ଫିଟିକିରିର ଏହି ଚମତ୍କାର ଉପାୟ ଦ୍ୱାରା ବାସ୍ତୁଦୋଷ  ଦୂର ହୋଇଥାଏ…

ଫିଟିକିରିର ଏହି ଚମତ୍କାର ଉପାୟ ଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ…

ଫିଟିକିରିର ଏହି ଚମତ୍କାର ଉପାୟ ଦ୍ୱାରା ବାସ୍ତୁଦୋଷ ଏବଂ ଧନ ହାନି ଦୂର ହୋଇଯିବ । ମନସ୍କାମନା ପୂର୍ଣ ହୋଇଯିବ ।

ଫିଟିକିରିକୁ ଇଂରାଜୀରେ alum କୁହାଯାଏ । ଫିଟିକିରି ଦେଖିବା ପାଇଁ ଧଳା ରଙ୍ଗର ଅଟେ । ଏହାକୁ ଚଟାଣରୁ ବାହାର କରାଯାଇଥାଏ । ଏହାର ପ୍ରୟୋଗ ଔଷଧୀୟ ରୂପରେ କରାଯାଇଥାଏ । ଅନେକ ରୋଗରୁ ମୁକ୍ତି ପାଇବା ପାଇଁ ବ୍ୟବହୃତ ପିଟିକିରିର ଅନେକ ଚମତ୍କାର ଗୁଣ ରହିଛି । ଲାଲ ବହିରେ ଫିଟିକିରିର ଚମତ୍କାରିତା ବିଷୟରେ ଉଲ୍ଲେଖ ରହିଛି । ଏହାକୁ ବ୍ୟବହାର କରି ଜୀବନରୁ ଅନେକ ଦୁଃଖ ଦୂର କରାଯାଇପାରିବ ଏହାସହ ଜୀବନରେ ଲାଗିରହିଥିବା ଧନର ଅଭାବକୁ ଦୂର କରାଯାଇପାରିବ । ଲାଲ ବହିରେ ଉଲ୍ଲେଖ ହୋଇଥିବା ଫିଟିକିରିର ଚମତ୍କାରିତା ଗୁଡିକୁ ନିଜ ଜୀବନରେ ବ୍ୟବହାର କରିବା ଅତି ସରଳ ଅଟେ ଏବଂ ଏହି ଉପାୟ ଗୁଡିକୁ କୌଣସି ମଧ୍ୟ ବ୍ୟକ୍ତି ନିଜ ଜୀବନରେ ବ୍ୟବହାର କରିପାରିବେ ।

ସକାରାତ୍ମକ ଉର୍ଜା

ଘରେ ସକାରତ୍ମକ ଉର୍ଜା ରହିବା ନିହାନ୍ତି ଆବଶ୍ୟକ ଅଟେ । ଯେଉଁ ଘରେ ସକାରାତ୍ମକ ଉର୍ଜା ପ୍ରତିବଦଳରେ ନକରାତ୍ମକ ଉର୍ଜା ଭରି ରହିଥାଏ ସେଠାରେ ବାସ କରୁଥିବା ଲୋକଙ୍କୁ ରୋଗ ଲାଗିରହିଥାଏ । ଯଦି ଆପଣଙ୍କ ପରିବାରରେ କୌଣସି ବ୍ୟକ୍ତି ରୋଗାଗ୍ରସ୍ତ ଅଛନ୍ତି ତେବେ ଜାଣି ରଖନ୍ତୁ ଆପଣଙ୍କ ଘରେ ନକରାତ୍ମକ ଉର୍ଜା ଭରି ରହିଛି । ନକରାତ୍ମକ ଉର୍ଜାକୁ ଶେଷ କରିବା ନିମନ୍ତେ ଆପଣ ଫିଟିକିରିକୁ ଏକ କାଚ ଗ୍ଲାସରେ ରଖି ଘରର ଗାଧୁଆ ଘରେ ରଖି ଦିଅନ୍ତୁ । କାରଣ ଘରର ଗାଧୁଆ ଘରେ ହିଁ ଅତ୍ୟଧିକ ପରିମାଣର ନକରାତ୍ମକ ଉର୍ଜା ଭରି ରହିଥାଏ ଏବଂ ଏହି ସ୍ଥାନରେ ଫିଟିକିରିକୁ ରଖିବା ଦ୍ୱାରା ଘରର ନକରାତ୍ମକ ଉର୍ଜା ଶେଷ ହୋଇଯାଇଥାଏ । ଗାଧୁଆ ଘରେ ୭ଦିନ ପର୍ଯ୍ୟନ୍ତ ଫିଟିକିରିକୁ ରଖି ଅଷ୍ଟମ ଦିନ ସେହି ଫିଟିକିରିକୁ ପାଣିରେ ବିସର୍ଜନ କରିଦିଅନ୍ତୁ ।

ବାସ୍ତୁଦୋଷ ଦୂର ହୋଇଥାଏ

ଅନେକ ଲୋକଙ୍କ ଘରେ ବାସ୍ତୁ ଦୋଷ ରହିଥାଏ । ଘରେ ବାସ୍ତୁଦୋଷ ଥିଲେ ଘରେ ବସବାସ କରୁଥିବା ଲୋକଙ୍କ ଜୀବନ କଷ୍ଟରେ ଭରି ହୋଇରହିଥାଏ । ବାସ୍ତୁଦୋଷ ଯୋଗୁଁ ଘରେ ସର୍ବଦା କଳହ ଲାଗିରହିଥାଏ ଏବଂ ଘରେ ଅଶାନ୍ତି ଲାଗିରହିଥାଏ । ଯଦି ଆପଣଙ୍କ ଘରେ ବାସ୍ତୁଦୋଷ ରହିଛି ତେବେ ଫିଟିକିରିର ଏହି ଉପାୟ ଅବଲମ୍ବନ କରନ୍ତୁ । ଫିଟିକିରିର ଏହି ଉପାୟ ଅବଲମ୍ବନ କରିବା ଦ୍ୱାରା ବାସ୍ତୁଦୋଷ ଦୂର ହେବା ସହ ଶାନ୍ତି ବଜାୟ ରହିଥାଏ । ଆପଣ ନିଜ ଘରର ବାସ୍ତୁଦୋଷ ଦୂର କରିବା ପାଇଁ କାଚ ପ୍ଲେଟରେ ଫିଟିକିରିର ଏକ ଛୋଟ ଖଣ୍ଡ ଆପଣଙ୍କ ଘରର କବାଟ କିମ୍ବା ଝରକା ପାଖରେ ରଖି ଦିଅନ୍ତୁ । ସାତଦିନ ପରେ ପ୍ଲେଟରେ ରଖିଥିବା ଫିଟିକିରିକୁ ବଦଳାଇ ଦିଅନ୍ତୁ ।

ଲାଲ ବହି ଅନୁସାରେ ଦୋକାନ କିମ୍ବା ବ୍ୟାପାରର ମୁଖ୍ୟ ସ୍ଥାନରେ କଳା କପଡ଼ାରେ ଫିଟିକିରି ବାନ୍ଧି ଲଟକାଇ ଦିଅନ୍ତୁ । ଏହା ଫଳରେ ଧନ ଲାଭ ହେବା ସହ ଯଶକୀର୍ତି ବୃଦ୍ଧି ହେବ । ଆପଣ ଆପଣଙ୍କ ଦୋକାନରେ ଫିଟିକିରି ରଖିପାରିବେ ।

Leave a Reply

Your email address will not be published. Required fields are marked *