ଐଶ୍ଚର୍ଯ୍ୟାଙ୍କ ଏହି ଫୋଟୋସୁଟ୍ ଆଣିଥିଲା ବଚ୍ଚନ ପରିବାରରେ ଭୂକମ୍ପ । ବୈବାହିକ ଜୀବନରେ ଆସିଯାଇଥିଲା ଫାଟ !

ଐଶ୍ଚର୍ଯ୍ୟାଙ୍କ ଏହି ଫୋଟୋସୁଟ୍ ଆଣିଥିଲା ବଚ୍ଚନ ପରିବାରରେ ଭୂକମ୍ପ । ବୈବାହିକ ଜୀବନରେ ଆସିଯାଇଥିଲା ଫାଟ !

ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଫିଲ୍ମୀ ଦୁନିଆରେ ସକ୍ରିୟ ନୁହଁନ୍ତି ସତ, କିନ୍ତୁ ସେ ରେଡ଼ କାର୍ପେଟ ଅପେରିଏନ୍ସରୁ ଆରମ୍ଭ କରି ଫୋଟୋସୁଟ୍ ଜରିଆରେ ନିଜ ଫ୍ୟାନ୍ସ ମାନଙ୍କ ସହ ଜଡ଼ିତ ରୁହନ୍ତି । ଏହା ସହିତ ଗ୍ଲେମର ଦୁନିଆରେ ମଧ୍ୟ ଖୁବ୍ ସକ୍ରିୟ ରୁହନ୍ତି । ଐଶ୍ଚର୍ଯ୍ୟାଙ୍କ ଗ୍ଲେମରେସ୍ ଶୈଳୀର ସମସ୍ତେ ଦିୱାନା ଅଟନ୍ତି । ତାଙ୍କ ଫଟୋ ଗୁଡ଼ିକ ଦେଖି ଆଜି ମଧ୍ୟ ଫ୍ୟାନ୍ସ ମାନେ ଦିୱାନା ହୋଇଯାଆନ୍ତି । ଐଶ୍ଚର୍ଯ୍ୟାଙ୍କ ବୋଲ୍ଡ ଓ ଗ୍ଲେମରେସ୍ ଫଟୋ ଗୁଡ଼ିକ ତାଙ୍କ ଫ୍ୟାନ୍ସ ମାନଙ୍କୁ ବହୁତ ପସନ୍ଦ ଆସେ କିନ୍ତୁ ଏପରି ଏକ ଫୋଟୋସୁଟ୍ ଥିଲା ଯାହା କାରଣରୁ ସମ୍ପୂର୍ଣ୍ଣ ବଚ୍ଚନ ପରିବାର ତାଙ୍କ ଉପରେ ରାଗିଯାଇଥିଲା ଏବଂ ଐଶ୍ଚର୍ଯ୍ୟାଙ୍କ ବ୍ୟକ୍ତିଗତ ଜୀବନରେ ମଧ୍ୟ କଳହ ସୃଷ୍ଟି ହୋଇଥିଲା । ଆସନ୍ତୁ ଜାଣିବା, ଶେଷରେ କଣ ଥିଲା ସମ୍ପୂର୍ଣ୍ଣ ମାମଲା……

newstrend

ବାସ୍ତବରେ ଏହି ମାମଲା ୨୦୧୫ର ଅଟେ । ଯେତେବେଳେ ଐଶ୍ଚର୍ଯ୍ୟା ରାୟ ଚଳଚ୍ଚିତ୍ର ‘ଏ ଦିଲ୍ ହେ ମୁଶ୍କିଲ’ରେ ଅଭିନୟ କରିଥିଲେ । ଚଳଚ୍ଚିତ୍ର ନିର୍ମାତା ଏହି ଚଳଚ୍ଚିତ୍ର ପାଇଁ ଐଶ୍ଚର୍ଯ୍ୟାଙ୍କ ସହିତ ରଣବିରଙ୍କୁ କାଷ୍ଟ କରିଥିଲେ । ସୁଟିଂ ପରେ ନିର୍ମାତା ଚଳଚ୍ଚିତ୍ରର ପ୍ରଚାର ପାଇଁ ରଣବିର ଓ ଐଶ୍ଚର୍ଯ୍ୟାଙ୍କ ଫୋଟୋସୁଟ୍ କରିଥିଲେ । ଫୋଟୋସୁଟ୍ ସମୟରେ ରଣବିର ଓ ଐଶ୍ଚର୍ଯ୍ୟା ବୋଲ୍ଡ ପୋଜରେ ବହୁ ଫଟୋ ଉଠାଇଥିଲେ ଏବଂ ବୋଲ୍ଡନେସ୍ ଦର୍ଶାଇଥିଲେ ଯାହାକୁ ଦେଖି ବଚ୍ଚନ ପରିବାର ଦୁଃଖିତ ହୋଇଯାଇଥିଲେ ଏବଂ ତାଙ୍କୁ ଐଶ୍ଚର୍ଯ୍ୟାଙ୍କ ଏହି ଫଟୋ ଗୁଡିକ ଆଦୋୖ ପସନ୍ଦ ଆସିନଥିଲା ।

ଫ୍ୟାନ୍ସ ଙ୍କୁ ପସନ୍ଦ ଆସିଥିଲା ଐଶ୍ଚର୍ଯ୍ୟାଙ୍କ ବୋଲ୍ଡ ଅବତାର

newstrend

ଫୋଟୋସୁଟ୍ ପାଇଁ ଐଶ୍ଚର୍ଯ୍ୟାଙ୍କ ସମସ୍ତ ପୋଷାକରେ ବୋଲ୍ଡନେସର ଟଚ୍ ଦିଆଯାଇଥିଲା । ଏହା ବ୍ୟତୀତ ରଣବିର ଓ ଐଶ୍ଚର୍ଯ୍ୟାଙ୍କ ମଧ୍ୟରେ ଖୁବ୍ ହଟ୍ କେମିଷ୍ଟ୍ରି ମଧ୍ୟ ଦେଖିବାକୁ ମିଳିଥିଲା । ଐଶ୍ଚର୍ଯ୍ୟାଙ୍କ ଏହି ଅବତାରକୁ ଦେଖି ବଚ୍ଚନ ପରିବାରର କ୍ରୋଧ ଆହୁରି ବଢିଯାଇଥିଲା । ଅନ୍ୟ ପଟେ ଲୋକଙ୍କୁ ଐଶ୍ଚର୍ଯ୍ୟାଙ୍କ ଗ୍ଲେମରେସ୍ ଲୁକ୍ ବହୁତ ପସନ୍ଦ ଆସିଥିଲା । ଐଶ୍ଚର୍ଯ୍ୟା ରାୟ ମାଆ ହେବାର ୪ ବର୍ଷ ପରେ ହୋଇଥିବା ଏହି ଫୋଟୋସୁଟରେ ଐଶ୍ଚର୍ଯ୍ୟାଙ୍କ ହଟ୍ ଓ ଗ୍ଲେମର୍ସ ଅବତାର ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ । ଏହି ଫଟୋ ଗୁଡ଼ିକ ସୋସିଆଲ ମିଡ଼ିଆରେ ନିଆଁ ଲଗାଇଦେଇଥିଲା ଓ ଖୁବ୍ ଭାଇରାଲ ହୋଇଥିଲା ଏବଂ ଲୋକମାନେ ଏହାକୁ ଖୁବ୍ ଲାଇକ୍ ଓ କମେଣ୍ଟ କରିଥିଲେ । ବୋଲ୍ଡନେସ୍ କାରଣରୁ ଏହି ଫୋଟୋସୁଟ୍ ସେହି ସମୟରେ ଖୁବ୍ ଚର୍ଚ୍ଚିତ ହୋଇଯାଇଥିଲା ।

ବଚ୍ଚନ ପରିବାର ହୋଇଯାଇଥିଲା କ୍ରୋଧିତ

newstrend

ଅଭିଷେକ ବଚ୍ଚନଙ୍କ ସହିତ ବିବାହ ପରେ ଐଶ୍ଚର୍ଯ୍ୟା ଖୁବ୍ କମ୍ ଥର ଏପରି ବୋଲ୍ଡ ଅବତାରରେ ଦେଖାଯାଇଥିଲେ, ଏହି କାରଣ ଯୋଗୁଁ ଫ୍ୟାନ୍ସ ମାନେ ନିଜ ପ୍ରିୟ ଅଭିନେତ୍ରୀଙ୍କୁ ଅନେକ ଦିନ ପରେ ଏହି ଲୁକରେ ଦେଖି ବହୁତ ପସନ୍ଦ କରିଥିଲେ । କିନ୍ତୁ ରିପୋର୍ଟ ଅନୁଯାୟୀ ବଚ୍ଚନ ପରିବାରକୁ ଏହି ଫଟୋ ଆଦୋୖ ପସନ୍ଦ ଆସିନଥିଲା । କିଛି ମିଡ଼ିଆ ରିପୋର୍ଟ ଅନୁଯାୟୀ ସେହି ସମୟରେ ପୁରା ପରିବାର ଐଶ୍ଚର୍ଯ୍ୟାଙ୍କ ଉପରେ ରାଗି ଯାଇଥିଲେ । କୁହାଯାଏ ଯେ ଫିଲ୍ମ “ଏ ଦିଲ୍ ହେ ମୁଶ୍କିଲ”ରେ ଐଶ୍ଚର୍ଯ୍ୟା ରାୟ ଦ୍ୱାରା କରାଯାଇଥିବା ରୋମାଣ୍ଟିକ୍ ସିନ୍ସକୁ ନେଇ ତାଙ୍କ ଶାଶୁଘର ଲୋକମାନେ ପୂର୍ବରୁ କ୍ରୋଧିତ ଥିଲେ ।

newstrend

ଫୋଟୋସୁଟ୍ ପାଇଁ ବଚ୍ଚନ ପରିବାର ହୋଇଥିଲେ ଐଶ୍ଚର୍ଯ୍ୟାଙ୍କ କ୍ରୋଧିତ

newstrend

ଚଳଚ୍ଚିତ୍ର ପରେ ଯେତେବେଳେ ରଣବିରଙ୍କ ସହିତ ଫୋଟୋସୁଟ୍ ସାମନାକୁ ଆସିଥିଲା । ସେତେବେଳେ ଫୋଟୋ ଦେଖି ପରିବାର ଆହୁରି ଅଧିକ କ୍ରୋଧିତ ହୋଇଯାଇଥିଲେ । ମିଡ଼ିଆ ରିପୋର୍ଟ ଅନୁଯାୟୀ ବଚ୍ଚନ ପରିବାର ନିଜର କ୍ରୋଧ ଐଶ୍ଚର୍ଯ୍ୟା ଉପରେ ସ୍ପଷ୍ଟ ଭାବରେ ପ୍ରକାଶ କରିଥିଲେ । ଖବର ଆସିଥିଲା ଯେ ସେହି ସମୟରେ ଅମିତାଭ ବଚ୍ଚନ ଓ ଜୟା ବଚ୍ଚନ ନିଜ ବୋହୂ ଉପରେ ସବୁଠାରୁ ଅଧିକ କ୍ରୋଧିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *