ଏହି ସରଳ ଉପାୟ ଅବଲମ୍ବନ କରନ୍ତୁ ! ଆଉ ଘରେ ରହିବେ ନାହିଁ ଝିଟିପିଟି…

ଏହି ସରଳ ଉପାୟ ଅବଲମ୍ବନ କରନ୍ତୁ ! ଆଉ ଘରେ ରହିବେ ନାହିଁ ଝିଟିପିଟି…

ଝିଟିପିଟି ନାଁ ଶୁଣିଲେ କିଛି ଲୋକ ଭୟଭୀତ ହୁଅନ୍ତି ତ କିଛି ଲୋକଙ୍କୁ ଘୃଣା ଲାଗିଥାଏ । ଝିଟିପିଟି ପ୍ରାୟ ପ୍ରତ୍ୟେକ ଘରେ ଦେଖିବାକୁ ମିଳିଥାଏ । ଆମେ ଯେତେ ପ୍ରକାରରେ ଝିଟିପିଟିଙ୍କୁ ଘରୁ ବାହାର କଲେ ମଧ୍ୟ ସେମାନେ ବାରମ୍ବାର ଘରକୁ ଫେରିଆସିଥାନ୍ତି । ଘରେ ଝିଟିପିଟି ରହୁଥିଲେ ଏହା ଖାଇବା କିମ୍ବା ଶରୀର ଉପରେ ପଡ଼ିଯିବାର ସମ୍ଭାବନା ବହୁତ ଅଧିକ ଥାଏ ତେଣୁ ସମସ୍ତେ ଝିଟିପିଟିଙ୍କ ଠାରୁ ମୁକ୍ତି ପାଇବାକୁ ଚାହାନ୍ତି । କିନ୍ତୁ ଏହା ଏତେ ସହଜ ନୁହେଁ । ଆପଣ ସେମାନଙ୍କୁ ଯେତେ ଘଉଡାଇଲେ ମଧ୍ୟ ସେମାନେ ପୁଣି ଘରକୁ ଫେରି ଆସିଥାନ୍ତି ।

ଝିଟିପିଟିଙ୍କ ଠାରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ବଜାରରେ ଅନେକ ପ୍ରକାର ବିଷାକ୍ତ ଔଷଧ ମିଳିଯିବ । କିନ୍ତୁ ଏପରି ବିଷାକ୍ତ ଦ୍ରବ୍ୟର ବ୍ୟବହାର ଦ୍ୱାରା ଅନେକ ସମସ୍ୟା ଉପୁଜିଥାଏ । ପ୍ରଥମଟି ହେଉଛି ଝିଟିପିଟିଙ୍କର ମୃତ୍ୟୁ ପରେ ସେମାନଙ୍କୁ ଫୋପାଡିବାକୁ ଆପଣଙ୍କୁ ଘୃଣା ଲାଗିପାରେ । ଦ୍ୱିତୀୟ ଝିଟିପିଟି ଘରର କେଉଁ କୋଣରେ ମରିଯାଇଥିବେ ତାହା ଜାଣିବାକୁ ଆପଣଙ୍କୁ ଦୀର୍ଘ ସମୟ ଲାଗିବ । ତୃତୀୟଟି ହେଉଛି ଏହି ଉତ୍ପାଦଗୁଡିକ ଏତେ ବିଷାକ୍ତ ଯେ ଏହା ଛୋଟପିଲାମାନଙ୍କୁ କ୍ଷତି ପହଞ୍ଚାଇପାରେ । ତେଣୁ ଆଜି ଆମେ ଆପଣଙ୍କୁ ଝିଟିପିଟି ଠାରୁ ମୁକ୍ତି ପାଇବା ପାଇଁ କିଛି ସହଜ ଏବଂ ଘରୋଇ ଉପଚାର କହିବାକୁ ଯାଉଛୁ ।

୧) ନାଫଥାଲିନ୍ ଟ୍ୟାବଲେଟକୁ ଆମେ ସମସ୍ତେ ଆମର ଆଲମାରୀ ଏବଂ ୱାଶ ବେସିନରେ ବ୍ୟବହାର କରିଥାଉ । କିନ୍ତୁ ବହୁତ କମ୍ ଲୋକ ଜାଣନ୍ତି ଯେ ଏହା ଝିଟିପିଟିକୁ ମଧ୍ୟ ତଡ଼ି ଦେଇପାରେ । ଆପଣ ଏହି ବଟିକାକୁ ଝିଟିପିଟି ହେଉଥିବା ସ୍ଥାନରେ ରଖିଦିଅନ୍ତୁ ।

୨) କଫି ପାଉଡରରେ ତମ୍ବାଖୁ ମିଶାଇ ଛୋଟ ଛୋଟ ବଲ୍ ତିଆରି କରନ୍ତୁ । ଏହି ବଟିକା ଝିଟିପିଟି ରହୁଥିବା ସ୍ଥାନରେ ରଖନ୍ତୁ, ସେମାନେ ପଳାୟନ କରିବେ ।

୩) ଝିଟିପିଟିମାନେ ମୟୂର ପରକୁ ବହୁତ ଭୟ କରନ୍ତି । ମୟୁର ପରକୁ କାନ୍ଥରେ ଟାଙ୍ଗିଲେ ଝିଟିପିଟି ଘର ଛାଡ଼ି ପଳାଇବେ ।

୪) ପିଆଜରେ ସଲଫର୍ ପରିମାଣ ଅଧିକ ଥାଏ ଯାହାର ଦୁର୍ଗନ୍ଧକୁ ଝିଟିପିଟିମାନେ ସହ୍ୟ କରିପାରନ୍ତି ନାହିଁ । ଯଦି ଆପଣ ପିଆଜକୁ କାଟି ଏକ ସୂତାରେ ବାନ୍ଧି ଟାଙ୍ଗି ଦିଅନ୍ତି ତେବେ ଘରେ ଝିଟିପିଟି ରହିବେ ନାହିଁ ।

୫) ଏକ ବୋତଲରେ ପାଣି ନିଅନ୍ତୁ ଏବଂ ସେଥିରେ କିଛି ଗୋଲମରିଚ ପାଉଡର ମିଶାଇ ରୁମରେ ଛିଞ୍ଚି ଦିଅନ୍ତୁ । ଝିଟିପିଟିଙ୍କୁ ଗୋଲମରିଚର ଗନ୍ଧ ଭଲ ଲାଗେ ନାହିଁ । ତେଣୁ ସେମାନେ ବାଧ୍ୟ ହୋଇ ବାହାରକୁ ପଳାଇବେ ।

୬) ଯଦି ଆପଣ ତୁରନ୍ତ ଝିଟିପିଟିରୁ ଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ପାଣି ହେଉଛି ସର୍ବଶ୍ରେଷ୍ଠ ଉପାୟ । ବାରମ୍ବାର ଝିଟିପିଟି ଉପରେ ପାଣି ଛିଞ୍ଚିବା ଦ୍ୱାରା ସେମାନେ ସେ ସ୍ଥାନରୁ ପଳାୟନ କରିବେ ।

୭) ପିଆଜ ଏବଂ ରସୁଣର ରସକୁ ମିଶାଇ ଏକ ବୋତଲରେ ରଖନ୍ତୁ ଏବଂ ସେଥିରେ କିଛି ପାଣି ମିଶାନ୍ତୁ । ଏହି ମିଶ୍ରଣକୁ କୋଠରୀରେ ଛିଞ୍ଚିଦିଅନ୍ତୁ । ଏହାଦ୍ୱାରା ମଧ୍ୟ ଝିଟିପିଟି ପଳାୟନ କରିବେ । ଯଦି ଆପଣ ଚାହାଁନ୍ତି କିଛି ରସୁଣ ପାଖୁଡା ମଧ୍ୟ ଆପଣ ଝିଟିପିଟି ହେଉଥିବା ସ୍ଥାନରେ ରଖିପାରିବେ ।

୮) ଝଟିପିଟିଙ୍କୁ ଅଣ୍ଡା ଖୋଳର ଗନ୍ଧ ମଧ୍ୟ ଭଲଲାଗେ ନାହିଁ । ଯଦି ଆପଣ ଝିଟିପିଟିକୁ ଘଉଡାଇବାକୁ ଚାହୁଁଛନ୍ତି ତେବେ କିଛି ଅଣ୍ଡା ଖୋଳ ଘରର ଗୋଟିଏ କୋଣରେ ରଖିଦିଅନ୍ତୁ । ମନେରଖନ୍ତୁ ଯେ ପ୍ରତି ତିନିରୁ ଚାରି ସପ୍ତାହରେ ଥରେ ଆପଣଙ୍କୁ ଏହି ଅଣ୍ଡା ଖୋଳ ବଦଳାଇବାକୁ ପଡିବ ।

ଆଶାକରୁଛୁ ଆପଣଙ୍କୁ ଏହି ଉପାୟ ଗୁଡିକ ଭଲଲାଗିଥିବ । ଆଜି ଏହି ଉପାୟ ପ୍ରୟୋଗ କରନ୍ତୁ ଏବଂ ଏହା କାର୍ଯ୍ୟ କରୁଛି କି ନାହିଁ ଦେଖନ୍ତୁ ।

Leave a Reply

Your email address will not be published. Required fields are marked *