ଏ ହେଉଛନ୍ତି ସୈଫଙ୍କ ୪୩ ବର୍ଷୀୟ ଅବିବାହିତା ଭଉଣୀ ‘ସାବା ଅଲି ଖାନ୍’ । ସୁନ୍ଦରତା ଏପରି ଯେ ଲୋକେ ଦେଖି ମୁଗ୍ଧ ହୋଇଯିବେ !

ସୈଫ ଅଲି ଖାନ୍, ଶର୍ମିଳା ଟେଗୋର, କରିନା କପୂର ଓ ସୋହା ଅଲି ଖାନ୍ ଭଳି ପଟୋଦି ପରିବାରର ସମସ୍ତ ସଦସ୍ୟଙ୍କୁ ଆପଣ ସମସ୍ତେ ବହୁତ ଭଲ ଭାବରେ ଜାଣିଥିବେ । ଯଦିଓ ଆଜି ଆମେ ଆପଣଙ୍କୁ ସୈଫ ଅଲି ଖାନଙ୍କ ସେହି ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଲୋକମାନେ ଜାଣନ୍ତି ନାହିଁ । ସୈଫଙ୍କ ଭଉଣୀ ସୋହା ଅଲି ଖାନ୍ ସର୍ବଦା ମିଡ଼ିଆର ଲାଇମଲାଇଟକୁ ଆସିଯାଆନ୍ତି । ସେ ବହୁତଗୁଡିଏ ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଛନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ଯେ ସୋହା ବ୍ୟତୀତ ସୈଫଙ୍କ ଆଉ ଏକ ଭଉଣୀ ଅଛନ୍ତି ଯାହାର ନାମ ସାବା ଅଲି ଖାନ୍ ଅଟେ । ସାବା ୪୩ ବର୍ଷୀୟ ଅଟନ୍ତି ଏବଂ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି । ସେ ଜଣେ ସିଙ୍ଗଲ ଓ ସ୍ୱାଧୀନ ମହିଳା ଅଟନ୍ତି ।

newstrend

ସାବା ଅଲି ଖାନ୍ ସ୍ବର୍ଗୀୟ ମଂସୁର ଅଲି ଖାନ୍ ଓ ଶର୍ମିଳା ଟେଗୋରଙ୍କ ଦ୍ୱିତୀୟ ସନ୍ତାନ ଅଟନ୍ତି । ସାବା ଜଣେ ଲାଜକୁଳୀ ସ୍ୱଭାବର ଝିଅ ଅଟନ୍ତି । ନିଜ ପରିବାରର ଲୋକଙ୍କ ବିପରୀତ ସାବା ଚଳଚ୍ଚିତ୍ର ଜଗତକୁ ନଯାଇ ଆଉ ଏକ ଭିନ୍ନ କ୍ୟାରିୟର ଚୟନ କରିଛନ୍ତି ଏବଂ ସେଥିରେ ସେ ସଫଳ ହୋଇଛନ୍ତି । ବାସ୍ତବରେ ସାବା ଜଣେ ଜ୍ଵଲେରୀ ଡ଼ିଯାଇନର ଅଟନ୍ତି । ଏହା ସହିତସେ ଭୋପାଳର ରଏଲ ଟ୍ରଷ୍ଟ ‘ଅକ୍ୱାବଫ ଏ ଶାହ’ର ମୁଖ୍ୟ ଟ୍ରଷ୍ଟି ଅଛନ୍ତି ।

newstrend

ସାବାଙ୍କୁ ଗ୍ଲେମର ଇଣ୍ଡଷ୍ଟ୍ରିରୁ ଅଧିକ ରୁଚି ନାହିଁ । ସେ ନିଜର କାମ ଓ କ୍ୟାରିୟରରୁ ବହୁତ ଖୁସି ଓ ସନ୍ତୁଷ୍ଟ ଅଛନ୍ତି । ସେ ନିଜର ଜ୍ଵଲେରୀ ୱାର୍କ କାରଣରୁ ଜଣାଶୁଣା ଅଟନ୍ତି । ଏହି କ୍ଷେତ୍ରରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସାବାଙ୍କ ଜନ୍ମ ଓ ଲାଳନପାଳନ ମୁମ୍ବାଇରେ ହୋଇଛି କିନ୍ତୁ ସେ ଯେତେବେଳେ ଯୁବତୀ ଥିଲେ ସେତେବେଳେ ତାଙ୍କ ପରିବାର ଦିଲ୍ଲୀକୁ ଆସିଥିଲେ । ସାବାଙ୍କ ବାଲ୍ୟ କାଳ ଅଧିକାଂଶ ଏମବ୍ରୋଡୋରି ହୋଇଥିବା ଟ୍ରେଡିସନ ପୋଷାକ ମଧ୍ୟରେ ହିଁ ବିତିଛି । ଏଠାରୁ ତାଙ୍କୁ ଜ୍ଵଲେରୀ ଡ଼ିଜାଇନର ହେବା ପାଇଁ ପ୍ରେରଣା ମଧ୍ୟ ମିଳିଥିଲା ।

