ଚାଣକ୍ୟ ନୀତି: ମହିଳାଙ୍କ ଏହି ୩ଟି ରହସ୍ୟ ଯାହା ଜାଣିନେବ ତେବେ କେବେ ମଧ୍ୟ କେଉଁ ମହିଳା ଠାରୁ ଛଳନା ପାଇବ ନାହିଁ !

ଚାଣକ୍ୟ ନୀତି: ମହିଳାଙ୍କ ଏହି ୩ଟି ରହସ୍ୟ ଯାହା ଜାଣିନେବ ତେବେ କେବେ ମଧ୍ୟ କେଉଁ ମହିଳା ଠାରୁ ଛଳନା ପାଇବ ନାହିଁ !

ଚାଣକ୍ୟକୁ ଭାରତ ଇତିହାସର ସବୁଠାରୁ ବଡ଼ ବିଦ୍ୱାନ୍ ବ୍ୟକ୍ତି ବୋଲି ମନେ କରାଯାଏ । ଚାଣକ୍ୟ ସ୍ତ୍ରୀ ପୁରୁଷଙ୍କ ସମ୍ବନ୍ଧକୁ ନେଇ ଯେଉଁ ନିୟମ ଦୁନିଆକୁ କହିଛନ୍ତି ତାହା ଆଜିକାର ଯୁଗରେ ମଧ୍ୟ ପୁରାପୁରି ସଠିକ୍ ଅଟେ । ତାଙ୍କ କଥାକୁ ଯେଉଁ ସ୍ତ୍ରୀ ପୁରୁଷ ନିଜ ଜୀବନରେ ଆପଣାନ୍ତି, ତାଙ୍କ ଜୀବନ ସର୍ବଦା ଖୁସିରେ ଭରି ରହେ । ସେମିତିରେ ଚାଣକ୍ୟ ଖୁସିମୟ ଜୀବନ ପାଇଁ ଅନେକଗୁଡ଼ିଏ ରହସ୍ୟ କହିଛନ୍ତି, କିନ୍ତୁ ବୋଧହୁଏ ଚାଣକ୍ୟଙ୍କୁ ମଧ୍ୟ ଏହାର ଅନୁମାନ ଥିଲା ଯେ କାହାକୁ ସବୁଠାରୁ ବଡ଼ ଦୁଃଖ ସେତେବେଳେ ହୋଇଥାଏ ଯେତେବେଳେ ସେ କୌଣସି ପୁରୁଷ କିମ୍ବା ସ୍ତ୍ରୀଙ୍କ ଦ୍ଵାରା ଛଳନାର ଶିକାର ହୋଇଥାନ୍ତି ।

ଏଥିପାଇଁ ଚାଣକ୍ୟ ବିଶେଷ କରି ପୁରୁଷଙ୍କୁ ଏପରି ସ୍ତ୍ରୀ ମାନଙ୍କ ଠାରୁ ସାବଧାନ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଯେଉଁମାନେ କି ତାଙ୍କ ସହିତ ଛଳନା କରିପାରନ୍ତି । ଚାଣକ୍ୟ ସ୍ତ୍ରୀ ମାନଙ୍କ ଏପରି କିଛି ରହସ୍ୟ ବିଷୟରେ କହିଛନ୍ତି ଯାହାଠାରୁ କୌଣସି ପୁରୁଷ କୌଣସି ସ୍ତ୍ରୀ’ଠାରୁ ଛଳନା ପାଇବାରୁ ରକ୍ଷା ପାଇବେ ।

