ଡରଟି ପିକ୍ଚର୍ କୁ ଆଧାରକରି ରାଜ କୁନ୍ଦ୍ରାଙ୍କ କଳା କରନାମା ପଦାକୁ ଆସିଲା । ଜାଣନ୍ତୁ କଣ ଅଟେ ସଂପୂର୍ଣ୍ଣ କଥା…

ଡରଟି ପିକ୍ଚର୍ କୁ ଆଧାରକରି ରାଜ କୁନ୍ଦ୍ରାଙ୍କ କଳା କରନାମା ପଦାକୁ ଆସିଲା । ଜାଣନ୍ତୁ କଣ ଅଟେ ସଂପୂର୍ଣ୍ଣ କଥା…

ରାଜ କୁନ୍ଦ୍ରା ହେଲେ ଗିରଫ୍, ଏପରି ଚାଲୁଥିଲା ସେକ୍ସ ଧନ୍ଦା…

ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ଓ ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ୍ ସଫ୍ଟ ପାନରୋଗ୍ରାଫି ଚଳଚ୍ଚିତ୍ର ନିର୍ମାଣ କରୁଥିବା ଅଭିଯୋଗରେ ଗିରଫ୍ କରି ନେଇଛନ୍ତି । ରାଜ୍ କୁନ୍ଦ୍ରାଙ୍କ ଉପରେ କେବଳ ସଫ୍ଟ ପାର୍ନ ଚଳଚ୍ଚିତ୍ର ନିର୍ମାଣ କରିବା ଅଭିଯୋଗ ନାହିଁ ବରଂ ମୁମ୍ବାଇ ପୋଲିସ୍ ପକ୍ଷରୁ ଯାହା ଜଣାପଡିଛି ସେଥିରେ କୁହାଯାଇଛି ଯେ ରାଜ୍ କୁନ୍ଦ୍ରା ସଫ୍ଟ ପାର୍ନ ଚଳଚ୍ଚିତ୍ର ନିର୍ମାଣ କରିବା ବ୍ୟତୀତ ତାକୁ ଏପ୍ପରେ ଅପଲୋଡ୍ ମଧ୍ୟ କରାଉଥିଲେ । ଏହି ମାମଲାରେ ଆଜି ମୁମ୍ବାଇ ପୋଲିସ୍ ରାଜ କୁନ୍ଦ୍ରାଙ୍କୁ ଅଦାଲତ ଆଗରେ ଆଗତ କରିବେ । ପୋଲିସ୍ ମାନଙ୍କ ଅନୁଯାୟୀ ତାଙ୍କ ନିକଟରେ ରାଜ୍ କୁନ୍ଦ୍ରାଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ସାକ୍ଷୀ ମଧ୍ୟ ଅଛନ୍ତି । ପୋଲିସ୍ ଭିଡ଼ିଓ ଅପଲୋଡ୍ କରୁଥିବା ଉମେଶ କାମଥ୍ ନାମକ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ୍ କରି ନେଇଛନ୍ତି ।

ସୂଚନାଥାଉକି ଫେବୃୟାରୀ ୨୦୨୧ରେ କ୍ରାଇମ୍ ବ୍ରାଞ୍ଚ ମୁମ୍ବାଇରେ ସଫ୍ଟ ପାରନୋଗ୍ରାଫି ଚଳଚ୍ଚିତ୍ର ନିର୍ମାଣ କରିବା ଓ କିଛି ଏପ୍ସ ଜରିଆରେ ତାକୁ ପ୍ରସାରିତ କରିବାକୁ ନେଇ ମାମଲା ରୁଜୁ କରାଯାଇଛି । ଯାହାର ଯାଞ୍ଚ ପରେ ରାଜ୍ କୁନ୍ଦ୍ରାଙ୍କ ନାମ ସାମନାକୁ ଆସିଅଛି । ରାଜ୍ କୁନ୍ଦ୍ରାଙ୍କ ଉପରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରିବା ଓ ତାକୁ କିଛି ଏପରେ ଦେଖାଇବା ଅଭିଯୋଗ ରହିଛି । କ୍ରାଇମ୍ ବ୍ରାଞ୍ଚର ଏଫଆଇଆର୍ ଅନୁସାରେ ରାଜ୍ କୁନ୍ଦ୍ରା ଏହି ମାମଲାରେ ମୁଖ୍ୟ ଆରୋପୀ ଅଟନ୍ତି । ପୋଲିସ୍ ଫେବୃୟାରୀ ମାସରେ ଏହି ମାମଲାରେ ମାମଲା ରୁଜୁ କରିଥିଲେ ଏବଂ ତେବେ ଯାଇ ରାଜ୍ କୁନ୍ଦ୍ରା ଗିରଫ୍ ହେଲେ । ବିଳମ୍ବିତ ରାତିରେ ପୋଲିସ୍ ତାଙ୍କର ମେଡ଼ିକାଲ୍ କରାଇଲେ ଓ ଆଜି ତାଙ୍କୁ କୋର୍ଟ ଆଗରେ ଆଗତ କରାଯିବ ।

