ମୋଟ ୭୫ଟି ପରିବାର ରୁହନ୍ତି ଏହି ଗ୍ରାମରେ, ପ୍ରତି ଘରେ ଅଛନ୍ତି ଜଣେ ଜଣେ ‘IAS’ କିମ୍ବା ‘IPS’ ଅଫିସର୍ ! ବହୁତ ବିଶେଷ ଅଟେ ଏହି ଗ୍ରାମ…

ମୋଟ ୭୫ଟି ପରିବାର ରୁହନ୍ତି ଏହି ଗ୍ରାମରେ, ପ୍ରତି ଘରେ ଅଛନ୍ତି ଜଣେ ଜଣେ ‘IAS’ କିମ୍ବା ‘IPS’ ଅଫିସର୍ ! ବହୁତ ବିଶେଷ ଅଟେ ଏହି ଗ୍ରାମ…

ଉତ୍ତର ପ୍ରଦେଶରେ ଏପରି ଏକ ଗ୍ରାମ ଅଛି । ଯେଉଁଠାରେ ଜନ୍ମ ଗ୍ରହଣ କରିଥିବା ଅଧିକାଂଶ ଲୋକ IAS ଅଧିକାରୀ ଅଟନ୍ତି ।ଯାହା ଫଳରେ ଏହି ଗ୍ରାମକୁ ଅଫିସର୍ ଗ୍ରାମ ବୋଲି କୁହାଯାଏ । ଏହି ଗ୍ରାମର ପାଖାପାଖି ପ୍ରତି ଘରେ ଆପଣଙ୍କୁ ଜଣେ ନା ଜଣେ ଅଧିକାରୀ ମିଲିଯିବେ । ଏହି ଗ୍ରାମ ରାଜ୍ୟର ଯୌନପୁର ଜିଲ୍ଲାରେ ଅବସ୍ଥିତ ଏବଂ ଏହାର ନାମ ମାଧୋପଟ୍ଟୀ ଗ୍ରାମ ଅଟେ ।

କୁହାଯାଏ ଯେ ଏହି ଗ୍ରାମରେ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରେ । ତାଙ୍କ ଭବିଷ୍ୟତ ପୂର୍ବରୁ ସ୍ଥିର କରିନିଆଯାଏ ଏବଂ ସେମାନେ ବଡ଼ ହୋଇ ପ୍ରଶାସନିକ ଅଧିକାରୀ ହୁଅନ୍ତି । ସୂଚନା ଅନୁଯାୟୀ ମାଧୋପଟ୍ଟୀ ଗ୍ରାମରେ ୭୫ଟି ଘର ଅଛନ୍ତି ଏବଂ ପ୍ରତି ଘରେ କେହି ନା କେହି ବ୍ୟକ୍ତି IAS ଅଧିକାରୀ ନିଶ୍ଚିତ ଭାବେ ହୁଅନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗ୍ରାମରୁ ୪୭ଟି IAS ଅଧିକାରୀ ହୋଇ ସାରିଲେଣି । ଯାହାକି ଉତ୍ତର ପ୍ରଦେଶ ସମେତ ଅନ୍ୟ ରାଜ୍ୟ ମାନଙ୍କରେ ନିଜ ସେବା ପ୍ରଦାନ କରୁଛନ୍ତି ।

୧୯୧୪ରେ ଏହି ଗ୍ରାମର ପ୍ରଥମ ବ୍ୟକ୍ତି PCS ପାଇଁ ଚୟନ ହୋଇଥିଲେ । ଏହି ବ୍ୟକ୍ତିଙ୍କ ନାମ ଥିଲା ମୁସ୍ତାଫା ହୁସେନ୍ । ଯିଏକି ଜଣାଶୁଣା ସାୟର୍ ବାମିକ ଜୋନ୍ ପୁରୀଙ୍କ ପିତା ଥିଲେ । PCSରେ ଚୟନ ହେବାପରେ ସେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜ ସେବା ଇଂରେଜ ସରକାରଙ୍କୁ ଦେଇଥିଲେ । ସେପଟେ ତାଙ୍କ ପରେ ଇନ୍ଦୁ ପ୍ରକାଶ ସିଂହଙ୍କ ଚୟନ IAS ପାଇଁ ହୋଇଥିଲା । ଯିଏକି ୧୯୫୨ରେ IAS ହୋଇଥିଲେ । ଏମାନଙ୍କ ରେଙ୍କ ୧୩ଥିଲା । ଇନ୍ଦୁ ପ୍ରକାଶ ସିଂହ ଫ୍ରାନ୍ସ ସହିତ ଅନେକଗୁଡ଼ିଏ ଦେଶରେ ଭାରତର ରାଜଦୂତ ମଧ୍ୟ ଥିଲେ ।

ଇନ୍ଦୁ ପ୍ରକାଶଙ୍କ ଚୟନ ପରଠାରୁ ଏହି ଗ୍ରାମର ଲୋକଙ୍କ IAS-PSC ଅଧିକାରୀ ହେବା ଯାତ୍ରା ଆରମ୍ଭ ହୋଇଥିଲା । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିପାରେ ଯେ ଇନ୍ଦୁ ପ୍ରକାଶଙ୍କ ପରେ ଗ୍ରାମର ଚାରୋଟି ଯାକ ଭାଇ IAS ହୋଇ ରେକର୍ଡ ସ୍ଥାପନ କରିଥିଲେ ।

