ଶାସ୍ତ୍ରରେ ଏହା ସ୍ପଷ୍ଟ ଭାବରେ ବର୍ଣ୍ଣିତ ଯେ ଯାହାର ଜନ୍ମ ହୋଇଛି ଦିନେ ନା ଦିନେ ତାହାର ମୃତ୍ୟୁ ନିଶ୍ଚିତ । ଏହି ଅଟଳ ସତ୍ୟ ଜାଣି ମଧ୍ୟ ମନୁଷ୍ୟ ମୃତ୍ୟୁକୁ ସର୍ବଦା ଭୟ କରିଥାଏ । ସମସ୍ତ ମନୁଷ୍ୟ ଚାହଁନ୍ତି ଯେ ସେ ଦୀର୍ଘାୟୁ ହୁଅନ୍ତୁ ଓ ଏହି ଜୀବନର ଆନନ୍ଦ ଉଠାଇ ପାରନ୍ତୁ । କିନ୍ତୁ ସମସ୍ତଙ୍କ ପକ୍ଷେ ଏହା ସମ୍ଭବ ନୁହେଁ କାରଣ ସମସ୍ତଙ୍କ ଭାଗ୍ୟରେ ଦୀର୍ଘ ଆୟୁ ଲେଖା ନଥାଏ । ଏହିପରି ଯଦି ଆମେ କହିବୁ ଯେ ଏହି ଉପାୟରେ ଆପଣ ଜାଣିପାରିବେ ଯେ ଆପଣ କେତେ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରିବେ ତେବେ ବୋଧହୁଏ ଆପଣ ବିଶ୍ୱାସ କରିବେ ନାହିଁ କିନ୍ତୁ ଏହା ସତ ଯେ କିଛି ଉପାୟ ସାହାଯ୍ୟରେ ଆପଣ ଏହା ଜାଣିପାରିବେ ଯେ ଆପଣ କେତେ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବେ ।

ଅଟଳ ସତ୍ୟ ହେଉଛି ମୃତ୍ୟୁ
ସମୁଦ୍ର ଶାସ୍ତ୍ର ଅନୁସାରେ କପାଳ ଲିଖନ ଓ ହାତ ରେଖାରୁ ମଧ୍ୟ ବୟସ ଜ୍ଞାନ ପ୍ରାପ୍ତ କରାଯାଇପାରିବ । ଏହା ବ୍ୟତୀତ ଆପଣ ଜାତକ ଦେଖି ଗ୍ରହର ସ୍ଥିତି ଅନୁଧ୍ୟାନ କରି ମଧ୍ୟ ଜାଣିପାରିବେ ଯେ ଆପଣ କେତେ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବେ । ଆଜି ଆମେ ଆପଣଙ୍କୁ ଏକ ସରଳ ଉପାୟ ବିଷୟରେ ଜଣାଇବୁ ଯେଉଁଥିରୁ ଆପଣ ନିଶ୍ଚିତ ଭାବରେ ଏହା ଜାଣିପାରିବେ ଯେ ଆପଣ ଆଉ କେତେ ବର୍ଷ ଜୀବିତ ରହିବେ ।

ଏହି ଜୀବନ ଓ ମରଣ ମାର୍ଗ ମଧ୍ୟରେ ଆମ ମନରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠେ ଯେ ଆମେ କେତେ ବର୍ଷ ବଞ୍ଚିବୁ । ଏହି ପ୍ରଶ୍ନ କେବଳ ଜଣେ ମନୁଷ୍ୟ ମନରେ ଆସିନଥାଏ ବରଂ ସମସ୍ତ ମନୁଷ୍ୟ ମନରେ ଏହି ପ୍ରଶ୍ନ ଉଠେ ଯେ ସେ ଆଉ କେତେ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବ କାରଣ ମୃତ୍ୟୁ କେବେ ମଧ୍ୟ କାହାକୁ କହି ଆସିନଥାଏ । ଯେଉଁ ମନୁଷ୍ୟର ଆୟୁଷ ପୂରଣ ହୋଇଯାଏ ମୃତ୍ୟୁ ତାହା ପାଖକୁ ଚାଲିଆସେ ଏବଂ ସେହି ବ୍ୟକ୍ତି ଏହି ଦୁନିଆକୁ ବିଦାୟ ନେଇ ଚାଲିଯାଏ ।
ସାମୁଦ୍ରିକ ଶାସ୍ତ୍ରରେ ବର୍ଣ୍ଣିତ ବୟସ ଆକଳନ କରିବା ଉପାୟ

ଶାସ୍ତ୍ର ଓ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ନିଜ ଶରୀରର ଉଚ୍ଚତା ନିଜ ଆଙ୍ଗୁଳିରେ ମାପିବାରୁ ଏହା ୧୦୮ ଅର୍ଥାତ ଚାରି ହାତ ହୁଏ ସେହି ବ୍ୟକ୍ତି ବୟସ ମାମଲାରେ ବହୁତ ଭାଗ୍ୟଶାଳୀ ଅଟେ । ଏପରି ବ୍ୟକ୍ତି ଦୀର୍ଘାୟୁ ହୋଇଥାନ୍ତି, ଏହା ବ୍ୟତୀତ ଯେକୌଣସି ବ୍ୟକ୍ତି ନିଜ ଶରୀରକୁ ଆଙ୍ଗୁଳି ସାହାଯ୍ୟରେ ମାପିବା ଫଳରେ ୯୦ ଆଙ୍ଗୁଳି ହୋଇଥାଏ ତାହା ବିଷୟରେ କୁହାଯାଇଛି ଯେ ସେ ମଧ୍ୟମ ଜୀବନ ଅତିବାହିତ କରିବ ଏବଂ ଏହି ନିୟମ ଅନୁସାରେ ଯଦି କୌଣସି ବ୍ୟକ୍ତିର ଶରୀର ୯୦ କିମ୍ବା ତା’ଠାରୁ କମ୍ ଆଙ୍ଗୁଳି ହୋଇଥାଏ ସେହି ବ୍ୟକ୍ତିର ଆୟୁଷ ଖୁବ୍ କମ ଥାଏ । ଅର୍ଥାତ ସେ ଅଳ୍ପାୟୁ ଅଟେ ।
କୁହାଯାଏ ଯେ ଏପରି ମନୁଷ୍ୟର ଅଧିକ ଆୟୁଷ ନଥାଏ । ଆପଣ ଚାହିଁଲେ ଆପଣ ମଧ୍ୟ ଏହି ଉପାୟ ଗୁଡ଼ିକୁ ପ୍ରୟୋଗ କରି ନିଜର କିମ୍ବା ଅନ୍ୟ କାହାର ଆୟୁଷ ବିଷୟରେ ଜାଣିପାରିବେ । ସମୁଦ୍ର ଶାସ୍ତ୍ର ଅନୁସାରେ କପାଳର ଚାରୋଟି ରେଖା ଯଦି ଗୋଟିଏ ଶୀର୍ଷରୁ ଆଉ ଗୋଟିଏ ଶୀର୍ଷକୁ ଯାଇ କାନ ପାଖକୁ ଯାଇଥାଏ ଏହା ସବୁଠାରୁ ଉତ୍ତମ ଅଟେ । ଯେଉଁ ବ୍ୟକ୍ତିର ମଥାରେ ଏଭଳି ରେଖା ଥାଏ ତାହା ବିଷୟରେ କୁହାଯାଇଛି ଯେ ଏଭଳି ବ୍ୟକ୍ତି ଦୀର୍ଘାୟୁ ହୋଇଥାନ୍ତି ।