ଅମିତାଭଙ୍କ ପରିବାରର ଏହି ସଦସ୍ୟ ଦାରିଦ୍ର୍ୟତାରେ ଜୀବନ ଅତିବାହିତ କରୁଛନ୍ତି …..

ଅମିତାଭଙ୍କ ପରିବାରର ଏହି ସଦସ୍ୟ ଦାରିଦ୍ର୍ୟତାରେ ଜୀବନ ଅତିବାହିତ କରୁଛନ୍ତି …..

କୋଟି କୋଟି ଟଙ୍କା ଅଛି ଅମିତାଭ ବଚ୍ଚନଙ୍କ ପାଖରେ ଏହା ସ୍ୱତେ ଅମିତାଭଙ୍କ ଏହି ପରିବାର ଦରିଦ୍ରତାରେ ଜୀବନ ଅତିବାହିତ କରୁଛି ।

ଅମିତାଭ ନା କେବଳ ଭାରତରେ ,ବିଦେଶରେ ମଧ୍ୟ ନିଜର ଅଭିନୟ ମାଧ୍ୟମରେ ନାଁ ଅର୍ଜନ କରିଛନ୍ତି । ବଲିଉଡର ସୁପରଷ୍ଟାର ରୂପରେ ପରିଚିତ ଅମିତାଭ ନାଁ ଅର୍ଜନ କରିବା ସହ ବିପୁଳ ଅର୍ଥ ମଧ୍ୟ ଅର୍ଜନ କରିଛନ୍ତି । ଏହା ଅମିତାଭଙ୍କ ପରିଶ୍ରମର ଫଳ ଅଟେ ଯାହାଫଳରେ ଅମିତାଭଙ୍କ ପରିବାର ଦେଶର ଧନୀକ ଶ୍ରେଣୀର ବ୍ୟକ୍ତିଙ୍କ ସୂଚୀରେ ସାମିଲ ଅଛି । ୭୦ ବର୍ଷରୁ ଅଧିକ ହୋଇ ସାରିଥିବା ଅମିତାଭ ଆଜି ମଧ୍ୟ ସେହିଭଳି ଚଳଚଞ୍ଚଳ ଭାବରେ ଅଭିନୟ କରିଚାଲିଛନ୍ତି । କୋଟିପତି ଅମିତାଭଙ୍କ ପାଖରେ ବିପୁଳ ସମ୍ପତି ରହିଛି କିନ୍ତୁ ଆଜି ଆମେ ଅମିତାଭଙ୍କ ପରିବାରର ଜଣେ ସଦସ୍ୟଙ୍କ ବିଷୟରେ କହିବା ପାଇଁ ଯାଉଛୁ ଯିଏ ଦିନରେ ଦୁଇ ବେଳା ଖାଇବା ପାଇଁ ମଧ୍ୟ ପାଉ ନାହାଁନ୍ତି ।

ଏହାପୂର୍ବରୁ ଆପଣଙ୍କୁ ଆମେ ସେହି ପରିବାରର ସଦସ୍ୟ ବିଷୟରେ କହିବା ପୂର୍ବରୁ ପ୍ରଥମେ ଅମିତାଭଙ୍କ ବିଷୟରେ କହିବା ପାଇଁ ଚାହୁଁଛୁ । ଏକ ଆକଲନରୁ ଜଣାପଡିଛି ଅମିତାଭଙ୍କ ମୋଟ ସମ୍ପତି ୪୦୦ ମିଲିୟନ ଅଟେ । ନିଜ କ୍ୟାରୀୟରରେ ଅମିତାଭ ୧୮୦ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଅମିତାଭ ନିଜ ଚଳଚିତ୍ର କ୍ୟାରିୟର ୧୯୬୯ରେ ‘ ସାତ ହିନ୍ଦୁସ୍ତାନୀ ‘ ରୁ ଆରମ୍ଭ କରିଥିଲେ । ଆଜି ଆମେ ଅମିତାଭଙ୍କ ପରିବାରର ସେହି ସଦସ୍ୟଙ୍କ ବିଷୟରେ କହିବା ପାଇଁ ଚାହୁଁଛୁ ଯେଉଁ ପରିବାର ଅର୍ଥ ଅଭାବରୁ ଦରିଦ୍ରତାରେ ଜୀବନ ଅତିବାହିତ କରୁଛନ୍ତି । ଆପଣଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବା ଅମିତାଭଙ୍କ ପରିବାରର ସମସ୍ତ ସଦସ୍ୟ କୋଟିପତି ଅଟନ୍ତି ତାହାସ୍ବତେ ଆମେ ଏଠାରେ କେଉଁ ସଦସ୍ୟଙ୍କ ବିଷୟରେ କହିବା ପାଇଁ ଚାହୁଁଛୁ ଯିଏ ଦରିଦ୍ରତାରେ ଜୀବନ ଅତିବାହିତ କରୁଛନ୍ତି । କହିବା ପାଇଁ ଗଲେ ଅମିତାଭଙ୍କ ପରିବାରରେ ଅଶ୍ୱର୍ଯ୍ୟା ବଚ୍ଚନ , ଅଭିଷେକ ବଚ୍ଚନ ଏବଂ ଜୟା ବଚ୍ଚନ ଧନୀ ଶ୍ରେଣୀର ଅନ୍ତର୍ଭୁକ୍ତ ଅଟନ୍ତି ହେଲେ ଆମେ ଏଠାରେ କେଉଁ ସଦସ୍ୟଙ୍କ ବିଷୟରେ କହିବା ପାଇଁ ଚାହୁଁଛୁ ?

ଅନୁପ ରାମଚନ୍ଦ୍ରଙ୍କ ପରିବାର ।

ଆମେ ଏଠାରେ ଅମିତାଭଙ୍କ ପିୟୁସି ପୁଅ ଅନୁପ ରାମଚନ୍ଦ୍ରଙ୍କ ପରିବାର ବିଷୟରେ କହିବା ପାଇଁ ଚାହୁଁଛୁ । ଅନୁପ ରାମଚନ୍ଦ୍ରଙ୍କ ପରିବାର ସହ ଅମିତାଭ ବଚ୍ଚନଙ୍କ ପରିବାର ସହ ବିଶେଷ ସମ୍ପର୍କ ରହିଛି । ଏହାସ୍ୱତେ
ଅନୁପ ରାମଚନ୍ଦ୍ରଙ୍କ ପରିବାର ଦରିଦ୍ରତାରେ ଜୀବନ ଅତିବାହିତ କରୁଛନ୍ତି । ଅନୁପ ରାମଚନ୍ଦ୍ରଙ୍କ ପରିବାର ପୂର୍ବରୁ ସାମାନ୍ୟ ଧନୀ ଥିଲେ କିନ୍ତୁ ସମୟର ବିଡମ୍ବନା ଯୋଗୁଁ ଅନୁପ ରାମଚନ୍ଦ୍ରଙ୍କ ପରିବାର ଦାରିଦ୍ର୍ୟତାର ଶୀକାର ହୋଇଗଲେ । ସମାନ୍ୟ ଏକ ଜମି ବିବାଦ ଯୋଗୁଁ ଦୁଇ ପରିବାର ମଧ୍ୟରେ ଥିବା ସମ୍ପର୍କ ବିଗିଡି ଯାଇଛି ।

ଏହି ବିବାଦ ଯୋଗୁଁ ଅମିତାଭ ଅନୁପ ରାମଚନ୍ଦ୍ରଙ୍କ ପରିବାର ଠାରୁ ଦୂରେଇ ଯାଇଛନ୍ତି । ଅନୁପ ରାମଚନ୍ଦ୍ରଙ୍କ ପରିବାର ଅଭିଷେକ ବଚ୍ଚନଙ୍କ ବିବାହରେ ଯୋଗ ନଦେବା ପଛର କାରଣ ହେଉଛି ନିଜର ଦାରିଦ୍ର୍ୟତା । ଅନୁପ ଏବଂ ଅନୁପଙ୍କ ପତ୍ନୀ ମୃଦୁଳା ଅମିତାଭଙ୍କ କଟଘର ସ୍ଥିତ ବାସଭବନରେ ରହୁଛନ୍ତି । ଅନୁପଙ୍କ କହିବା ଅନୁସାରେ ଏହି ଘର ପୂର୍ବପୁରୁଷ ସମୟର ଅଟେ ଯାହାକୁ ନେଇ ବଚ୍ଚନ ପରିବାର ଏବଂ ଆମ ପରିବାର ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି । ଅନୁପଙ୍କ ଅନୁସାରେ ଏହି ଘରଟିକୁ ଏକ ସଂଗ୍ରାଳୟରେ ପରିଣତ କରି ହରିବଂଶ ରାୟ ବଚ୍ଚନଙ୍କ ସ୍ମୃତିକୁ ସାଇତି ରାଖାଯାଉ ।

Leave a Reply

Your email address will not be published. Required fields are marked *