ଏହି ସୁପରହିଟ୍ ଅଭିନେତ୍ରୀଙ୍କର ହୋଇଥିଲା ଖୁବ୍ ଯନ୍ତ୍ରଣାଦାୟକ ମୃତ୍ୟୁ ! ଶରୀରରେ ପଡ଼ି ଯାଇଥିଲା ପୋକ…

ଏହି ସୁପରହିଟ୍ ଅଭିନେତ୍ରୀଙ୍କର ହୋଇଥିଲା ଖୁବ୍ ଯନ୍ତ୍ରଣାଦାୟକ ମୃତ୍ୟୁ ! ଶରୀରରେ ପଡ଼ି ଯାଇଥିଲା ପୋକ…

ଫିଲ୍ମି ଦୁନିଆ ଦୂରରୁ ଯେତିକି ସୁନ୍ଦର ଏବଂ ଚମତ୍କାର ଲାଗିଥାଏ, ପାଖରୁ ଦେଖିଲେ ଏହା ଅନେକଥର ଖୁବ୍ ଯନ୍ତ୍ରଣାଦାୟକ ମଧ୍ୟ ହୋଇଥାଏ । ଫିଲ୍ମ ଦୁନିଆରେ ଏପରି ଅନେକ ଷ୍ଟାର୍ ଅଛନ୍ତି ଯେଉଁମାନେ ନିଜ ସମୟରେ ହିଟ୍ ଫିଲ୍ମ ଦେଇ ରାଜତ୍ୱ କରିଥିଲେ । କିନ୍ତୁ ଅନ୍ତିମ ସମୟ ଖୁବ୍ ଯନ୍ତ୍ରଣାଦାୟକ ଥିଲା । ଏହିପରି ଜଣେ ଅଭିନେତ୍ରୀ ହେଉଛନ୍ତି ନିଶା ନୂର ।

ନିଶା ନୂର ନିଜ ସମୟର ହିଟ୍ ଅଭିନେତ୍ରୀ ରହି ଥିଲେ । ନିଜ ସମୟର ସୁନ୍ଦର ଅଭିନେତ୍ରୀ ରହି ସାରିଥିବା ନିଶା ନୂରଙ୍କୁ ଖୁବ୍ ଯନ୍ତ୍ରଣାଦାୟକ ମୃତ୍ୟୁ ଭାଗ୍ୟ ହୋଇଥିଲା । ଯାହା ବିଷୟରେ ଶୁଣିଲେ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ । ଆସନ୍ତୁ ଆଜି ଆମେ ଆପଣଙ୍କୁ ଏହି ଅଭିନେତ୍ରୀଙ୍କ ବିଷୟରେ କହିବୁ ।

ନିଶା ନୂର୍ ୮୦ ଦଶକରେ ସାଉଥ୍ ଇଣ୍ଡିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚିତ ଥିଲେ । କୁହାଯାଇଥାଏ ଯେ ଏହି ସମୟରେ ଭାରତୀୟ ଫିଲ୍ମରେ ‘ନିଶା ନୂର୍’ଙ୍କ ରାଜତ୍ୱ ଚାଲିଥିଲା । ନିଜ ସମୟରେ ନିଶା ଦକ୍ଷିଣ ଭାରତୀୟ ଫିଲ୍ମରେ ସୁପରଷ୍ଟାର୍ କମଲ୍ ହାସନ୍ ଭଳି ଅନେକ ଷ୍ଟାରଙ୍କ ସହିତ ସ୍କ୍ରିନ୍ ସେୟାର୍ କରିଥିଲେ ।

