କିଛି ମାସ ମଧ୍ୟରେ ହିଁ ୩୮ର ଅଣ୍ଟାକୁ ୨୮ କରିଦେବ ଏହି ଚମତ୍କାରୀ ପାନୀୟ ! ଆଜିଠାରୁ ହିଁ ଆରମ୍ଭ କରିଦିଅନ୍ତୁ ସେବନ

କିଛି ମାସ ମଧ୍ୟରେ ହିଁ ୩୮ର ଅଣ୍ଟାକୁ ୨୮ କରିଦେବ ଏହି ଚମତ୍କାରୀ ପାନୀୟ ! ଆଜିଠାରୁ ହିଁ ଆରମ୍ଭ କରିଦିଅନ୍ତୁ ସେବନ

ବର୍ତ୍ତମାନ ସମୟରେ ମୋଟାପଣ ସବୁଠାରୁ ଗମ୍ଭୀର ସମସ୍ୟା ହୋଇଯାଇଛି । ମୋଟା ଲୋକମାନଙ୍କ କଥା ଯଦି ଆସେ ତେବେ ଭାରତ ଦ୍ଵିତୀୟ ସ୍ଥାନରେ ରହିଛି ଯେଉଁଠାରେ ଦେଶର ସମଗ୍ର ଜନସଂଖ୍ୟାର ୪୭ ପ୍ରତିଶତ ଲୋକ ମୋଟା ଅଟନ୍ତି । କିଛି ଲୋକମାନଙ୍କ ମୋଟାପଣର ଏହି ସମସ୍ୟା ସେମାନଙ୍କ ପୂର୍ଵ ବଂଶଜଙ୍କ ଜିନରୁ ମିଳିଥାଏ ତ ପୁଣି କିଛି ଲୋକ ଖରାପ ଶୈଳୀର ଜୀବନଯାପନ ଏବଂ ଭୁଲ୍ ଖାଦ୍ୟ ଖାଇବା ହେତୁ ମୋଟା ହେବାରେ ଲାଗିଥାନ୍ତି । ଶେଷରେ ଏହି ଓଜନକୁ କମାଇବା ପାଇଁ ଜିମ୍ କିମ୍ବା ଡାଇଟ୍ ର ସାହାରା ନେବାକୁ ପଡିଥାଏ ।

Google

ଜିମ୍ ଓଜନ କମ୍ କରିବା ନିମନ୍ତେ ସାହାଯ୍ୟ କରିଥାଏ କିନ୍ତୁ ଏଥିପାଇଁ ବହୁତ ପରିଶ୍ରମ କରିବାକୁ ମଧ୍ୟ ଆବଶ୍ୟକ ପଡିଥାଏ । ଜିମରେ ଯୋଗ ଦେଇ ଓଜନ କମ୍ କରିବାକୁ ଯଦି ଚାହୁଁଛନ୍ତି ତେବେ ସେଥିପାଇଁ ସମୟ ଏବଂ ସମର୍ପଣ ଭାବ ଜରୁରୀ ହୋଇଥାଏ । ଏହା ସହିତ ଜିମରେ ଯୋଗ ଦେଇ ଓଜନ କମ୍ କରିବା ନିମନ୍ତେ ଅଧିକ ମାତ୍ରାରେ ସହନଶୀଳତାର ମଧ୍ୟ ଆବଶ୍ୟକ ପଡିଥାଏ କାରଣ ୱାର୍କ ଆଉଟ୍ କରିବା ଦ୍ୱାରା ଓଜନ କମ୍ ହୋଇଥାଏ କିନ୍ତୁ ଧିରେ ଧିରେ ।

ଅନେକ ଲୋକ ଡାଇଟିଂ କରି ମଧ୍ୟ ଓଜନ କମାଇବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ଡାଇଟିଂ କରିବାର ମଧ୍ୟ ଏକ ସଠିକ୍ ଉପାୟ ଅଛି । କିଛି ଲୋକ ଡାକ୍ତରଙ୍କ ବିନା ପରାମର୍ଶରେ ହିଁ ଡାଇଟ୍ କରିବା ଆରମ୍ଭ କରିଦେଇଥାନ୍ତି, ଯାହାକି ଆଗକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟକୁ ଆହୁରି କ୍ଷତି ପହଞ୍ଚାଇଥାଏ । ଜିମ୍ ପରି ଡାଇଟ୍ ଦ୍ୱାରା ମଧ୍ୟ ଓଜନ ହ୍ରାସ କରିବା ନିମନ୍ତେ ସମୟ ଲାଗିଥାଏ କାରଣ ଏହା ବହୁତ ଧୀର ପ୍ରକ୍ରିୟା ଅଟେ ।

