ଏହି ବିଶିଷ୍ଟ ଵୈଜ୍ଞାନିକ କହିଛନ୍ତି:- ଚୀନରେ ସୃଷ୍ଟି ହେବାରେ ଲାଗିଛି ନୂତନ ରୋଗ । ସମଗ୍ର ବିଶ୍ୱରେ ପୁଣି ବ୍ୟାପିଯିବ ମହାମାରୀ !

ଏହି ବିଶିଷ୍ଟ ଵୈଜ୍ଞାନିକ କହିଛନ୍ତି:- ଚୀନରେ ସୃଷ୍ଟି ହେବାରେ ଲାଗିଛି ନୂତନ ରୋଗ । ସମଗ୍ର ବିଶ୍ୱରେ ପୁଣି ବ୍ୟାପିଯିବ ମହାମାରୀ !

ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ସମଗ୍ର ବିଶ୍ୱରେ ଏହାର ସଂକ୍ରମଣ ପ୍ରସାର କରିଦେଇଛି । କେବଳ ଏତିକି ନୁହେଁ, ଏହି ମହାମାରୀ ହେତୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ମୃତ୍ୟୁରେ ବଦଳି ଯାଇଛି । ବର୍ତ୍ତମାନ ଏପରି ପ୍ରଶ୍ନ ଉଠିଛି କି, କରୋନା ଭାଇରସକୁ ନେଇ ଚୀନ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ କି ? ଯଦି ଏହିପରି ନହୁଏ ତେବେ କେଉଁଠି ନା କେଉଁଠି ଏହା ଚୀନର ମୁହଁକୁ ଆହୁରି ବଢ଼ାଇବା ସଦୃଶ କଥା ହେବ । ଆମେରିକା ଚୀନ୍ ଉପରେ ପୂର୍ବରୁ ହିଁ କ୍ରୋଧ ହୋଇସାରିଛି । କେବଳ ଏତିକି ହିଁ ନୁହେଁ ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଚୀନ୍ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କହିଛନ୍ତି । କିନ୍ତୁ ଚୀନ୍ ବର୍ତ୍ତମାନ ମଧ୍ୟ ଆହୁରି ନିଜର ଏହିପରି କାର୍ଯ୍ୟକଳାପରୁ ନିବୃତ ହେଉ ନାହିଁ । ଏହି ସମୟ ମଧ୍ୟରେ ଖବର ଆସୁଛି କି ଚୀନରେ କରୋନା ଠାରୁ ମଧ୍ୟ ଆହୁରି ଏକ ବିପଦଜନକ ଭାଇରସ୍ ପ୍ରସ୍ତୁତ କରାଯାଉଛି । ଯାହା ସମଗ୍ର ବିଶ୍ୱ ଉପରେ ନିଜର ପ୍ରକୋପ ବିସ୍ତାର କରିଦେବ । ଏହି କଥାକୁ ବିଶ୍ୱର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଚେତାବନୀ ଦେବା ସହ କହିଛନ୍ତି କି, ଚୀନରେ ଏହିପରି ପରିବେଶରେ କାମ କରାଯାଉଛି ଯେଉଁଠାରେ କରୋନା ଠାରୁ ମଧ୍ୟ ଆହୁରି ବିପଦଜନକ ଭାଇରସ୍ ସୃଷ୍ଟି ହୋଇପାରେ ଏବଂ ମନୁଷ୍ୟ ମାନଙ୍କ ମଧ୍ୟରେ ବ୍ୟାପିପାରେ ।

google

ୱାର୍ଲଡ଼ ଏନିମଲ ପ୍ରୋଟେକ୍ସନ ସହିତ କାର୍ଯ୍ୟ କରୁଥିବା ଵୈଜ୍ଞାନିକ କେଟ୍ ବ୍ଲେସଜୈକ କହିଛନ୍ତି କି ଚୀନରେ ବହୁତ ଆକ୍ରମଣାତ୍ମକ ପ୍ରକ୍ରିୟାରେ ଚାଷ କରାଯାଉଛି, ଏଥିରେ ଆଣ୍ଟିବାୟୋଟିକ୍ ପ୍ରତିରୋଧ ସହିତ କରୋନା ଠାରୁ ମଧ୍ୟ ଆହୁରି ବିପଦଜନକ ଭାଇରସର ଜନ୍ମ ହୋଇପାରେ ।

google

କୁହାଯାଉଅଛି କି, ଏଥର ଭାଇରସ୍ ପ୍ରସାର ହେବାର କାରଣ ବାଦୁଡି ନୁହେଁ ବରଂ ବଣୁଆ ଘୁଷୁରୀ ହୋଇପାରେ । କାରଣ ଚୀନରେ ବହୁ ପରିମାଣରେ ବଣୁଆ ଘୁଷୁରୀର ମାଂସ ଖାଇଥାନ୍ତି । କହିରଖୁଛୁ କି, ଚୀନ୍ ସମଗ୍ର ଦୁନିଆରେ ଘୁଷୁରି ମାଂସର ସବୁଠାରୁ ବଡ଼ ଉତ୍ପାଦକ ଅଟେ । ଯେତେବେଳେକି କୁକୁଡ଼ା ଉତ୍ପାଦନ କ୍ଷେତ୍ରରେ ଏହା ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ଏହାପୂର୍ବରୁ ଚୀନର ଉହାନ ବଜାରରୁ ହିଁ କରୋନା ଭାଇରସ୍ ପ୍ରସାର ହେବାର ଦାବି କରାଯାଇଥିଲା ।

google

ସିଙ୍ଗାପୁରରେ ରହୁଥିବା କେଟ୍ ବ୍ଲେସଜୈକ କହିଛନ୍ତି କି, ଚୀନ୍ ବାର୍ଡ ଫ୍ଲୁର ଦୁଇଟି ନୂତନ ଷ୍ଟ୍ରେନ୍ ସହିତ ସଙ୍ଘର୍ଷ କରୁଛି । ଏହା ବ୍ୟତୀତ ମଣିଷ, ଘୁଷୁରି ଏବଂ ଏବିୟନ ଇନଫ୍ଲୁଏଞ୍ଜା ଭାଇରସ୍ ଠାରୁ ମିଶି ପ୍ରସ୍ତୁତ ହୋଇଥିବା ସ୍ୱାଇନ୍ ଫ୍ଲୁର ମାମଲା ମଧ୍ୟ ଚୀନରେ ଦୃଷ୍ଟି ଗୋଚର ହୋଇଛି । ଏହି ସମସ୍ତ ରୋଗ ଏକତ୍ର ହୋଇ ଗୋଟିଏ ବିପଦଜନକ ଭାଇରସ୍ ଷ୍ଟ୍ରେନ୍ ଜନ୍ମ କରିପାରେ ।

google

କେଟ୍ କହିଛନ୍ତି ଯେ ବିଗତ ୧୫ ବର୍ଷ ମଧ୍ୟରେ ଚୀନରେ ଚାଷ ପ୍ରଣାଳୀରେ ବହୁତ ଦ୍ରୁତ ମାତ୍ରାରେ ପରିବର୍ତ୍ତନ ଆସିଛି । ପାରମ୍ପରିକଗତ ଚାଷକୁ ବାଦ ଦେଇ ଆକ୍ରମଣାତ୍ମକ ଚାଷ କାର୍ଯ୍ୟ କରାଯାଉଛି ଯେଉଁଥିରେ ନିୟମ ଗୁଡ଼ିକର ମଧ୍ୟ ପାଳନ କରାଯାଉନାହିଁ।

ଏହିପରି ପରିସ୍ଥିତିରେ ଭାଇରସର ନୂତନ ପରିବର୍ତ୍ତନ ହୋଇପାରେ କିମ୍ବା ନୂତନ ଭାଇରସ୍ ଜନ୍ମ ହୋଇପାରେ ।

Leave a Reply

Your email address will not be published. Required fields are marked *