ଆୟୁଷ ମନ୍ତ୍ରଣାଳୟର ଦାବି- ଯଦି କରୋନାର ସାଧାରଣ ଲକ୍ଷଣ ଥାଏ, ତେବେ ଏହି ଆୟୁର୍ବେଦିକ ଔଷଧ ‘ଆୟୁଷ ୬୪’ ଅତ୍ୟନ୍ତ ପ୍ରଭାବଶାଳୀ !

ଆୟୁଷ ମନ୍ତ୍ରଣାଳୟର ଦାବି- ଯଦି କରୋନାର ସାଧାରଣ ଲକ୍ଷଣ ଥାଏ, ତେବେ ଏହି ଆୟୁର୍ବେଦିକ ଔଷଧ ‘ଆୟୁଷ ୬୪’ ଅତ୍ୟନ୍ତ ପ୍ରଭାବଶାଳୀ !

ଦିନକୁ ଦିନ ବଢୁଥିବା କରୋନା ଭାଇରସ୍ ସଙ୍କଟ ମଧ୍ୟରେ ଦେଶରେ ଏକ ଭଲ ଖବର ଆସିଛି । ଟୀକାକରଣ ସହିତ ବର୍ତ୍ତମାନ ଆୟୁର୍ବେଦିକ ଔଷଧ ମଧ୍ୟ କରୋନାକୁ ରୋକିବା ପାଇଁ ବାହାରିଛି । ଯାହା କରୋନା ଚିକିତ୍ସାରେ ପ୍ରଭାବଶାଳୀ ପ୍ରମାଣିତ ହେଉଛି ।

ଆୟୁଷ୍ ମନ୍ତ୍ରଣାଳୟ କହିଛି ଯେ ‘ଆୟୁଷ୍ ୬୪’ ନାମକ ଆୟୁର୍ବେଦିକ ଔଷଧ ‘କୋଭିଡ୍-୧୯’ର ସାମାନ୍ୟ ଏବଂ ମଧ୍ୟମ ସ୍ତରର ରୋଗୀଙ୍କୁ ଚିକିତ୍ସା କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହେଉଛି ।

‘କରୋନା ଭାଇରସ୍’ର ଦ୍ୱିତୀୟ ତରଙ୍ଗର ବିପଦ ମଧ୍ୟରେ ଏକ ଆୟୁର୍ବେଦ ଔଷଧ ସମ୍ବନ୍ଧରେ ଆୟୁଷ ମନ୍ତ୍ରଣାଳୟ ବଡ ଦାବି କରିଛି । ମନ୍ତ୍ରଣାଳୟ ଅନୁଯାୟୀ, କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀମାନେ ‘ଆୟୁଷ୍-୬୪’ ନାମକ ଆୟୁର୍ବେଦିକ ଔଷଧରୁ ଭଲ ଫଳାଫଳ ପାଉଛନ୍ତି ।

ଦେଶର ପ୍ରତିଷ୍ଠିତ ଅନୁସନ୍ଧାନ ସଂସ୍ଥାଗୁଡିକର ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ଆୟୁଷ୍ ମନ୍ତ୍ରଣାଳୟର କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପରିଷଦ ଦ୍ୱାରା ବିକଶିତ ହୋଇଥିବା ଏକ ପଲି ହର୍ବାଲ ଫର୍ମୁଲା ‘ଆୟୁଷ୍-୬୪’ ଲକ୍ଷଣ ବିହୀନ, ସାମାନ୍ୟ ଏବଂ ମଧ୍ୟମ ‘କୋଭିଡ୍-୧୯’ ସଂକ୍ରମଣ ମାନଙ୍କ ଚିକିତ୍ସା ପାଇଁ ଉପଯୋଗୀ ।

ମନ୍ତ୍ରଣାଳୟ ପକ୍ଷରୁ କରାଯାଇଥିବା ଟ୍ୱିଟରେ ଏହା କୁହାଯାଇଛି । ଅର୍ଥାତ ‘ଆୟୁଷ୍-୬୪’ ସାହାଯ୍ୟରେ ସାମାନ୍ୟ ଏବଂ ମଧ୍ୟମ କରୋନା ଲକ୍ଷଣ ଥିବା ରୋଗୀଙ୍କୁ ଚିକିତ୍ସା କରିବା ସମ୍ଭବ ଅଟେ ।

୧୪୦ ରୋଗୀଙ୍କ ଉପରେ ପରୀକ୍ଷା

‘ସେଣ୍ଟ୍ରାଲ୍ ଡ୍ରଗ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍’ (ସିଏସଆଇଆର୍) ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମଆର୍)ଙ୍କ ତତ୍ତ୍ୱବଧାନରେ ଆୟୁଷ୍ ମନ୍ତ୍ରଣାଳୟ ଦେଶର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପ୍ରାୟ ୧୪୦ ରୋଗୀଙ୍କ ଉପରେ ଏହି ଔଷଧ ପରୀକ୍ଷା କରିଛି । ଅଧ୍ୟୟନରୁ ଜଣାପଡିଛି ଯେ କରୋନା ରୋଗୀମାନେ ଏହି ଔଷଧ ଖାଇବା ପରେ ଶୀଘ୍ର ସୁସ୍ଥ ହୋଇଥିଲେ ଏବଂ ସେମାନଙ୍କର ଆରଟି-ପିସିଆର୍ ପରୀକ୍ଷା ଆଶା କରାଯାଉଥିବା ପୂର୍ବରୁ ନେଗେଟିଭ୍ ଥିଲା ।

‘ଆୟୁଷ୍-୬୪’ ଏହି ଜିନିଷଗୁଡ଼ିକରୁ ତିଆରି

‘ଆୟୁଷ୍-୬୪’ ଟାବଲେଟ୍ ସପ୍ତପର୍ଣ୍ଣ, କୁଟକି, ଚିରାୟତା ଏବଂ କୁବେରକ୍ଷ ପରି ଔଷଧରୁ ପ୍ରସ୍ତୁତ । ଏହା ବ୍ୟାପକ ବୈଜ୍ଞାନିକ ଅନୁସନ୍ଧାନ ଉପରେ ଆଧାରିତ । ଏହା ଅତ୍ୟନ୍ତ ନିରାପଦ ଏବଂ ପ୍ରଭାବଶାଳୀ ଆୟୁର୍ବେଦିକ ଔଷଧ ।

ଏହି ଔଷଧ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ

‘ଆୟୁଷ୍-୬୪’ ଟାବଲେଟରେ ଚିରାୟତା, କରଞ୍ଜଲତା ମଞ୍ଜି ଏବଂ କୁଟକି ରହିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ପୂର୍ବ ବର୍ଷ ୨୦୨୦ ମସିହାରେ ମଧ୍ୟ ଆୟୁଷ୍ ମନ୍ତ୍ରଣାଳୟ ଏହି ଔଷଧକୁ କରୋନା ଚିକିତ୍ସା ପାଇଁ ସହାୟକ ବୋଲି କହିଥିଲା । ଏହି ଟାବଲେଟରେ ସପ୍ତପର୍ଣ୍ଣର ଛାଲ ମଧ୍ୟ ଥାଏ ।

ଆୟୁର୍ବେଦ ଏବଂ ଯୋଗ ଉପରେ ଆଧାରିତ ନ୍ୟାସନାଲ୍ କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲର ଯାଞ୍ଚ ପରେ ଏହି ଔଷଧ ସେବନ କରିବାକୁ ପରାମର୍ଶ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *