କାଜଲଙ୍କ ସାମ୍ନାକୁ ଆସିଲା ଯେତେବେଳେ ଅଜୟ ଦେବଗନଙ୍କର ଏହି ସତ୍ୟତା ! ସେତେବେଳେ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଇ କହିଲେ…

କାଜଲଙ୍କ ସାମ୍ନାକୁ ଆସିଲା ଯେତେବେଳେ ଅଜୟ ଦେବଗନଙ୍କର ଏହି ସତ୍ୟତା ! ସେତେବେଳେ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଇ କହିଲେ…

ଆମର ବଲିଉଡ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଏଭଳି ଅନେକ କଳାକାର ଦମ୍ପତି ଅଛନ୍ତି, ଯେଉଁମାନେ ଅତ୍ୟନ୍ତ ପ୍ରସିଦ୍ଧ ଅଟନ୍ତି ଏବଂ ଏହି ଦମ୍ପତିମାନେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ସେମାନଙ୍କ ମଧ୍ୟରୁ ଗୋଟିଏ ଅଜୟ ଦେବଗନ୍ ଏବଂ କାଜଲଙ୍କର ଯୋଡି ଅଟେ । ଏମାନେ ଦୁହେଁ ପରସ୍ପର ପାଇଁ ପରିପୂର୍ଣ୍ଣ ଜୀବନସାଥୀ ଭାବରେ ପ୍ରମାଣିତ ହୋଇଛନ୍ତି । ଏମାନଙ୍କ ଯୋଡିକୁ ପ୍ରଶଂସକ ମାନେ ବହୁତ ପସନ୍ଦ କରିଥାନ୍ତି । ବର୍ତ୍ତମାନର ସମୟରେ ଏମାନେ ଦୁହେଁ ଅତ୍ୟନ୍ତ ଖୁସିମୟ ବୈବାହିକ ଜୀବନ ଅତିବାହିତ କରୁଛନ୍ତି ।

ଏଥିସହିତ ଅଜୟ ଦେବଗନଙ୍କର ପତ୍ନୀ କାଜଲ ନିଜର ଏକ ସାକ୍ଷାତକାରରେ କହିଥିଲେ ଯେ, ଯଦି ତାଙ୍କୁ ତାଙ୍କ ସ୍ଵାମୀ ଅଜୟ ଦେବଗନଙ୍କ ବିଷୟରେ ପୂର୍ବରୁ ଏହି କଥା ଜଣାଥାନ୍ତା, ତେବେ ସେ ତାଙ୍କୁ କେବେ ମଧ୍ୟ ବିବାହ କରିନଥାନ୍ତେ ଏବଂ ତାଙ୍କୁ ବିବାହ ପାଇଁ ସଫା ସଫା ମନା କରିଦେଇଥାନ୍ତେ । କହିରଖୁଛୁ ଯେ, କାଜଲ ଏହି କଥା ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି ଏବଂ ତାଙ୍କର ଏହି ସାକ୍ଷାତକାର ବର୍ତ୍ତମାନ ସମୟରେ ବହୁ ମାତ୍ରାରେ ଭାଇରାଲ୍ ହେଉଅଛି । ତେବେ ଆସନ୍ତୁ ଜାଣିବା କାଜଲ୍ ନିଜ ସ୍ୱାମୀଙ୍କର କେଉଁ କଥାକୁ ବିବାହ ପୂର୍ବରୁ ଜାଣିନଥିଲେ ଆଉ ଯଦି ତାଙ୍କୁ ଏହି କଥା ଜଣାଥାନ୍ତା, ତେବେ ଆଜି କାଜଲ୍ ଅଜୟ ଦେବଗନଙ୍କର ପତ୍ନୀ ହୋଇନଥାନ୍ତେ ।

କହିରଖୁଛୁ ଯେ, ନିକଟରେ ବଲିଉଡ ଅଭିନେତ୍ରୀ କାଜଲ୍ ଏକ ନ୍ୟୁଜ୍ ଚ୍ୟାନେଲର ସାକ୍ଷାତକାରରେ ନିଜର ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ ରହସ୍ୟର ଖୋଲାସା କରିଛନ୍ତି । ଏବଂ ନିଜର ଏହି ସାକ୍ଷାତକାରରେ କାଜଲ୍ ନିଜ ସ୍ୱାମୀ ଅଜୟ ଦେବଗନଙ୍କ ଠାରୁ ଆରମ୍ଭ କରି ନିଜ ଆଈଙ୍କ ବିଷୟରେ ଅନେକ କଥା କହିଛନ୍ତି । କାଜଲଙ୍କୁ ଏହି ସାକ୍ଷାତକାରରେ ତାଙ୍କ ପ୍ରିୟ ରଙ୍ଗ ବିଷୟରେ ମଧ୍ୟ ପ୍ରଶ୍ନ କରାଯାଇଥିଲା, ଏହାର ଉତ୍ତରରେ ତାଙ୍କୁ ଧଳା ରଙ୍ଗ ବହୁତ ଭଲ ଲାଗେ ବୋଲି ସେ କହିଥିଲେ ।

ଏଥିସହିତ ଏହି ସାକ୍ଷାତକାରରେ କାଜଲଙ୍କୁ ପ୍ରଶ୍ନ କରାଯାଇଥିଲା କି ଭଲ ଅଭିନେତ୍ରୀ ହୋଇଥାନ୍ତି ନା ଜନ୍ମ ହୋଇଥାନ୍ତି । ଏହି ପ୍ରଶ୍ନର ଉତ୍ତରରେ କାଜଲ୍ କହିଥିଲେ ଯେ, କିଛି ଜନ୍ମ ହୋଇଥାନ୍ତି ଆଉ କିଛି ନିଜର କଠିନ ପରିଶ୍ରମ ଏବଂ ଟ୍ୟାଲେଣ୍ଟ ବଳରେ ହୋଇଥାନ୍ତି । କହିରଖୁଛୁ ଯେ, ଏହି ସାକ୍ଷାତକାରରେ ଯେତେବେଳେ କାଜଲଙ୍କୁ ପ୍ରଶ୍ନ କରାଯାଇଥିଲା କି ଅଜୟ ଦେବଗନଙ୍କ ଭଳି ସେ ମଧ୍ୟ କେଉଁଠାରୁ ଅଭିନୟର ଶିକ୍ଷା ନେଇଛନ୍ତି କି ? ସେତେବେଳେ ଏହି ପ୍ରଶ୍ନ ଉପରେ କାଜଲ୍ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ କାରଣ କାଜଲଙ୍କୁ ଏ ବିଷୟରେ ପୂର୍ବରୁ ଜଣାନଥିଲା କି ଅଜୟ ଦେବଗନ୍ ଅଭିନୟର ଶିକ୍ଷା ନେଇଛନ୍ତି । ଏବଂ ଯେତେବେଳେ ଗଣମାଧ୍ୟମ ମାଧ୍ୟମରେ ତାଙ୍କୁ ଏ ବିଷୟରେ ଜଣା ପଡିଥିଲା ସେତେବେଳେ କାଜଲ୍ ହସି ହସି କହିଥିଲେ କି ତାଙ୍କୁ ଯଦି ଏହି କଥା ପୂର୍ବରୁ ଜଣାଥାନ୍ତା, ତେବେ ସେ ଅଜୟଙ୍କୁ ବିବାହ କରିନଥାନ୍ତେ ।

ଏଥିସହିତ କାଜଲ୍ ଆଗକୁ ଏ ବିଷୟରେ ଆଲୋଚନା କରି କହିଛନ୍ତି ଯେ, ଅଜୟ ଏବଂ ସେ ପରସ୍ପର ଠାରୁ ଅଭିନୟ କ୍ଷେତ୍ରରେ ବହୁତ ଅଲଗା ଅଟନ୍ତି ଏବଂ ସେ କହିଥିଲେ ଯେ, ଅଜୟ ଅଭିନେତା ହେବା ପାଇଁ କେବେ ମଧ୍ୟ ଚାହୁଁନଥିଲେ ବରଂ ସେ ଜଣେ ନିର୍ଦ୍ଦେଶକ ହେବା ପାଇଁ ଚାହୁଁଥିଲେ । କିନ୍ତୁ ଭାଗ୍ୟ ତାଙ୍କୁ ଜଣେ ଅଭିନେତା କରିଦେଲା ଏବଂ ତାଙ୍କୁ ଅଭିନୟ ବିଷୟରେ ବହୁତ କଥା ମଧ୍ୟ ଜଣାଅଛି । ସେ ଅଭିନୟର ପ୍ରତ୍ୟେକ କୋଣରୁ ଶିକ୍ଷା ନେଇଥାନ୍ତି । କାଜଲ୍ ଏହି ମାମଲାରେ ଅଜୟଙ୍କ ଠାରୁ ବହୁତ ପଛରେ ଅଛନ୍ତି ଏବଂ ସେ ଯେତେବେଳେ ଅଭିନୟ କରନ୍ତି, ବିନା କୌଣସି ନିୟମରେ ସମ୍ପୂର୍ଣ୍ଣ ଫ୍ରି’ ହୋଇ ଅଭିନୟ କରିଥାନ୍ତି ।

ଆଗକୁ କାଜଲଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ସେ ଅଜୟଙ୍କ ସହ କେତୋଟି ଚଳଚ୍ଚିତ୍ରରେ କାମ କରିଛନ୍ତି । ସେତେବେଳେ ଏହି ପ୍ରଶ୍ନର ଉତ୍ତରରେ କାଜଲ୍ କହିଥିଲେ ଯେ, ତାଙ୍କୁ ସଠିକ୍ ଭାବରେ ମନେ ନାହିଁ ତଥାପି ୬ ରୁ ୭ଟି ଚଳଚ୍ଚିତ୍ରରେ ସେମାନେ ଏକାଠି କାମ କରିଛନ୍ତି । ଏହା ବ୍ୟତୀତ କାଜଲ୍ ତାଙ୍କ ସାକ୍ଷାତକାରରେ ଆହୁରିମଧ୍ୟ କହିଛନ୍ତି ଯେ, ତାଙ୍କ ପିଲାଙ୍କୁ ତାଙ୍କର କୌଣସି ଚଳଚ୍ଚିତ୍ର ଭଲ ଲାଗେ ନାହିଁ କାରଣ ପ୍ରତ୍ୟେକ ଚଳଚ୍ଚିତ୍ରରେ ସେ କାନ୍ଦୁଥିବାର ଏବଂ ଭାବବିହ୍ଵଳିତ ହେଉଥିବାର ଦେଖା ଯାଇଥାନ୍ତି ଏବଂ ଏହି ଜିନିଷକୁ ତାଙ୍କ ପିଲାମାନେ ଆଦୌ ପସନ୍ଦ କରନ୍ତି ନାହିଁ ।

କହିରଖୁଛୁ ଯେ, ଏହି ସାକ୍ଷାତକାରରେ କାଜଲ୍ ଅତ୍ୟନ୍ତ ଆକର୍ଷଣୀୟ କଥା କହିଛନ୍ତି । ସେ କହିଛନ୍ତି ଯେ, ପିଲାଦିନେ ତାଙ୍କ ପିତା ତାଙ୍କର ନାମ ମର୍ସିଡିଜ୍ ରଖିବାକୁ ଚାହୁଁଥିଲେ ଏବଂ ଯଦି ତାଙ୍କ ପିତା ତାଙ୍କର ଏହି ନାମ ରଖି ଦେଇଥାନ୍ତେ, ତେବେ ଆଜିର ସମୟରେ କାଜଲ୍, କାଜଲ୍ ନୁହେଁ ବରଂ ମର୍ସିଡିଜ୍ ନାମରେ ଜଣା ଯାଇଥାନ୍ତେ ।

Leave a Reply

Your email address will not be published. Required fields are marked *