ସୌରବ ଗାଙ୍ଗୁଲିଙ୍କ ଜନ୍ମଦିନରେ ଭାଇରାଲ ହୋଇଛି ସୋଏବ ଅଖ୍ତରଙ୍କ ଏହି ଭିଡ଼ିଓ । କହିଛନ୍ତି- ଯେଉଁ ବ୍ୟକ୍ତିଙ୍କ ଠାରୁ ତାଙ୍କ ପତ୍ନୀ ଖୁସି ନାହାଁନ୍ତି, ତାଙ୍କୁ…..

ସୌରବ ଗାଙ୍ଗୁଲିଙ୍କ ଜନ୍ମଦିନରେ ଭାଇରାଲ ହୋଇଛି ସୋଏବ ଅଖ୍ତରଙ୍କ ଏହି ଭିଡ଼ିଓ । କହିଛନ୍ତି- ଯେଉଁ ବ୍ୟକ୍ତିଙ୍କ ଠାରୁ ତାଙ୍କ ପତ୍ନୀ ଖୁସି ନାହାଁନ୍ତି, ତାଙ୍କୁ…..

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ବିସିସିଆଈର ଅଧ୍ୟକ୍ଷ ସୌରବ ଗାଙ୍ଗୁଲି ନିଜର ୪୮ ତମ ଜନ୍ମଦିନ ପାଳନ କରିଛନ୍ତି । ସୋସିଆଲ ମିଡ଼ିଆରେ “ଦାଦା”ଙ୍କ ହଜାର ହଜାର ସଂଖ୍ୟକ ପ୍ରଶଂସକ ମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ସେହି ଦିନ ସୌରବ ଗାଙ୍ଗୁଲିଙ୍କ ସହ ଜଡ଼ିତ ଅନେକ କାହାଣୀ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସୌରବ ଗାଙ୍ଗୁଲି “ଦାଦାଗିରି” ସ୍ପଷ୍ଟ ନଜର ଦେଖିବାକୁ ମିଳିଥିଲା । କିନ୍ତୁ ଗାଙ୍ଗୁଲିଙ୍କ ଜନ୍ମଦିନ ଅବସରରେ ପାକିସ୍ତାନର ପୂର୍ବତନ କ୍ଷିପ୍ର ବୋଲର ସୋଏବ ଅଖ୍ତରଙ୍କ ଗୋଟିଏ ଭିଡ଼ିଓ ପ୍ରବଳ ମାତ୍ରାରେ ଭାଇରାଲ ହେବାର ନଜର ଆସିଛି । ଏହି ଭିଡ଼ିଓରେ ସୋଏବ କହିବା ନଜରରେ ଆସିଥିଲେ କି, ଯେଉଁ ବ୍ୟକ୍ତିଙ୍କ ପାଇଁ ତାଙ୍କ ପତ୍ନୀ ଖୁସି ନାହାଁନ୍ତି, ତାଙ୍କୁ ଭାରତ କିପରି ପସନ୍ଦ କରିବ ? କିନ୍ତୁ ଏହି ଭିଡିଓରୁ ସୌରବ ଗାଙ୍ଗୁଲିଙ୍କୁ କଣ ସମ୍ପର୍କ ଅଟେ । ଆସନ୍ତୁ ଆପଣଙ୍କୁ କହିବୁ ।

google

ବାସ୍ତବରେ ସୋସିଆଲ ମିଡିଆରେ ସୋଏବ ଅଖ୍ତରଙ୍କ ଏକ ବର୍ଷ ପୁରୁଣା ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ସୋଏବ ଅଖ୍ତରଙ୍କ ସାକ୍ଷାତକାରର ଏକ ଛୋଟିଆ ଅଂଶ ଅଟେ । ଯେଉଁଥିରେ ସେ ସୌରବ ଗାଙ୍ଗୁଲିଙ୍କୁ ପ୍ରଶଂସା କରୁଛନ୍ତି । ଏହି ସମୟରେ ସୋଏବ ଅଖ୍ତର ସୌରବ ଗାଙ୍ଗୁଲିଙ୍କୁ ଭାରତର ସବୁଠାରୁ ସିଂହ ହୃଦୟ ବିଶିଷ୍ଟ ଅଧିନାୟକ ବୋଲି କହିଥିଲେ । ସୋଏବ ଅଖ୍ତର କହିଥିଲେ କି, “ସୌରବ ଗାଙ୍ଗୁଲି ଭାରତୀୟ ଦଳକୁ ପ୍ରସ୍ତୁତ କରିଛନ୍ତି । ଯେତେବେଳେ ଆମେ ୯୦ ଦଶକରେ ଖେଳୁଥିଲୁ, ସେତେବେଳେ ପାକିସ୍ତାନ ଦଳ ଭାରତକୁ ପରାସ୍ତ କରି-କରି ଥକି ଯାଇଥିଲା କିନ୍ତୁ ଏହା ପରେ ଗାଙ୍ଗୁଲି ଅଧିନାୟକ ହୋଇଥିଲେ । ତେଣୁ ଭାରତୀୟ ଦଳ ଗୋଟିଏ ନିଆଁରେ ପରିଣତ ହୋଇଯାଇଥିଲା । ଗାଙ୍ଗୁଲି ଭାରତୀୟ ଦଳର ପ୍ରତିରକ୍ଷା ଅଧିନାୟକ ଅଟନ୍ତି । ଯେଉଁ ଲୋକମାନେ ଏହିପରି ଭାବୁଛନ୍ତି । ତାହା ଠିକ୍ ନୁହେଁ ।”

google

ଏହାପରେ ଆଗକୁ ସୋଏବ ଅଖ୍ତର କହିଥିଲେ କି, “ଗାଙ୍ଗୁଲି ସମ୍ପୁର୍ଣ୍ଣ ଦଳ ପ୍ରସ୍ତୁତ କରି ଦେଇଛନ୍ତି ।” ଏହାପରେ ସେ ସିରିଜ୍ ଜିତିବାର ଆରମ୍ଭ କରିଥିଲେ । କିନ୍ତୁ ପୁଣି ବିସିସିଆଈ ଏପରି ଜଣେ ଅଜବ ବ୍ୟକ୍ତି… ଗ୍ରେଗ ଚୈପଲ… ତାଙ୍କ ପତ୍ନୀ ତାଙ୍କ ଠାରୁ ଖୁସି ନୁହଁନ୍ତି, ତେବେ ଭାରତ କିପରି ଖୁସି ହେବ । ତାଙ୍କର କହିବା ଅନୁସାରେ ଗାଙ୍ଗୁଲିଙ୍କୁ ଦଳରୁ ବାହାର କରିଦିଆଯାଇଥିଲା । କିନ୍ତୁ ଗାଙ୍ଗୁଲି ଦେଶର ସେବା କରିଛନ୍ତି । ଅନେକ ଲୋକମାନେ ଏହି କଥା ମଧ୍ୟ କହିଥିଲେ କି,ସୌରବ ଗାଙ୍ଗୁଲି ମୋତେ ଡରୁଥିଲେ କିନ୍ତୁ ଏହା ସତ୍ୟ ନୁହେଁ । ସେ ପୁଲ ଶଟ୍ ଖେଳି ପାରନ୍ତି ନାହିଁ କିନ୍ତୁ ସେ ମୋତେ ଡରୁ ନଥିଲେ । ଗାଙ୍ଗୁଲି ଭାରତୀୟ ଦଳର ଜଣେ ବଡ଼ ଅଧିନାୟକ ଅଟନ୍ତି । ସେ ଧୋନୀଙ୍କୁ ଭାରତୀୟ ଦଳକୁ ଦେଇଥିଲେ ।

କହିରଖୁଛୁ କି, ସୌରବ ଗାଙ୍ଗୁଲି ଭାରତୀୟ ଦଳକୁ ସମ୍ପୁର୍ଣ୍ଣ ଭାବେ ବଦଳେଇ ଦେଇଥିଲେ । ତାଙ୍କ ହେତୁ ଭାରତୀୟ ଦଳ ସଫଳତା ଆଡ଼କୁ ଅଗ୍ରସର ହେବାରେ ଆରମ୍ଭ କରିଥିଲା । ସେ ତାଙ୍କର କ୍ୟାରିୟରରେ ଭାରତ ପାଇଁ ୧୧୩ ଗୋଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୭୨୧୨ ରନ୍ ସଂଗ୍ରହ କରିପାରିଛନ୍ତି । ଗାଙ୍ଗୁଲି ୧୬ ଗୋଟି ଟେଷ୍ଟ ଶତକ ମଧ୍ୟ ମାରିଛନ୍ତି । ଦିନିକିଆରେ ଗାଙ୍ଗୁଲି ୩୧୧ ଗୋଟି ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୧୧,୩୬୩ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟରେ ସେ ୨୨ ଗୋଟି ଶତକ ମାରିଛନ୍ତି । ଏତିକି ହିଁ ନୁହଁ, ଦିନିକିଆ ମ୍ୟାଚରେ ଗାଙ୍ଗୁଲି ୧୦୦ ଏବଂ ଟେଷ୍ଟ ମ୍ୟାଚରେ ୩୨ ଗୋଟି ୱକେଟ୍ ନେଇଛନ୍ତି ।

Leave a Reply

Your email address will not be published. Required fields are marked *