କରୋନା କାଳରେ ଇମ୍ୟୁନିଟି ବୃଦ୍ଧି କରିବା ପାଇଁ ଓ ଥଣ୍ଡା କାଶ ପାଇଁ ଉପଯୁକ୍ତ ଚିକିତ୍ସା ଅଟେ ଏହି କାଢା ! ଥରେ ସେବନ କରି ଦେଖନ୍ତୁ ।

ଘରେ ତିଆରି କାଢା ନା କେବଳ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିଥାଏ ବରଂ ଥଣ୍ଡା କାଶକୁ ମଧ୍ୟ ଠିକ୍ କରିବାରେ ସାହାଯ୍ୟ କରିଥାଏ । ଜାଇଫଳ-ମହୁ ଠାରୁ ପ୍ରସ୍ତୁତ କାଢ଼ା ଇମ୍ୟୁନିଟି ଶକ୍ତିକୁ ଦୃଢ଼ କରିଥାଏ ।

କରୋନା ଭାଇରସର ଏହି ମହାମାରୀ କାରଣରୁ ସମଗ୍ର ବିଶ୍ୱ ଚିନ୍ତିତ ଅଛି । ଏହି ଭାଇରସ୍ ସହିତ ଲଢ଼ିବା ପାଇଁ ସବୁ ଦେଶ ପ୍ରତିଷେଧକ ଟୀକାର ସନ୍ଧାନ କରୁଛନ୍ତି । ଏତିକିନୁହେଁ ଏହି ଭାଇରସର ବିପଦ ଦୁର୍ବଳ ଇମ୍ୟୁନିଟି ମାନଙ୍କୁ ଅଧିକ ରହିଛି, ଏହା ସହିତ ଏହାର ସାଧାରଣ ଲକ୍ଷଣରେ ଥଣ୍ଡା କାଶ ଓ ଗଳାର କର୍କଶତା ସାମିଲ ଅଛି । ଏହିପରି ଇମ୍ୟୁନିଟି ଦୃଢ଼ ରଖିବା ବହୁତ ଜରୁରୀ ଅଟେ । ଦୃଢ଼ ଇମ୍ୟୁନିଟି ଏହି ଭାଇରସର ସଂକ୍ରମଣ ସହ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ । ଘରେ ତିଆରି କାଢା ନାକେବଳ ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ କରିଥାଏ ବରଂ ଥଣ୍ଡା କାଶକୁ ଭଲ କରିବାରେ ସାହାଯ୍ୟ କରିଥାଏ । ଜାଇଫଳ ମହୁ ଠାରୁ ପ୍ରସ୍ତୁତ କାଢା ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିଥାଏ । ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବା ଉପାୟ ଓ ସାମଗ୍ରୀ –

google

କାଢା ପ୍ରସ୍ତୁତ କରିବା ସାମଗ୍ରୀ :

