ଏହା ହୋଇଥାଏ ଖରାପ ସମୟ  ଆଗମନର ସଂକେତ

ଏହା ହୋଇଥାଏ ଖରାପ ସମୟ ଆଗମନର ସଂକେତ

ଏହା ହୋଇଥାଏ ଖରାପ ସମୟ ଆଗମନର ସଂକେତ, ଏହି ସଂକେତ ଦେଖିଲେ ବୁଝି ଯାଆନ୍ତୁ ମାଡି ଆସିବ କୌଣସି ବିପତ୍ତି…

ଖରାପ ସମୟ ଆସିବାର ସଂକେତ:

କୌଣସି ମଣିଷର ଜୀବନ ସହଜ ହୋଇନଥାଏ । ମଣିଷକୁ ଯଦି ସୁଖ ମିଳିଛି ତେବେ ଦୁଃଖ ମଧ୍ୟ ମିଳିବ । କାରଣ ଜୀବନର ଅନ୍ୟ ନାମ ସୁଖ ଏବଂ ଦୁଃଖ । ଯଦି ଭଗବାନ ମନୁଷ୍ୟକୁ କେବଳ ସୁଖ ହିଁ ଦେଇଥାନ୍ତେ ତେବେ ମଣିଷ ଠାରୁ ଅଧିକ ମତଲବି କେହି ହୋଇନଥାନ୍ତେ । ପ୍ରାୟତଃ ସୁଖ ସମୟରେ ଭଗବାନଙ୍କୁ କେହି ମନେପକାନ୍ତି ନାହିଁ । ମଣିଷ ଭଗବାନଙ୍କ ନାମକୁ ସବୁ ସମୟରେ ମରିବା ପଯ୍ୟନ୍ତ ମନେ ରଖିବା ପାଇଁ ସୁଖ ପରେ ଦୁଃଖ ଦେଇଥାନ୍ତି ଭଗବାନ । ତେଣୁ ସବୁ ଲୋକଙ୍କ ଜୀବନରେ ସମସ୍ୟା ଆସେ ଏବଂ ଯାଏ । ଅନେକ ଥର ସଙ୍କଟ ଆସିବା ପରେ ମନୁଷ୍ୟ ଚିନ୍ତା କରିଥାଏ ଏହି ସଙ୍କଟ ଆସିବା ପୂର୍ବରୁ ଜଣା ପଡ଼ିଥିଲେ , ଆଜି ଆମେ ନିଜକୁ ସମ୍ଭାଳି ନେଇଥାନ୍ତୁ ।

ଏହି କଥାରେ କୌଣସି ପ୍ରଶ୍ନ ନାହିଁ ଖରାପ ସମୟ ପରେ ଭଲ ସମୟ ନିଶ୍ଚିତ ଅସେ ଏବଂ ଭଲ ସମୟ ପରେ ଖରାପ ସମୟ ନିଶ୍ଚିତ ଅସେ ।
କିନ୍ତୁ ଆପଣ ଏହା ଜାଣି ଆଶ୍ଚଯ୍ୟ ହୋଇଯିବେ ଖରାପ ସମୟ ଆସିବା ପୂର୍ବରୁ କିଛି ସଂକେତ ଅଛି ଯାହାକୁ ଆମେ ଜାଣି ନଥାଉ । କିନ୍ତୁ ଆପଣ ଏହି ସଂକେତକୁ ଭଲରେ ଜାଣିପାରିଲେ ଆଗକୁ ଆସୁଥିବା ଖରାପ ସମୟ ଏବଂ ତାହାର ମୁକାବିଲା କରିବାର ଶକ୍ତି ମିଳିବ । ଚାଲନ୍ତୁ ଜାଣିବା କିଛି ଏହିଭଳି ସଂକେତ ଯାହା ଆଗକୁ ଆପଣଙ୍କୁ ଉପଯୋଗ ସିଦ୍ଧ ହେବ ।