Google

କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଓଜନ କମାଇବାର ଏକ ଆଶ୍ଚର୍ଯ୍ୟଜନକ ଉପାୟ ନେଇ ଆସିଛୁ । ଏହି ଉପାୟ ବିଷୟରେ ଆପଣ ହୁଏତ ପୂର୍ବରୁ କେବେ ଶୁଣିନଥିବେ । ଏହି ସହଜ ଘରୋଇ ଉପଚାର ମାଧ୍ୟମରେ ଆପଣ କିଛି ହିଁ ଦିନ ମଧ୍ୟରେ ନିଜର ଓଜନ କମାଇପାରିବେ । ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ ସାମଗ୍ରୀର ଆବଶ୍ୟକ ପଡିବ ଯାହା ହେଉଛି “ଜିରା” । ବାସ୍ତବରେ ଜିରାରେ ଭରପୁର ମାତ୍ରାରେ ଜିଙ୍କ ଏବଂ ଫସଫରସ୍ ମିଳିଥାଏ ଯାହା ପାଚନ ପ୍ରକ୍ରିୟାକୁ ଠିକ୍ କରିବା ସହିତ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ । ତେବେ କେତେ ମାତ୍ରା ଜିରା ଦ୍ୱାରା ଓଜନ କମ୍ କରାଯାଇପାରିବ, ଆସନ୍ତୁ ଜାଣିବା ।

ଆଵଶ୍ୟକୀୟ ସାମଗ୍ରୀ

Google

ଏହି ରାମବାଣକୁ ପ୍ରସ୍ତୁତ କରିବା ପାଇଁ ଦୁଇଗୋଟି ଜିନିଷ ଆବଶ୍ୟକ ପଡ଼ିବ, ତାହା ହେଉଛି- ‘ଜିରା ପାଉଡର’ ଏବଂ ‘ଲେମ୍ବୁ’

ପ୍ରସ୍ତୁତ କରିବାର ପ୍ରଣାଳୀ

ଏହାକୁ ପ୍ରସ୍ତୁତ କରିବା ପାଇଁ, ସର୍ବପ୍ରଥମେ କିଛି ଜିରାକୁ ନେଇ ଗ୍ରାଇଣ୍ଡରରେ ଭଲ ଭାବରେ ପେଶୀ ଦିଅନ୍ତୁ । ଯେତେବେଳେ ଜିରା ପାଉଡର୍ ପ୍ରସ୍ତୁତ ହୋଇଯିବ ସେତେବେଳେ ଗୋଟିଏ ଗିଲାସ ଗରମ ପାଣିରେ ଗୋଟିଏ ଚାମଚ ପେଶା ହୋଇଥିବା ଜିରା ପାଉଡର୍ ଏବଂ ଅଧା କଟା ହୋଇଥିବା ଲେମ୍ବୁର ରସ ନେଇ ଭଲଭାବେ ମିଳେଇ ଦିଅନ୍ତୁ । ମନେରଖନ୍ତୁ ଯେ, ଆପଣଙ୍କୁ ଏହାକୁ ଗରମ ଥିଲାବେଳେ ହିଁ ପିଇବାକୁ ପଡିବ ଏବଂ ସକାଳେ ଖାଲି ପେଟରେ ସେବନ କରିବା ଦ୍ୱାରା ସବୁଠାରୁ ଭଲ ଫଳାଫଳ ଆସିଥାଏ ।

Google

ପିଇବାର ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ କିଛି ମଧ୍ୟ ଖାଦ୍ୟ ଖାଆନ୍ତୁ ନାହିଁ । ଏହାର ସେବନ କିଛି ଦିନ ପାଇଁ ଲଗାତାର ଭାବେ କରନ୍ତୁ । କିଛି ଦିନ ମଧ୍ୟରେ ଆପଣଙ୍କୁ ନିଜ ଶରୀରରେ ପରିବର୍ତ୍ତନ ହେବାର ନଜର ଆସିବ । ଆପଣ ହାଲୁକା ଅନୁଭବ କରିବେ ଏବଂ ଜାଣିବାକୁ ପାଇବେ ଯେ, ଆପଣଙ୍କ ପେଟରେ ଜମା ହୋଇଥିବା ଚର୍ବି ବହୁତ ଶୀଘ୍ର କମିଯାଉଛି । ଏହି ଓଜନ କମ୍ କରିବା ପାନୀୟକୁ ଅଳ୍ପ ସମୟ ମଧ୍ୟରେ ଓଜନ କମ୍ କରିବାର ସର୍ବୋତ୍ତମ ଉପାୟ ଭାବରେ ଜଣାଯାଉଛି । ଥରେ ଆପଣ ଏହି ପାନୀୟକୁ ଆପଣାଇ ଦେଖନ୍ତୁ, କିଛି ହିଁ ଦିନ ମଧ୍ୟରେ ଯଦି ଚମତ୍କାର ନ ହୁଏ ତେବେ କହିବେ ।

Leave a Reply

Your email address will not be published. Required fields are marked *