ଅଣ୍ଡା ଖାଉଥିବା ଲୋକ ଜାଣି ନିଅନ୍ତୁ ଏହି କଥା ! ନଚେତ୍ ପରେ ଅନୁତାପ କରିବାକୁ ପଡିବ…

ଅଣ୍ଡା ଖାଉଥିବା ଲୋକ ଜାଣି ନିଅନ୍ତୁ ଏହି କଥା ! ନଚେତ୍ ପରେ ଅନୁତାପ କରିବାକୁ ପଡିବ…

ଆଜିକାଲି ଦୁନିଆର ପ୍ରତ୍ୟେକ ବ୍ୟକ୍ତି ନିଜସ୍ୱାସ୍ଥ୍ୟ ବିଷୟରେ ବହୁତ ସଚେତନ ରହୁଛନ୍ତି । ଏହାର କାରଣ ହେଉଛି ପୌଷ୍ଟିକ୍ ଖାଦ୍ୟର ଅଭାବ । ବ୍ୟକ୍ତିର ସାମ୍ନାରେ ଏକ ପୌଷ୍ଟିକ୍ ଭୋଜନ ଅଛି କିନ୍ତୁ ଏହାକୁ କିପରି ଖାଇବା ଉଚିତ୍ ଯାହାଦ୍ୱାରା ଏହା ଶରୀରକୁ ପୂର୍ଣ୍ଣ ଲାଭ ଦେବ ଏବଂ ଏହାକୁ ଫୁଲ୍ ଡାଏଟ୍ ମଧ୍ୟ କୁହାଯାଏ । ପ୍ରାୟତଃ ଆପଣ ଆପଣଙ୍କ ଚାରିପାଖରେ ଏପରି ଲୋକଙ୍କୁ ଦେଖିଥିବେ ଯେ ଲୋକମାନେ ଖାଦ୍ୟ ତ ଭରପୂର ଖାଅନ୍ତି କିନ୍ତୁ ଏହାଦ୍ୱାରା ତାଙ୍କ ଶରୀରରେ କୌଣସି ଉନ୍ନତି ହୁଏ ନାହିଁ । ଏହାର ମୁଖ୍ୟ କାରଣ ହେଉଛି ସେମାନଙ୍କର ହଜମ କ୍ରିୟା ଠିକ୍ ସେ କାମ କରୁ ନାହିଁ କିମ୍ବା ସେମାନେ ଖାଉଥିବା ଖାଦ୍ୟକୁ କିପରି ଖାଇବେ ତାହା ସଠିକ୍ ଭାବରେ ଜାଣିନାହାନ୍ତି ।

ତେଣୁ ଆସନ୍ତୁ, ଆଜି ଆମେ ଆପଣଙ୍କୁ ଏପରି ଏକ ଖାଦ୍ୟ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜଣେଇବାକୁ ଯାଉଛୁ । ଯାହା ଦ୍ୱାରା ଆପଣ ଏହାକୁ ସଠିକ୍ ଭାବରେ ଖାଇବା ପରେ ଏହାର ସମ୍ପୂର୍ଣ୍ଣ ଲାଭ ଉଠାଇବାକୁ ସାମର୍ଥ୍ୟ ହେବେ । ଆଜି ଆମେ ଆପଣଙ୍କୁ ପ୍ରତିଦିନ ବ୍ୟବହୃତ ହେଉଥିବା ଅଣ୍ଡା ବିଷୟରେ କହିବାକୁ ଯାଉଛୁ । ଯାହାର ଅନେକ ଉପକାରିତା ଓ ଅପକାରିତା ରହିଛି । କିନ୍ତୁ ଏସବୁ ଭିତରେ ସବୁଠାରୁ ବଡ କଥା ହେଉଛି ଅଣ୍ଡା ଖାଇବାର ସର୍ବୋତ୍ତମ ଉପାୟ କ’ଣ, ଯାହା ଦ୍ୱାରା ଏହା ଆମଶରୀର ପୋଷ୍ଟିକ୍ ଡାଏଟ୍ ପରି କାର୍ଯ୍ୟ କରିବ ।

