୨ଟି ପିଲାର ପିତା ଅଟନ୍ତି ‘CSK’ର ଏହି ଖେଳାଳୀ ! ପତ୍ନୀ କରନ୍ତି ଏହି ଭଲ କାମ…

୨ଟି ପିଲାର ପିତା ଅଟନ୍ତି ‘CSK’ର ଏହି ଖେଳାଳୀ ! ପତ୍ନୀ କରନ୍ତି ଏହି ଭଲ କାମ…

IPLର ୧୪ତମ ସିଜିନରେ ‘CSK’ କ୍ରମାଗତ ଭାବରେ ତିନିଥର ବିଜୟ ଲାଭ କରିଛି । ବୁଧବାର ଦିନ ଖେଳା ଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗସ୍, କୋଲକାତା ନାଇଟ୍ ରାଇଡ଼ର୍ସକୁ ୧୮ ରନରେ ହରାଇ ଦେଇଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ‘୨୨୧ ରନ୍’ର ଲକ୍ଷ୍ୟ ଦେଇଥିଲା କିନ୍ତୁ କଲିକତାର ଟିମ୍ ‘୨୦୨ ରନ୍’ କରି ଘରକୁ ଫେରିଗଲା । ‘CSK’ର ରନକୁ ଉଚ୍ଚତା ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ସିନିୟର୍ ବ୍ୟାଟ୍ସମ୍ୟାନ୍ ଫାଫ୍ ଡୁ ପ୍ଲେସିସଙ୍କର ବିଶେଷ ଯୋଗଦାନ ରହିଛି । ସେ ତାଙ୍କ ଟିମ୍ ପାଇଁ ୯୫ ରନ୍ କରିଛନ୍ତି, କିନ୍ତୁ ନିଜର ଶତକରୁ ପଛରେ ରହି ଯାଇଛନ୍ତି । ଏହି ଖେଳାଳୀ କେବଳ ନିଜ ଖେଳ ପାଇଁ ନୁହେଁ ବରଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଆସନ୍ତୁ ଆଜି ଆପଣଙ୍କୁ ଜଣାଇବା ମେସେଜ୍ ଡୁ ପ୍ଲେସିସ୍ ଏବଂ ତାଙ୍କର କ୍ୟୁଟ୍ ଦୁଇଟି ଝିଅ ସହିତ…

ଫାଫ୍ ଡୁ ପ୍ଲେସିସଙ୍କର ଆଶ୍ଚର୍ଯ୍ୟଜନକ ରନ୍:-

ବୁଧବାର ଅର୍ଥାତ ଏପ୍ରିଲ୍ ୨୧ ତାରିଖ ଦିନ ଚେନ୍ନାଇ ସୁପର୍ କିଙ୍ଗସ୍ ଏବଂ କୋଲକାତା ନାଇଟ୍ ରାଇଡ଼ର୍ସ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଡୁ ପ୍ଲେସିସ୍ ୬୦ ବଲରେ ସୁନ୍ଦର ବ୍ୟାଟିଂ କରି ୯୫ ରନ୍ କରିଛନ୍ତି । ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟରୁ ୯ଟି ଚଉକା ଏବଂ ୬ଟି ଛକା ବାହାରିଥିଲା ।

ଫାଫ୍ ଜିତିଲେ ପ୍ରଶଂସକ ମାନଙ୍କର ହୃଦୟ:-

ଯେତେବେଳେ ଫାଫ୍ ଡୁ ପ୍ଲେସିସ୍ ୯୪ ରନରେ ଖେଳୁଥିଲେ, ସେତେବେଳେ ତାଙ୍କୁ ନିଜର ଶତକ କରିବାପାଇଁ କେବଳ ୬ ରନର ଆବଶ୍ୟକତା ଥିଲା ଏବଂ ଆଉ ମାତ୍ର ୨ଟି ବଲ ଶେଷରେ ବାକିଥିଲା । ଏଭଳି ପରିସ୍ଥିତିରେ ୧୯ତମ ଓଭରରେ ପଞ୍ଚମ ବଲରେ ସେ ଶର୍ଟ ଲଗାଇବାକୁ ଚେଷ୍ଟା କରିଥିଲେ କିନ୍ତୁ କୌଣସି ବଡ଼ ଶର୍ଟ ଲଗାଇ ପାରିନଥିଲେ । ଏଭଳି ପରିସ୍ଥିତିରେ ସେ ବିନା ରନରେ ଦୌଡ଼ି ଆଗାମୀ ବଲରେ ଶର୍ଟ ଯୋଡି ପାରିଥାନ୍ତେ କିନ୍ତୁ ସେ ନିଜ ବିଷୟରେ ଚିନ୍ତା ନ କରି ଟିମ୍ ବିଷୟରେ ଚିନ୍ତା କରିଥିଲେ ଏବଂ ଗୋଟିଏ ରନରେ ଦୌଡି ରବୀନ୍ଦ୍ର ଜାଡେଜାଙ୍କୁ ଶେଷ ବଲ୍ ଖେଳିବାକୁ ଦେଇଥିଲେ । ଫାଫ୍ ନିଜ ଶତକରୁ ଓହରି ଯାଇଥିଲେ ମଧ୍ୟ ସେ ପ୍ରଶଂସକ ମାନଙ୍କର ହୃଦୟ ଜିତି ନେଇଥିଲେ ।

ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବରେ ଚୟନ ହେଲେ ଡୁ ପ୍ଲେସିସ୍:-

ଏହି ମ୍ୟାଚରେ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ପାଇଁ ତାଙ୍କୁ ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ଭାବରେ ଚୟନ କରାଗଲା । ଏହି ସମୟ ମଧ୍ୟରେ ସେ କହିଥିଲେ କି ଏହା ମୋ ପାଇଁ ଏହି ସିଜିନର ସବୁଠାରୁ ଭଲ ମ୍ୟାଚ୍ ଥିଲା । ମୁଁ ଅତ୍ୟନ୍ତ ସୌଭାଗ୍ୟଶାଳୀ ଅଟେ କି ଏତେ ଲମ୍ୱା ସମୟ ଧରି ଧୋନୀଙ୍କ ଅଧିନାୟକତ୍ୱରେ ଖେଳୁଅଛି ।

ସୋସିଆଲ୍ ମିଡିଆରେ ସକ୍ରିୟ ରହିଥାନ୍ତି ଫାଫ୍:-

ଫାଫ୍ ଡୁ ପ୍ଲେସିସ୍ ପଡିଆ ସହ ସୋସିଆଲ୍ ମିଡ଼ିଆରେ ମଧ୍ୟ ଅତ୍ୟନ୍ତ ସକ୍ରିୟ ରହିଥାନ୍ତି । ସେ ପ୍ରାୟତଃ ନିଜ ପତ୍ନୀ ଏବଂ ଝିଅମାନଙ୍କ ସହ ନିଜ ଫୋଟ ସେୟାର୍ କରିଥାନ୍ତି ।

ଅତ୍ୟନ୍ତ ଭଲ କାମ କରନ୍ତି ତାଙ୍କ ପତ୍ନୀ:-

ଫାଫ୍ ଡୁ ପ୍ଲେସିସଙ୍କର ପତ୍ନୀଙ୍କ ନାମ ଇମାରୀ ଭିସେର୍ ଅଟେ । ୨୦୧୩ ମସିହାରେ ଦୁହିଁଙ୍କର ବିବାହ ହୋଇଥିଲା । ତାଙ୍କ ପତ୍ନୀ ସାଉଦ୍ ଆଫ୍ରିକାର ସାଂସଦ କ୍ୟାରିନଙ୍କର ଝିଅ ଅଟନ୍ତି, କିନ୍ତୁ ସେ ନିଜ ସାମାଜିକ କାମ ପାଇଁ ପ୍ରସିଦ୍ଧ ଅଟନ୍ତି । ଇମାରୀ ବଳାତ୍କାର ପୀଡ଼ିତା ମାନଙ୍କୁ ଆର୍ଥିକ ସହାୟତା ଯୋଗାଇଥାନ୍ତି । ଏହାସହ କର୍କଟ ବିରୁଦ୍ଧରେ ଜାଗରୁକତା ଅଭିଯାନ ମଧ୍ୟ ଚଳାଇଥାନ୍ତି ।

ଅତ୍ୟନ୍ତ ସୁନ୍ଦର ଅଟନ୍ତି ଇମାରୀ:-

ଡୁ ପ୍ଲେସିସଙ୍କର ପତ୍ନୀ ନିଜ ଫ୍ୟାଶନ୍ ସେନ୍ସ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ୍ ମିଡିଆରେ ସେ ଅତ୍ୟନ୍ତ ସକ୍ରିୟ ରହିଥାନ୍ତି । ଏହାସହ ନିଜ ସ୍ୱାମୀଙ୍କ ସହ ମଧ୍ୟ କ୍ରିକେଟ୍ ଟୁରରେ ଦେଖା ଯାଇଥାନ୍ତି ।

୨୦୨୦ ମସିହାରେ ଦ୍ଵିତୀୟ ଥର ପାଇଁ ପିତା ହୋଇଛନ୍ତି ଡୁ ପ୍ଲେସିସ୍:-

ଡୁ ପ୍ଲେସିସ୍ ଦ୍ଵିତୀୟଥର ପାଇଁ ଅଗଷ୍ଟ ୨୦୨୦ରେ ପିତା ହୋଇଛନ୍ତି । ତାଙ୍କର ଦୁଇଟି ଝିଅ ଅଛନ୍ତି । ପ୍ରଥମ ଝିଅର ନାମ ଏମିଲୀ ହୋଇଥିବା ବେଳେ ଆଉ ଏକ ଝିଅର ନାମ ଜୋଇ ଅଟେ ।

ପତ୍ନୀଙ୍କର ଡେଲିଭରି ସମୟରେ ସାଥିରେ ଥିଲେ:-

ଫାଫ୍ ନିଜ ଇନଷ୍ଟାଗ୍ରାମରେ ଏକ ଫୋଟ ସେୟାର୍ କରିଥିଲେ, ଯେଉଁଥିରେ ସେ ନିଜ ପତ୍ନୀଙ୍କର ଡେଲିଭରି ସମୟରେ ହସ୍ପିଟାଲର ଗାଉନ ପିନ୍ଧି ତାଙ୍କ ସହ ଦେଖା ଯାଇଥିଲେ ।

ଏଭଳି ରହିଛି ଡୁ ପ୍ଲେସିସଙ୍କର IPL କ୍ୟାରିଅର୍:-

ଫାଫ୍ ଡୁ ପ୍ଲେସିସ୍ ବର୍ଷ ବର୍ଷ ଧରି ଚେନ୍ନାଇ ସୁପର୍ କିଙ୍ଗସ୍ ପାଇଁ କ୍ରିକେଟ୍ ଖେଳୁଛନ୍ତି । ସେ IPLରେ ଏପର୍ଯ୍ୟନ୍ତ ୮୮ଟି ମ୍ୟାଚରେ ୨୪୬୬ ରନ୍ କରିଛନ୍ତି, ଯେଉଁଥିରେ ତାଙ୍କର ସବୁଠାରୁ ଭଲ ସ୍କୋର୍ ୯୬ ରନ୍ ଅଟେ ।

Leave a Reply

Your email address will not be published. Required fields are marked *