ଲିଭର ଦୁର୍ବଳ ହେବା ପୂର୍ବରୁ ଏହି ସଂକେତ ମିଳିଥାଏ ….

ଲିଭର ଦୁର୍ବଳ ହେବା ପୂର୍ବରୁ ଏହି ସଂକେତ ମିଳିଥାଏ ….

ଲିଭର ଦୁର୍ବଳ ହେବା ପୂର୍ବରୁ ଏହି ସଂକେତ ମିଳିଥାଏ, ଭୁଲରେ ମଧ୍ୟ ଅଣଦେଖା କରନ୍ତୁ ନାହିଁ ।

ଲିଭର କୌଣସି ଅସୁବିଧା ଆସିବା ପୂର୍ବରୁ ସଂକେତ ଦେଇଥାଏ । ଆଜି ଆମେ ସେହି ସଂକେତ ବିଷୟରେ ଜାଣିବା ଯାହାଫଳରେ କୌଣସି ବ୍ୟକ୍ତିଙ୍କୁ ଏହି ସମସ୍ୟା ଫଳରେ କୌଣସି ଅସୁବିଧା ଭୋଗିବା ପାଇଁ ପଡିବ ନାହିଁ ।

ଲିଭର ଆମର ଶରୀରର ମହତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଏକ ଅଟେ । ଏହା ଉପରେ ଶରୀରର ୫୦୦ରୁ ଅଧିକ କାର୍ଯ୍ୟପ୍ରଣାଳୀ ଚଳାଇବାର ଦାୟିତ୍ୱ ରହିଛି । ମୁଖ୍ୟ ରୂପରେ ଶରୀରର ରକ୍ତ ସଫା କରିବା ସହ ହଜମ ପ୍ରକ୍ରିୟା ବ୍ୟବସ୍ଥିତ ରଖିବା କାର୍ଯ୍ୟ କରିଥାଏ । ଶରୀରରୁ ଅନାବଶ୍ୟକ କିମ୍ବା ବିଷାକ୍ତ ପଦାର୍ଥ ବାହାର କରିବା କାମ ଲିଭର କରିଥାଏ । ଲିଭରରେ ଅନେକ ଛୋଟବଡ଼ ସମସ୍ୟା ଅଣଦେଖା କରିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଅଟେ । କାରଣ ଅନେକ ବ୍ୟକ୍ତି ଛୋଟଛୋଟ ସମସ୍ୟାକୁ ଅଣଦେଖା କରିଦେଇଥାନ୍ତି । କିନ୍ତୁ ଆପଣ ଜାଣିନଥିବେ ଲିଭର ଶରୀରରେ କୌଣସି ଅସୁବିଧା ହେଲେ ଆମକୁ ସଂକେତ ପ୍ରଦାନ କରିଥାଏ । ଆଜି ଆମେ ସେହି ସମସ୍ୟା ଗୁଡିକ ବିଷୟରେ ଅବଗତ କରାଇବୁ ଯାହାଫଳରେ ଆପଣ ସେହି ସମସ୍ୟା ଗୁଡିକୁ ଜାଣି ଶରୀର ହାନିରୁ ମୁକ୍ତି ପାଇପାରିବେ ।

ଏହା ହେଉଛି ଲିଭରର କାର୍ଯ୍ୟ

ଆମେ ଖାଇଥିବା ଅନେକ ପଦାର୍ଥ ଯକୃତକୁ ଯାଇଥାଏ । ସେଠାରେ ଉପସ୍ଥିତ ଏନଜାଇମ୍ସ ଖାଦ୍ୟକୁ ନଷ୍ଟ କରିଥାଏ ଯାହାଫଳରେ ଖାଦ୍ୟ ଭଲ ରୂପରେ ହଜମ ହୋଇଥାଏ ପରେ ଯକୃତରେ ଅଧ୍ୟାପଚା ଖାଦ୍ୟ ଲିଭରରେ ଯାଇ ମହଜୁଦ ହୋଇଥାଏ । ଲିଭର ଅଧ୍ୟାପଚା ଖାଦ୍ୟକୁ ନିଜ ଭିତରେ ମହଜୁଦ କରି ରକ୍ତପ୍ରଭାଵ ଜରିଆରେ ଖାଦ୍ୟରେ ଉପସ୍ଥିତ ସମସ୍ତ ଭିଟାମିନ ଏବଂ ମାଇକ୍ରୋନିୟୁଟ୍ରିଏଣ୍ଟସକୁ ଆମ ଶରୀରର ସମସ୍ତ ଅଙ୍ଗକୁ ପହଞ୍ଚାଇବାରେ ସାହାଯ୍ୟ କରିଥାଏ । ଦ୍ଵିତୀୟ ଲିଭର ଶରୀରରୁ ସେହି ବିଷାକ୍ତ ପଦାର୍ଥକୁ ନିଷ୍କାସନ କରିଥାଏ ଯାହା ପାଣିରେ ମିଳାଇ ଯାଇଥାଏ । ପରେ ଲିଭର ଏହି ପଡ଼ର୍ଥକୁ କିଡ୍ନୀକୁ ପ୍ରେରଣ କରିଥାଏ ଯେଉଁଠାରୁ ମୂତ୍ର ମାଧ୍ୟମରେ ଏହି ବିଷାକ୍ତ ପଦାର୍ଥ ଗୁଡିକ ବାହାରକୁ ନିଷ୍କାସନ ହୋଇଥାଏ ।

