ବଲିଉଡ଼ର ଭିଲେନ୍ ଅମରୀଶ ପୁରୀଙ୍କ ଝିଅ ଅଟନ୍ତି ଖୁବ୍ ସୁନ୍ଦର । ଦେଖନ୍ତୁ ଫୋଟୋ ଗୁଡିକ…

ବଲିଉଡ଼ର ଭିଲେନ୍ ଅମରୀଶ ପୁରୀଙ୍କ ଝିଅ ଅଟନ୍ତି ଖୁବ୍ ସୁନ୍ଦର । ଦେଖନ୍ତୁ ଫୋଟୋ ଗୁଡିକ…

ଅମରୀଶ ପୁରୀ ବଲିଉଡ଼ର ଜଣେ ଏପରି ମହାନ ଅଭିନେତା ଅଟନ୍ତି ଯାହାଙ୍କର କେହି ମୁକାବିଲା କରି ପାରି ନଥିଲେ । ହୁଏତ ସେ ଦୁନିଆକୁ ବିଦାୟ ଦେଇ ସାରିଛନ୍ତି କିନ୍ତୁ ତାଙ୍କ ଦମଦାର ସ୍ଵର ଏବଂ ଅଭିନୟ ଆଜି ମଧ୍ୟ ଲୋକଙ୍କ ମନରେ ଜୀବିତ ରହିଛି । ଅମରୀଶ ପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରତିଭାଶାଳୀ ଏବଂ ଅନୁଭବୀ କଳାକାରଙ୍କ ମଧ୍ୟରୁ ଜଣେ ଥିଲେ । ସେ ଅନେକ ଫିଲ୍ମରେ ନିଜର ପ୍ରତିଭା ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିତି ନେଉଥିଲେ । ସେ ନିଜ ଫିଲ୍ମ କ୍ୟାରିଅରରେ ସକରାତ୍ମକ ଏବଂ ନକରାତ୍ମକ ଉଭୟ ପ୍ରକାରର ଭୂମିକାରେ ଅଭିନୟ କରିଛନ୍ତି । ଏହିପରି ଦର୍ଶକ ମାନେ ତାଙ୍କର ସବୁ ପ୍ରକାରର ଅଭିନୟକୁ ପସନ୍ଦ କରୁଥିଲେ କିନ୍ତୁ ସେ ଏପରି ଭିଲେନ୍ ଚରିତ୍ରରେ ଅଭିନୟ କରିଛନ୍ତି ଯାହା ଆଜି ମଧ୍ୟ ଲୋକଙ୍କ ମୁଁହରେ ରହିଛି । ଅମରୀଶ ପୁରୀଙ୍କୁ ଆଜି ମଧ୍ୟ ଲୋକମାନେ ନକରାତ୍ମକ ଭୂମିକା ପାଇଁ ସ୍ମରଣ କରନ୍ତି । ଆଜି ଆମେ ଏହି ଅଭିନେତାଙ୍କ ଜୀବନୀ ବିଷୟରେ ଜଣାଇବୁ ।

newstrend

ଅମରୀଶ ପୁରୀଙ୍କ ଜନ୍ମ ଜୁନ୍ ୨୨ରେ ପଞ୍ଜାବର ଜଳନ୍ଧର ସହରରେ ୧୯୩୨ ମସିହାରେ ହୋଇଥିଲା । ସେ ନିଜ ଜୀବନକାଳରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । ସେ ହିନ୍ଦୀ ସିନେମା ଜଗତର ସବୁଠାରୁ ମହତ୍ୱପୂର୍ଣ୍ଣ ଏବଂ ଅନୁଭବୀ କଳାକାରଙ୍କ ମଧ୍ୟରୁ ଜଣେ ଥିଲେ । ବଲିଉଡ଼ ବ୍ୟତୀତ ସେ ହଲିଉଡ଼ରେ ମଧ୍ୟ କିଛି ଫିଲ୍ମରେ କାମ କରିଛନ୍ତି । ବଲିଉଡ଼ ହେଉ ଅଥବା ହଲିଉଡ଼ ହେଉ, ଅମରୀଶ ପୁରୀଙ୍କର ନେଗେଟିଭ ଭୂମିକାର ଚର୍ଚ୍ଚା ସବୁ ସ୍ଥାନରେ ରହିଥିଲା ।

