ସମଗ୍ର ବିଶ୍ୱରେ କରୋନା ଏକ ବଡ଼ ବିପଦର କାରଣ ହୋଇଛି । ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗ କାରଣରୁ ଚିନ୍ତିତ ଅଛନ୍ତି । ସମସ୍ତେ ଏହି ଭାଇରସରୁ ମୁକ୍ତି ପାଇବା ପାଇଁ ଚାହଁନ୍ତି କିନ୍ତୁ ଏହା ସମ୍ଭବ ହୋଇପାରୁ ନାହିଁ । କାରଣ କରୋନା ଭାଇରସର ଲକ୍ଷଣ ଏତେ ଭୟାବହ ଯେ ଲୋକମାନେ ଏହାର ନାମ ଶୁଣିବା ମାତ୍ରେ ଭୟ କରୁଛନ୍ତି । ତେବେ ଚିନ୍ତା କରନ୍ତୁ ଯଦି କୌଣସି ବ୍ୟକ୍ତିକୁ ଏହି ଭାଇରସ୍ ପ୍ରଭାବିତ କରୁଛି ତାହାର ଅବସ୍ଥା କଣ ହେଉଥିବ ? ଯଦିଓ ଲୋକଙ୍କୁ ବାଧ୍ୟତାମୂଳକ ଭାବରେ ଏହାର ପ୍ରକୋପ ସହ୍ୟ କରିବାକୁ ପଡୁଅଛି । ଏଥିମଧ୍ୟରେ ଦେଶରେ କ୍ଲିନିକାଲ ପ୍ରୟୋଗର ତୀବ୍ରତା ଦେଖାଦେଉଛି, ଯେଉଁଥି ପାଇଁ କୁହାଯାଉଛି ଯେ ସମଗ୍ର ବିଶ୍ୱରେ ପ୍ରତିଷେଧକ ଟୀକା ଖୁବଶୀଘ୍ର ପ୍ରସ୍ତୁତ ହୋଇଯିବ । ସେପଟେ କରୋନା ସଙ୍କଟ ଭିତରେ ଆମେରିକାର ଏକ ଔଷଧ କମ୍ପାନୀ ମାୟଲିନ ଏନବି ଘୋଷଣା କରି କହିଛନ୍ତି ଯେ ସେ ଆଉ ଏକ ଔଷଧ କମ୍ପାନୀ ଗିଲିଏଡ଼ ସାଇନ୍ସଜର ସାଇନ୍ସେଜ ଏଣ୍ଟି ଭାଇରାଲ ଔଷଧ ରେମଡେସିଭିର(Remdesivir)ର ଜେନେରିକ୍ ବର୍ଜନ ପ୍ରସ୍ତୁତ କରି ସାରିଛନ୍ତି । ଯାହାକୁ ଭାରତୀୟ ବଜାରକୁ ରପ୍ତାନୀ କରାଯିବ । କାରଣ ଏପରି କରିବା ଦ୍ୱାରା ଲୋକଙ୍କୁ ଏହି ମହାମାରୀ ଠାରୁ ଖୁବଶୀଘ୍ର ମୁକ୍ତି ମିଳିପାରିବ ।

ମାୟଲୀନ ଏନବୀଙ୍କ ଅନୁଯାୟୀ ଭାରତରେ ଏହି ଔଷଧର ମୂଲ୍ୟ କେବଳ ୪୮୦୦ ଟଙ୍କା ହେବ । ‘covid – 19’ର ରୋଗୀଙ୍କ ଉପରେ ପରୀକ୍ଷଣ କରିବା ପରେ ବୈଜ୍ଞାନିକ ମାନେ ଜାଣିଲେ ଯେ ଏଣ୍ଟି ଭାଇରାଲ ଔଷଧ ରେମଡ଼େସିଭିର(Remdesivir) କରୋନା ରୋଗୀରୁ ଶୀଘ୍ର ଅତିଶୀଘ୍ର ଠିକ୍ କରିବାରେ ସହାୟକ ହେବ । ମାୟଲୀନ ଏନବୀ କହିଛନ୍ତି ଯେ ଜେନେରିକ୍ ରେମଡ଼େସିଭିର(Remdesivir)ର ନିର୍ମାଣ ଭାରତୀୟ ପ୍ଲାଣ୍ଟରେ ହିଁ କରାଯିବ । କାରଣ ଏପରି କଲେ ଲୋକଙ୍କ ପର୍ଯ୍ୟନ୍ତ ଏହି ପ୍ରତିଷେଧକକୁ ଖୁବଶୀଘ୍ର ପଠାଯାଇପାରିବ । ସେ କହିଛନ୍ତି ଯେ ସେ ଏହି ସାହାଯ୍ୟରେ କମ୍ ଆୟ ଥିବା ପାଖପାଖି ୧୨୭ ଦେଶ ପାଇଁ ଲାଇସେନ୍ସ ନେଇ ଔଷଧ ପଠାଇବେ ।

ମାୟଲୀନ ଏନବୀଙ୍କ ଅନୁସାରେ, ଏହି ମୂଲ୍ୟ ୧୦୦ ମିଲିଗ୍ରାମ୍ ସିସି ଅଟେ । ଯଦିଓ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ ଯେ ଏକ ରୋଗୀର ଚିକିତ୍ସାରେ କେତେ ଡବା ବା ସିସି ଔଷଧ ବ୍ୟବହୃତ ହେବ । ଗିଲିଏଡ଼ ସାଇନ୍ସେଜ ଅନୁସାରେ ଏକ ରୋଗୀକୁ ଯଦି ପାଞ୍ଚ ଦିନର କୋର୍ସ ଦିଆଯିବ ତେବେ ତାହା ପାଇଁ ଅଳ୍ପରୁ ଅଳ୍ପ ରେମଡ଼େସିଭିର(Remdesivir)ର ଛଅଟି ସିସି ବା ବୋତଲ ଲାଗିବ ।

ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ମାୟଲୀନର ରେମଡ଼େସିଭିର(Remdesivir)କୁ ଡେସରେମ୍(DesRem) ନାମରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ଭାରତ ବର୍ତ୍ତମାନ ସାମଗ୍ରୀ ବିଶ୍ୱର ଏପରି ତୃତୀୟ ଦେଶ ଅଟେ ଯେଉଁଠି ଆକ୍ରମଣର ସବୁଠାରୁ ଅଧିକ ମାମଲା ଦେଖିବାକୁ ମିଳିଛି ।

ଜଣାଇଦେଉଛୁ ଯେ ଗତ ମାସ ଭାରତର ଦୁଇଟି ଔଷଧ ନିର୍ମାଣ କମ୍ପାନୀ ସିପ୍ଲା ଓ ହେଟେରୋ ଲେବ୍ସ ମଧ୍ୟ ରେମଡ଼େସିଭିର(Remdesivir)ର ଜେନେରିକ୍ ବର୍ଜନକୁ ଭାରତରେ ଲଞ୍ଚ କରିଥିଲେ । ସିପ୍ଲା ନିଜ ଔଷଧ ସିପରେମି ମୂଲ୍ୟ ପାଞ୍ଚ ହଜାରରୁ କିଛି କମ୍ ବୋଲି କହିଛନ୍ତି ଓ ଯେବେକି ହେଟେରୋ ଲେବ୍ସ ନିଜ ଔଷଧର ମୂଲ୍ୟ ୫,୪୦୦ ଟଙ୍କା ସ୍ଥିର କରିଛନ୍ତି ।