ନଷ୍ଟ ହୋଇଥିବା ଲିଭରର ଏହି ଭାଇରସ ଗୁଡିକ ହୋଇଥାନ୍ତି

କହିବା ପାଇଁ ଗଲେ ଲିଭର ଖରପ କୌଣସି ପ୍ରକାରର ଖରାପ ଖାଦ୍ୟପେୟ ଏବଂ ଖରାପ ଦିନଚର୍ଯ୍ୟା ଯୋଗୁଁ ହୋଇଥାଏ । ଏହା ବ୍ୟତୀତ ଏକ ଜୈବିକ କାରଣ ମଧ୍ୟ ରହିଛି ଯାହା ଆମ ଲିଭରକୁ ନଷ୍ଟ କରିଦେଇଥାଏ । ଜୈବିକ ରୂପରେ ଖରାପ ଲିଭରର କାରଣ ପ୍ରଟୋଯୟା ପ୍ରଜାତିର ପରଜୀବୀ କିଟାଣୁ ଅଟେ । ଏହି ସମସ୍ୟାକୁ ଏମୋବିକ ଲିଭର ଏବସେସ କୁହାଯାଇଥାଏ । ଏହା ବ୍ୟତୀତ ଟିବି ହେବା ଫଳରେ ତାହାର ଭାଇରସ ଲିଭରକୁ ମଧ୍ୟ ପ୍ରଭାବିତ କରିଥାଏ ଯାହା ଖରାପ ହେବାର କାରଣ ହୋଇଥାଏ ।

ଲିଭର ଖରାପ ହେବା ପୂର୍ବରୁ ଏହି ସଂକେତ ଦେଇଥାଏ ।

ତ୍ୱଚାରେ ନୀଳ ରଙ୍ଗର ରେଖା ପଡିଥାଏ

ଆପଣଙ୍କ କିମ୍ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ତ୍ୱଚାରେ ବୁଢିଆଣି ଜାଲ ଭଳି ନୀଳ ରଙ୍ଗର ରେଖା ଦେଖାଯାଇଥାଏ । ସାଧାରଣତଃ ଏହି ରେଖା ଗୁଡିକ ମୁହଁ ଏବଂ ପେଟରେ ଦେଖାଯାଇଥାଏ । ଅନେକ ଲୋକ ଏହାକୁ ବୃଦ୍ଧପଣର ଚିନ୍ହ କିମ୍ବା କୌଣସି ସାଧାରଣ ସମସ୍ୟା ଭାବି ଅଣଦେଖା କରିଦେଇଥାନ୍ତି । ଏହି ସମସ୍ୟାକୁ ଅଣଦେଖା କରିବା ଆପଣଙ୍କ ପାଇଁ ହାନିକାରକ ହୋଇଥାଏ । ଓଏଷ୍ଟ୍ରଜନର ମାତ୍ରା ବଢିବା ଫଳରେ ଶରୀରରେ ନୀଳ ରଙ୍ଗର ରେଖା ପଡିଥାଏ । ଏହିପରି ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିୟନ୍ତୁ ।

କୁଣ୍ଡିଆ ସମସ୍ୟା

କୁଣ୍ଡିଆ ଏକ ସାଧାରଣ ସମସ୍ୟା ଅଟେ । କିନ୍ତୁ ବହୁ ସମୟରୁ ଚାଲୁଥିବା ଏହି ସମସ୍ୟାର ଚିକିତ୍ସା ପରେ ମଧ୍ୟ କୌଣସି ଫଳ ନମିଳିଲେ ଏହା ଗମ୍ଭୀର ସମସ୍ୟାର କାରଣ ହୋଇଥାଏ । ଅନେକ ସମୟରେ ଲିଭର ଦୁର୍ବଳ ହୋଇଥିଲେ ଏଥିରେ ବଞ୍ଚିଥିବା ବାଇଲ ରସ ଆପଣଙ୍କ ଶରୀରରେ ମିଶିଯାଇଥାଏ । ସେହି ବାଇଲ ରସ ଯେତେବେଳେ ଅଧିକ ମାତ୍ରାରେ ଚର୍ମରେ ରହିଥାଏ ସେହି ସମୟରେ କୁଣ୍ଡିଆ ହୋଇଥାଏ ।

ମୁଖ ଦୁର୍ଗନ୍ଧ

ଯଦି ଆପଣଙ୍କ ମୁଖରୁ ଦୁର୍ଗନ୍ଧ ହୋଇଥାଏ ତେବେ ଏହାକୁ ଅନ୍ୟ କୌଣସି ଜିନିଷ ସହ ନଯୋଡି ଅଣଦେଖା କରନ୍ତୁ ନାହିଁ ଏହା ଲିଭର ଖରାପ ହେବାର ସଂକେତ ହୋଇପାରେ । ଲିଭର ସିରୋସିସ ସମସ୍ୟା ହେବା ଫଳରେ ରକ୍ତରେ ଉପସ୍ଥିତ ଡାଇମିଥାଇଲ ସଲଫାଇଟ କାରଣରୁ ମୁଖରୁ ଫଳ ଭଳି ବାସ୍ନା ଆସିଥାଏ ।

ରକ୍ତ ବୋହିବା ନରହିବା

ସାମାନ୍ୟ କ୍ଷତ ଲାଗିଲେ ଶରୀରରୁ ରକ୍ତ ବୋହିଥାଏ ଏହି ସଂକେତ ଦୁର୍ବଳ ଲିଭରର ସଂକେତ ଅଟେ ।ଆମ ଲିଭର ଏହିପରି ଏକ ପ୍ରୋଟିନ ପ୍ରସ୍ତୁତ କରିଥାଏ ଯାହା ରକ୍ତ ଜମାଟ ବାନ୍ଧିବାରେ ସାହାଯ୍ୟ କରିଥାଏ ।ଯେତେବେଳେ ଲିଭର ଖରାପ ହୋଇଥାଏ ସେହି ସମୟରେ ପ୍ରୋଟିନର ଅଭାବ ହୋଇଥାଏ ଏହି କାରଣରୁ ଏହି ସମସ୍ୟାକୁ ଅଣଦେଖା ନକରି ତୁରନ୍ତ ଲିଭର ପରୀକ୍ଷା କରାଇ ନିୟନ୍ତୁ ।

ମୁହଁରେ ଚିନ୍ହ ଦେଖାଯିବା

ମୁହଁରେ ହଠାତ କଳା ରଙ୍ଗର ଚିନ୍ହ ଦେଖାଗଲେ ଏହାକୁ ବିୟୁଟିପାର୍ଲରରେ ନଦେଖାଇ ଚିକିତ୍ସକଙ୍କ ପରାମର୍ଶ ନିୟନ୍ତୁ । ଶରୀରର କୌଣସି ଅଙ୍ଗ ଖରାପ ହୋଇଗଲେ ଏହାର ସିଧା ପ୍ରଭାବ ଆମ ମୁଖ ଉପରେ ପଡିଥାଏ । ଯେତେବେଳେ ଆପଣଙ୍କ ଲିଭର ଠିକ ରୂପରେ କାମ କରିବା ବନ୍ଦ କରିଦେଇଥାଏ ଏଥିରେ ଓଏଷ୍ଟ୍ରଜନର ମାତ୍ରା ବଢିଯାଇଥାଏ ଯାହାଫଳରେ ଶରୀରରେ ଟାୟାରଜନ ନାମକ ତତ୍ୱର ମାତ୍ରା ବଢିଯାଇଥାଏ । ଏହି ତତ୍ୱ ବଢିବା ଫଳରେ ମୁଖରେ ଦାଗ ଏବଂ ବ୍ରଣ ସୃଷ୍ଟି ହୋଇଥାଏ ।

ହାତ ଲାଲ ପଡିଯିବା

ଅନେକ ସମୟରେ ହାତ ଲାଲ ହୋଇଯାଇଥାଏ ଯାହାକୁ ଆମେ ରକ୍ତ ସହ ଯୋଡ଼ିଥାଉ କିନ୍ତୁ ଆପଣଙ୍କୁ କହିବା ପାଇଁ ଚାହୁଁଛୁ ଯଦି ହାତ ଲାଲ ପଡିଯାଇଥାଏ ଏବଂ ସେଥିରୁ ଜଳାପୋଡା ହେଉଥାଏ କିମ୍ବା କୁଣ୍ଡିଆ ହୋଇଥାଏ ଏହା ଲିଭର ଖରାପ ହେବାର ସଂକେତ ଅଟେ ।ଯେତେବେଳେ ରକ୍ତରେ ହର୍ମୋନ ଅସନ୍ତୁଳିତ ହୋଇଯାଏ ସେହି ସମୟରେ ଏହି ପ୍ରକାରର ସଂକେତ ଦେଖାଯାଇଥାଏ । ଏହି ସଂକେତ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିୟନ୍ତୁ ।

Leave a Reply

Your email address will not be published. Required fields are marked *