ଏହି ଗ୍ରାମ ସହ ସମ୍ପର୍କ ରଖୁଥିବା ବିନୟ ସିଂହ ବିହାରର ପ୍ରମୁଖ ସଚିବ ମଧ୍ୟ ଥିଲେ । ସେ ୧୯୫୫ରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେପଟେ ୧୯୬୪ରେ ତାଙ୍କର ଦୁଇଟି ଭାଇ ଛତ୍ରପାଳ ସିଂହ ଓ ଅଜୟ ସିଂହ ମଧ୍ୟ ଏହି ପରୀକ୍ଷା ଦେଇଥିଲେ ଏବଂ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏଥିସହ ଏ ଦୁଇଜଣ ଭାଇ IAS ପାଇଁ ବଛା ଯାଇଥିଲେ ।

ମହିଳାମାନେ ମଧ୍ୟ ଅଛନ୍ତି ଆଗରେ

ଏହି ଗ୍ରାମର ମହିଳାମାନେ ମଧ୍ୟ କାହାଠାରୁ କମ୍ ନୁହଁନ୍ତି । ୧୯୮୦ରେ ଏହି ଗ୍ରାମ ସହିତ ଜଡ଼ିତ ଉଷା ସିଂହ IPS ଅଧିକାରୀ ହୋଇଥିବା ପ୍ରଥମ ମହିଳା ଅଟନ୍ତି । ଏହାବ୍ୟତୀତ କୁବର୍ ଚନ୍ଦ୍ରମୋଲ୍ ସିଂହ ୧୯୮୩ରେ, ତାଙ୍କ ସ୍ତ୍ରୀ ଇନ୍ଦୁ ସିଂହ ୧୯୮୩ରେ, ଅମିତାଭ ୧୯୯୪ରେ IPS ହୋଇଥିଲେ ।

ଏହି ଗ୍ରାମର ଶିଶୁମାନେ ଅନୁସବୁ କ୍ଷେତ୍ର ସହ ମଧ୍ୟ ଜଡ଼ିତ । ଅମିତ ପାଣ୍ଡେ କେବଳ ୨୨ ବର୍ଷର ଅଟନ୍ତି ଏବଂ ସେ ଅନେକଗୁଡ଼ିଏ ପୁସ୍ତକ ପ୍ରକାଶିତ କରିଛନ୍ତି । ଏହି ଗ୍ରାମର ଅନ୍ମଜେୟ ସିଂହ ବିଶ୍ୱ ବ୍ୟାଙ୍କ ମନୀଲାରେ ଅଛନ୍ତି । ଡାକ୍ତର୍ ନିରୁ ସିଂହ ଏବଂ ଲାଳେନ୍ଦ୍ର ପ୍ରତାପ୍ ସିଂହ ବୈଜ୍ଞାନିକ ରୂପେ ଭାଭା ଇନଷ୍ଟିଚ୍ୟୁଟରେ ଅଛନ୍ତି । ଜ୍ଞାନୁ ମିଶ୍ରା ରାଷ୍ଟ୍ରୀୟ ଅନ୍ତରୀକ୍ଷ ସଂସ୍ଥାନ, ଇସ୍ରୋରେ ସେବା ଯୋଗାଉଛନ୍ତି ।

ଏହି କାରଣରୁ ହୁଅନ୍ତି ଅଧିକାରୀ

ଅଫିସର୍ ଗ୍ରାମ ନାମରେ ପ୍ରସିଦ୍ଧ ଏହି ଗ୍ରାମର ଲୋକମାନେ କେବଳ ଅଧିକାରୀ ହେବା ସ୍ବପ୍ନ ଦେଖନ୍ତି । ମାଧୋପଟ୍ଟୀର ଡାକ୍ତର ସଂଯଲ ସିଂହଙ୍କ ଅନୁସାରେ “ବ୍ରିଟିଶ ଶାସନ କାଳରେ ମୁତର୍ଜା ହୁସେନ୍ କମିଶନର ହେବାପରେ ଗ୍ରାମର ଯୁବକ ମାନଙ୍କୁ ପ୍ରେରଣାସ୍ରୋତ ମିଳିଗଲା । ସେ ଗ୍ରାମରେ ଯେଉଁ ଶିକ୍ଷା ଆରମ୍ଭ କରିଥିଲେ, ତାହା ବର୍ତ୍ତମାନ ଆଜି ସାରା ଦେଶରେ ନଜର ଆସନ୍ତି ।” ସଜଲ୍ ସିଂହଙ୍କ ଅନୁସାରେ ଆମ ଗ୍ରାମରେ ଶିକ୍ଷା ବହୁତ ଭଲ ଅଟେ । ଏଠାରେ ପ୍ରତି ଘରେ ଘରେ ଏକରୁ ଅଧିକ ଲୋକ ଗ୍ରେଜୁଏଟ୍ ଅଟନ୍ତି । ମହିଳାମାନେ ମଧ୍ୟ ପଛରେ ନାହାଁନ୍ତି । ଗ୍ରାମର ଅଧିକାଂଶ ସାକ୍ଷରତା ହାର ୯୫% ଅଟେ, ଯେବେକି ୟୁପିର ସାକ୍ଷରତା ହାର ୬୯.୭୨% ଅଟେ ।

Leave a Reply

Your email address will not be published. Required fields are marked *