ଐଶ୍ଵର୍ଯ୍ୟାଙ୍କ ଵିପକ୍ଷରେ ନାୟକ ସାଜିଥିବା ଏହି ସୁପରଷ୍ଟାର୍ ଏବେ ଅଛନ୍ତି କେଉଁଠି !

ଐଶ୍ଵର୍ଯ୍ୟାଙ୍କ ଵିପକ୍ଷରେ ନାୟକ ସାଜିଥିବା ଏହି ସୁପରଷ୍ଟାର୍ ଏବେ ଅଛନ୍ତି କେଉଁଠି !

ସାଉଥ୍ ଇଣ୍ଡଷ୍ଟ୍ରିରେ ଏପରି ଅନେକ ନାୟକ ଅଛନ୍ତି ଯେଉଁମାନେ ବଲିଉଡ ଅଭିନେତ୍ରୀମାନଙ୍କ ସହ ସ୍କ୍ରିନରେ ରୋମାନ୍ସ କରିଛନ୍ତି । ଏଥିରୁ ଜଣେ ହେଉଛନ୍ତି ପ୍ରଶାନ୍ତ ଥିୟାଗରାଜନ୍ । ପ୍ରଶାନ୍ତ ଥିୟାଗରାଜନଙ୍କୁ ଏବେ ୪୮ବର୍ଷ ପୁରିଛି । ସେ ୧୯୭୩ ମସିହା, ୬ ଏପ୍ରିଲ ଦିନ ଚେନ୍ନାଇ ଠାରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଶାନ୍ତ ଐଶ୍ଵର୍ଯ୍ୟାଙ୍କ ତୃତୀୟ ଫିଲ୍ମ ‘ଜିନ୍ସ’ର ହିରୋ ଥିଲେ । ଏହି ଫିଲ୍ମ ୨୩ବର୍ଷ ପୂର୍ବେ ଅର୍ଥାତ ୧୯୯୮ ମସିହାରେ ଆସିଥିଲା । ତାଙ୍କ ପିତା ଥିୟାଗରାଜନ୍ ତାମିଲ୍ ସିନେମା ଇଣ୍ଡଷ୍ଟ୍ରିର ନାମକରା ନିର୍ଦେଶକ ଓ ପ୍ରଯୋଜକ ଅଟନ୍ତି ଯେଉଁଥିପାଇଁ ତାଙ୍କୁ ସିନେମାରେ ଆସିବା ସହଜ ହୋଇଯାଇଥିଲା । କିନ୍ତୁ ପ୍ରଶାନ୍ତ ଏବେ କେଉଁଠି ଅଛନ୍ତି, କଣ କରୁଛନ୍ତି ତାହା ଖୁବ୍ କମ୍ ଲୋକ ଜଣିଥିବେ । ଆସନ୍ତୁ ଜାଣିବା ପ୍ରଶାନ୍ତଙ୍କ ବିଷୟରେ ।

ପିଲାଦିନରୁ ପ୍ରଶାନ୍ତ ଫିଲ୍ମି ମାହୋଲରେ ବଢିଥିଲେ ତେଣୁ ସେ ମଧ୍ୟ ଅଭିନୟ କରିବାକୁ ନିଷ୍ପତ୍ତି ନେଇଥିଲେ । ପିତା ତାମିଲର ଜଣାଶୁଣା ନିର୍ଦେଶକ ଓ ପ୍ରଯୋଜକ ହୋଇଥିବାରୁ ଫିଲ୍ମରେ ଆସିବା ପାଇଁ ତାଙ୍କୁ ବେଶି ପରିଶ୍ରମ କରିବାକୁ ପଡିନଥିଲା ।

ପ୍ରଶାନ୍ତ ୧୯୯୦ ମସିହାରେ ଆସିଥିବା ତାମିଲ୍ ଫିଲ୍ମ ‘ବୈଗୁସି ପୋରାଣତଚୁ’ରୁ ଡେବ୍ୟୁ କରିଥିଲେ । ସେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିଲା । ପ୍ରଥମ ଫିଲ୍ମରେ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରାଯାଇଥିଲା ।

ନିଜର ୩୦ବର୍ଷର ଫିଲ୍ମ କ୍ୟାରିଅର୍ ଭିତରେ ସେ ତାମିଲ୍, ତେଲଗୁ, ମାଲୟଲମ୍ ଭାଷାର ଫିଲ୍ମରେ କାମ କରିଛନ୍ତି । ସେ’ ଥୋଲି ମଧୁ’, ‘ରାସା ମଙ୍ଗନ୍’, ‘କ୍ରୀଷ୍ଣ’, ‘ଜିନ୍ସ’, ‘ସୌକ୍’, ‘ବିଜେତା’, ‘ଲଣ୍ଡନ୍’, ‘ପୋନ୍ନାର ଶଙ୍କର୍’ ଭଳି ଫିଲ୍ମରେ କାମ କରିଛନ୍ତି ।

ପ୍ରଶାନ୍ତ ଏକ ଜୁଏଲାରୀ ମାର୍ଟର୍ ମାଲିକ ଅଟନ୍ତି ଏବଂ ସେ ବହୁତ ଭଲ ପିଆନୋ ବଜାଇ ପାରନ୍ତି । ୧୯୯୮ରେ ଆସିଥିବା ଫିଲ୍ମ ‘ଜିନ୍ସ’ରେ ସେ ଐଶ୍ଵର୍ଯ୍ୟାଙ୍କ ବିପକ୍ଷରେ ନାୟକ ସାଜିଥିଲେ ।

ଶଙ୍କରଙ୍କ ନିର୍ଦେଶନାର ଫିଲ୍ମ ‘ଜିନ୍ସ’ ପ୍ରଶାନ୍ତଙ୍କ ଷ୍ଟାରଡମକୁ ଆହୁରି ବଢ଼ାଇ ଦେଇଥିଲା । କଲମ୍ ହାସନଙ୍କ ପରେ ପ୍ରଶାନ୍ତ ଏପରି ଜଣେ ସାଉଥ୍ ହିରୋ ଥିଲେ ଯିଏ ଶଙ୍କର ଏବଂ ମଣିରତ୍ନମଙ୍କ ସହ କାମ କରିଥିଲେ । ଏହି ଫିଲ୍ମରେ ଐଶ୍ଵର୍ଯ୍ୟା ଏବଂ ତାଙ୍କ ଯୋଡିକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ ।

୨୦୦୦ମସିହା ପରେ ତାଙ୍କ ଷ୍ଟାରଡ଼ମ୍ ଧୀରେ ଧୀରେ କମିବାକୁ ଲାଗିଲା । ଏହାର କାରଣ ଥିଲା ଭୁଲ୍ ଫିଲ୍ମର ଚୟନ । ୨୦୦୬ରେ ଫିଲ୍ମରୁ ବ୍ରେକ୍ ନେଇ ୨୦୧୧ରେ ପୁଣିଥରେ ଫିଲ୍ମକୁ ଫେରିଲେ । ଶୁଣିବାକୁ ମିଳୁଛି ଯେ ସେ ଆୟୁଷ୍ମାନ୍ ଖୁରାନାଙ୍କ ଫିଲ୍ମ ‘ଅନ୍ଧାଧୁନ’ର ରିମେକ୍ କରିବାକୁ ଯାଉଛନ୍ତି । ସେ ଏବେ ଫିଲ୍ମରେ ବହୁତ୍ କମ୍ ନଜର ଆସୁଛନ୍ତି ।

ପ୍ରଶାନ୍ତ ୨୦୦୫ ମସିହାରେ ବି ଡି ଗୃହଲକ୍ଷ୍ମୀଙ୍କୁ ବିବାହ କରିଥିଲେ କିନ୍ତୁ ୩ବର୍ଷ ପରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଥିଲା । ଏବେ ଦୁହିଙ୍କର ଗୋଟିଏ ପୁଅ ଅଛି ।

Leave a Reply

Your email address will not be published. Required fields are marked *