ଶର୍ଲିନ୍ ଚୋପଡ଼ା ଖୋଲିଥିଲେ ରାଜ୍ କୁନ୍ଦ୍ରାଙ୍କ ‘ଗୁପ୍ତରାଜ’…

ମୁମ୍ବାଇ ପୋଲିସ୍ ଅନୁସାରେ ଚଳିତ ବର୍ଷ ଫେବୃୟାରୀ ମାସରେ ସଫ୍ଟ ପାରନୋଗ୍ରାଫି ସହ ଜଡ଼ିତ ଚଳଚ୍ଚିତ୍ର ନିର୍ମାଣ ଓ ତାକୁ ଅପଲୋଡ୍ କରିବା ମାମଲା ରୁଜୁ କରିଥିଲେ । ୨୬ ମାର୍ଚ୍ଚକୁ ମୁମ୍ବାଇ ପୋଲିସ୍ ଏହି ମାମଲାରେ ଏକତା କପୂରଙ୍କ ଷ୍ଟେଟମେଣ୍ଟ ଜାରି କରିଥିଲେ । ସେପଟେ ମହାରାଷ୍ଟ୍ର ସାଇବର୍ ସେଲ୍ ଶର୍ଲିନ୍ ଚୋପଡ଼ା ଓ ପୁନମ୍ ପାଣ୍ଡେଙ୍କ ଷ୍ଟେଟମେଣ୍ଟ ମଧ୍ୟ ଆଗରୁ ରୁଜୁ କରି ସାରିଛନ୍ତି । ରାଜ୍ କୁନ୍ଦ୍ରାଙ୍କ ବିରୁଦ୍ଧରେ ଚଳିତ ବର୍ଷ ଫେବୃୟାରୀ ମାସରେ ମାମଲା ରୁଜୁ କରାଗଲା ଓ ବର୍ତ୍ତମାନ କ୍ରାଇମ୍ ବ୍ରାଞ୍ଚ ଦଳ ତାଙ୍କୁ ଗିରଫ୍ କରିଛନ୍ତି । ରାଜ୍ କୁନ୍ଦ୍ରାଙ୍କ ବିରୁଦ୍ଧରେ ଆଇଟି ଏକ୍ଟ ଓ ଆଇପିସି ଧାରାରେ ମାମଲା ରୁଜୁ କରାଯାଇଛି । ପୋଲିସ୍ ମାନଙ୍କ ଅନୁଯାୟୀ ରାଜ୍ କୁନ୍ଦ୍ରାଙ୍କ ବିରୁଦ୍ଧରେ ସଠିକ୍ ପ୍ରମାଣ ମଧ୍ୟ ମିଳିଛି । ଏଫଆଇଆର୍ ଅନୁଯାୟୀ ଏହି ମାମଲାରେ ରାଜ୍ କୁନ୍ଦ୍ରାଙ୍କ ନାମ ପୋଲିସଙ୍କ ସମ୍ମୁଖରେ ଶର୍ଲିନ୍ ଚୋପଡ଼ା ନେଇଥିଲେ । ତେବେଠାରୁ ରାଜ୍ କୁନ୍ଦ୍ରା କ୍ରାଇମ୍ ବ୍ରାଞ୍ଚଙ୍କ ଲକ୍ଷ୍ୟରେ ଥିଲେ ।

