ବିବାହିତ ମହିଳାମାନେ ଘରେ ଏକୁଟିଆ ଥିବା ସମୟରେ ଏହିପରି କାମ କରନ୍ତି

ବିବାହିତ ମହିଳାମାନେ ଘରେ ଏକୁଟିଆ ଥିବା ସମୟରେ ଏହିପରି କାମ କରନ୍ତି

ବିବାହିତ ମହିଳାମାନେ ଘରେ ଏକୁଟିଆ ଥିବା ସମୟରେ ଏହିପରି କାମ କରନ୍ତି , ପୁରୁଷ ମାନେ ନିଶ୍ଚୟ ପଢନ୍ତୁ ।

ବିବାହ ପରେ ଜଣେ ମହିଳାଙ୍କ ଉପରେ ଅନେକ ଗୁଡିଏ ଦାୟିତ୍ୱର ବୋଝ ଆସି ଯାଇଥାଏ । ଏହିପରି ଭାବରେ ସେ ନିଜ ଜୀବନରେ ଏତେ ଵ୍ୟସ୍ତ ହୋଇଯାଆନ୍ତି ଯେ ସେମାନେ ନିଜ ଇଛା ମୁତାବକ କିଛି ମଧ୍ୟ କରିପାରନ୍ତି ନାହିଁ । ଆହୁରି ବିବାହ ପରେ ଶ୍ୱଶୁର ଘରେ ନିଜ ବୋହୁକୁ ଅନେକ କଟକଣାରେ ରଖନ୍ତି । ବିବାହ ପରେ ସେମାନେ ସେହିଭଳି ମଜା କରିପାରନ୍ତି ନାହିଁ ଯାହା ବିବାହ ପୂର୍ବରୁ ନିଜ ବାପଘରେ କରୁଥିଲେ । ଏଠି ତାକୁ ରୋକିବା ଲୋକମାନେ ଆନେକ ମିଳି ଯାଆନ୍ତି । ଏହି ପରିସ୍ଥିତିରେ ଯେବେ ମହିଳାଙ୍କ ପାଖରେ ଏପରି ସୁଯୋଗ ଆସେ ଯେତେବେଳେ ସେମାନେ ଘରେ ଏକୁଟିଆ ରୁହନ୍ତି ସେତେବେଳେ ନିଜର ସମସ୍ତ ଇଚ୍ଛାକୁ ଲୁଚେଇ ଛପାଇ ପୂରଣ କରନ୍ତି । କେବେ ଆପଣ ମାନେ ଭାବିଛନ୍ତି କି ଜଣେ ବିବାହିତ ମହିଳା ଘରେ ଏଳୁଟିଆ ରହିଲେ କଣ କରନ୍ତି ? ଆସନ୍ତୁ ଜାଣିବା ।

ବିଶ୍ରାମ କିମ୍ଵା ଶୟନ କରନ୍ତି

ବେଳେବେଳେ ବିବାହିତ ମହିଳାଙ୍କୁ ସକାଳୁ ଶୀଘ୍ର ଉଠିବାଠୁ ଆରମ୍ଭ କରି ରାତି ହେବା ପର୍ଯ୍ୟନ୍ତ କାମରେ ଏତେ ବ୍ୟସ୍ତ ରହିବାକୁ ପଡିଥାଏ । ସେମାନଙ୍କ ଉପରେ ଅନେକ ଗୁଡାଏ ଦାୟିତ୍ୱର ବୋଝ ମଧ୍ୟ ଥାଏ । ଏହିଭଳି ସ୍ଥିତିରେ ଯେତେବେଳେ ସେମାନେ ଘରେ ଏକୁଟିଆ ରହିଲେ , ଏହାର ସୁଯୋଗରେ ସେମାନେ ଅତ୍ୟଧିକ ବିଶ୍ରାମ କରନ୍ତି ଏବଂ ଖୁସିରେ ଯେତେ ଇଛା ସେତେ ଶୟନ କରନ୍ତି ।

ନୂଆ ପୋଷାକ ପରିଧାନ କରିବା

ଯେବେ ଘରେ କେହି ନଥାନ୍ତି ସେତେବେଳେ ମହିଳାମାନେ ନୂଆ ଆଉ ଆଧୁନିକ ପୋଷାକ ପିନ୍ଧିବାକୁ ଚେଷ୍ଟା କରନ୍ତି । ବିଶେଷତଃ ଯେଉଁ ମହିଳାମାନଙ୍କ ଘରେ ସାଲୱାର କିମ୍ବା ଜିନ୍ସ ପିନ୍ଧିବାକୁ ଦିଅନ୍ତି ନାହିଁ , ସେମାନେ ଘରେ ଏକୁଟିଆ ରହିବା ସମୟରେ ଏହି ସବୁ ପୋଷାକ ପିନ୍ଧିବାକୁ ଚେଷ୍ଟା କରନ୍ତି ।

ସୌନ୍ଦର୍ଯ୍ୟତାର ଉପଚାର

ମହିଳାମାନେ ଘରେ ଏକୁଟିଆ ବସିଥିଲେ ନିଜର ସୌନ୍ଦର୍ଯ୍ୟତା କୁ ଆହୁରି ନିପୁଣ କରିବା ପାଇଁ ପସନ୍ଦ କରନ୍ତି । ସେଥିପାଇଁ ସେମାନେ ଘରେ ଥିବା ସମୟରେ ଘରେଇ ଉପଚାର ଯେପରି ମୂଲତାନ ମାଟି ଏବଂ ମୁଣ୍ଡରେ , ହାତ ପାଦରେ ମେହେନ୍ଦି ଆଦି ଲଗାନ୍ତି । କିଛି ମହିଳାମାନେ ବିଉଟି ପାଲଲର ଯିବା ଆରମ୍ଭ କରନ୍ତି । ସାଧାରଣ ଦିନ ମାନଙ୍କରେ ମହିଳାମାନଙ୍କୁ ନିଜ ଶରୀର ପ୍ରତି ଧ୍ୟାନ ଦେବାପାଇଁ ସମୟ ମିଳେନାହିଁ ।

ଫୋନରେ ବହୁତ ସମୟ କଥାବାର୍ତା

ଏହି କଥା କାହାକୁ ଅଛପା ନୁହେଁ ଯେ ମହିଳାମାନଙ୍କୁ ଅଧିକ କଥାବାର୍ତ୍ତା କରିବା ପାଇଁ ବହୁତ ଭଲ ଲାଗେ । ଯେବେ ଘରେ କେହି ନଥାନ୍ତି ସେତେବେଳେ ସେମାନେ କାହାସହ ମଧ୍ୟ କଥା ହୋଇପାରନ୍ତି ନାହିଁ , ଏହି ପରିସ୍ଥିତିରେ ସେମାନେ ଫୋନ ମାଧ୍ୟମରେ ନିଜ ବାନ୍ଧବୀ କିମ୍ବା ନିଜ ପରିଜନଙ୍କ ସହ ବହୁତ ସମୟ ପର୍ଯ୍ୟନ୍ତ କଥା ହୁଅନ୍ତି ।

ବନ୍ଧୁମାନଙ୍କ ସହ ମିଳନ

ବିବାହିତ ମହିଳା ଘରେ ଏକୁଟିଆ ଥିବା ସମୟରେ ନିଜ ବନ୍ଧୁମାନଙ୍କୁ ଘରକୁ ଡାକି ସ୍ୱାଧୀନ ରୂପେ ଆନନ୍ଦରେ ସମୟ ଅତିବାହିତ କରିବା ପାଇଁ ସମୟ ମିଳିଯାଏ । ଅନ୍ୟ ଦିନ ମାନଙ୍କରେ ଶାଶୁ ଶଶୁର ଥିବା ଯୋଗୁଁ ଅଧିକ ଲୋକଙ୍କୁ ଡାକିପାରନ୍ତି ନାହିଁ କିମ୍ବା ସେମାନଙ୍କ ଉପସ୍ଥିତିରେ ଆନନ୍ଦ ଉପଭୋଗ କରିପାରେ ନାହିଁ । ସେଇଥିପାଇଁ ଏକୁଟିଆ ସମୟରେ ଘରେ ଆନନ୍ଦରେ ଉପଭୋଗ କରିବା ହେଉଛି ଉତ୍ତମ ସମୟ ଅଟେ ।

ନୃତ୍ୟ

କିଛି ମହିଳାଙ୍କୁ ନୃତ୍ୟ କରିବାକୁ ବହୁତ ପସନ୍ଦ ଥାଏ । ବିବାହ ପରେ ଶଶୁର ଘରେ ଅଧିକ ସ୍ୱାଧୀନ ଭାବରେ ନୃତ୍ୟ କରିପାରନ୍ତି ନାହିଁ । କିନ୍ତୁ ଏକୁଟିଆ ଥିବା ସମୟରେ ସେମାନେ ଆନନ୍ଦ ସହ ନୃତ୍ୟ କରି ସମୟ ଅତିବାହିତ କରନ୍ତି । ଏହି ସମୟରେ ସେମାନେ ସଙ୍ଗୀତର ଧ୍ୱନିକୁ ବଢ଼ାଇ ନୃତ୍ୟ କରନ୍ତି । କିଛି ମହିଳାମାନେ ନିଜ ନୃତ୍ୟର ଭିଡିଓ ମଧ୍ୟ ପ୍ରସ୍ତୁତ କରନ୍ତି । ବର୍ତ୍ତମାନ ଟିକଟକର ଯୁଗ , ତେଣୁ ମହିଳାମାନେ ମଧ୍ୟ ଟିକଟକ ପାଇଁ ଭିଡିଓ ପ୍ରସ୍ତୁତ କରନ୍ତି ।

ମନ ପସନ୍ଦର ଖାଦ୍ୟ

ମହିଳାମାନେ ଘରେ ଏକୁଟିଆ ଥିବା ସମୟରେ ନିଜ ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରି ଖାଆନ୍ତି । ଅନ୍ୟ ଦିନ ମାନଙ୍କରେ ତାଙ୍କୁ ସମସ୍ତଙ୍କର ଚିନ୍ତା କରିବାକୁ ପଡିଥାଏ ।

Leave a Reply

Your email address will not be published. Required fields are marked *