କମ୍ପାନୀ ଦେବ କର୍ମଚାରୀଙ୍କୁ ୫ବର୍ଷର ଦରମା ! କୋଭିଡ୍-୧୯ ପାଇଁ ଆସିଲା ଏହି ନୂଆ ପଲିସି…

କମ୍ପାନୀ ଦେବ କର୍ମଚାରୀଙ୍କୁ ୫ବର୍ଷର ଦରମା ! କୋଭିଡ୍-୧୯ ପାଇଁ ଆସିଲା ଏହି ନୂଆ ପଲିସି…

କରୋନା ମହାମାରୀ ପାଇଁ ଅସଂଖ୍ୟ ଲୋକ ନିଜର ପ୍ରିୟଜନଙ୍କୁ ହରାଇସାରିଲେଣି । ବହୁତ ଲୋକଙ୍କ ହାତରୁ ନିଜର ଚାକିରୀ ଓ ରୋଜଗାର ପନ୍ଥା ଚାଲିଯାଇଛି । ଏପରି ପରିସ୍ଥିତିରେ କିଛି କମ୍ପାନୀ ନିଜ କର୍ମଚାରୀ ଏବଂ ତାଙ୍କ ପରିବାରର ଅବସ୍ଥାକୁ ନେଇ ଖୁବ୍ ଚିନ୍ତିତ ଅଛନ୍ତି । ତେଣୁ ବର୍ତ୍ତମାନ ଟେକ୍ ମହିନ୍ଦ୍ରା ତରଫରୁ “ଫ୍ୟାମିଲି ଆସିଷ୍ଟାନ୍ସ ପଲିସି” ଘୋଷଣା କରାଯାଇଛି । ଏହି ପଲିସି ଅଣ୍ଡରରେ କମ୍ପାନୀ ନିଜ କର୍ମଚାରୀଙ୍କର ପରିବାରକୁ ୫ବର୍ଷର ଦରମା ଦେବ ଏବଂ କର୍ମଚାରୀଙ୍କ ପିଲାମାନଙ୍କର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠପଢା ଖର୍ଚ୍ଚ ବହନ କରିବ ।

ଏହି ପଲିସି ଅନୁଯାୟୀ କମ୍ପାନୀ ନିଜ କର୍ମଚାରୀଙ୍କର ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ଦେବ ଏବଂ କର୍ମଚାରୀଙ୍କ ପିଲାମାନଙ୍କର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପାଠପଢ଼ା ଖର୍ଚ୍ଚ ବହନ କରିବ । କମ୍ପାନି ପ୍ରତି ପିଲା ପିଛା ବର୍ଷକୁ ୨ଲକ୍ଷ ଟଙ୍କା ଯାଏଁ ଖର୍ଚ୍ଚ କରିବ ।

କମ୍ପାନୀର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର୍ ତଥା ସିଇଓ ଅନିଶ ଶାହା କହିଛନ୍ତି ଯେ, “ଆମେ ଆମର ସେହି କର୍ମଚାରୀମାନଙ୍କ ବୋଝ ହାଲକା କରିବାକୁ ଚାହୁଁଛୁ ଯେଉଁମାନେ କୋଭିଡ୍-୧୯ର ଶିକାର ହୋଇଛନ୍ତି । ବହୁତ ଲୋକ କୋଭିଡ୍-୧୯ ଯୋଗୁଁ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ଏବଂ ଘର ଚଳାଇବା ପାଇଁ ତାଙ୍କ ପାଖେ କୌଣସି ସମ୍ଭଳ ନାହିଁ ।”

ଶାହା ଏହା ମଧ୍ୟ କହିଛନ୍ତି ଯେ, “ଏପରି ପରିସ୍ଥିତିରେ ସେମାନେ ଏକୁଟିଆ ନୁହଁନ୍ତି, ଆମେ ମଧ୍ୟ ତାଙ୍କ ସହିତ ଅଛୁ । ଫ୍ୟାମିଲି ଆସିଷ୍ଟାନ୍ସ ପଲିସି ପ୍ରତି ବର୍ଷ କ୍ଷତିପୂରଣ ଦେବ ।”

ଏହି ପଲିସି କର୍ମଚାରୀଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ନିମନ୍ତେ ଏକ ମହତ୍ୱପୂର୍ଣ୍ଣ ବିତ୍ତୀୟ ସହାୟତା ହେବ । ଆମେ ଆଗାମୀ ୫ବର୍ଷର ଦରମା ସହାୟତା ଭାବରେ ଦେବୁ । ଏହି ଦରମା କର୍ମଚାରୀଙ୍କ ସ୍ୱାମୀ/ସ୍ତ୍ରୀ କିମ୍ବା ନିର୍ଭରଶୀଳ ପରିବାର ବର୍ଗଙ୍କୁ ପ୍ରଦାନ କରାଯିବ ବୋଲି ଶାହା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଟେକ୍ ମହିନ୍ଦ୍ରା ନିକଟରେ ନିଜ କର୍ମଚାରୀମାନଙ୍କୁ ଭ୍ୟାକ୍ସିନ୍ ପ୍ରଦାନ କରିଛି । ୪୫ ବର୍ଷ ବୟସରୁ ଉର୍ଦ୍ଧ୍ବ କର୍ମଚାରୀମାନଙ୍କୁ ଏହି ଭ୍ୟାକ୍ସିନ୍ ପ୍ରଦାନ କରାଯାଇଛି । ଏପ୍ରିଲ୍ ମାସ ଶେଷ ଆଡକୁ ଏହି ଭ୍ୟାକ୍ସିନ୍ ପ୍ରଦାନ କରାଯାଇଥିଲା ।

କମ୍ପାନୀ ତରଫରୁ ଏହା ମଧ୍ୟ ଘୋଷଣା କରାଯାଇଛି ଯେ ଯଦି କୌଣସି କର୍ମଚାରୀଙ୍କୁ ହସ୍ପିଟାଲାଇଜଡ୍ କରାଯାଏ ତେବେ ମଧ୍ୟ ଏହି କର୍ମଚାରୀଙ୍କର ସମ୍ପୂର୍ଣ୍ଣ ଖର୍ଚ୍ଚ କମ୍ପାନୀ ବହନ କରିବ ଏବଂ ଉକ୍ତ କର୍ମଚାରୀଙ୍କୁ ପ୍ରତିଦିନ ଏକ ହଜାର ଟଙ୍କା ଲେଖାଏଁ ଆଲାଉନ୍ସ ପ୍ରଦାନ କରାଯିବ । ପରିବାରର କ୍ୱାରେନଟାଇନ୍ ଏବଂ କର୍ମଚାରୀଙ୍କର ସମସ୍ତ ହସ୍ପିଟାଲ୍ ଖର୍ଚ୍ଚ କମ୍ପାନୀ ବହନ କରିବ ।

Leave a Reply

Your email address will not be published. Required fields are marked *