ଏହା ହେଉଛି ପ୍ରକୃତ ପ୍ରେମ, ବୃଦ୍ଧ ସ୍ୱାମୀ ‘ହ୍ଵିଲ୍-ଚେୟାର୍’ରେ ବସିଥିବା ପତ୍ନୀଙ୍କ ପାଇଁ ଯାହା କରୁଛନ୍ତି ତାହା ଦେଖିଲେ  ଆପଣଙ୍କ ଆଖିରୁ ଲୁହ ବାହାରି ଆସିବ !

ଏହା ହେଉଛି ପ୍ରକୃତ ପ୍ରେମ, ବୃଦ୍ଧ ସ୍ୱାମୀ ‘ହ୍ଵିଲ୍-ଚେୟାର୍’ରେ ବସିଥିବା ପତ୍ନୀଙ୍କ ପାଇଁ ଯାହା କରୁଛନ୍ତି ତାହା ଦେଖିଲେ ଆପଣଙ୍କ ଆଖିରୁ ଲୁହ ବାହାରି ଆସିବ !

ଗୋଟିଏ ପ୍ରକୃତ ପ୍ରେମ ତାହା ହୋଇଥାଏ, ଯାହା ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ଚାଲିଥାଏ । ସାଧାରଣତଃ ବିବାହ ପରେ ଭଲପାଇବା କମ୍ ହେବାକୁ ଲାଗିଥାଏ । କିନ୍ତୁ କିଛି ଦମ୍ପତି ଏଭଳି ମଧ୍ୟ ଅଛନ୍ତି, ଯେଉଁମାନଙ୍କ ପ୍ରେମ ଠିକ୍ ପୂର୍ବଭଳି ରହିଥାଏ । ଏହାର ତାଜା ଉଦାହରଣ ବର୍ତ୍ତମାନ ସମୟରେ ସୋସିଆଲ୍ ମିଡିଆରେ ଦ୍ରୁତ ବେଗରେ ଭାଇରାଲ୍ ହେଉଅଛି ।

ଏହି ଭିଡ଼ିଓରେ ଦେଖାଯାଇପାରିବ କି କିଭଳି ଜଣେ ବୟସ୍କ ବ୍ୟକ୍ତି ନିଜର ବୃଦ୍ଧା ପତ୍ନୀଙ୍କୁ ନିଜ ହାତରେ ପାଣି ପିଆଉଛନ୍ତି । ପତ୍ନୀ ଜଣକ ‘ହ୍ଵିଲ୍-ଚେୟାର୍’ରେ ବସିଛନ୍ତି ଏବଂ ନିଜେ ପାଣି ପିଇ ପାରୁନାହାଁନ୍ତି । ଅନ୍ୟପକ୍ଷରେ ବୟସ୍କ ସ୍ୱାମୀ ମଧ୍ୟ ବହୁତ ବୁଢା ଅଟନ୍ତି, କିନ୍ତୁ ଏହାସତ୍ତ୍ୱେ ମଧ୍ୟ ସେ ଯେପରି ସେପରି ନିଜ ହାତରେ ବୃଦ୍ଧା ପତ୍ନୀଙ୍କୁ ବୋତଲ ମାଧ୍ୟମରେ ପାଣି ପିଆଉଛନ୍ତି ।

ଏହି ଭିଡ଼ିଓର ବିଶେଷତ୍ୱ ଏତିକିରେ ଶେଷ ହେଉନାହିଁ । ଏହି ବୃଦ୍ଧ ସେତେବେଳେ ଲୋକଙ୍କର ହୃଦୟ ଜିତି ନେଉଛନ୍ତି, ଯେତେବେଳେ ସେ ନିଜ ବୃଦ୍ଧା ପତ୍ନୀଙ୍କୁ ପାଣି ପିଆଇ ସାରିବା ପରେ ନିଜ ହାତରେ ମୁହଁ ପୋଛି ଦେଉଛନ୍ତି । ଏହି ବୃଦ୍ଧ ଦମ୍ପତିଙ୍କର ଭଲପାଇବା ବର୍ତ୍ତମାନ ସମୟରେ ସୋସିଆଲ୍ ମିଡିଆରେ ବହୁମାତ୍ରାରେ ଭାଇରାଲ୍ ହେଉଅଛି । ଯେଉଁମାନେ ମଧ୍ୟ ଏହି ଭିଡ଼ିଓ ଦେଖୁଛନ୍ତି, ସେମାନେ ଏହା ଭାବିବାକୁ ଲାଗୁଛନ୍ତି ଯେ ଆମକୁ ମଧ୍ୟ ଭଲପାଇବା ପାଇଁ ଏଭଳି ଜୀବନସାଥୀ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ମିଳନ୍ତା କି ?

ସାଧାରଣତଃ ବୁଢା ଲୋକଙ୍କର ସେବା ଦାୟିତ୍ୱ ଘରର ଅନ୍ୟ ସଦସ୍ୟ ମାନଙ୍କର ହୋଇଥାଏ । କିନ୍ତୁ ଯଦି ସେମାନେ ନଥାନ୍ତି, ତେବେ ବୃଦ୍ଧା ଦମ୍ପତିଙ୍କୁ ପରସ୍ପରର ଯତ୍ନ ନେବାକୁ ପଡ଼ିଥାଏ । ଏହି ଭାଇରାଲ୍ ଭିଡ଼ିଓକୁ “ଜିନ୍ଦେଗୀ ଗୁଲଜାର୍ ହେ” ନାମକ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ପୋଷ୍ଟ କରିଛନ୍ତି । ଭିଡିଓ ପୋଷ୍ଟ କରି ସେ କ୍ୟାପ୍ସନରେ ଲେଖିଛନ୍ତି ଯେ, “କୁଞ୍ଚିତ ଚର୍ମ ତ ଦେହ ଉପରେ ଆସିଥାଏ, ଭଲପାଇବା ସବୁବେଳେ ଯୁବା ରହିଥାଏ ।’

ଏହି ଭିଡିଓ ସୋସିଆଲ୍ ମିଡିଆରେ ବହୁମାତ୍ରାରେ ଭାଇରାଲ୍ ହେଉଅଛି । ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି । ତେବେ ଚାଲନ୍ତୁ ଆପଣ ମଧ୍ୟ ବିନା କୌଣସି ବିଳମ୍ବ ନ କରି ଏହି ଭାବୁକ କରିଦେବା ଭଳି ଭିଡିଓ ଦେଖିନିଅନ୍ତୁ ।

Leave a Reply

Your email address will not be published. Required fields are marked *