ନାବାଳିକା ବୟସରେ ମାଁ’ ହୋଇଯାଇଥିଲେ ବଲିଉଡର ଏହି ଅଭିନେତ୍ରୀ ମାନେ ! ଏପରିକି ଜଣେ ମାତ୍ର ୧୬ ବର୍ଷ ବୟସରେ ଯମଜ ସନ୍ତାନ ଜନ୍ମ ଦେଇଥିଲେ…

ନାବାଳିକା ବୟସରେ ମାଁ’ ହୋଇଯାଇଥିଲେ ବଲିଉଡର ଏହି ଅଭିନେତ୍ରୀ ମାନେ ! ଏପରିକି ଜଣେ ମାତ୍ର ୧୬ ବର୍ଷ ବୟସରେ ଯମଜ ସନ୍ତାନ ଜନ୍ମ ଦେଇଥିଲେ…

ମାଁ ହେବା ଏହି ଦୁନିଆର ପ୍ରତ୍ୟେକ ମହିଳାଙ୍କ ଜୀବନର ସବୁଠାରୁ ମୂଲ୍ୟବାନ ମୁହୂର୍ତ୍ତ ହୋଇଥାଏ ଏବଂ ଜଣେ ମହିଳାଙ୍କ ଜୀବନ
ସେତେବେଳେ ସଂପୂର୍ଣ୍ଣ ବୋଲି ବିବେଚନା କରାଯାଏ ଯେତେବେଳେ ସେ ମାଁ ହୋଇଥାନ୍ତି । ଯେତେବେଳେ ଜଣେ ମହିଳା ବିବାହ ପୂର୍ବରୁ ମାଁ ହୋଇଯାଆନ୍ତି ସେତେବେଳେ ତାଙ୍କ ପାଇଁ ସେହି ମୂଲ୍ୟବାନ ମୁହୂର୍ତ୍ତ ଏକ ଅଭିଶାପ ପାଲଟିଯାଏ । ଲୋକ ମାନଙ୍କ ଅପମାନ, ଛି-ଛାକର ଏବଂ ତେରଛା ଚାହାଣୀ ତାଙ୍କୁ ଶାନ୍ତିରେ ବଞ୍ଚିବାକୁ ଦେଇ ନଥାନ୍ତି । ଆଜିର ଏହି ପୋଷ୍ଟରେ ଆଜି ଆମେ ଆପଣଙ୍କୁ ଚଳଚ୍ଚିତ୍ର ଏବଂ ଟେଲିଭିଜନ୍ ଇଣ୍ଡଷ୍ଟ୍ରିର ଏହିପରି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁ ମାନଙ୍କ ମଧ୍ୟରୁ କିଛି ଜଣ ଖୁବ୍ କମ୍ ବୟସରେ ମାଁ ହୋଇ ଯାଇଥିଲେ ତ ପୁଣି କେହି କେହି ବିନା ବିବାହରେ ଗର୍ଭବତୀ ହୋଇ ଯାଇଥିଲେ । ତେବେ ଆସନ୍ତୁ ଜାଣିବା ଏହି ତାଲିକାରେ କେଉଁ କେଉଁ ଅଭିନେତ୍ରୀଙ୍କ ନାମ ଅନ୍ତର୍ଭୁକ୍ତ ଅଟେ ।

ଉର୍ବଶୀ ଢୋଲକିୟା

ଟିଭି ଇଣ୍ଡଷ୍ଟ୍ରିର ପ୍ରଖ୍ୟାତ ଅଭିନେତ୍ରୀ ଉର୍ବଶୀ ଢୋଲକିୟା, ଯିଏ କି ଟିଭି ଧାରାବାହିକ ‘କସୌଟୀ ଜିନ୍ଦଗୀ’ରେ କୋମୋଲିକା ବସୁଙ୍କ ଭୂମିକାରେ ନଜର ଆସିଥିଲେ, ସେ ଆଜି ଜଣେ ଏକାକୀ ମାଁ ଭାବରେ ଦୁଇ ପୁଅଙ୍କ ରକ୍ଷଣାବେକ୍ଷଣ କରୁଛନ୍ତି । କହିରଖୁଛୁ କି ଉର୍ବଶୀଙ୍କ ବିବାହ ମାତ୍ର ୧୬ ବର୍ଷ ହୋଇଯାଇଥିଲା ଏବଂ ୧୭ ବର୍ଷ ବୟସରେ ଉର୍ବଶୀ ଢୋଲକିୟା ଯମଜ ସନ୍ତାନ ସାଗର ଏବଂ କ୍ଷିତିଜଙ୍କ ମାଁ ହୋଇଥିଲେ । ଉର୍ବଶୀଙ୍କ ବିବାହ କେବଳ ଦୁଇ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହି ପାରିଥିଲା ଏବଂ ବିବାହର ଦୁଇ ବର୍ଷ ପରେ ତାଙ୍କ ଛାଡପତ୍ର ହୋଇ ଯାଇଥିଲା ଏବଂ ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ଉର୍ବଶୀ ପୁନର୍ବାର ବିବାହ କରିନଥିଲେ ଏବଂ ଆଜି ନିଜ ପିଲାମାନଙ୍କ ସହିତ ଜୀବନକୁ ଉପଭୋଗ କରୁଛନ୍ତି ।

ଭାଗ୍ୟଶ୍ରୀ

ବଲିଉଡ଼ ଅଭିନେତ୍ରୀ ଭାଗାଶ୍ରୀ ଯିଏକି ‘ସଲମାନ୍ ଖାନ୍’ଙ୍କ ଚଳଚ୍ଚିତ୍ର “ମେନ୍ ପ୍ୟାର୍ କିୟା”ରୁ ବଲିଉଡରେ ଡେବ୍ୟୁ କରିଥିଲେ ଏବଂ ନିଜର ପ୍ରଥମ ଚଳଚ୍ଚିତ୍ରରୁ ସେ ବେଶ୍ ଲୋକପ୍ରିୟ ହୋଇ ପାରିଥିଲେ ଏବଂ ଗୋଟିଏ-ଦୁଇଟି ଚଳଚ୍ଚିତ୍ର କରିବା ପରେ ଭାଗ୍ୟଶ୍ରୀ ବଲିଉଡରୁ ଦୂରେଇ ଯାଇଥିଲେ । ମାତ୍ର ୧୯ ବର୍ଷ ବୟସରେ ଅର୍ଥାତ୍ ୧୯୮୯ ମସିହାରେ ଭାଗ୍ୟଶ୍ରୀ ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ତଥା ପ୍ରଡ୍ୟୁଶର ହିମାଳୟ ଦାସାନୀଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଇଥିଲେ । ଆଜି ଭାଗ୍ୟଶ୍ରୀ ଦୁଇ ଜଣ ସନ୍ତାନଙ୍କ ମାତା ଅଟନ୍ତି । ୨୦୧୨ ମସିହାରେ ଏକ ସାକ୍ଷାତକାରରେ ସେ କହିଥିଲେ କି ଅଳ୍ପ ବୟସରେ ବିବାହ କରିବାର କାରଣ ହେତୁ ସେ ସମୟ ପୂର୍ବରୁ ପରିପକ୍ୱ ହୋଇ ଯାଇଥିଲେ ଏବଂ ପରିବାରର ଦାୟିତ୍ୱ ତାଙ୍କ କାନ୍ଧ ଉପରକୁ ଆସି ଯାଇଥିଲା, ଯେଉଁଥି ପାଇଁ ସେ ନିଜ ଜୀବନକୁ ଉପଭୋଗ କରି ପାରି ନଥିଲେ । ଏହି କାରଣ ହେତୁ ସେ ନିଜ ହାତରୁ ଅନେକ ବଡ ବଡ଼ ପ୍ରୋଜେକ୍ଟ ହରାଇ ଥିଲେ ଏବଂ ତାଙ୍କ କ୍ୟାରିୟର୍ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା ।

ଡିମ୍ପଲ୍ କପାଡିୟା

ବଲିଉଡ ଅଭିନେତ୍ରୀ ଡିମ୍ପଲ୍ କପାଡିୟା ବଲିଉଡ ସୁପରଷ୍ଟାର୍ ରାଜେଶ୍ ଖାନ୍ନାଙ୍କୁ ବିବାହ କରିଥିଲେ ଏବଂ ଉଭୟଙ୍କ ବୟସରେ ବହୁତ ପାର୍ଥକ୍ୟ ଥିଲା । କହିରଖୁଛୁ କି ବିବାହ ସମୟରେ ରାଜେଶ୍ ଖାନ୍ନାଙ୍କୁ ୩୧ ବର୍ଷ ହୋଇଥିବା ବେଳେ ଡିମ୍ପଲଙ୍କୁ ମାତ୍ର ୧୬ ବର୍ଷ ଏବଂ ରାଜେଶ ଖାନ୍ନା ଡିମ୍ପଲଙ୍କ ଠାରୁ ୧୫ ବର୍ଷ ବଡ ଥିଲେ । ଏହା ସତ୍ତ୍ୱେ ମଧ୍ୟ ୧୯୭୩ ମସିହାରେ ଦୁହେଁ ପରସ୍ପରକୁ ବିବାହ କରିଥିଲେ ଏବଂ ବିବାହ ପରେ ଡିମ୍ପଲ୍ ମାତ୍ର ୧୭ ବର୍ଷ ବୟସରେ ଟ୍ୱିଙ୍କଲ୍ ଏବଂ ରିଙ୍କି ଖାନ୍ନାଙ୍କ ମାଁ ହୋଇଥିଲେ । ବର୍ତ୍ତମାନ ଟ୍ୱିଙ୍କଲ୍ ଖାନ୍ନା ଅକ୍ଷୟ କୁମାର ପତ୍ନୀ ହୋଇ ସାରିଛନ୍ତି ଏବଂ ରିଙ୍କି ଖାନ୍ନା ଯିଏକି ଏଜାଵତ୍ କୁଆଁରୀ ରହି ନିଜ ଜୀବନକୁ ଏକାକୀ ଉପଭୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *