ଏହି ଉପାୟକୁ ଆପଣେଇ ଜାଣିପାରିବେ, ଆପଣ କେତେ ବର୍ଷ ଜୀବିତ ରହିବେ ? ଆସନ୍ତୁ ଜାଣିବା…

ଏହି ଉପାୟକୁ ଆପଣେଇ ଜାଣିପାରିବେ, ଆପଣ କେତେ ବର୍ଷ ଜୀବିତ ରହିବେ ? ଆସନ୍ତୁ ଜାଣିବା…

ଶାସ୍ତ୍ରରେ ଏହା ସ୍ପଷ୍ଟ ଭାବରେ ବର୍ଣ୍ଣିତ ଯେ, ଯାହାର ଜନ୍ମ ହୋଇଛି ତାର ମୃତ୍ୟୁ ଦିନେ ନା ଦିନେ ନିଶ୍ଚିତ ! ଏହି ଅଟଳ ସତ୍ୟ ଜାଣି ମଧ୍ୟ ମନୁଷ୍ୟ ମୃତ୍ୟୁକୁ ସର୍ବଦା ଭୟ କରିଥାଏ । ସମସ୍ତ ମନୁଷ୍ୟ ଚାହଁନ୍ତି ଯେ, ସେ ଦୀର୍ଘାୟୁ ହୁଅନ୍ତୁ ଓ ଜୀବନର ଆନନ୍ଦ ଉଠାଇ ପାରନ୍ତୁ କିନ୍ତୁ ସମସ୍ତଙ୍କ ପକ୍ଷେ ଏହା ସମ୍ଭବ ନୁହେଁ । କାରଣ ସମସ୍ତଙ୍କ ଭାଗ୍ୟରେ ଦୀର୍ଘ ଆୟୁ ହେବାର ଯୋଗ ନଥାଏ । ଏମିତିରେ ଯଦି ଆମେ କହିବୁ ଯେ ଏହି ଉପାୟରେ ଆପଣ ଜାଣିପାରିବେ ଯେ ଆପଣ କେତେ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରିବେ; ତେବେ ବୋଧ ହୁଏ ଆପଣ ବିଶ୍ୱାସ କରିବେ ନାହିଁ କିନ୍ତୁ ଏହା ବାସ୍ତବରେ ସତ୍ୟ ଅଟେ ଯେ, ଏପରି କିଛି ଉପାୟ ସାହାଯ୍ୟରେ ଆପଣ ଏହା ଜାଣି ପାରିବେ, ଆପଣ କେତେ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବେ ।

Google

ଅଟଳ ସତ୍ୟ ହେଉଛି ମୃତ୍ୟୁ :

ସମୁଦ୍ର ଶାସ୍ତ୍ର ଅନୁସାରେ କପାଳ ଲିଖନ ଓ ହସ୍ତ ରେଖାରୁ ମଧ୍ୟ ବୟସ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ କରାଯାଇପାରିବ । ଏହା ବ୍ୟତୀତ ଆପଣ ଜାତକ ଦେଖି ଗ୍ରହର ସ୍ଥିତି ଅନୁଧ୍ୟାନ କରି ମଧ୍ୟ ଜାଣି ପାରିବେ ଯେ, ଆପଣ କେତେ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବେ । ଆଜି ଆମେ ଆପଣଙ୍କୁ ଏକ ସରଳ ଉପାୟ ବିଷୟରେ ଜଣାଇବୁ, ଯେଉଁଥିରୁ ଆପଣ ନିଶ୍ଚିତ ଭାବରେ ଏହା ଜାଣିପାରିବେ ଯେ ଆପଣ ଆଉ କେତେ ବର୍ଷ ଜୀବିତ ରହିବେ ।

Google

ଏହି ଜୀବନ ଓ ମରଣ ରାସ୍ତା ମଧ୍ୟରେ ଆମ ମନରେ ଅନେକ ପ୍ରଶ୍ନ ଉଠେ ଯେ ଆମେ କେତେ ବର୍ଷ ବଞ୍ଚିବୁ । ଏହି ପ୍ରଶ୍ନ କେବଳ ଜଣେ ମନୁଷ୍ୟ ମନରେ ଆସିନଥାଏ ବରଂ ସମସ୍ତ ମନୁଷ୍ୟ ମନରେ ଏହି ପ୍ରଶ୍ନ ଉଙ୍କି ମରିଥାଏ ଯେ, ସେ ଆଉ କେତେ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବ । କାରଣ ମୃତ୍ୟୁ କେବେ ବି କାହାକୁ କେତେବେଳେ ଆସିଥାଏ ତାହା କେହି ଜନୀନଥାଏ । ଯେଉଁ ମନୁଷ୍ୟର ଆୟୁଷ ପୂରଣ ହୋଇଯାଏ ମୃତ୍ୟୁ ତା ପାଖକୁ ଚାଲିଆସେ ଏବଂ ସେହି ବ୍ୟକ୍ତି ଏହି ଦୁନିଆକୁ ବିଦାୟ ନେଇ ଚାଲିଯାଏ ।

ସମୁଦ୍ର ଶାସ୍ତ୍ରରେ ବର୍ଣ୍ଣିତ ବୟସ ଆକଳନ କରିବା ଉପାୟ :

Google

ଶାସ୍ତ୍ର ଓ ପୁରାଣ ଅନୁସାରେ କୁହାଯାଇଛି ଯେ, ଯେଉଁ ବ୍ୟକ୍ତି ନିଜ ଶରୀରର ଉଚ୍ଚତା ନିଜ ଆଙ୍ଗୁଳିରେ ମାପିବା ଦ୍ଵାରା ଏହା ୧୦୮ ହୁଏ ଅର୍ଥାତ ଚାରି ହାତ ହୁଏ, ସେହି ବ୍ୟକ୍ତି ବୟସ ମାମଲାରେ ବହୁତ ଭାଗ୍ୟଶାଳୀ ଅଟେ । ଏପରି ବ୍ୟକ୍ତି ଦୀର୍ଘାୟୁ ହୋଇଥାନ୍ତି, ଏହା ବ୍ୟତୀତ ଯେକୌଣସି ବ୍ୟକ୍ତି ନିଜ ଶରୀରର ଉଚ୍ଚତା ଆଙ୍ଗୁଳି ସାହାଯ୍ୟରେ ମାପିବା ଫଳରେ ୯୦ ଆଙ୍ଗୁଳି ହୋଇଥାଏ, ସେହିପରି ବ୍ୟକ୍ତିଙ୍କ ବିଷୟରେ କୁହାଯାଇଛି ଯେ ସେହି ବ୍ୟକ୍ତିମାନେ ମଧ୍ୟମ ଜୀବନ ଅତିବାହିତ କରିବ ଏବଂ ଏହି ନିୟମ ଅନୁସାରେ ଯଦି କୌଣସି ବ୍ୟକ୍ତିର ଶରୀର ୯୦ କିମ୍ବା ତା’ଠାରୁ କମ୍ ଆଙ୍ଗୁଳି ହୋଇଥାଏ, ସେହି ବ୍ୟକ୍ତିର ଆୟୁଷ ଖୁବ୍ କମ ଥାଏ । ଅର୍ଥାତ ସେ ଅଳ୍ପାୟୁ ଅଟେ ।

Google

କୁହାଯାଏ ଯେ ଏପରି ମନୁଷ୍ୟର ଅଧିକ ଆୟୁଷ ନଥାଏ। । ଆପଣ ଚାହିଁଲେ ଆପଣ ମଧ୍ୟ ଏହି ଉପାୟ ଗୁଡ଼ିକୁ ପ୍ରୟୋଗ କରି ନିଜର କିମ୍ବା ଅନ୍ୟ କାହାର ଆୟୁଷ ବିଷୟରେ ଜାଣିପାରିବେ । ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର କପାଳର ଚାରୋଟି ରେଖା ଯଦି ଗୋଟିଏ ଶୀର୍ଷରୁ ଆଉ ଗୋଟିଏ ଶୀର୍ଷକୁ ଯାଇ କାନ ପାଖରେ ମିଳିତ ହୋଇଥାଏ, ସେହିପରି ବ୍ୟକ୍ତିମାନେ ସବୁଠାରୁ ଉତ୍ତମ ବୋଲି ବିବେଚନା କରାଯାଇଥାଏ । ଯେଉଁ ବ୍ୟକ୍ତିର ମଥାରେ ଏଭଳି ରେଖା ଥାଏ ସେହିପରି ବ୍ୟକ୍ତିମାନେ ଦୀର୍ଘାୟୁ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *