ଲେମ୍ଭୁକୁ ଏହିପରି ଦୁଇଫଳ କରି ଫୋପାଡି ଦିଅନ୍ତୁ ! ଦେଖିବେ ଅଳ୍ପ ଦିନ ମଧ୍ୟରେ ଦୁଃଖକଷ୍ଟ ଆପେ ଆପେ ଦୂର ହୋଇଯିବ…

ଲେମ୍ଭୁକୁ ଏହିପରି ଦୁଇଫଳ କରି ଫୋପାଡି ଦିଅନ୍ତୁ ! ଦେଖିବେ ଅଳ୍ପ ଦିନ ମଧ୍ୟରେ ଦୁଃଖକଷ୍ଟ ଆପେ ଆପେ ଦୂର ହୋଇଯିବ…

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ତାଙ୍କୁ କେବେ ନା କେବେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ଯେତେବେଳେ ଜଣେ ବ୍ୟକ୍ତି କୌଣସି ଅସୁବିଧାର ସମ୍ମୁଖୀନ ହୁଏ ସେତେବେଳେ ସେ ଚିନ୍ତିତ ହୋଇଯାଏ ଏବଂ ସେହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅନେକ ପ୍ରକାର ପ୍ରତିକାର ଖୋଜିଥାଏ । ତାନ୍ତ୍ରିକ ଗ୍ରନ୍ଥରେ ବ୍ୟକ୍ତିର ସମସ୍ତ ସମସ୍ୟାର ବିଭିନ୍ନ ପ୍ରକାରର ପ୍ରତିକାର ଉଲ୍ଲେଖ କରାଯାଇଛି ଯାହା ସାହାଯ୍ୟରେ ଅସମ୍ଭବ କାର୍ଯ୍ୟକୁ ମଧ୍ୟ ସମ୍ଭବ କରାଯାଇପାରିବ । ଯଦି ଏହି ଗ୍ରନ୍ଥଗୁଡ଼ିକରେ ଉଲ୍ଲେଖ କରାଯାଇଥିବା ପ୍ରତିକାରଗୁଡ଼ିକ ଅନୁସରଣ କରାଯାଏ ତେବେ ଆମେ ଆମର ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବା । ଏହି ପ୍ରତିକାରରେ ଉଲ୍ଲେଖ କରାଯାଇଥିବା ଅଧିକାଂଶ ଉପାସନା ପଦ୍ଧତିରେ ଉଦ୍ଭିଦ, ଫଳ ଏବଂ ଏହିପରି ଅନ୍ୟାନ୍ୟ ଜିନିଷ ବ୍ୟବହାର ହୋଇଥାଏ । ତନ୍ତ୍ର ବିଦ୍ୟା ସାହାଯ୍ୟରେ ଲେମ୍ବୁକୁ ବ୍ୟବହାର କରି ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ କିନ୍ତୁ ଏହି ଲେମ୍ବୁକୁ ବ୍ୟବହାର କରିବାବେଳେ କିଛି ଖାସ୍ ଜିନିଷ ପ୍ରତି ଧ୍ୟାନ ଦେବାକୁ ହେବ ।

ଆଜି ଏହି ଆର୍ଟିକିଲ୍ ମାଧ୍ୟମରେ ଆମେ ଆପଣଙ୍କୁ ଲେମ୍ବୁର ଏପରି କିଛି ବ୍ୟବହାର ବିଷୟରେ ସୂଚନା ଦେବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣ ନିଜ ସମସ୍ୟାରୁ ମୁକ୍ତି ପାଇପାରିବେ

ଆସନ୍ତୁ ଜାଣିବା ଏହି ଲେମ୍ବୁର ଏହି ବ୍ୟବହାରଗୁଡିକ

ଯଦି କୌଣସି ବ୍ୟକ୍ତିଙ୍କର ବ୍ୟବସାୟ ମାନ୍ଦା ଚାଲୁଥାଏ ତେବେ ଶନିବାର ଦିନ ଲେମ୍ବୁ ଆଣି ଦୋକାନର ଚାରି କାନ୍ଥକୁ ଛୁଆଁଇ ଦିଅନ୍ତୁ । ଏହାପରେ ଲେମ୍ବୁକୁ ଚାରି ଖଣ୍ଡ କାଟି ବାହାରେ ଫିଙ୍ଗିଦିଅନ୍ତୁ । ଚାରି ଦିଗରେ ଚାରି ଖଣ୍ଡ ଲେମ୍ବୁ । ଏହି ପ୍ରତିକାର ଦ୍ୱାରା ବ୍ୟବସାୟ ଉପରେ ଥିବା ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ ।

ଯଦି କୌଣସି ବ୍ୟକ୍ତିଙ୍କ ଘରେ ନକାରାତ୍ମକ ଶକ୍ତିର ବାସ ଥାଏ, ତେବେ ଘରେ ଏକ ଲେମ୍ବୁ ଗଛ ଲଗାଇଦିଅନ୍ତୁ । ଯେଉଁ ଘରେ ଲେମ୍ବୁ ଗଛ ଥାଏ ସେହି ଘରେ ସକାରାତ୍ମକ ଶକ୍ତିର ବାସ ରହେ ଏବଂ ଏହାର ଆଖପାଖ ପରିବେଶ ମଧ୍ୟ ସକରାତ୍ମକ ଉର୍ଜାରେ ଭରିଯାଏ । ଲେମ୍ବୁ ଗଛ ରହିବା ଦ୍ୱାରା ବାସ୍ତୁ ଦୋଷ ବିଲୋପ ହୋଇଥାଏ ।

ଯଦି ଆପଣଙ୍କ ଘରେ କେହି ଅସୁସ୍ଥ ଅଛନ୍ତି ଏବଂ ଦୀର୍ଘ ସମୟ ଧରି ଚିକିତ୍ସିତ ହେବା ପରେ ମଧ୍ୟ ସେ ସୁସ୍ଥ ହେଉହାଁନ୍ତି ତେବେ ଏଥିପାଇଁ ଆପଣ ଲେମ୍ବୁକୁ ବ୍ୟବହାର କରିପାରିବେ । ଲେମ୍ବୁ ଉପରେ କଳା ରଙ୍ଗର କାଳୀରେ ୩୦୭ ଲେଖନ୍ତୁ । ଏହାପରେ ସେହି ବ୍ୟକ୍ତି ଚାରିପଟେ ଏହି ଲେମ୍ବୁଟିକୁ ୭ଥର ବୁଲାଇ ଆଣନ୍ତୁ । ଏହାପରେ ଲେମ୍ବୁଟିକୁ ସମାନ ଚାରି ଭାଗରେ କାଟନ୍ତୁ କିନ୍ତୁ ଏହାକୁ ଏପରି ଭାବରେ କଟିବେ ଯେପରି ଏହାର ତଳ ଭାଗ ପରସ୍ପର ସହ ସଂଲଗ୍ନ ରହିବ । ତା’ପରେ ସେହି ଲେମ୍ବୁକୁ ଏକ ନିର୍ଜନ ସ୍ଥାନରେ ଫୋପାଡି ଦିଅନ୍ତୁ । ଏହି ପ୍ରତିକାର କରିବା ଦ୍ୱାରା ରୋଗୀ ୨୪ଘଣ୍ଟା ମଧ୍ୟରେ ଭଲ ହୋଇଯିବ ।

ଯଦି ଆପଣଙ୍କ ପରିବାରର କେହି ଶିଶୁ କିମ୍ବା ବୟସ୍କ ବ୍ୟକ୍ତି ଖରାପ ନଜର ଲାଗିବା ଦ୍ୱାରା ହଇରାଣ ହେଉଛନ୍ତି ତେବେ ଏକ ଲେମ୍ବୁକୁ ତାଙ୍କ ମୁଣ୍ଡରୁ ପାଦ ଯାଏ ୭ ଥର ବୁଲାଇ ଚାରି ଖଣ୍ଡ କାଟିଦିଅନ୍ତୁ । ଏହାପରେ ଏକ ନିଛାଟିଆ ସ୍ଥାନରେ ଏହି ଲେମ୍ବୁକୁ ଫୋପାଡ଼ି ଦିଅନ୍ତୁ । କିନ୍ତୁ ମନେରଖନ୍ତୁ ଯେ ଲେମ୍ବୁ ଖଣ୍ଡ ପକାଇବା ପରେ ଆପଣ ଆଗକୁ ପଛକୁ ନଚାହିଁ ସିଧା ନିଜ ଘରକୁ ଫେରିବେ । ଏହି ପ୍ରତିକାର ଶୀଘ୍ର ଖରାପ ଶକ୍ତିର ପ୍ରଭାବ ଦୂର କରିବ ।

Leave a Reply

Your email address will not be published. Required fields are marked *