ଅଣ୍ଡାର ଉପକାରିତା

ଅଣ୍ଡା ଖାଇବା ଦ୍ୱାରା ଆମଶରୀର କୁ ଅନେକ ଲାଭ ମିଳିଥାଏ । ଅନେକ ଲୋକ ପ୍ରତିଦିନ ଖାଦ୍ୟରେ ଅଣ୍ଡା କୁ ଅନ୍ତର୍ଭୁକ୍ତ କରିଥାନ୍ତି କାରଣ ଅଣ୍ଡାରେ ଅନେକ ପ୍ରକାର ପ୍ରୋଟିନ୍ ତଥା ଫାଇବର ଗୁଣ ଅଛି ଯାହା ଆମଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । ଯେଉଁଠାରେ ଅଣ୍ଡା ଆମଶରୀରର ଅନେକ ଉପକାର କରିଥାଏ, ସେହିପରି କିଛି ମାତ୍ରାରେ କ୍ଷତି ମଧ୍ୟ କରିଥାଏ । ଆପଣ ପ୍ରାୟତଃ ଦେଖିଥିବେ ଯେ ଅନେକ ଲୋକ ଅଣ୍ଡାକୁ ବହୁ ପରିମାଣରେ ଖାଇଥା’ନ୍ତି, କିନ୍ତୁ ସେମାନଙ୍କ ଶରୀରରେ କୌଣସି ପାର୍ଥକ୍ୟ ଦେଖାଯାଏ ନାହିଁ । ଏହାର କାରଣ ହେଉଛି ଅଣ୍ଡାକୁ କିପରି ସଠିକ୍ ଭାବରେ ଖାଇବେ ତାହା ଆମେ ଜାଣିନାହୁଁ । ତେବେ ଆସନ୍ତୁ ଜାଣିବା କିପରି ସଠିକ୍ ଭାବରେ ଅଣ୍ଡା ଖାଇବା ଉଚିତ୍ ।

ଯଦି ଆପଣ ଅଣ୍ଡା ଖାଇବାକୁ ଭଲ ପାଆନ୍ତି ଏବଂ ଅନେକ ଅଣ୍ଡା ଖାଆନ୍ତି, କିନ୍ତୁ ଏହାଦ୍ୱାରା ଆପଣଙ୍କ ଶରୀରରେ କୌଣସି ପ୍ରଭାବ ପଡ଼େ ନାହିଁ । ତେବେ ଆପଣଙ୍କୁ ଅଣ୍ଡା ସିଝେଇ ଖାଇବା ଉଚିତ୍ ଏବଂ ଯଦି ସମ୍ଭବ ତେବେ ଏହା ସହିତ କୌଣସି ପ୍ରକାରର ମସଲା ବ୍ୟବହାର କରନ୍ତୁ ନାହିଁ । ସାଧାରଣତଃ ଯଦି ଆପଣ ବହୁତ ଦୁର୍ବଳ, ତେବେ ଅଣ୍ଡାକୁ କ୍ଷୀରରେ ମିଶେଇ ପିଇ ପାରିବେ । ଯାହାର ପ୍ରଭାବ କିଛି ଦିନ ମଧ୍ୟରେ ଆପଣଙ୍କ ଶରୀରରେ ଦେଖାଯିବା ଆରମ୍ଭ କରିବ ।

ଅଣ୍ଡା କୁ ସିଝେଇ କିମ୍ବା କ୍ଷୀର ସହିତ କଞ୍ଚା ଅଣ୍ଡା କୁ ମିଶେଇ ପିଇବା ଦ୍ୱାରା ଆପଣଙ୍କ ଶରୀରକୁ ଏକ ନୂତନ ଶକ୍ତି ମିଳିବ ଏବଂ ଅଣ୍ଡାକୁ କ୍ଷୀର ସହିତ ପିଇବା ଦ୍ୱାରା ମଧ୍ୟ ଆପଣଙ୍କ ମସ୍ତିଷ୍କ କୁ ବହୁତ ଅଧିକ ଶକ୍ତି ମିଳିଥାଏ ।

ସାଧାରଣତଃ ନିଶ୍ଚୟ ଦେଖିଥିବେ ଯେ ଆଜି କାଲି ଅଧିକାଂଶ କାର୍ଯ୍ୟ କମ୍ପ୍ୟୁଟର୍ କିମ୍ବା ଲାପଟପରେ କରାଯାଉଛି । ଯେଉଁଥିପାଇଁ ଆମର ଦୃଷ୍ଟି ଶକ୍ତି ଶୀଘ୍ର ହ୍ରାସ ହେବାକୁ ଲାଗୁଛି । ଏହି ସବୁ ଜିନିଷକୁ ଦୁରେଇବା ପାଇଁ ଆପଣ ସକାଳେ ଜଳଖିଆରେ ଦୁଇଟି ସିଝା ଅଣ୍ଡା ଖାଇବା ଉଚିତ୍ ଏବଂ ଯଦି ଆପଣ ଏହାକୁ ପ୍ରତିଦିନ ଖାଉଛନ୍ତି, ତେବେ ଅଣ୍ଡାରେ ଥିବା ଭିଟାମିନ୍ ଗୁଡ଼ିକ ହେତୁ ଆପଣଙ୍କ ଆଖି ଅତି ଶୀଘ୍ର ସୁସ୍ଥ ହେବ ।

କିଛି ଲୋକ ଅଣ୍ଡା ତ ଖାଇଥା’ନ୍ତି କିନ୍ତୁ ସେମାନେ ଦୁର୍ବଳତାରୁ ମୁକ୍ତି ହୁଅନ୍ତି ନାହିଁ ଏବଂ ସେମାନେ ସାଧାରଣ ମଣିଷଙ୍କ ଅପେକ୍ଷା ବହୁତ ଦୁର୍ବଳ ଦେଖାଯାନ୍ତି । ଏହି ଅବସ୍ଥାରେ, ଆପଣ ସିଝା ଅଣ୍ଡା ସହିତ କିଛି ଦେଶୀ ଚଣା ଏବଂ ସୋୟାବିନ୍ ଖାଇବା ଉଚିତ୍ । ସୋୟାବିନ୍ ମଞ୍ଜିରେ ଅତ୍ୟଧିକ ପ୍ରୋଟିନ୍ ଥାଏ । ଏବଂ ସିଝା ଅଣ୍ଡା ଖାଇବା ପରେ ପାଣିରେ ଭିଜାହୋଇଥିବା ସୋୟାବିନ୍ ଖାଇବା ଉଚିତ । ଯାହା ପତଳା ଶରୀରକୁ ଅତି ଶୀଘ୍ର ସୁସ୍ଥ କରିବ ।

ଅଣ୍ଡା ଖାଇବାର ଅପକାରିତା

ଅଣ୍ଡା ସାଧାରଣତଃ ସ୍ୱାସ୍ଥ୍ୟ ପାଇଁ ଏକ ପୁଷ୍ଟିକର ଖାଦ୍ୟ ଅଟେ କିନ୍ତୁ ଏହାକୁ ଖାଇବା ଦ୍ୱାରା ଅନେକ କ୍ଷତି ମଧ୍ୟ ହୋଇଥାଏ । ଅଣ୍ଡା ଭିତରେ ଥିବା ଫାଇବର୍ ଆମ ଶରୀରକୁ କ୍ଷତି ମଧ୍ୟ ପହଞ୍ଚାଏ । ଅଣ୍ଡାର ହଳଦିଆ ଅଂଶରେ ବହୁ ପରିମାଣର ଫାଇବର୍ ଥାଏ । ଯାହା ଆମଶରୀରକୁ କ୍ଷତି ପହଞ୍ଚାଏ । ତେଣୁ ଅଣ୍ଡା ଖାଇବା ସମୟରେ ସେହି ଅଂଶକୁ ବାହାର କରି କେବଳ ଧଳା ଅଂଶ ଖାଆନ୍ତୁ ।

ଆପଣ ପ୍ରାୟତଃ ଶୁଣିଥିବେ ଯେ ଶୀତଦିନେ ଅଣ୍ଡାର ଅଧିକ ବ୍ୟବହାର କରାଯାଏ । ଏହାର ମୁଖ୍ୟ କାରଣ ଏହା ଯେ ଅଣ୍ଡା ପରିମାଣଠାରୁ ଅଧିକ ଗରମ ଅଟେ ଏବଂ ଏହି କାରଣରୁ, କୋୖଣସି ପ୍ରକାର ଥଣ୍ଡା ପଦାର୍ଥ ସହିତ ଅଣ୍ଡା ଖାଇବା ଉଚିତ୍ ନୁହେଁ । ଏବଂ ଏହା କରିବା ଦ୍ୱାରା ଆପଣ ନିଜ ଶରୀରକୁ ରୋଗରୁ ରକ୍ଷା କରିପାରିବେ ।

Leave a Reply

Your email address will not be published. Required fields are marked *