ଏପରି କୁହାଯାଇଥାଏ ଯେ ଫିଲ୍ମି ଦୁନିଆରେ ‘ନିଶା ନୂର୍’ ଅଧିକ ଦିନ ପର୍ଯ୍ୟନ୍ତ ସକ୍ରିୟ ନଥିଲେ । ଦକ୍ଷିଣ ଭାରତୀୟ ଫିଲ୍ମରେ କିଛି ବର୍ଷ ପର୍ଯ୍ୟନ୍ତ କାମ କରିବା ପରେ ଫିଲ୍ମି ପରଦାରୁ ନିଶା ଦୂରେଇ ଯାଇଥିଲେ । କୁହାଯାଇଥାଏ ଯେ ତାଙ୍କୁ କାମ ମିଳିବା ବନ୍ଦ ହୋଇ ଯାଇଥିଲା ଏବଂ ସେହି କାରଣରୁ ତାଙ୍କୁ ଆର୍ଥିକ ସମସ୍ୟାର ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା । ନିଶା ଫିଲ୍ମ ‘କ୍ୟାରିଅର୍’ରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଯେପରିକି ୧୯୮୧ର ଫିଲ୍ମ ‘ଟିକ୍ ! ଟିକ୍ ! ଟିକ୍ !’, ୧୯୯୦ରେ ଫିଲ୍ମ ‘ଅୟର୍ ଦ ଗ୍ରେଟ୍’, ୧୯୮୬ର ଫିଲ୍ମ ‘କଲ୍ୟାଣା ଅଗାତିଗଲ୍’ ଆଦି ।

ହଠାତ୍ ନିଶା ଫିଲ୍ମ ଇଣ୍ଡଷ୍ଟ୍ରିରୁ ଗାଏବ୍ ହୋଇ ଯାଇଥିଲେ । ଏହି ସମୟରେ ଆଉ ଏକ ଖବର ମଧ୍ୟ ଆସିଥିଲା ଯେ କେହି ଜଣେ ତାଙ୍କୁ ବେଶ୍ୟାବୃତ୍ତିର ନର୍କକୁ ଠେଲି ଦେଇଥିଲା । ୨୦୦୭ରେ ସେହି ସମୟରେ ହାହାକାର ସୃଷ୍ଟି ହୋଇ ଯାଇଥିଲା ଯେତେବେଳେ ‘ନିଶା ନୂର୍’ଙ୍କୁ ଏକ ଦର୍ଗା ବାହାରେ ଦେଖା ଯାଇଥିଲା । ତାଙ୍କ ଅବସ୍ଥା ଏପରି ଥିଲା ଯେ ତାଙ୍କ ଶରୀରରେ ପୋକ ହୋଇ ଯାଇଥିଲା । ପିମ୍ପୁଡ଼ି ଚାଲୁଥିଲା । ତାଙ୍କୁ ଯେତେବେଳେ ହସ୍ପିଟାଲକୁ ନିଆଯାଇଥିଲା ସେତେବେଳେ ଜଣା ପଡ଼ିଥିଲା ଯେ ସେ ‘ଏଡ଼ସ୍’ରେ ପୀଡ଼ିତ ଅଟନ୍ତି । କୁହାଯାଇଛି ଯେ ବେଶ୍ୟାବୃତ୍ତିରେ ତାଙ୍କୁ ‘HIV ଏଡ଼ସ୍’ ହୋଇ ଯାଇଥିଲା ।

ନିଶା ଶେଷ ସମୟରେ ଏପରି ହୋଇ ଯାଇଥିଲେ ଯେ ତାଙ୍କ ମୁଁହ ମଧ୍ୟ ଚିହ୍ନି ହେଉନଥିଲା । ଧୀରେ ଧୀରେ ନିଶାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା ଏବଂ ୨୦୦୭ରେ ନିଶା ଦୁନିଆ ଛାଡ଼ି ଯାଇଥିଲେ । ତାଙ୍କର ଖୁବ୍ ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଥିଲା । ନିଶା AIDS ଭଳି ଗମ୍ଭୀର ରୋଗରେ ହାରି ଯାଇଥିଲେ । ନିଶା ନିଜ ଅଭିନୟ ସହିତ ନିଜ ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ପରିଚିତ ଥିଲେ ।

Leave a Reply

Your email address will not be published. Required fields are marked *