ମୀନା କୁମାରୀ ଏହି କାରଣରୁ ନିଜ ବାମ ହାତକୁ ଶାଢ଼ୀ କିମ୍ବା ଓଢଣୀରେ ଲୁଚାଇ ରଖୁଥିଲେ ।

ମୀନା କୁମାରୀ ଏହି କାରଣରୁ ନିଜ ବାମ ହାତକୁ ଶାଢ଼ୀ କିମ୍ବା ଓଢଣୀରେ ଲୁଚାଇ ରଖୁଥିଲେ ।

ଅଭିନେତ୍ରୀ ମାନେ ନିଜର ଆକର୍ଷଣୀୟ ଚାହାଣୀ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି, ସେହି ଭଳି ଜଣେ ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ମୀନା କୁମାରୀ । ମୀନା କୁମାରୀଙ୍କ ଅସଲି ନାମ ମହଜଂବୀ ବନୋ ଥିଲା ।ମାତ୍ର ୩୯ ବୟସରେ ମୀନ କୁମାରୀ ଦୁନିଆ ଛାଡ଼ିଯାଇଥିଲେ। ତାଙ୍କର ଫିଲ୍ମ କ୍ୟାରିଅର ବହୁତ ଛୋଟ ରହିଥିଲା କିନ୍ତୁ ନିଜର ବଳିଷ୍ଠ ଅଭିନୟ ଯୋଗୁଁ ମୀନା କୁମାରୀ ଆଜି ମଧ୍ୟ ଦର୍ଶକଙ୍କ ହୃଦୟରେ ସ୍ଥାନ ରଖିଛନ୍ତି ।

 

 

ମୀନା କୁମାରୀ ଅନେକ ଥର ବଡ଼ ପରଦାରେ ଦୁଃଖଭରା ଭୂମିକା ପ୍ରଦର୍ଶନ କରିଛନ୍ତି ଯାହାଫଳରେ ଦର୍ଶକ ମୀନା କୁମାରୁଙ୍କୁ ଏ ଟ୍ରେଜେଡି କ୍ୱିନର ନାମରେ ଅଧିକ ମନେ ରଖିଛନ୍ତି । ମୀନା କୁମାରୀଙ୍କ ସହ ଜଡିତ ଅନେକ କଥା ରହିଛି । ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଆପଣଙ୍କୁ ମୀନା କୁମାରୀଙ୍କ ସହ ଜଡିତ କିଛି ବିଷୟ ଅବଗତ କରାଇବୁ । ମୀନା କୁମାରୀଙ୍କୁ ମଦର ବହୁତ ଖରାପ ଅଭ୍ୟାସ ଥିଲା ଏବଂ ନିଶା ତାଙ୍କର ଜୀବନର ଶତ୍ରୁ ହୋଇଯାଇଥିଲା ।ସେ ତମ୍ବାକୁର ମଧ୍ୟ ସେବନ କରୁଥିଲେ ।

 

 

ଦୁନିଆ ଜାଣିଛି ଯେ ମୀନା କୁମାରୀ ଜଣେ ବିଚକ୍ଷଣ ଅଭିନେତ୍ରୀ ହେବା ସହ ଜଣେ ଭଲ ନର୍ତ୍ତକୀ ମଧ୍ୟ ଥିଲେ । କିନ୍ତୁ ମୀନା କୁମାରୀଙ୍କ ସହ ଜଡ଼ିତ ଏକ ଆଶ୍ଚର୍ଯ୍ୟ କଥା ହେଉଛି ମୀନା କୁମାରୀ ସର୍ବଦା ସୁଟିଙ୍ଗ ସମୟରେ ନିଜର ବାମ ହାତ ଲୁଚେଇ ରଖୁଥିଲେ । ଏହି ଘଟଣା ପଛରେ କିଛି ଗୋଟିଏ ରହସ୍ୟ ରହିଛି ।

 

 

