ଅମିତାଭ ବଚ୍ଚନଙ୍କୁ ନିଜ ସ୍ଵାମୀର ମାନ୍ୟତା ପ୍ରଦାନ କରୁଛନ୍ତି ଏହି ବ୍ୟକ୍ତି । ୧୪ ବର୍ଷ ହେଲା ରଖୁଛନ୍ତି କୋରୱାଚତର ବ୍ରତ !

ଅମିତାଭ ବଚ୍ଚନଙ୍କୁ ନିଜ ସ୍ଵାମୀର ମାନ୍ୟତା ପ୍ରଦାନ କରୁଛନ୍ତି ଏହି ବ୍ୟକ୍ତି । ୧୪ ବର୍ଷ ହେଲା ରଖୁଛନ୍ତି କୋରୱାଚତର ବ୍ରତ !

ମହାନାୟକ ଅମିତାଭ ବଚ୍ଚନ ଏହି ସମୟରେ କୋରନା ଭାଇରସ୍ ସହ ଯୁଦ୍ଧରେ ଲଡେଇ କରୁଛନ୍ତି । ଏହିପରି ସମୟରେ ଦେଶର ସମସ୍ତେ ତାଙ୍କ ପାଇଁ ପ୍ରାଥନା କରୁଛନ୍ତି । ମହାନାୟକ ଅମିତାଭ ବଚ୍ଚନଙ୍କ ପ୍ରତି ଲୋକଙ୍କ ବହୁତ ଗଭୀର ସମ୍ପର୍କ ରହିଛି, ଓ ଦେଶରେ ତାଙ୍କର ବହୁତ ଫ୍ୟାନ୍ସ ଅଛନ୍ତି । ଏହିଭଳି ଭାବରେ ଯେତେବେଳେ ମଧ୍ୟ ଅମିତାଭଙ୍କ ଶରୀର ଅସୁସ୍ଥ ହୋଇଥାଏ ତେବେ ପୁରା ଦେଶରେ ତାଙ୍କର ଫ୍ୟାନ୍ସମାନେ ପ୍ରତ୍ୟେକ ସ୍ଥାନରେ ଏକାଠି ହୋଇ ଭଗବାନଙ୍କ ପାଖରେ ପ୍ରାଥନା ଆରମ୍ଭ କରିଦିଅନ୍ତି । ଏହି ସମୟରେ ମଧ୍ୟ କିଛି ଏପରି ଦେଖିବାକୁ ମିଳିଛି, ଯେବେ ଠାରୁ ଅମିତାଭ କୋରନା ପସିଟିଭିରେ ଆସିଲେ ସେବେଠାରୁ ତାଙ୍କ ବନ୍ଧୁମାନେ ତାଙ୍କୁ ଶୀଘ୍ର ଠିକ୍ ହେବା ପାଇଁ ଭଗବାନ ନିକଟରେ ପ୍ରାଥନା କରୁଛନ୍ତି ।

newstrend

ଗୋବର୍ଦ୍ଧନ ଭୋଜବାନୀ ହେଉଛନ୍ତି ‘ବିଗ୍ ବି’ଙ୍କ ବଡ ଫ୍ୟାନ୍:-

ଏହା ମଧ୍ୟରେ ଉତ୍ତରପ୍ରଦେଶର ବରେଲିର ଏକ ନୂତନ ମାମଲା ସାମ୍ନାକୁ ଆସିଛି । ବରେଲିରେ ରହୁଥିବା ଗୋବର୍ଦ୍ଧନ ଭୋଜବାନୀ, ଯାହାଙ୍କ ମୁହଁ ପୁରା ଅମିତାଭଙ୍କ ଭଳି ଦେଖାଯାଉଛି । ସେ ଅମିତାଭ ବଚ୍ଚନଙ୍କ ବଡ ଫ୍ୟାନ୍ ଅଟନ୍ତି । ଏହାକି ତାଙ୍କୁ ବରେଲିର ବଚ୍ଚନ ମଧ୍ୟ କହନ୍ତି । ମିଳିଥିବା ସୂଚନା ଅନୁସାରେ ଗୋବର୍ଦ୍ଧନ ଭୋଜବାନୀ ଗତ ୧୪ ବର୍ଷ ହେଲା ‘ବିଗ୍ ବି’ଙ୍କ ଦୀର୍ଘ ଆୟୁଷ ପାଇଁ କୋରୱାଚତ୍ ବ୍ରତ ରଖୁଛନ୍ତି । ଆଜ୍ଞା ହଁ, ଗୋବର୍ଦ୍ଧନ ଅମିତାଭଙ୍କ ପାଇଁ କୋରୱାଚତ୍ ବ୍ରତ ରଖୁଛନ୍ତି ଏବଂ କୋରୱାଚତର ରାତିରେ ଅମିତାଭଙ୍କ ଫୋଟୋ ଦେଖିଲା ପରେ ହିଁ ନିଜର ବ୍ରତ ଭାଙ୍ଗନ୍ତି ।

newstrend

ଜଣାଇଦେଉଛୁ କି ଗୋବର୍ଦ୍ଧନ ନିଜର ଜୀବନରେ ‘ବିଗ୍ ବି’ଙ୍କୁ ଅନୁସରଣ କରନ୍ତି । ସେ ଅମିତାଭଙ୍କ ଭଳି ହିଁ ଦାଢ଼ି ରଖନ୍ତି ଓ ପୋଷାକ ମଧ୍ୟ ବିଗ୍ ବିଙ୍କ ଭଳି ହିଁ ପିନ୍ଧନ୍ତି । ଗୋବର୍ଦ୍ଧନ ଅମିତାଭଙ୍କୁ ସେବେଠାରୁ ଅନୁସରଣ କରୁଛନ୍ତି, ଯେବେଠାରୁ ସେ ୨୦୦୫ ମସିହାରେ ବିଗ୍ ବିଙ୍କ KBCରେ ଦେଖିଥିଲେ । ଏହାଛଡା ଗୋବର୍ଦ୍ଧନ ଭୋଜବାନୀ ୨୦୧୦ ମସିହାରେ ମହାନାୟକଙ୍କୁ ସାକ୍ଷାତ କରିଥିଲେ ।

newstrend

କୋରନା ପସିଟିଭି ଜାଣିଲା ପରେ ବାରମ୍ବାର କରୁଛନ୍ତି ପ୍ରାଥନା:-

ବାରେଲିର ଗୋବର୍ଦ୍ଧନ ଭୋଜବାନୀଙ୍କୁ ଯେତେବେଳେ ପଚରାଗଲା କି ବିଗ୍ ବିଙ୍କ ପାଇଁ କୋରୱାଚତର ବ୍ରତ କାହିଁକି ରଖୁଛନ୍ତି ? ଏହାର ସେ ଜବାବ୍ ଦେଲେ କି ଅମିତାଭ ବଚ୍ଚନ ତାଙ୍କ ଜୀବନର ଏକ ପ୍ରେରଣା ସମାନ ଅଟନ୍ତି । ସେଥିପାଇଁ ସେ ବିଗ ବିଙ୍କ ପାଇଁ ଦୀର୍ଘ ଆୟୁଷ ଚାହୁଁଛନ୍ତି । ସେହିପରି ଯେତେବେଳେ ଗୋବର୍ଦ୍ଧନ ଜାଣିବାକୁ ପାଇଲେ କି ବିଗ୍ ବି କୋରନା ଭାଇରସରେ ସଂକ୍ରମଣ ହୋଇଛନ୍ତି, ଏହାପରେ ଗୋବର୍ଦ୍ଧନ ବହୁତ ଚିନ୍ତିତ ଅଛନ୍ତି ଓ ସେ ଅମିତାଭଙ୍କ ପାଇଁ ବାରମ୍ବାର ପୂଜାପାଠ କରୁଛନ୍ତି ।

newstrend

ମନେପକେଇ ଦେଉଛୁ କି ଗତ କିଛିଦିନ ତଳେ ଅମିତାଭ ବଚ୍ଚନ ସମେତ ତାଙ୍କ ପରିବାର(ଅଭିଷେକ, ଐଶ୍ୱର୍ଯ୍ୟ।,ଆରାଧ୍ୟା)ଙ୍କୁ କୋରନା ସଂକ୍ରମିତ ହୋଇଥିଲା । ସେମାନଙ୍କ ଚିକିତ୍ସା ମୁମ୍ବାଇର ନାନାବଟୀ ମେଡିକାଲରେ ଚାଲିଛି । ବଚ୍ଚନ ପରିବାରକୁ କୋରନା ପସିଟିଭିରେ ପାଇଲା ପରେ ତାଙ୍କ ପାଇଁ ପୁରା ଦେଶ ପ୍ରାଥନା କରିବାରେ ଲାଗିଛି । କିଛି ବନ୍ଧୁମାନେ ତ ଅମିତାଭଙ୍କ ଶୀଘ୍ର ଠିକ୍ ହେବାକୁ ନେଇ ମନ୍ଦିରରେ ପୂଜାକାମ ଜାରି କରିଛନ୍ତି ।

ଅମିତାଭ ଦେଲେ ତାଙ୍କ ବନ୍ଧୁମାନଙ୍କୁ କିଛି ଉପଦେଶ:-

ସୂଚନା ମୁତାବକ ଅମିତାଭ ବଚ୍ଚନ ସମେତ ତାଙ୍କ ପୁରା ପରିବାରର ଶରୀର ସ୍ଥିର ରହିଛି । ଅମିତାଭ ନିଜେ ନିଜର ଟ୍ୱିଟର ଆକାଉଣ୍ଟରେ ନିଜ ଫ୍ୟାନ୍ସ ମାନଙ୍କୁ ନିଜର ସ୍ୱାସ୍ଥ୍ୟ ବିଷୟରେ ସୂଚନା ବାରମ୍ବାର ଦେଉଛନ୍ତି । ସେ କହିଲେ କି ମୁଁ ନିଜେ ଟ୍ୱିଟ୍ ଜରିଆରେ ଫ୍ୟାନ୍ସ ମାନଙ୍କୁ ଭଲ ଉପଦେଶ ଦେଉଛି ।

ଅମିତାଭ ଏକ ମନ୍ତ୍ର ବୁଝାଇଛନ୍ତି । ଇସ୍ରୋଇ ଘୃଣି ତ୍ୱସଂତୁଷ୍ଟ:କ୍ରୋଧନ ନିତ୍ୟାସଦକୀତ:। ପରଭାଗ୍ୟପୋଜିବି ଚ ଷଡେତେ ଦୁଃଖଭାଗିନ:। ଏହାର ଅର୍ଥ ହେଉଛି, ଇର୍ଷା, ଘୃଣା କରୁଥିବା ଲୋକ, ଅସନ୍ତୋଶି, କ୍ରୋଧି, ସନ୍ଧେହ କରୁଥିବା ଲୋକ ଓ ଅନ୍ୟର ସାହାରାରେ ବଞ୍ଚୁଥିବା ଲୋକ ସବୁବେଳେ ଦୁଃଖ ପାଇଥାଏ । ଏହିପରି ଲୋକଙ୍କ ଠାରୁ ଦୁରେଇ ରହିବା ଉଚିତ ।

Leave a Reply

Your email address will not be published. Required fields are marked *