ଲଣ୍ଡନରୁ ଚାଲୁଥିଲା ଏଠାରେ ଅଶ୍ଳୀଳ ଖେଳ…

ସୂଚନଥାଉକି ପୋଲିସଙ୍କୁ ଏହି ସଫ୍ଟ ପୋନରୋଗ୍ରାଫି ନିର୍ମାଣ କରିବା ଓ ପରେ ଏହାକୁ ଏପ୍ ମାଧ୍ୟମରେ ସାଧାରଣ ଲୋକଙ୍କ ଠାରେ ପ୍ରଦର୍ଶିତ କରିବା ମାମଲାକୁ ନେଇ ଯେଉଁ ନୂତନ ସୂଚନା ମିଳିଛି । ତଦନୁଯାୟୀ ଏହି ଚଳଚ୍ଚିତ୍ର ଦେଶ ନୁହେଁ ବରଂ ବିଦେଶରେ ମଧ୍ୟ ଅପଲୋଡ୍ ହୁଏ ଓ ତାକୁ ରାଜ୍ କୁନ୍ଦ୍ରାଙ୍କ ଏକ ନିକଟ ସମ୍ପର୍କୀୟ ଅପଲୋଡ୍ କରୁଥିଲେ । ପୋଲିସର ବର୍ତ୍ତମାନ ପର୍ଯ୍ୟନ୍ତ ଦେଇଥିବା ସୁଚନା ଅନୁଯାୟୀ ସଫ୍ଟ ପାରନୋଗ୍ରାଫି ସହ ଜଡ଼ିତ ଚଳଚ୍ଚିତ୍ରକୁ ଲଣ୍ଡନରୁ ଅପଲୋଡ୍ କରାଯାଉଥିଲା ଏବଂ ଏହି କାମକୁ ଉମେଶ କାମଥ୍ ନାମକ ଜଣେ ବ୍ୟକ୍ତି କରୁଥିଲେ ।

କିପରି ହେଲା ସଫ୍ଟ ପୋରନୋଗ୍ରାଫି ରହସ୍ୟ ଖୁଲାସା…

ପୋଲିସ୍ ମାନଙ୍କ ଅନୁଯାୟୀ ଉମେଶ କାମଥ୍ ନୂତନ ଅଭିନେତା ଓ ଅଭିନେତ୍ରୀଙ୍କ ଉପରେ ଅଭିନୀତ ଭିଡ଼ିଓକୁ ମଧ୍ୟ ଏପ୍ଲିକେସନ୍ ମାଧ୍ୟମରେ ୱେବସାଇଟରେ ଅପଲୋଡ୍ କରିଥିଲେ । ପୋଲିସ୍ ମାନଙ୍କ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ୯୦ ପୋର୍ନ ଭିଡ଼ିଓରୁ ଅଧିକ ସୁଟ୍ କରାଯାଇଛି ଏବଂ ସେତିକି ଅପଲୋଡ୍ କରାଯାଇଛି । ସଫ୍ଟ ପାରନୋଗ୍ରାଫିର ଏହି ସମ୍ପୂର୍ଣ୍ଣ ଖେଳ ପ୍ରଥମଥର ପାଇଁ ଚର୍ଚ୍ଚାରେ ସେହି ସମୟରେ ଆସିଥିଲା, ଯେତେବେଳେ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଅଭିନେତ୍ରୀ ଗହନା ବଶିଷ୍ଠଙ୍କୁ ଗିରଫରେ ନେଇଥିଲେ । ଗହନା ବଶିଷ୍ଠଙ୍କ ଗିରଫ୍ ପରଠାରୁ ଧୀରେ ଧୀରେ ଏହି ମାମଲାର ରହସ୍ୟ ଉନ୍ମୋଚନ ହେବାକୁ ଆରମ୍ଭ ହେଲା ଏବଂ ରାଜ୍ କୁନ୍ଦ୍ରା ରହସ୍ୟ ମଧ୍ୟ ଜଣାପଡିଲା । ଯାହାଙ୍କୁ କି ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି ।