newstrend

ଅମରେଶ ପୁରୀଙ୍କର ବଲିଉଡ଼ରେ ଏଣ୍ଟ୍ରି ୧୯୬୭ ମସିହାରେ ହୋଇଥିଲା । ସେହି ସମୟରୁ ଆରମ୍ଭ କାରି ୨୦୦୫ ପର୍ଯ୍ୟନ୍ତ ସେ ୪୦୦ରୁ ଅଧିକ ଫିଲ୍ମରେ କାମ କରି ସାରିଥିଲେ । ଅମରୀଶ ପୁରୀଙ୍କ ନାମ ବଲିଉଡ଼ର ସବୁଠାରୁ ସଫଳ ଅଭିନେତା ମାନଙ୍କ ତାଳିକାରେ ଆସିଥାଏ । ସେ ପ୍ରାୟତଃ ସମସ୍ତ ବଡ କଳାକାର ମାନଙ୍କ ସହିତ କାମ କରିଛନ୍ତି । କେବେଳ ଏତେକି ନୁହଁ ଲୋକ ମାନେ ତାଙ୍କ ସହିତ କାମ କରିବାର ସୁଯୋଗକୁ ନିଜର ସୌଭାଗ୍ୟ ବୋଲି ମାନନ୍ତି । ଅମରୀଶ ପୁରୀ ମାଟି ସହିତ ସଂଯୋଗ କରୁଥିବା କଳାକାର ଥିଲେ । ତାଙ୍କର ଅଭିନୟ ତାଙ୍କର ସମସ୍ତ ଭାବ ଠାଣି ଲୋକଙ୍କ ମନକୁ ମୋହି ନେଉଥିଲା । ତାଙ୍କ ନାମ ବହୁତ ବଡ଼ ବଡ଼ ସଫଳ ଫିଲ୍ମରେ ରହିଛି ଯେଉଁ ଫିଲ୍ମ ଗୁଡିକ ହେଉଛି ଦିଲବାଲେ ଦୁଲହନିଆ ଲେଜାଏଙ୍ଗେ, ବୃକ୍ଷାତ୍ମା , ଘାତକ, କୋଇଲା, ଜାନ୍, ଗରଦାର ଏକ ପ୍ରେମ କଥା, କରନ୍ ଅର୍ଜୁନ, ତ୍ରୀଦେବ, ଦାମିନୀ, ମିଷ୍ଟର ଇଣ୍ଡିଆ ଭଳି ଫିଲ୍ମରେ ସାମିଲ ରହିଛି । ୨୦୦୫ ଜାନୁଆରୀ ୧୨ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ମେଲୋଡିସପ୍ଲାଷ୍ଟିକ ସିଣ୍ଡ୍ରୋମରେ ପୀଡିତ ଥିଲେ ।

newstrend
newstrend
newstrend

ଆପଣଙ୍କ ମଧ୍ୟରୁ ବହୁତ ଲୋକ ଏହା ଜାଣି ନଥିବେ ଯେ ତାଙ୍କର ଜଣେ ଖୁବ ସୁନ୍ଦରୀ ଝିଅ ମଧ୍ୟ ଅଛନ୍ତି ତାଙ୍କର ନାମ ନମ୍ରତା ଅଟେ । ସେ ବଲିଉଡ଼ର ଚାକଚକ୍ୟରୁ ଦୁରେଇ ରହନ୍ତି । ନମ୍ରତା ଗ୍ରାଜୁଏସନ ପରେ ସଫ୍ଟୱେର ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

Leave a Reply

Your email address will not be published. Required fields are marked *