ଏହି ମହିଳା ଜଣକ ଜିତିଲେ କୋଟି କୋଟି ଭାରତୀୟଙ୍କ ହୃଦୟ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଫୋଟରେ ଏଭଳି କଣ ସ୍ୱତନ୍ତ୍ର ରହିଛି…

ଏହି ମହିଳା ଜଣକ ଜିତିଲେ କୋଟି କୋଟି ଭାରତୀୟଙ୍କ ହୃଦୟ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଫୋଟରେ ଏଭଳି କଣ ସ୍ୱତନ୍ତ୍ର ରହିଛି…

ସୋସିଆଲ୍ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଫୋଟ ଏବଂ ଭିଡିଓ ଭାଇରାଲ୍ ହୋଇଥାଏ । ଏଗୁଡିକ ମଧ୍ୟରୁ ଏଭଳି କିଛି ଫୋଟ ରହିଥାଏ, ଯାହା ଦର୍ଶକ ମାନଙ୍କର ଦୃଷ୍ଟି ଆକର୍ଷଣ କରି ନେଇଥାଏ । ଏଭଳି କିଛି ଫୋଟ ବର୍ତ୍ତମାନ ସମୟରେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି, ଯାହା କୋଟି କୋଟି ଭାରତୀୟଙ୍କ ହୃଦୟ ଜିତି ନେଇଛି । ଏହି ଫୋଟକୁ ଦେଖି ସମସ୍ତେ ଭାରତୀୟ ସଂସ୍କୃତିକୁ ମନେ ପକାଉଛନ୍ତି ।

ବାସ୍ତବରେ ଆପଣ ଯେତେବେଳେ ଏହି ଫୋଟକୁ ଦେଖିବେ, ସେତେବେଳେ ଆପଣ ମଧ୍ୟ ଭାରତୀୟ ସଂସ୍କୃତିକୁ ମନେ ପକାଇବେ । ଏହି ଫୋଟକୁ ସୋସିଆଲ୍ ମିଡିଆରେ IPS ଅଧିକାରୀ ଦିପାଂଶୁ କାବରା ସେୟାର୍ କରିଛନ୍ତି ।

ଏହା ସହ କ୍ୟାପଶନରେ ଲେଖିଛନ୍ତି ଯେ, ଭାରତୀୟ ସଂସ୍କୃତିର ସୌନ୍ଦର୍ଯ୍ୟ ଦର୍ଶାଉଛି ଏହି ଫୋଟ, ନୂତନ ବିଳାସପୂର୍ଣ କାର୍ ହେଉ, ନୂତନ ସାଇକେଲ କିମ୍ବା କୌଣସି ନୂତନ ବସ୍ତୁ, ଆମେ ଘରକୁ ତାର ସ୍ୱାଗତ ସମ୍ପୂର୍ଣ୍ଣ ସମ୍ମାନର ସହ କରିଥାଉ । ମାନିଥାଉ ଯେ ଭଗବାନଙ୍କ ଆଶୀର୍ବାଦରେ ଘରକୁ ନୂତନ ସଦସ୍ୟ ଆସିଛନ୍ତି ।

ଏହି ଫୋଟରେ ଜଣେ ମହିଳା ଧୂପକାଠି ଜଳାଇ ସାମ୍ନାରେ ଥିବା ସାଇକେଲକୁ ପୂଜା କରୁଛନ୍ତି । ଏହି କଥା ଆମେ ସମସ୍ତେ ଜାଣିଛନ୍ତି ଯେ, ଯେତେବେଳେ ମଧ୍ୟ ଘରକୁ କୌଣସି ନୂତନ ସଦସ୍ୟ ଆସିଥାନ୍ତି, ସେତେବେଳେ ତାଙ୍କ ସ୍ୱାଗତ ଆରତୀ ଥାଳି ଦ୍ୱାରା କରାଯାଇଥାଏ । ଠିକ୍ ସେହିପରି ଭାରତୀୟ ସଂସ୍କୃତିର ଘରକୁ ଆସିଥିବା ଜିନିଷ ମଧ୍ୟ କରା ଯାଇଥାଏ । କୌଣସି ଜିନିଷକୁ ବ୍ୟବହାର କରିବା ପୂର୍ବରୁ ତାକୁ ନିଶ୍ଚିତ ଭାବରେ ପୂଜା କରାଯାଇଥାଏ, ତାହା ଘରକୁ ଆସିଥିବା ନୂତନ ଜିନିଷ ହେଉ, ଟିଭି ହେଉ, ଗାଡି ହେଉ କିମ୍ବା ଆଉ କୌଣସି ଅନ୍ୟ ଜିନିଷ ହେଉ ।

ପୂଜା ଭାରତୀୟ ସଂସ୍କୃତିର ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । ଭାରତୀୟ ସଂସ୍କୃତି ଏବଂ ପରମ୍ପରା ଅନୁଯାୟୀ ବିବେଚନା କରାଯାଏ ଯେ, ଯେତେବେଳେ ମଧ୍ୟ ଆମେ କିଛି ନୂଆ କରିଥାଉ, ସେତେବେଳେ ଆମକୁ ଭଗବାନଙ୍କୁ ନିଶ୍ଚିତ ଭାବରେ ଧନ୍ୟବାଦ ଦେବା ଉଚିତ ।

Leave a Reply

Your email address will not be published. Required fields are marked *