ଚାଣକ୍ୟଙ୍କ ପ୍ରଥମ ନୀତି

ଆଚାର୍ଯ୍ୟ ଚାଣକ୍ୟ ଏପରି ଲୋକଙ୍କୁ ସାବଧାନ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଯେଉଁମାନେ ମହିଳାଙ୍କ ଠାରେ ସୁନ୍ଦରତା ଦେଖି ବିବାହ କରନ୍ତି ଅଧିକାଂଶ ସମୟରେ ଦେଖାଯାଏ ଯେ ପୁଅମାନେ ସୁନ୍ଦର ଝିଅମାନଙ୍କ ସୁନ୍ଦରତା ଦେଖି ମନ୍ତ୍ରମୁଗ୍ଧ ହୋଇଯାନ୍ତି । ଏଥିପାଇଁ ଚାଣକ୍ୟ କହିଛନ୍ତି ଯେ ଝିଅମାନଙ୍କ ଠାରେ ସୁନ୍ଦରତାରୁ ଅଧିକ ସଂସ୍କାର ଭାବ ଓ ଉତ୍ତମ ଲକ୍ଷଣ ଉପରେ ଧ୍ୟାନ ଦେବା ଉଚିତ । ଚାଣକ୍ୟଙ୍କ ଅନୁସାରେ ଯେଉଁ ଝିଅର ସ୍ଵଭାବ ଭଲ ଥାଏ ସେମାନେ ଘରକୁ ସ୍ଵର୍ଗରେ ପରିଣତ କରିଦିଅନ୍ତି ଏବଂ ଯଦି ଝିଅର ସଂସ୍କାର ଓ ସ୍ଵଭାବ ଖରାପ ହୋଇଥାଏ ତେବେ ସେ ଯେକୌଣସି ଘରକୁ ମଧ୍ୟ ନଷ୍ଟ କରିଦିଏ ।

ଦ୍ୱିତୀୟ ନୀତି

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ବିବାହ ପୂର୍ବରୁ ଝିଅ ଭିତରେ ସୁନ୍ଦରତା ନୁହେଁ ବରଂ ତାଙ୍କ ସଂସ୍କାର ଦେଖିବା ଉଚିତ । ଯେତେ ସୁନ୍ଦରୀ ହୋଇଥିଲେ ମଧ୍ୟ ଯଦି କେଉଁ ଝିଅ ଠାରେ ସଂସ୍କାରର ଅଭାବ ଥାଏ ତେବେ ସେ କେବେହେଲେ ଉତ୍ତମ ପତ୍ନୀ ହୋଇପାରନ୍ତି ନାହିଁ । ଚାଣକ୍ୟଙ୍କ ଅନୁସାରେ, ସୁନ୍ଦରୀ ସ୍ତ୍ରୀ’ମାନେ ଛଳନା କରିବା ଅଧିକ ସମ୍ଭାବନା ରହିଥାଏ । ଚାଣକ୍ୟଙ୍କ ଅନୁସାରେ, ଖରାପ ସଂସ୍କାର ଥିବା ଝିଅ ସ୍ୱାମୀ ସ୍ତ୍ରୀ ସମ୍ପର୍କକୁ ରକ୍ଷା କରିପାରେ ନାହିଁ ଏବଂ ସେ ଯାହାକୁ ମଧ୍ୟ ବିଶ୍ୱାସଘାତକତା କରନ୍ତି ।

ଚାଣକ୍ୟ ତୃତୀୟ ନୀତି

ଏପରି ଝିଅମାନେ ଯିଏକି ମହଙ୍ଗା ପୋଷାକ, ଗହଣାକୁ ଅଧିକ ପସନ୍ଦ କରନ୍ତି, ସେ ଅଧିକାଂଶ ସମୟରେ କୌଣସି ଧନୀ ବ୍ୟକ୍ତି ସହିତ ବିବାହ କରିବା ପାଇଁ ସ୍ଵପ୍ନ ଦେଖନ୍ତି । ଏଥିପାଇଁ ଯଦି ଆପଣଙ୍କ ନିକଟରେ ଏପରି କୌଣସି ବ୍ୟକ୍ତି ଠାରୁ ବିବାହର ପ୍ରସ୍ତାବ ଆସେ ତେବେ ଆପଣ ସାବଧାନ ହୋଇଯାନ୍ତୁ । କାରଣ, ଯଦି ଆପଣ ତାଙ୍କ ଇଚ୍ଛା ଗୁଡ଼ିକୁ ପୂରଣ କରନ୍ତି ନାହିଁ ତେବେ ସେ ଆପଣଙ୍କୁ ଦିନେ ନା ଦିନେ ବିଶ୍ୱାସଘାତକତା ନିଶ୍ଚିତ ଭାବରେ କରନ୍ତି । ଏପରି ସ୍ତ୍ରୀ ଲୋକମାନେ ବାହାଘର ପରେ ମଧ୍ୟ ନିଜ ପ୍ରେମିକ ବିଷୟରେ ଚିନ୍ତା କରନ୍ତି । ଏଥିପାଇଁ ଏପରି ସ୍ତ୍ରୀଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *