ଆଜିଠାରୁ ଏପ୍ରିଲ ୨୨ ଯାଏଁ କୁମ୍ଭରାଶି ବ୍ୟକ୍ତିମାନଙ୍କ ନିମନ୍ତେ ଅତ୍ୟନ୍ତ ଶୁଭଦାୟକ ରହିବ । ବଦଳି ଯିବ ଭାଗ୍ୟ…

ଆଜିଠାରୁ ଏପ୍ରିଲ ୨୨ ଯାଏଁ କୁମ୍ଭରାଶି ବ୍ୟକ୍ତିମାନଙ୍କ ନିମନ୍ତେ ଅତ୍ୟନ୍ତ ଶୁଭଦାୟକ ରହିବ । ବଦଳି ଯିବ ଭାଗ୍ୟ…

ଗ୍ରହ ନକ୍ଷେତ୍ରମାନଙ୍କ ଗତିବିଧି ନିରନ୍ତର ବଦଳିଥାଏ । ସେହି ଅନୁସାରେ ବ୍ୟକ୍ତିଙ୍କ ଜୀବନ ଉପରେ ମଧ୍ୟ ପ୍ରଭାବ ପଡିଥାଏ । ଆଜିର ଏହି ଅନୁଛେଦରେ ଆମେ ଆପଣଙ୍କୁ କୁମ୍ଭ ରାଶିର ବ୍ୟକ୍ତିଙ୍କ ବିଷୟରେ ସମ୍ୟକ ତଥ୍ୟ ପ୍ରଦନ କରିବୁ ଅର୍ଥାତ ଗ୍ରହ ନକ୍ଷେତ୍ରର ଗତିବିଧିରେ ପରିବର୍ତ୍ତନ ଯୋଗୁଁ କୁମ୍ଭ ରାଶିର ବ୍ୟକ୍ତିମାନେ ଆଜି ଠାରୁ ୨୨ ଏପ୍ରିଲ ପର୍ଯ୍ୟନ୍ତ ସୌଭାଗ୍ୟମୟ ଜୀବନ ଅତିବାହିତ କରିବେ । ବୃହସ୍ପତିର ଚଳନ କୁମ୍ଭରାଶି ପାଇଁ ଠିକ ରହି ନାହିଁ କିନ୍ତୁ ଅନ୍ୟ ଗ୍ରହମାନଙ୍କ ସପୋର୍ଟ ଆପଣଙ୍କ ପାଇଁ ଆଶାଠାରୁ ଅଧିକ ଖୁସି ଆଣି ଆସୁଅଛି ।

କେଉଁ ଗ୍ରହମାନଙ୍କ କାରଣରୁ ଆପଣଙ୍କ ପାଇଁ ଶୁଭ ସମୟ ଆସିବାକୁ ଯାଉଛି ଏବଂ କେଉଁ ଗ୍ରହମାନଙ୍କ କାରଣରୁ ଆପଣଙ୍କ ପାଇଁ ଅସୁବିଧା ଆସିପାରେ ଆସନ୍ତୁ ଜାଣିବା ।

କୁମ୍ଭ ରାଶି, ରାଶିଚକ୍ରର ୧୧ତମ ରାଶି ଅଟେ । କୁମ୍ଭ ରାଶିର ସ୍ଵାମୀ ଶନିଦେବ ଅଟନ୍ତି ଏବଂ ଯିଏକି ଏହି ସପ୍ତାହରେ ଧନୁ ରାଶିରେ ଅବସ୍ଥାନ କରିଛନ୍ତି । ତେଣୁ ସାମୟିକ ବାଧାବିଘ୍ନ ମଧ୍ୟ ଦେଇ ଗତି କଲେ ମଧ୍ୟ କାର୍ଯ୍ୟରେ ସଫଳତା ନିଶ୍ଚୟ ପାଇବେ । ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ଆପଣଙ୍କ ପାଇଁ ଭଲ ସ୍ଥିତିରେ ଯେଉଁ ଗ୍ରହ ରହିଅଛି, ତାହା ହେଉଛି ଆପଣଙ୍କ କ୍ୟାରିଅରର ସ୍ୱାମୀ ମଙ୍ଗଳ ଗ୍ରହ । ଏହା ସହିତ ଶୁକ୍ରର ସ୍ଥିତି ମଧ୍ୟ ଆପଣଙ୍କ ପାଇଁ ଭଲ ପରିଣାମ ଆଣି ଆସୁଅଛି । ମଙ୍ଗଳ ଏବଂ ଶୁକ୍ର ଦୁଇଟି ଏପରି ଗ୍ରହ ଅଟନ୍ତି ଯିଏ ଆପଣଙ୍କ ପାଇଁ ଅତ୍ୟନ୍ତ ସହଯୋଗୀ ଅଟନ୍ତି ଏବଂ ଏହି ଦୁଇଟି ଗ୍ରହର ସଠିକ ଅବସ୍ଥାନ ଆପଣଙ୍କ ପାଇଁ ୨୨ ଏପ୍ରିଲ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥଳରେ ଭଲ ପରିଣାମ ପାଇବାର ସମ୍ଭାବନା ରହିଛି ।

