୫୦୦କୋଟି ବଜେଟରେ ତିଆରି ହେଉଛି ଏହି ଫିଲ୍ମ, ଗତ ୨ବର୍ଷ ଧରି ଚାଲିଛି ସୁଟିଂ ! ପ୍ରଥମଥର ପାଇଁ Aishwarya Rai ନଜର ଆସିବେ Double Roleରେ…

୫୦୦କୋଟି ବଜେଟରେ ତିଆରି ହେଉଛି ଏହି ଫିଲ୍ମ, ଗତ ୨ବର୍ଷ ଧରି ଚାଲିଛି ସୁଟିଂ ! ପ୍ରଥମଥର ପାଇଁ Aishwarya Rai ନଜର ଆସିବେ Double Roleରେ…

‘ଗୁରୁ’, ‘ବମ୍ବେ’, ‘ରୋଜା’, ‘ଥାଲାପତି’ ଭଳି ସୁପରହିଟ୍ ଫିଲ୍ମ ଦେଇଥିବା ଡିରେକ୍ଟର ମଣି ରତ୍ନମ୍ ଏବେ ନିଜ ଡ୍ରିମ୍ ପ୍ରୋଜେକ୍ଟ ‘ପୋନ୍ନିୟିନ୍ ସେଲୱନ୍’ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଏହି ଫିଲ୍ମର ସୁଟିଂ ଶେଷ ହୋଇଛି ଯାହା ଦୀର୍ଘ ୫୦ଦିନ ଧରି ଚାଲିଥିଲା । ଏହି ଫିଲ୍ମକୁ ମଣି ରତ୍ନମ୍ ଦୁଇଟି ଭାଗରେ ରିଲିଜ୍ କରିବାକୁ ଯୋଜନା ରଖିଛନ୍ତି । ଏହି ଫିଲ୍ମର କାହାଣୀଟି ମହାନ୍ ଲେଖକ ଓ କବିତାକାର କୃଷ୍ଣା ମୂର୍ତ୍ତୀଙ୍କ ଉପନ୍ୟାସ୍ ଉପରେ ପର୍ଯ୍ୟବେସିତ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦେଖାଯିବେ ଐଶ୍ୱର୍ଯ୍ୟା ରାୟ । ସେ ଏହି ଫିଲ୍ମରେ ଡବଲ୍ ରୋଲରେ ଦେଖାଯିବେ । ଐଶ୍ୱର୍ଯ୍ୟା ପ୍ରଥମଥର ପାଇଁ ତାଙ୍କ କ୍ୟାରିଆରରେ ଡବଲ୍ ରୋଲ୍ କରିବାକୁ ଯାଉଛନ୍ତି ।

୫୦୦କୋଟି ବଜେଟର ଏହି ଫିଲ୍ମରେ ସାଉଥର ଅନେକ ସୁପରଷ୍ଟାର୍ ନଜର ଆସିବେ । ଏହି ଫିଲ୍ମରେ ବ୍ରିକ୍ରମ୍ କୀର୍ତ୍ତି, ଜୟମ୍ ରବି, ଜୟରାମ୍ ଏବଂ ତ୍ରିଶା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିବେ । ଏହା ବ୍ୟତୀତ ଏହି ଫିଲ୍ମରେ ପ୍ରଭୁ, ବିକ୍ରମ୍ ପ୍ରଭୁ, ଐଶ୍ୱର୍ଯ୍ୟା ଲକ୍ଷ୍ମୀଙ୍କ ଭଳି କଳାକାର ସପୋର୍ଟିଂ ରୋଲରେ ଦେଖାଯିବେ । ଗତ ଫେବ୍ରୁଆରୀ ମାସରେ ତ୍ରିଶାଙ୍କ ସହ ଆହୁରି ୨୫୦ କଳାକାରଙ୍କୁ ନେଇ ରମୋଜି ଫିଲ୍ମ ସିଟି ଠାରେ ଏହାର କିଛି ସ୍ୱତନ୍ତ୍ର ଦୃଶ୍ୟ ସୁଟିଂ କରାଯାଇଛି ।

ସୂଚନା ଅନୁଯାୟୀ ଏହି ଫିଲ୍ମର ସୁଟିଂ ୨୦୧୯ ଡେସମ୍ବରରୁ ଥାଇଲାଣ୍ଡରେ ଆରମ୍ଭ ହୋଇଥିଲା, ଯେଉଁଠି ଦୀର୍ଘ ୪୦ଦିନ ଧରି ଏହି ଫିଲ୍ମର ଶୁଟିଂ ହୋଇଥିଲା । ଜାନୁଆରୀରେ ପ୍ରଥମ ସେଡୁଲ୍ ସୁଟିଂ ସରିବା ପରେ ଚେନ୍ନାଇରେ ଏହାର ଦ୍ଵିତୀୟ ସେଡୁଲ୍ ସୁଟିଂ ପାଇଁ ଯୋଜନା କରାଯାଇଥିଲା । କିନ୍ତୁ ଫିଲ୍ମର ଦ୍ଵିତୀୟ ସେଡୁଲ୍ ୬ଦିନ ମଧ୍ୟରେ ପୁଡ଼ୁଚେରୀରେ ସୁଟିଂ କରାଯାଇଥିଲା । ତାପରେ ଟିମ୍ ହାଇଦ୍ରାବାଦରେ ଫିଲ୍ମର ତୃତୀୟ ସେଡୁଲ୍ ସୁଟିଂ ଶେଷ କରିଛି ଏବଂ ଏହାର ଚତୁର୍ଥ ସେଡୁଲ୍ ସୁଟିଂ ରାଜସ୍ଥାନ ହେବ ବୋଲି ସୁଚନା ମିଳିଛି ।

Leave a Reply

Your email address will not be published. Required fields are marked *