ନେପୋଟିଜମ୍ କୁ ନେଇ ଅକ୍ଷୟ କୁମାର କହିଲେ ଏହି କଥା ! ଏହା ଜାଣିବା ପରେ ଆପଣଙ୍କ ମଧ୍ୟ ବିଶ୍ଵାସ କରିପାରିବେ ନାହିଁ ! ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ ।

ନେପୋଟିଜମ୍ କୁ ନେଇ ଅକ୍ଷୟ କୁମାର କହିଲେ ଏହି କଥା ! ଏହା ଜାଣିବା ପରେ ଆପଣଙ୍କ ମଧ୍ୟ ବିଶ୍ଵାସ କରିପାରିବେ ନାହିଁ ! ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ ।

ସୁଶାନ୍ତ ସିଂ ରାଜପୁତ୍ ଚାଲିଯିବା ପରେ ଏବେ ନେପୋଟିଜମ୍ ବିଷୟରେ ବାହାରକୁ ଆସିବାକୁ ଲାଗୁଛି । ବଲିଉଡରେ ନେପୋଟିଜମ୍ ଏବେ ନୁହେଁ ବରଂ ଅନେକ ବର୍ଷରୁ ଚାଲିଆସୁଛି । କାରଣ ଏବେ ବଲିଉଡ଼ ଇଣ୍ଡଷ୍ଟ୍ରିର ଅନେକ ଷ୍ଟାର୍ସମାନେ ନେପୋଟିଜମ୍ କୁ ନେଇ ନିଜ ରାୟ/ମନ୍ତବ୍ୟ ରଖିଛନ୍ତି, ଯେଉଁମାନେ କି ନେପୋଟିଜମ୍ ଶିକାର ହୋଇଛନ୍ତି । ସେହି ଷ୍ଟାର୍ସମାନେ ୮୦ ଓ ୯୦ ଦଶକରେ କାମ କରିଥିଲେ । ଆଜି ବୋଲିଉଡ଼ର ସେହି ଅଭିନେତା ନେପୋଟିଜମ୍ ର ଶିକାର ହୋଇଥିବା ବିଷୟରେ ସେୟାର କରିଲେ ଯିଏକି ଆଜି ବଲିଉଡ଼ର ଏକ ବଡ଼ ଷ୍ଟାର୍ ଅଟନ୍ତି । ସେ ହେଉଛନ୍ତି ଅକ୍ଷୟ କୁମାର ।

ଅକ୍ଷୟ କୁମାର ଗୋଟିଏ ଇଣ୍ଟରଭିଉରେ କହିଥିଲେ ଯେ, “ଫୁଲ ଔର୍ କାଣ୍ଟେ” ଚଳଚିତ୍ର ପାଇଁ ଅନ୍ତିମ ସମୟରେ ସବୁକିଛି ପରିବର୍ତ୍ତନ କରିଦେଲେ । ଆପଣଙ୍କୁ ଜଣେଇବାକୁ ଚାହୁଁଛୁ ଯେ, “ଫୁଲ ଔର୍ କାଣ୍ଟେ” ଚଳଚିତ୍ରରୁ ଅଜୟ ଦେବଗନ୍ ବୋଲିଉଡ଼ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ । ଅଜୟ ଦେବଗଣ ବୋଲିଉଡ଼ର ଷ୍ଟଣ୍ଟମେନ୍ ବିରୁ ଦେବଗନ୍ ଙ୍କ ପୁଅ ଥିଲେ ଓ ଅନ୍ୟପଟେ ଅକ୍ଷୟ କୁମାର ଦିଲ୍ଲୀର ଏକ ଆଉଟ୍ ସାଇଡ଼ର୍ ଥିଲେ ।