ତେଣୁ ୨୨ ଏପ୍ରିଲ ଯାଏଁ ଆପଣଙ୍କ ପାଇଁ ପ୍ରଫେସନାଲ କ୍ଷେତ୍ରରେ ଅନେକ ଲାଭଦାୟୀ ସାବ୍ୟସ୍ତ ହେବ । ଆପଣଙ୍କ ପ୍ରଫେସନାଲ ଲାଇଫରେ ଅନେକ ଉନ୍ନତି ଆସିବ । ଆପଣ ଯଦି ଚାକିରୀ କିମ୍ବା କୌଣସି କର୍ମସଂସ୍ଥାନରେ ନିଯୁକ୍ତି ହେବାକୁ ଚାହୁଛନ୍ତି, ତେବେ ଆପଣ ୨୨ ଏପ୍ରିଲ ପୂର୍ବରୁ ହିଁ କୌଣସି ନା କୌଣସି କ୍ଷେତ୍ରରେ ନିଯୁକ୍ତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦି ଆପଣ ଚାକିରୀରେ ଅଛନ୍ତି, ତେବେ ଆପଣଙ୍କ ଚାକିରୀରେ ପଦୋନ୍ନତିର ସମ୍ଭାବନା ରହିଛି । ଅଫିସରେ ଉଚ୍ଚାଧିକାରୀ ଅପଣଙ୍କ ଉପରେ ଅତ୍ୟନ୍ତ ଖୁସି ରହିବେ । ଯଦି ଆପଣ ବ୍ୟବସାୟ କରୁଛନ୍ତି; ତେବେ ଆପଣ ନିଜ ଆୟକୁ ନେଇ ସନ୍ତୁଷ୍ଟ ରହିବେ । ଆର୍ଥିକ ସ୍ଥିତି ବିଷୟରେ କହିଲେ ଆପଣଙ୍କୁ କୌଣସି ବଡ଼ ଖର୍ଚ୍ଚ କରିବାକୁ ପଡିପାରେ । ଯାହା ଖର୍ଚ୍ଚ ହେବ ତାହାର ଯୋଗାଡ଼ କରିବାରେ କୌଣସି ଅସୁବିଧା ହେବ ନାହିଁ ।

ଯଦି ବ୍ୟକ୍ତିଗତ ଜୀବନରେ କଥାହେବା; ତେବେ ଆପଣଙ୍କ ବ୍ୟକ୍ତିଗତ ଏବଂ ପାରିବାରିକ ଜୀବନରେ ସୁଖମୟ ରହିବ, ପରିବାର ସଦସ୍ୟଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଅତୁଟ ରହିବ । ଆପଣଙ୍କ କାର୍ଯ୍ୟ ନିଜ ପରିଜନମାନେ ସହଯୋଗ କରିବେ । ଆପଣଙ୍କ ସାମାଜିକ ଜୀବନ ମଧ୍ୟ ଭଲ ରହିବ । ବନ୍ଧୁ ଏବଂ ମିତ୍ରମାନଙ୍କ ସହଯୋଗ ମିଳିବ ।

କିନ୍ତୁ କେତେକ ସ୍ଥଳରେ ପୂର୍ବର କଥାକୁ ଦୋହରାଇ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ତିକ୍ତତା ଆସିପାରେ, ତେବେ ସାବଧାନ ରୁହନ୍ତୁ । ବୈବାହିକ ଜୀବନରେ ପରସ୍ପରକୁ ସାହାଯ୍ୟ ସହଯୋଗ କରିବେ ତଥାପି ଛୋଟ ଛୋଟ କଥାରେ ମତଭେଦ ଦେଖାଦେଇପାରେ । ଆପଣଙ୍କୁ ଆପଣଙ୍କ ସ୍ୱାସ୍ଥ୍ୟକୁ ନେଇ ମଧ୍ୟ ସତର୍କ ରହିବାର ଅଛି । ଆପଣ ଏହି ସପ୍ତାହଟି ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ରଖନ୍ତୁ ।

Leave a Reply

Your email address will not be published. Required fields are marked *