କରୋନା ମହାମାରୀ ମଧ୍ୟରେ ଏହି ବ୍ୟାଙ୍କ ଦେଲା ‘ମୋବାଇଲ୍ ATM’ର ସୁବିଧା ! ବର୍ତ୍ତମାନ ଆଉ କେଉଁଠାକୁ ଟଙ୍କା ପାଇଁ ଯିବାକୁ ପଡିବନାହିଁ…

କରୋନା ମହାମାରୀ ମଧ୍ୟରେ ଏହି ବ୍ୟାଙ୍କ ଦେଲା ‘ମୋବାଇଲ୍ ATM’ର ସୁବିଧା ! ବର୍ତ୍ତମାନ ଆଉ କେଉଁଠାକୁ ଟଙ୍କା ପାଇଁ ଯିବାକୁ ପଡିବନାହିଁ…

କରୋନା ସଂକ୍ରମଣର ମାମଲା ପ୍ରତିଦିନ ୩ ଲକ୍ଷରୁ ଅଧିକ ଆସୁଅଛି । ଗତ ୨୪ ଘଣ୍ଟାରେ ୩.୪୮ ଲକ୍ଷ ସଂକ୍ରମଣର ନୂତନ ମାମଲା ସାମ୍ନାକୁ ଆସୁଅଛି । କରୋନା ରୋଗୀଙ୍କର ବଢୁଥିବା ସଂଖ୍ୟାକୁ ଦୃଷ୍ଟିରେ ରଖି ଦେଶର ଅନେକ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ, ଲକଡାଉନ୍ ଏବଂ ସାପ୍ତାହିକ ଲକଡାଉନ ଭଳି ପ୍ରତିବନ୍ଧକ ଳଗାଯାଉଛି । ଏଭଳି ପରିସ୍ଥିତିରେ ଲୋକମାନେ କେବଳ ଜରୁରୀକାଳୀନ କାମ ପାଇଁ ନିଜ ଘରୁ ବାହାରକୁ ବାହାରିପାରିବେ । ଏହି ପରିସ୍ଥିତିରେ HDFC ବ୍ୟାଙ୍କ ପକ୍ଷରୁ ଲୋକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୋବାଇଲ୍ ATM ସେବାର ସୁବିଧା ଆରମ୍ଭ କରାଯାଇଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଆଉ କାହାକୁ ଘରୁ ବାହାରକୁ ବାହାରି ଟଙ୍କା ଆଣିବାର ଆବଶ୍ୟକତା ପଡିବ ନାହିଁ ବରଂ ATM ଆପଣଙ୍କ ପାଖକୁ ଆସିବ ।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଦେଶର ଅନେକ ସହରରେ ପ୍ରତିବନ୍ଧକ ମଧ୍ୟରେ HDFC ବ୍ୟାଙ୍କ ଏହି ସୁବିଧା ପ୍ରଦାନ କରୁଅଛି । ବ୍ୟାଙ୍କ ଗ୍ରାହକ ମାନଙ୍କର ସୁବିଧା ପାଇଁ ‘ମୋବାଇଲ୍ ATM’ ସେବା ନିୟୋଜିତ କରିଅଛି ।

ଏହି ବିଷୟରେ ସୂଚନା ବ୍ୟାଙ୍କ ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଦେଇଅଛି । ଏହା ମାଧ୍ୟମରେ ଲୋକମାନେ ଘର ପାଖକୁ ପହଞ୍ଚୁଥିବା ‘ମୋବାଇଲ୍ ATM ଭେନ୍’ରୁ ଟଙ୍କା ଉଠାଇପାରିବେ । ଏଭଳି ପରିସ୍ଥିତିରେ ଏହି ମେସିନ୍ ଦ୍ୱାରା ଆପଣଙ୍କୁ ଅନେକ ପ୍ରକାରର ସୁବିଧା ପ୍ରଦାନ କରାଯାଇପାରିବ । ରିପୋର୍ଟ ଅନୁଯାୟୀ, ଦିନ ସାରା ଏହି ‘ମୋବାଇଲ୍ ATM’ ସହରର ଅଲଗା ଅଲଗା ଅଞ୍ଚଳକୁ ଯିବ ଏବଂ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ସେଠାରେ ରହିବ । ‘ମୋବାଇଲ୍ ATM’ ଗୋଟିଏ ଦିନରେ ୩ କିମ୍ବା ୪ଟି ଅଞ୍ଚଳକୁ କଭର୍ କରିବ ।

HDFC ବ୍ୟାଙ୍କ ଅନୁଯାୟୀ, ଗତବର୍ଷ ଲକଡାଉନ୍ ସମୟରେ ମଧ୍ୟ ବ୍ୟାଙ୍କ ପକ୍ଷରୁ ୫୦ରୁ ଅଧିକ ସହରରେ ‘ମୋବାଇଲ୍ ATM’ ସଫଳ ପ୍ରମାଣିତ ହୋଇଥିଲା । ଏହି ସୁବିଧା ଦ୍ୱାରା ଲକ୍ଷ ଲକ୍ଷ ଗ୍ରାହକଙ୍କୁ ସାହାଯ୍ୟ ମିଳିଥିଲା ।

ଅନ୍ୟପକ୍ଷରେ ‘ମୋବାଇଲ୍ ATM’ ସେବାରୁ ମିଳୁଥିବା ସୁବିଧା ବିଷୟରେ କହିବାକୁ ଗଲେ, ଏଥିରେ ଗ୍ରାହକ ମାନଙ୍କୁ ଟଙ୍କା, ATM ପିନ୍, ନମ୍ବର ପରିବର୍ତ୍ତନ କରିବା, ପ୍ରିପେଡ୍ ମୋବାଇଲ୍ ରିଚାର୍ଜ କରିବା, ଇଲେକ୍ଟ୍ରିକ ଅନ୍ୟ ଉପଯୋଗୀ ଟଙ୍କା ଭରିବା ସହିତ ୧୬ ପ୍ରକାରର ସେବାର ଲାଭ ଉଠାଇ ପାରିବେ ।

ଏଥିସହିତ ମିଡ଼ିଆ ରିପୋର୍ଟ ଅନୁଯାୟୀ, HDFC ବ୍ୟାଙ୍କ ଆଶା ଜାଗ୍ରତ କରିଛି କି ତାଙ୍କର ‘ମୋବାଇଲ୍ ATM’ର ବିଶେଷ କରି ସେମାନେ ଲାଭ ଉଠାଇ ପାରିବେ, ଯେଉଁମାନେ କରୋନା ସଂକ୍ରମଣରୁ ରକ୍ଷା ପାଇବାପାଇଁ ଘର ଠାରୁ ଦୂରେଇ ଯିବାକୁ ଚାହୁଁନାହାଁନ୍ତି ।

ବ୍ୟାଙ୍କ ଦ୍ୱାରା ‘ମୋବାଇଲ୍ ATM’ ସେବା ଆରମ୍ଭ କରିଥିବା ରାଜ୍ୟ ବିଷୟରେ କହିବାକୁ ଗଲେ, ସେଗୁଡିକ ମଧ୍ୟରେ ୧୯ଟି ସହର- ମୁମ୍ବାଇ, ଚେନ୍ନାଇ, ଇଲାହାବାଦ୍, ଦିଲ୍ଲୀ, ସଲେମ୍, ଲକ୍ଷ୍ନୌ, ଲୁଧିୟାନା, ଦେହରାଦୁନ୍, ଅହମଦାବାଦ୍, ଭୁବନେଶ୍ୱର୍, ଚଣ୍ଡୀଗଡ଼, ତ୍ରିଭେନ୍ଦ୍ରମ୍, ବିଜୟୱାଡ଼ା, କଟକ, କୋୟମବଟୁର୍, ହୋସୁର ତ୍ରିଚି ଏବଂ ହାଇଦ୍ରାବାଦ୍ ରହିଛି ।

କରୋନା ମହାମାରୀ କାରଣରୁ ଲାଗୁ କରାଯାଇଥିବା ଲକଡାଉନରେ ‘ମୋବାଇଲ୍ ATM’ ସେବା ଦ୍ୱାରା ଲୋକମାନଙ୍କୁ ଆରାମ ମିଳିପାରିବ ଏବଂ ସେମାନେ ନିଜର ଟଙ୍କା ସହଜରେ ଏବଂ ସୁରକ୍ଷିତ ଭାବରେ ଉଠାଇ ପାରିବେ ।

Leave a Reply

Your email address will not be published. Required fields are marked *