ସାବା ଜନସାଧାରଣ ସ୍ଥାନରେ ସେତେ ଅଧିକ ଦେଖାଯାଆନ୍ତି ନାହିଁ କାରଣ ସେ ଜଣେ ବହୁତ ଅଧିକ ବ୍ୟସ୍ତ ମହିଳା ଅଟନ୍ତି । ନିଜ ବ୍ୟବସାୟ ସଙ୍ଗେ ସଙ୍ଗେ ସାବା ନବାବ ପରିବାରର ୨୭୦୦ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ସମ୍ଭାଳନ୍ତି । ସାବା ନିଜ ନଣନ୍ଦ କରିନା କପୂରଙ୍କ ବହୁତ ଭଲ ସଂପର୍କ ରହିଛି । ବାସ୍ତବରେ ସାବା ନିଜ ଘରର ସମସ୍ତ ସଦସ୍ୟଙ୍କ ସହିତ ବହୁତ ଭଲ ସମ୍ପର୍କ ରହିଛି । ଥରେ ସୈଫ କରିନାଙ୍କ ପାଇଁ ଏକ ସୁନ୍ଦର ଗହଣା ଡ଼ିଜାଇନ କରିବା ପାଇଁ କହିଥିଲେ ଯେଉଁଥି ପାଇଁ ସାବା ମନା କଲେ ନାହିଁ ଏବଂ ବହୁତ ଭଲ ଭାବରେ ଏକ ଜ୍ଵଲେରୀ ଡ଼ିଯାଇନ କରିଥିଲେ ।

ସାବା ଦିଲ୍ଲୀର ଆର୍ଟ କଲେଜରୁ ଶିକ୍ଷା ଗ୍ରହଣ କଲେ ଓ ପରେ ଜିଓମୋଲୋଜୀ ଓ ଡିଜାଇନରେ ଡିପ୍ଲୋମା କଲେ । ସାବା ଅଧିକାଂଶ ବହୁତ ସୁନ୍ଦର ସୁନ୍ଦର ହୀରା ଗହଣା ଡିଜାଇନ କରନ୍ତି । ତାଙ୍କ ଦ୍ୱାରା ପ୍ରସ୍ତୁତ ଗହଣା ଲୋକଙ୍କୁ ବହୁତ ପସନ୍ଦ ଆସେ ।

newstrend

ସାବାଙ୍କୁ କ୍ୟାମେରା ସାମ୍ନାରେ ଲାଜ ଲାଗେ । ଏହି କାରଣରୁ ମଧ୍ୟ ସେ ଗ୍ଲେମର ଇଣ୍ଡଷ୍ଟ୍ରିରୁ ଦୂରେଇ ରୁହନ୍ତି । ଯଦିଓ ତାଙ୍କୁ ଚଳଚ୍ଚିତ୍ର ଗୁଡ଼ିକ ଦେଖିବାକୁ ବହୁତ ଭଲ ଲାଗେ । ବିଶେଷ କରି ସେ ନିଜ ପରିବାରର ସଦସ୍ୟଙ୍କ ସମସ୍ତ ଚଳଚ୍ଚିତ୍ର ଦେଖନ୍ତି ।

ସୁନ୍ଦରତା ବିଷୟରେ ଆଲୋଚନା କରିବା ତେବେ ଏଥିରେ ମଧ୍ୟ ସେ ଖୁବ୍ ଉତ୍ତମ ଅଟନ୍ତି । ସେ ଦେଖିବାକୁ ନିଜ ପରିବାରର ଲୋକଙ୍କ ଭଳି ହିଁ ଗୋରା ଅଟନ୍ତି ଓ ସୁନ୍ଦର ମଧ୍ୟ ଦେଖାଯାନ୍ତି । ତାଙ୍କ ଭିତରେ ମଧ୍ୟ ସେ ନବାବ ଭଳି ଝଲକ୍ ଦେଖିପାରିବେ ।

Be the first to comment

Leave a Reply

Your email address will not be published.


*