– ୧ ଚିମୁଟି ଜାଇଫଳ ଗୁଣ୍ଡ

– ୧ ଛୋଟ ଚାମୁଚ ମହୁ

– ୮ ରୁ ୧୦ଟି ତୁଳସୀ ପତ୍ର

– ଅଧା କଟା ହୋଇଥିବା ଅଦା

– ୭ ରୁ ୮ଟି ଗୋଲ ମରିଚ

– ଲୁଣ ସ୍ଵାଦନୁସାରେ

– ୧ ଛୋଟ ଚାମୁଚ ଗୁଡ଼

– ୧ ଛୋଟ ଚାମୁଚ ହଳଦୀ ଗୁଣ୍ଡା

– ୧ ରୁ ୨ଟି ଅଳେଇଚ

– ୪ ରୁ ୫ ଟି ଲବଙ୍ଗ

– ୧ ଡାଲ୍ ଚିନି ଖଣ୍ତ

– ୧ ଛୋଟ ଚାମୁଚ ଲେମ୍ବୁ

କାଢା ପ୍ରସ୍ତୁତ କରିବା ବିଧି :- ଏହି କାଢାକୁ ତିଆରି କରିବା ପାଇଁ ସବୁଠାରୁ ପ୍ରଥମେ ତୁଳସୀ ପତ୍ର, ହଳଦୀ, ଜାଇଫଳ ଗୁଣ୍ଡ, ଅଦା, ଗୋଲ ମରିଚ, ହଳଦୀ ଗୁଣ୍ଡ, ଅଳେଇଚ, ଲବଙ୍ଗ ଓ ଡାଲଚିନି ଖଣ୍ଡକୁ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ । ବର୍ତ୍ତମାନ ଏକ ପାତ୍ର ନେଇ ପାଣି ଢାଳନ୍ତୁ ଏବଂ ଏଥିରେ ୧ ଠାରୁ ୨ ଚାମୁଚ ଏହି ଗୁଣ୍ଡ ମିଶାଇ ଦିଅନ୍ତୁ । ଏହା ପରେ ଗୁଡ଼, ଲୁଣ ଓ ଲେମ୍ବୁ ରସ ପକାନ୍ତୁ ଏବଂ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ଏହାକୁ ସିଝାନ୍ତୁ । ଏହା ସିଝି ଯିବା ପରେ ଏହାକୁ ଛାଣି ନିଅନ୍ତୁ ଓ ଟିକିଏ ଶୀତଳ ହେବା ପରେ ଏହାକୁ ସେବନ କରନ୍ତୁ । ସ୍ୱାଦ ପାଇଁ ଆପଣ ଏଥିରେ ମହୁ ମଧ୍ୟ ମିଶାଇ ପାରିବେ ।

କେତେବେଳେ କରିବେ ଏହି କାଢାର ସେବନ:

google

ରୋଗ ପ୍ରତିରୋଧକ ଶକ୍ତି ଦୃଢ଼ କରିବା ପାଇଁ ଓ ଥଣ୍ଡା କାଶ ଠିକ୍ କରିବା ପାଇଁ ଆପଣ ଏହି କାଢ଼ାକୁ ପ୍ରତିଦିନ ସକାଳୁ ଖାଲି ପେଟରେ ପିଅନ୍ତୁ । ଆପଣ ଏହାକୁ ଦିନର ଖାଦ୍ୟରେ ଓ ରାତ୍ରି ଭୋଜନ ପରେ ମଧ୍ୟ ସେବନ କରି ପାରିବେ । ଯଦି ଆପଣ ଏହାକୁ ପ୍ରତିଦିନ ସେବନ କରିବେ ତେବେ ଆପଣଙ୍କ ଇମ୍ୟୁନିଟି ଖୁବଶୀଘ୍ର ଦୃଢ଼ ହେବ ଓ ସଂକ୍ରମଣ ଏବଂ ଭାଇରସର ବିପଦ ମଧ୍ୟ କମ୍ ହେବ ।

ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିବା ପାଇଁ ଉପାୟ :

google

– ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ ଓ ବୃଦ୍ଧି କରିବା ତତ୍ତ୍ୱରେ ଭରପୂର ତୁଳସୀ ବହୁତ ଲାଭଦାୟକ ଅଟେ ।

– ଥଣ୍ଡାରୁ ବଞ୍ଚିବା ପାଇଁ ଶରୀରରେ ଭିଟାମିନ E ରହିବା ଅତ୍ୟନ୍ତ ଜରୁରୀ ଅଟେ । ଭିଟାମିନ E ଇମ୍ୟୁନ୍ ସିଷ୍ଟମକୁ ସୁସ୍ଥ ରଖିଥାଏ ।

– ଅଧା ଚାମୁଚ ଅଁଳା ଗୁଣ୍ଡ ଏକ ଚାମୁଚ ମହୁ ସହିତ ସକାଳୁ ଖାଲି ପେଟରେ ସେବନ କରିବା ଲାଭ ହେବ । ଏଥିରୁ ଇମ୍ୟୁନିଟି ମଧ୍ୟ ବଢ଼ିବ ଓ ପାଚନ ମଧ୍ୟ ଭଲ ରହିବ ।

– ଡାକ୍ତର ପରାମର୍ଶ ଅନୁଯାୟୀ ପ୍ରତିଦିନ ଦହି ଖାଇଲେ ଶରୀରର ଇମ୍ୟୁନିଟି ବୃଦ୍ଧି ହୋଇଥାଏ ।

Be the first to comment

Leave a Reply

Your email address will not be published.


*