ମୁମ୍ବାଇ ପୋଲିସ୍ ସୋମବାର ଦିନ ବିଳମ୍ବିତ ରାତିରେ ଏକ ବଡ଼ ଖୁଲାସା କରି ବ୍ୟବସାୟୀ ଓ ବଲିଉଡଡ୍ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରିଛନ୍ତି । ତାଙ୍କ ଉପରେ କଥିତ ଭାବେ ଅଶ୍ଳୀଳ ସାମଗ୍ରୀ ନିର୍ମାଣ କରିବା ଓ ମୋବାଇଲ୍ ଏପ୍ଲିକେସନ୍ ଜରିଆରେ ତାକୁ ପ୍ରଦର୍ଶିତ କରିବା ଅଭିଯୋଗ ରହିଛି ।

ସୂଚନାଥାଉକି ଏହି ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଆଜି ରାଜ୍ କୁନ୍ଦ୍ରାଙ୍କୁ ଅଦାଲତ ଆଗରେ ଛିଡା କରି କଷ୍ଟଡ଼ିରେ ନେବା ପାଇଁ ମାଙ୍ଗ କରିପାରନ୍ତି କାରଣ ମାମଲାର ଆହୁରି ସୂଚନା ଜାଣିହେବ । ଏମିତିରେ ଏବେ ଦେଖିବା ଏହିକିଯେ ମୁଖ୍ୟ ଅଭିଯୁକ୍ତ ଭାବେ ରାଜ୍ କୁନ୍ଦ୍ରାଙ୍କ ଗିରଫ୍ ଏହି ସମ୍ପୂର୍ଣ୍ଣ ମାମଲାର ଶେଷ ଅଟେ କିମ୍ବା ଏହା ଆହୁରି ପ୍ରସାରିତ ହୋଇରହିଛି ।

ମଲାଡ୍ ୱେଷ୍ଟରେ ଚାଲୁଥିଲା ଅଶ୍ଳୀଳ ଚଳଚ୍ଚିତ୍ରର ସୁଟିଂ…

ପୋଲିସ୍ ଯାଞ୍ଚରେ ଏହି କଥାଟି ଜଣାପଡିଛି ଯେ ଏହି ପୋରନୋଗ୍ରାଫି ରେକେଟକୁ ଚଳାଇବା ପାଇଁ ମୁମ୍ବାଇର ମଲାଡ୍ ୱେଷ୍ଟର୍ ମଢ଼ଗାଁରେ ଏକ ବଙ୍ଗଳା ମଧ୍ୟ ଭଡ଼ା ନିଆଯାଇଥିଲା, ଯେଉଁଠି ଅଶ୍ଳୀଳ ଚଳଚ୍ଚିତ୍ରର ଶୁଟିଂ କରାଯାଉଥିଲା । ଏତିକିନୁହେଁ ଯେତେବେଳେ ପୋଲିସ୍ ସେଠାକୁ ପହଞ୍ଚିଲେ ସେତେବେଳେ ମଧ୍ୟ ଅଶ୍ଳୀଳ ଚଳଚ୍ଚିତ୍ରର ଶୁଟିଂ ଚାଲୁଥିଲା । ଏହି ଅଶ୍ଳୀଳ ଚଳଚ୍ଚିତ୍ର ଓ ଭିଡ଼ିଓକୁ ଏକ ନୁହେଁ ଅନେକ ଗୁଡ଼ିଏ ସାଇଡ଼ରେ ଅପଲୋଡ୍ କରାଯାଉଥିଲା ଓ ଟଙ୍କା ଅର୍ଜନ କରାଯାଉଥିଲା ।

ପ୍ରଥମେ ରାଜଙ୍କ ‘ରାଜ୍’ ଖୋଲିବା ପାଇଁ ଆରମ୍ଭ ହେଲା ପଚରାଉଚରା । ପରେ ହେଲେ ଗିରଫ୍…

୧୯ ଜୁଲାଇ ଅର୍ଥାତ୍ କାଲି କ୍ରାଇମବ୍ରାଞ୍ଚ ରାଜ୍ କୁନ୍ଦ୍ରାଙ୍କୁ ପଚରାଉଚରା କରିବା ପାଇଁ ଡାକିଥିଲେ । ରାତି ପାଖାପାଖି ୯ଟାରେ ରାଜ୍ କୁନ୍ଦ୍ରା ମୁମ୍ବାଇ କ୍ରାଇମବ୍ରାଞ୍ଚର ଭାୟକଳା ଅଫିସକୁ ପହଞ୍ଚିଲେ । ପାଖାପାଖି ୨ ଘଣ୍ଟାର ପଚରାଉଚରା ଚାଲିଲା ଓ ତାପରେ ରାତି ୧୧ଟାରେ ରାଜ୍ କୁନ୍ଦ୍ରାଙ୍କୁ ଗିରଫ୍ କରାଗଲା । ସକାଳ ୪ଟାରେ ମୁମ୍ବାଇ ପୋଲିସ୍ ଯାଞ୍ଚ ପାଇଁ ଜେଜେ ହସ୍ପିଟାଲ୍ ଓ ସେଠାରୁ ସକାଳ ସାଢେ ଚାରିଟାରେ ମୁମ୍ବାଇ ପୋଲିସ୍ କମିଶନରଙ୍କୁ ଅଫିସକୁ ନିଆଗଲା ଓ ଆଜି ଅଦାଲତ ସମ୍ମୁଖରେ ଆଗତ କରାଯିବ ।

ରାଜଙ୍କ କଣ ରହିଛି ‘ରାଜ୍’ ଯାହା ପାଇଁ ହେଲେ ଅଭିଯୁକ୍ତ….

ସୂଚନାଥାଉକି ପୋଲିସଙ୍କ ଅନୁଯାୟୀ ରାଜ୍ କୁନ୍ଦ୍ରାଙ୍କ ଉପରେ ଅଶ୍ଳୀଳ ଭିଡ଼ିଓ ତିଆରି କରିବା ଓ ତାକୁ ୱେବସାଇଟରେ ଅପଲୋଡ୍ କରାଇବା ମାମଲା ଫେବୃୟାରୀ ୨୦୨୧ରେ ରୁଜୁ କରିଥିଲେ । ଯେଉଁଥିରେ ପୁନମ୍ ପାଣ୍ଡେ ଓ ଶର୍ଲିନ୍ ଚୋପଡ଼ାଙ୍କୁ ଆଗରୁ ପଚରାଉଚରା କରିଛନ୍ତି । ସେପଟେ ସୂଚନାଥାଉକି ବର୍ତ୍ତମାନ ପର୍ଯ୍ୟନ୍ତ ୯୦ରୁ ଅଧିକ ପୋର୍ନ ଭିଡ଼ିଓ ସୁଟ୍ କରାଯାଇଛି ଏବଂ ଏଥିସହିତ ଅପଲୋଡ୍ କରାଯିବ ଦାବି ମଧ୍ୟ କରାଯାଇଛି । ସେପଟେ ପୋଲିସ୍ ମାନଙ୍କ ଅନୁଯାୟୀ ଶର୍ଲିନ୍ ଚୋପଡ଼ାଙ୍କ ଅନୁଯାୟୀ ତାଙ୍କୁ ଏଡ଼ଲଟ୍ ଇଣ୍ଡଷ୍ଟ୍ରିରେ ଆଣିବା ପାଇଁ ରାଜ୍ କୁନ୍ଦ୍ରା ଦାୟୀ । ସମସ୍ତ ପ୍ରୋଜେକ୍ଟ ପାଇଁ ଶର୍ଲିନ୍ ଚୋପଡ଼ାଙ୍କୁ ୩୦ ଲକ୍ଷ ଟଙ୍କାର ପେମେଂଟ୍ ମିଳୁଥିଲା । ଶର୍ଲିନଙ୍କ ଅନୁସାରେ ସେ ଏପରି ୧୫ ରୁ ୨୦ଟି ପ୍ରୋଜେକ୍ଟ କରିଛନ୍ତି ।

Leave a Reply

Your email address will not be published. Required fields are marked *