କ୍ରୋଧିତ ହେଲେ ଶନିଦେବ ! ଏହି ଗୋଟିଏ ରାଶି ଉପରେ ପଡ଼ିଲା ଶନି ମହାଦଶା ।

କ୍ରୋଧିତ ହେଲେ ଶନିଦେବ ! ଏହି ଗୋଟିଏ ରାଶି ଉପରେ ପଡ଼ିଲା ଶନି ମହାଦଶା ।

ଆମେ ସମସ୍ତେ ଜାଣିଛେ ଯେ, ଗ୍ରହମାନଙ୍କର ଚଳନର କାରଣରୁ ଆମ ଜୀବନର ଚାଲି, ଚାଳନ, ବ୍ୟବହାର, ଅନେକ କିଛି ଅଦଳବଦଳ ହେବାର ଦେଖିବାକୁ ମିଳେ । ଏହି କାରଣରୁ ଆମେ ଜୀବନରେ ସୁଖ ଓ ଦୁଃଖ ଉଭୟର ସମ୍ମୁଖୀନ କରିବାକୁ ପଡିଥାଏ । ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଶନିଦେବଙ୍କୁ ସର୍ବଚ୍ଚ ନ୍ୟାୟାଧୀଶର ଉପାଧି ଦିଆଯାଇଛି । ଯେଉଁମାନେ ଭୁଲ୍ କାର୍ଯ୍ୟ କରୁଥିବା ସେମାନଙ୍କୁ ଉଚିତ ସମୟରେ, ଉଚିତ ଦଣ୍ଡ ଦେଇଥାନ୍ତି । ଯାହାଙ୍କ ଉପରେ ଶନିଦେବ କ୍ରୋଧିତ ହୋଇଥାନ୍ତି, ସେହି ଲୋକଙ୍କର ଜୀବନ ନାଶ ହେବାର ସୁନିଶ୍ଚିତ ଅଟେ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କର ଚଳନ କାରଣରୁ ଏଭଳି ଯୋଗ ଘଟୁଅଛି ଯେ, ଆଜି ରାତ୍ରଠାରୁ ଶନିଦେବ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହାର ପ୍ରଭାବ କେବଳ ଗୋଟିଏ ରାଶି ଉପରେ ସବୁଠାରୁ ଅଧିକ ପ୍ରଭାବ ପଡ଼ିବ । ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ନ୍ୟାୟାଧୀଶ ବୋଲି ମାନ୍ୟତା ରହିଛି । ଆପଣଙ୍କୁ କହି ରଖୁଛୁ ଯେ, ବ୍ୟକ୍ତିର ଜୀବନରେ ଯାହା ବି ଭଲ ଏବଂ ଖରାପ ଫଳ ରହିଥାଏ, ତାହା ସବୁ ଶନିଦେବଙ୍କ ମହାଦଶା କାରଣରୁ ହିଁ ହୋଇଥାଏ । ବେଳେବେଳେ କୌଣସି କଷ୍ଟ କାର୍ଯ୍ୟ ଅତି ସହଜରେ ହୋଇଯାଇଥାଏ କିନ୍ତୁ ବେଳେବେଳେ ଅତି ସହଜର କାର୍ଯ୍ୟ ଅତ୍ୟନ୍ତ ପରିଶ୍ରମ କରିବା ସତ୍ତ୍ୱେ ହୋଇନଥାଏ । ଏହା ସବୁ ଶନିଦେବଙ୍କ ମହାଦଶା କାରଣରୁ ହିଁ ହୋଇଥାଏ । ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏହି ଫାଲଗୁନ୍ ମାସର ଅମାବାସ୍ୟାରେ ଧନୁ ରାଶିକୁ ଛାଡ଼ି ମକର ରାଶିରେ ଯାଇ ବସିବେ ।

Google

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ସବୁଠାରୁ ମନ୍ଥର ଗତିରେ ଚାଲୁଥିବା ଗ୍ରହ ଅଟନ୍ତି । ଯିଏକି ଗୋଟିଏ ରାଶିରେ ପାଖାପାଖି ଅଢ଼େଇ ବର୍ଷ ରହିଥାନ୍ତି । ଶନିଙ୍କ ଗୋଟିଏ ଗ୍ରହରୁ ଅନ୍ୟ ଗ୍ରହକୁ ଯିବା ଦ୍ୱାରା ସମସ୍ତଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଥାଏ । ଏହାପୂର୍ବରୁ ଶନି ୨୦୧୭ ମସିହାରେ ଧନୁ ରାଶିକୁ ଆସିଥିଲେ । ମକର ରାଶି ପରେ ଶନି ୭ ଜାନୁଆରୀ ୨୦୨୩ରେ କୁମ୍ଭ ରାଶିରେ ପ୍ରବେଶ କରିବେ । ତେବେ ଏଥର ୨୩ ବର୍ଷପରେ ଶନି ମକର ରାଶିରେ ଆସିଛନ୍ତି । ଶନି ଗ୍ରହର ଚଳନ କାରଣରୁ କାହା ଉପରେ ଶନି ଦଶା ପଡ଼ିଯାଏ ତ’ କାହା ଉପରୁ ଶନି ଦଶା ଚାଲିଯାଇଥାଏ । ଏହି ଗୋଟିଏ ରାଶିର ଲୋକଙ୍କ ଉପରେ ଅତ୍ୟଧିକ ମାତ୍ରାରେ ଶନିଙ୍କ ଖରାପ ପ୍ରଭାବ ପଡ଼ିବ । ଯେଉଁ କାରଣରୁ ଅଧିକ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ିପାରେ । ଏମାନଙ୍କର ଅନାବଶ୍ୟକ ଖର୍ଚ୍ଚ ବଢିଯିବ । ଏହି ରାଶିର ଲୋକମାନଙ୍କୁ ଏବେ ବହୁତ ସାବଧାନରେ ରହିବାକୁ ପଡ଼ିବ । ଏହି ରାଶିର ଲୋକମାନଙ୍କୁ ଏହି ବର୍ଷ ଅଧିକ ସତର୍କରେ ରହିବାକୁ ପଡ଼ିବ ।

Google

ଚାକିରୀରେ ସମସ୍ୟା ଗୁଡ଼ିକର ସାମ୍ନା କରିବାକୁ ପଡ଼ିପାରେ । କର୍ମକ୍ଷେତ୍ରରେ ଆପଣଙ୍କୁ ଶତ୍ରୁମାନେ ହଇରାଣ କରିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ବେପାରିମାନଙ୍କର ମଧ୍ୟ ଏହି ବର୍ଷଟି କଷ୍ଟସାଧ୍ୟ ହେବାର ସୂଚନା ରହିଛି । ଆପଣଙ୍କ ପ୍ରେମ ଜୀବନରେ ମଧ୍ୟ ଶନିଦଶାର ବିପରୀତ ପ୍ରଭାବ ପଡ଼ିବ । ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଶନି ଗ୍ରହ ମକର ରାଶିରେ ପ୍ରବେଶ କରିବା ମାତ୍ରେ କୁମ୍ଭ ରାଶିଙ୍କ ଉପରେ ଶନିଦଶାର ପ୍ରଥମ ଚରଣ ଆରମ୍ଭ ହୋଇଯିବ । ମକର ରାଶି ଉପରେ ଏହାର ପ୍ରଭାବ ଦ୍ୱିତୀୟ ଚରଣରେ ପଡ଼ିବ ଏବଂ ଧନୁ ରାଶି ଉପରେ ଏହି ଶନି ଦଶାର ଅନ୍ତିମ ଚରଣରେ ରହିବ । ଶନି ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ ଏହି ଦଶା ବୃଷ ରାଶିରୁ ଛାଡିଯିବ । ଏହା ବ୍ୟତୀତ ବୃଷ ଓ କନ୍ୟା ରାଶିର ଲୋକମାନେ ଏହି ଦଶାରୁ ମୁକ୍ତି ପାଇଯିବେ । ମିଥୁନ ଓ ତୁଳା ରାଶି ଉପରେ ଏହି ପ୍ରଭାବ ଆରମ୍ଭ ହୋଇଯିବ ।

ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ଏହି ଦଶାରୁ ମୁକ୍ତି ପାଇଥିବା ରାଶିର ଲୋକମାନେ ଲାଭରେ ରହିବେ । କିନ୍ତୁ ଏହା ମଧ୍ୟ ନିର୍ଭର କରିଥାଏ କି, ଏହି ରାଶିଙ୍କ ସହିତ ଶନିଙ୍କ ସମ୍ବନ୍ଧ କିପରି ରହିଛି । ଧନୁ ରାଶିର ସ୍ୱାମୀ ଗ୍ରହ ବୃହସ୍ପତି ଅଟନ୍ତି ଏବଂ ମିଥୁନ ରାଶିର ସ୍ୱାମୀ ଗ୍ରହ ବୁଧ ଅଟନ୍ତି । ଏହି ଦୁଇଟି ରାଶି ସହିତ ଶନିଦେବଙ୍କ କୌଣସି ଭଲ ସମ୍ବନ୍ଧ ନାହିଁ । ତେଣୁ ଏହି ଦଶାରୁ ମୁକ୍ତି ପାଇଁ ମଧ୍ୟ ଏହି ରାଶିର ଲୋକଙ୍କୁ ଲାଭ ରହିବ ନାହିଁ । ସେହିଭଳି ଏହି ଦଶାରୁ ମୁକ୍ତି ପାଇବା ପରେ ମିଥୁନ ରାଶିର ଲୋକଙ୍କୁ ମଧ୍ୟ ଅଧିକ ଲାଭ ରହିବ ନାହିଁ । ଏହି କାରଣରୁ ଏହି ରାଶିର ଲୋକଙ୍କୁ କ୍ଷତି ମଧ୍ୟ ସହିବାକୁ ପଡ଼ିପାରେ । ତେଣୁ ଆପଣ ଶନିଦେବଙ୍କ ନାମକୁ ଉଚ୍ଚାରଣ କରି ଚାଲନ୍ତୁ । ଏହାଦ୍ୱାରା ଆପଣଙ୍କୁ ସବୁ ଅସୁବିଧା ଠାରୁ ମୁକ୍ତି ମିଳିପାରିବ । ଏହାସହ ଆପଣ ପ୍ରତ୍ୟେକ ଦିନ ସକାଳେ ସ୍ନାନ କରି ସାରିବା ପରେ ହନୁମାନ ଚାଳିଶା ପାଠ କରନ୍ତୁ ।

Leave a Reply

Your email address will not be published. Required fields are marked *