ଏହା ହେଉଛି ଖରାପ ସମୟ ଆଗମନର କିଛି ସଂକେତ

ମଣିଷ ଭଳି ଗଛଲତାର ମଧ୍ୟ ଜୀବନ ଥାଏ, ଗଛ ମାନେ ମଧ୍ୟ ନିଃଶ୍ୱାସ ନିଅନ୍ତି ଏବଂ ବଞ୍ଚନ୍ତି । ସମସ୍ୟା ସମୟରେ ମଣିଷ ତାହା ଜାଣିପାରେ ନାହିଁ କିନ୍ତୁ ଗଛ ଲତା ମାନଙ୍କୁ ତାହା ଜଣା ପଡ଼ିଥାଏ । ଯଦି ଆପଣଙ୍କ ଘରେ ତୁଳସୀ ଗଛ ଅଛି ଯଦି ସେ ଅଚାନକ ଶୁଖିଯାଏ ,ତେବେ ଜାଣିନିଅନ୍ତୁ ଆପଣଙ୍କ ଘରକୁ ସମସ୍ୟା ଆସିବ ଏବଂ ଆପଣଙ୍କୁ ଶୀଘ୍ର ସତର୍କ ରହିବା ଆବଶ୍ୟକ ଅଟେ ।

ବେମାରୀ ମଧ୍ୟ ଗୋଟେ ପ୍ରକାର ଖରାପ ସମୟ ଆସିବାର ସଂକେତ ଦେଇଥାଏ । ଯଦି ଆପଣଙ୍କ ଘରେ କାହାର ସ୍ବାସ୍ଥ୍ୟ ଖରାପ ହୋଇଯାଏ ଏବଂ ଅନେକ ସେବା ଯତ୍ନ କରିଲେ ମଧ୍ୟ ସୁସ୍ଥ ହୋଇନଥାଏ ତେବେ ଜାଣନ୍ତୁ ଆପଣଙ୍କ କପାଳ ଫୁଟିଲା ।

କୌଣସି ଘରେ ଖୁସି ଆଣିବା ପାଇଁ ଲକ୍ଷ୍ମୀ ମାଆଙ୍କୁ ପ୍ରସନ୍ନ କରିବା ଆବଶ୍ୟକ । ଲକ୍ଷ୍ମୀ ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଆମକୁ ଘର ସଫା ରଖିବା ଦରକାର । କିନ୍ତୁ ଘର ସଫା କରିବା ପରେ ମଧ୍ୟ ଯଦି ଅବର୍ଜନା ରହିଥାଏ ,ତେବେ ବୁଝି ଯାଆନ୍ତୁ ଦେବୀ ମାଆ ଆପଣଙ୍କ ଉପରେ କୋପ କରିବେ ଆପଣଙ୍କୁ ଧନର ଅଭାବ ଏବଂ ସଙ୍କଟ ଦେଖାଯିବ ।

ପ୍ରାୟତଃ ଆପଣ ଦେଖିଥିବେ ଜନ୍ଦା ଏବଂ ପୋକ ମାଛି ମିଠା ଜିନିଷ ପ୍ରତି ଆକର୍ଷିତ ହୋଇଥାନ୍ତି । ଯଦି ଆପଣଙ୍କ ଘରେ ଏହାର ବିପରୀତ ହୋଇଛି ଯଦି ମିଠା ବଦଳରେ ଲୁଣି ରାଗ ଜିନିଷରେ ଜନ୍ଦା ପିମ୍ପୁଡ଼ି ବସନ୍ତି ତେବେ ଜାଣନ୍ତୁ ଆପଣଙ୍କୁ ସମସ୍ୟା ଦେଖାଯିବ ।

କାଚ ଏବଂ ଚାଇନା ମାଟିରେ ନିର୍ମିତ ବାସନକୁ ଶୁଭ ମାନନ୍ତି । ଏମିତିରେ ଯଦି ଏହି ବାସନ ବାର ବାର ବାଜିକରି ଭାଙ୍ଗୁଛି ତେବେ ଭାବନ୍ତୁ ଖରାପ ସମୟ ଆପଣଙ୍କ ମୁଣ୍ଡ ଉପରେ ଘୁରୁଛି ।

ଅନେକ ଥର ଭୋଜନ ଖାଇବା ବେଳେ ପ୍ରଥମ ଦାନା ଆପଣଙ୍କୁ ପିତା ଲାଗେ ଏବଂ ପୁଣି ସେଇଥିରୁ ୨ୟ ଥର ଖାଇଲେ ଠିକ୍ ଲାଗେ ତେବେ ଏହାର ସଂକେତ ଆପଣଙ୍କ ନିଜ ଲୋକ ଆପଣଙ୍କ ଖରାପ ସମୟକୁ ଆଣିବ ଏବଂ ସମ୍ପର୍କରେ ଖଟା ପଣ ଦେଖାଯାଏ।

Leave a Reply

Your email address will not be published. Required fields are marked *