କହିବାକୁ ଗଲେ , ଗୋଟିଏ ଦୁର୍ଘଟଣା ମୀନା କୁମାରୀଙ୍କୁ ଏହିପରି କରିବାକୁ ବାଧ୍ୟ କରିଦେଇଥିଲା । ଏକଦା ଅଭିନେତ୍ରୀ ମୀନା କୁମାରୀ ମହାବଳେଶ୍ୱରରୁ ମୁମ୍ବାଇ ଆସୁଥିବା ସମୟରେ ତାଙ୍କର ଦୁର୍ଘଟଣା ହୋଇଥିଲା । ସଡକ ଦୁର୍ଘଟଣା ଘଟିଥିବା କାରଣରୁ କିଛି ଦିନ ମୀନା ଡାକ୍ତରଖାନାରେ ଭର୍ତି ହୋଇଥିଲେ। ଏହି ଦୁର୍ଘଟଣାରେ ତାଙ୍କର ବାମ ହାତର ସବୁଠୁ ଛୋଟ ଆଙ୍ଗୁଳିଟି ଭାଙ୍ଗି ଯାଇଥିଲା ।

ଦୁର୍ଘଟଣା ଘଟିଥିବା ଫଳରେ ମୀନାଙ୍କ ଆଙ୍ଗୁଳିର ଆକାର ବଦଳାଯାଇଥିଲା । ତାଙ୍କ ଆଙ୍ଗୁଳି ପୂର୍ବ ଭଳି ରହିଲାନାହିଁ ଗୋଲ ହେଇଗଲା । ମୀନାଙ୍କୁ ମଧ୍ୟ ନିଜ ଆଙ୍ଗୁଳି ଭଲ ଲାଗିଲାନି ଏବଂ ସେ ନିଜର ଏହି ଦୁର୍ବଳତା ଲୁଚାଇବା ପାଇଁ ବାଧ୍ୟ ହୋଇଗଲେ । ଏହା ଛଡ଼ା ନିଜର ମନ ମଧ୍ୟରେ ଏହି କଥା ବସିଗଲା କି ଭାଙ୍ଗିଥିବା ଆଙ୍ଗୁଳି ପାଇଁ ତାଙ୍କର ସୁନ୍ଦରତାରେ ଏହାର ପ୍ରଭାବ ପଡିପାରେ । ଏହି ଦୁର୍ଘଟଣା ଯୋଗୁଁ ମୀନା କୁମାରୀ ସୁଟିଙ୍ଗ ସେଟ୍ ରେ ନିଜର ହାତକୁ ନିଜ ଓଢଣୀ କିମ୍ବା ଶାଢ଼ୀରେ ଲୁଚେଇ ରଖୁଥିଲେ ।

 

କମାଲ ଆମ୍ରୋହୀଙ୍କ ସହ ମୀନା କୁମାରୀ ବିବାହ କରିଥଲେ।

 

 

ମୀନା କୁମାରୀଙ୍କ ଜନ୍ମ ୧ ଅଗଷ୍ଟ ୧୯୩୩ରେ ମୁମ୍ବାଇରେ ହୋଇଥିଲା । ସେ ଫିଲ୍ମ ନିର୍ଦ୍ଦେଶକ କମାଲ ଅମରୋହୀଙ୍କ ସହ ୧୯୫୨ରେ ବିବାହ କରିଥିଲେ । ମୀନା କୁମାରୀଙ୍କ ବାହାଘର ଜୀବନ ଦୁଃଖ ପୂର୍ଣ୍ଣ ଥିଲା । ଦୁଇଜଣଙ୍କ ଏକଦା ଛାଡପତ୍ର ହୋଇଥିଲା କିନ୍ତୁ ପୁଣି ମୀନା ଓ କମାଲ ବିବାହ କରିଲେ ।

୩୯ ବୟସରେ ହୋଇଥିଲା ମୀନା

 

 

ମୀନା କୁମାରୀ ୩୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ୩୧ ମାର୍ଚ୍ଚ ୧୯୭୨ ତାଙ୍କର ନିଧନ ହୋଇଥିଲା । ଅତ୍ୟଧିକ ମଦ୍ୟପାନ ଯୋଗୁଁ ସେ କୋମାକୁ ଚାଲିଯାଇଥିଲେ ଯାହାଫଳରେ ସେ କମ ବୟସରେ ଦୁନିଆ ଛାଡି ଚାଲିଯାଇଥିଲେ । ମୀନା ୯୨ଟି ଫିଲ୍ମରେ କାମ କରିଥିଲେ ଏବଂ ସେ ନିଜସମୟର ଲୋକପ୍ରିୟ ଅଭିନେତ୍ରୀ ଥିଲେ ।

Leave a Reply

Your email address will not be published. Required fields are marked *