କରିବା ଉଚିତ ନୁହେଁ । ବନ୍ଧା କୋବି ଏବଂ ଫୁଲକୋବିରେ ଗୋଇଟ୍ରୋଗନ୍ ଅଧିକ ମାତ୍ରାରେ ଥାଏ ଯାହା ‘ଥାଇରୋଏଡ୍’ ସମସ୍ୟାକୁ ବଢ଼ାଇ ପାରେ ।

କେଫିନ୍ :-

‘ଥାଇରୋଏଡ୍’ ସମସ୍ୟା ହେଲେ କେଫିନ୍ ଯୁକ୍ତ ଜିନିଷ ଠାରୁ ଦୂରେଇ ରହିବା ଉଚିତ । କାରଣ ଏହା ‘ଥାଇରୋଏଡ୍’ ଗ୍ଲାଣ୍ଡ ଏବଂ ‘ଥାଇରୋଏଡ୍’ ସ୍ତର ଉଭୟଙ୍କୁ ବଢ଼ାଇବାର କାମ କରି ପାରେ ।

ରେଡ୍ ମିଟ୍ :-

ନାଲି ମାଂସରେ ସେଚୁରେଟେଡ୍ ଫ୍ୟାଟ୍ ଏବଂ କଲେଷ୍ଟ୍ରଲ୍ ଅଧିକ ମାତ୍ରାରେ ଥାଏ । ଏହି କାରଣରୁ ରେଡ୍ ମିଟ୍ ଖାଇବା ଦ୍ୱାରା ଫ୍ୟାଟ୍ ବହୁତ ଶୀଘ୍ର ବଢ଼ି ଥାଏ । ଏହାବ୍ୟତୀତ ରେଡ୍ ମିଟ୍ ଖାଇବା ଦ୍ୱାରା ଶରୀରରେ ଜ୍ଵଳନ ସମସ୍ୟା ମଧ୍ୟ ହୋଇପାରେ । ‘ଥାଇରୋଏଡ୍’ ରୋଗୀଙ୍କୁ ଏହାର ସେବନ କରିବା ଉଚିତ୍ ନୁହେଁ ।

ସୋୟାବିନ୍ :-

‘ସୋୟାବିନ୍’ରେ ଫୟଟୋଏଷ୍ଟ୍ରଜେନ୍ ମିଳିଥାଏ, ଯାହା ‘ଥାଇରୋଏଡ୍’ ହର୍ମୋନର କାର୍ଯ୍ୟକୁ ଡିଷ୍ଟର୍ବ କରିଥାଏ । ‘ଥାଇରୋଏଡ୍’ ରୋଗୀଙ୍କ ପାଇଁ ସୋୟବିନ୍ ସେବନ କ୍ଷତିକାରକ ହୋଇପାରେ ।

Leave a Reply

Your email address will not be published. Required fields are marked *