ନିଯୁକ୍ତି ପାଇଁ ସୁବର୍ଣ୍ଣ ସୁଯୋଗ: ବିସ୍କୁଟ ଖାଆନ୍ତୁ, ବର୍ଷକୁ ୪୦ ଲକ୍ଷ ଦରମା ନିଅନ୍ତୁ !

ନୂଆଦିଲ୍ଲୀ,୨୧/୧୦: ଭଲ ଦରମା ମିଳୁଥିବା ଚାକିରି ପାଇବାର ସ୍ୱପ୍ନ ସମସ୍ତେ ଦେଖନ୍ତି । ଏପରି ପରିସ୍ଥିତିରେ ଯଦି ଜଣକୁ ବିସ୍କୁଟ ଖାଇବା ପାଇଁ ଚାକିରି ଦିଆଯାଏ ଏବଂ ୪୦ ଲକ୍ଷ ଟଙ୍କା ଦରମା ଦିଆଯାଏ, ତେବେ ତାଙ୍କ ଖୁସିର ଠିକଣା ରହିବ ନାହିଁ । କିନ୍ତୁ ଏହା ଏକ ସ୍ୱପ୍ନ ନୁହେଁ ବରଂ ବାସ୍ତବତା । ବାସ୍ତବରେ ଏକ କମ୍ପାନୀ ଏପରି କର୍ମଚାରୀ ଖୋଜୁଛି ଯିଏ କେବଳ ବିସ୍କୁଟ ଖାଇବ ଏବଂ କମ୍ପାନୀ ତାଙ୍କୁ ୪୦ ଲକ୍ଷ ଟଙ୍କା ଦରମା ଦେବ ।

ସୂଚନାଯୋଗ୍ୟ ସ୍କଟଲ୍ୟାଣ୍ଡର ବିସ୍କୁଟ ନିର୍ମାତା କମ୍ପାନୀ ‘ବର୍ଡ଼ର ବିସ୍କୁଟ’ ଏହିପରି କାମ ପାଇଁ ଆବେଦନ ମାଗିଛି । ଏହି କମ୍ପାନୀ ନିଜ ପାଇଁ ଏକ ‘ମାଷ୍ଟର ବିସ୍କୁଟର’ ଖୋଜୁଛି । ମାଷ୍ଟର ବିସ୍କୁଟରର ଅର୍ଥ କମ୍ପାନୀ ନିଜ ବିସ୍କୁଟ ଟେଷ୍ଟ କରିବା ପାଇଁ ଲୋକଙ୍କୁ ନିଯୁକ୍ତି ଦେବ ଏବଂ ଏହାର ପ୍ରତିବଦଳରେ ୪୦ ହଜାର ପାଉଣ୍ଡର ପ୍ୟାକେଜ୍ ଅର୍ଥାତ୍ ବାର୍ଷିକ ପ୍ରାୟ ୪୦ ଲକ୍ଷ ଟଙ୍କା ଦେବ ।

ଯଦିଓ ଆବେଦନକାରୀଙ୍କ ମଧ୍ୟରେ କମ୍ପାନୀ କିଛି ବିଶେଷ ଦକ୍ଷତା ଥିବା ବ୍ୟକ୍ତିଙ୍କୁ ଖୋଜୁଛି । ଏହି ଚାକିରି ପାଇଁ ଆବେଦନକାରୀଙ୍କର ବିସ୍କୁଟର ସ୍ୱାଦ ଏବଂ ବିସ୍କୁଟ ଉତ୍ପାଦନ ବିଷୟରେ ଗଭୀର ଜ୍ଞାନ ସହ ନେତୃତ୍ୱ ନେବାର ଦକ୍ଷତା ଏବଂ ଅଭିଜ୍ଞତା ରହିବା ଆବଶ୍ୟକ । କମ୍ପାନୀ କହିଛି ଯେଉଁ ଆବେଦକ ଗ୍ରାହକଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ଆକର୍ଷଣୀୟ ପଦକ୍ଷେପ ଗ୍ରହଣ କରିବେ ସେମାନଙ୍କୁ ଏହି ନିଯୁକ୍ତି ମିଳିବ ।

କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ପଲ୍ ପାର୍କିନ୍ସ କହିଛନ୍ତି, ସେ ସାରା ଦେଶରେ ଲୋକଙ୍କୁ ଆବେଦନ କରିବାକୁ ଉତ୍ସାହିତ କରୁଛନ୍ତି । ଇଣ୍ଟରଭ୍ୟୁ ପାଇଁ ସେ କିଛି ଭଲ ଅଂଶୀଦାରଙ୍କୁ ମଧ୍ୟ ନିମନ୍ତ୍ରଣ କରିଛନ୍ତି । ପଲ୍ ପାର୍କିନ୍ସ ଆହୁରି ମଧ୍ୟ କହିଛନ୍ତି ‘ବର୍ଡ଼ର ବିସ୍କୁଟ’ ଦ୍ୱାରା ବାହାରିଥିବା ଏହି ଭ୍ୟାକେନ୍ସି ଫୁଲ୍ ଟାଇମର ହେବ । ଏହା ବ୍ୟତୀତ କର୍ମଚାରୀ ଗୋଟିଏ ବର୍ଷରେ ୩୫ ଦିନ ଛୁଟି ମଧ୍ୟ ପାଇବେ ।

ପଲ୍ ପାର୍କିନ୍ସ କହିଛନ୍ତି ଏହି ଚାକିରୀ ଯେକୌଣସି ବ୍ୟକ୍ତିଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଏକ ଅବିଶ୍ୱସନୀୟ ସୁଯୋଗ ହେବ । ଏଥିସହ କମ୍ପାନୀର ମୁଖ୍ୟ ସୁଜି କାର୍ଲା କହିଛନ୍ତି ଯେ ଗ୍ରାହକଙ୍କୁ ସର୍ବୋତ୍ତମ ସ୍ୱାଦ ଏବଂ ଗୁଣାତ୍ମକ ବିସ୍କୁଟ ସେବା ଯୋଗାଇବାକୁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ । ଏହି ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବା ପାଇଁ କମ୍ପାନୀ ଏକ ନୂତନ ‘ମାଷ୍ଟର ବିସ୍କୁଟର୍’ ଖୋଜୁଛି ।

ସୂଚନାଯୋଗ୍ୟ, ୨୦୧୯ ମସିହାରେ କ୍ୟାଡବରୀ କମ୍ପାନୀ ଏପରି ଗୋଟିଏ ପଦବୀ ସୃଷ୍ଟି କରିଥିଲେ । ସେହି ସମୟରେ ଦୋକାନକୁ ଆସିବା ପୂର୍ବରୁ ଉତ୍ପାଦଗୁଡିକର ନମୁନା ସଂଗ୍ରହ କରିବାକୁ କ୍ୟାଡବରୀ ଚାରୋଟି ଚକୋଲେଟ୍ ଟେଷ୍ଟର୍ ଖୋଜୁଥିଲା ।

Be the first to comment

Leave a Reply

Your email address will not be published.


*