ଅକ୍ଷୟ କୁମାର କହିଲେ ୧୯୯୧ ମସିହାରେ ରିଲିଜ୍ ହୋଇଥିବା “ଫୁଲ ଔର୍ କାଣ୍ଟେ” ଚଳଚିତ୍ରରେ ମୁଁ ଥିଲି । ମୁଁ ଏହି ଚଳଚ୍ଚିତ୍ରର ସଙ୍ଗୀତ ପ୍ରସ୍ତୁତ କରୁଥିବା ସମୟରେ ଥିଲି । ଫୋଟ ସୁଟ୍ ରେ ଓ ଏହା ଛଡ଼ା ଅନ୍ୟ ଜାଗାରେ ମଧ୍ୟ ମୁଁ ଥିଲି । କିନ୍ତୁ ସୁଟିଙ୍ଗ ହେବାର ଗୋଟିଏ ଦିନ ପୂର୍ବରୁ ମୋତେ ଗୋଟିଏ କଲ୍ ଆସିଲା ଓ ମୁଁ ସେହି ସମୟରେ ପରଦିନର ସୁଟିଙ୍ଗ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲି । ମତେ କଲ୍ କରି କହିଲେ ଯେ, ଫିଲ୍ମ “ଫୁଲ ଔର୍ କାଣ୍ଟେ” ଚଳଚିତ୍ରରେ ତୁମର ରିପ୍ଲେସ୍ ହୋଇଯାଇଛ ।

ଏହାପରେ ଅଜୟ ଦେବଗନ୍ ଓ ଅକ୍ଷୟ କୁମାରଙ୍କ ମଧ୍ୟରେ ଅଳ୍ପ ଦୂରତା ଆରମ୍ଭ ହୋଇଥିଲା । କିନ୍ତୁ ୧୯୯୪ରେ ଆସିଥିବା ଚଳଚିତ୍ର “ସୁହାଗ”ରେ ଦୁହେଁ ମିଶି କାମ କରିଥିଲେ, ଏହାପରେ ଦୁହେଁକ ମଧ୍ୟରେ ଭଲ ମିତ୍ରତା ଆରମ୍ଭ ହୋଇଥିଲା । ଏବେ ଅକ୍ଷୟ କୁମାର ଓ ଅଜୟ ଦେବଗନ୍ ଙ୍କ ମଧ୍ୟରେ ଆଉ କିଛି ସମସ୍ୟା ନାହିଁ । ଅକ୍ଷୟ କୁମାର ଓ ଅଜୟ ଦେବଗନ୍ ରୋହିତ ସେଠୀଙ୍କ ନିର୍ଦେଶନାରେ ପ୍ରସ୍ତୁତ ହୋଇଥିବା ଚଳଚିତ୍ର “ସୂର୍ଯ୍ୟବଂଶୀ”ରେ ମିଶି କାମ କରିଲେ । ଅକ୍ଷୟ କୁମାରଙ୍କ ଏହି କଥା ଜାଣିବା ପରେ ପୂର୍ଣ୍ଣରୂପେ ବିଶ୍ୱାସ ହୋଇଗଲା ଯେ, ଆଉଟ୍ ସାଇଡ଼ର୍ ମାନଙ୍କୁ ବୋଲିଉଡ଼ ଇଣ୍ଡଷ୍ଟ୍ରି ସବୁବେଳେ ଅଣଦେଖା କରାଯାଉଛି । ଅକ୍ଷୟ କୁମାରଙ୍କ କ୍ୟାରିଅରକୁ ଯଦି ଦେଖିବା ତେବେ ସେ ବହୁତ ପରିଶ୍ରମ କରିଛନ୍ତି । ସେ ଆଉଟ୍ ସାଇଡ଼ର୍ ହୋଇ ମଧ୍ୟ ସେ ଆଜି ବୋଲିଉଡ଼ ଇଣ୍ଡଷ୍ଟ୍ରିର ଏକ ସୁପର୍ ଷ୍ଟାର୍ ଅଟନ୍ତି ।

ଯଦି ଏହିପରି ଅଭିଜ୍ଞ କଳାକାରମାନେ Nepotismର ଶିକାର ହୋଇଛନ୍ତି, ତେବେ ଅନ୍ୟମାନଙ୍କ କଥା କଣ କହିବ ? Nepotismକୁ ନେଇ ଆପଣଙ୍କ ମତାମତ କଣ Comment ଜରିଆରେ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *