ଜନୀ ଲିବରଙ୍କ ସ୍ତ୍ରୀଙ୍କ ଭୂମିକାରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଜଣକ ଅଟନ୍ତି ଖୁବ୍ ଗ୍ଲେମରେସ୍ ଏବଂ ଷ୍ଟାଇଲିସ୍ ! ଦେଖିବା ପରେ ଆପଣ ମଧ୍ୟ ହୋଇଯିବେ ଦିୱାନା ।

ଚଳଚ୍ଚିତ୍ର ଜଗତ ଏକ ଏଭଳି ଜଗତ ଅଟେ ଯେଉଁଠାରେ ପ୍ରତିଦିନ ଲୋକେ ଭାଗ୍ୟ ପରୀକ୍ଷା କରନ୍ତି । ବହୁତ ଲୋକଙ୍କ ସ୍ୱପ୍ନ ଥାଏ ଯେ ସେମାନେ ଏହି ମାୟାନଗରୀକୁ ପ୍ରବେଶ କରିବେ । କିନ୍ତୁ ସମସ୍ତଙ୍କ ଭାଗ୍ୟ ଏକପ୍ରକାର ହୋଇନଥାଏ । କାହାକୁ ଏହି ସୁଯୋଗ ମିଳିଥାଏ ଆଉ କାହାକୁ ଏହି ସୁଯୋଗ ମିଳେ ନାହିଁ । ଜରୁରୀ ନୁହେଁ ଯାହାକୁ ସୁଯୋଗ ମିଳୁଛି ସେ ସୁପରଷ୍ଟାର ହୋଇଯାଆନ୍ତି । ଅନେକ ଲୋକଙ୍କୁ ସୁଯୋଗ ମିଳିବା ପରେ ମଧ୍ୟ କିଛି ବିଶେଷ କରିପାରନ୍ତି ନାହିଁ ଏବଂ କିଛି ଏପରି କଳାକାରମାନେ ମଧ୍ୟ ଅଛନ୍ତି ଯେଉଁମାନେ କିଛି ଚଳଚ୍ଚିତ୍ରରେ ନଜର ଆସିବା ପରେ ସତେ ଯେମିତି ହଜିଯାଆନ୍ତି । କିଛି ଏପରି କଳାକାର ମଧ୍ୟ ଇଣ୍ଡଷ୍ଟ୍ରିରେ ଅଛନ୍ତି ଯେଉଁମାନେ ନିଜ ପ୍ରଥମ ଚଳଚ୍ଚିତ୍ରରେ ବହୁତ ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ପରେ ଆସିଥିବା ଚଳଚ୍ଚିତ୍ର ମାନଙ୍କରେ ତାଙ୍କର ସେତିକି ଯାଦୁ ଦର୍ଶକଙ୍କ ଉପରେ ଚାଲିପାରିନଥିଲା ।

newstrend

ଉଦାହରଣ ସ୍ୱରୂପ ଅମିଷା ପଟେଲ୍ ଓ ଭାଗ୍ୟଶ୍ରୀ ଏପରି ହିଁ କିଛି ଅଭିନେତ୍ରୀ ଅଟନ୍ତି ଯାହାଙ୍କ ପ୍ରଥମ ଚଳଚ୍ଚିତ୍ର ସୁପରହିଟ୍ ହୋଇଥିଲା କିନ୍ତୁ ପରେ ତାଙ୍କର ପ୍ରସିଦ୍ଧି ହୋଇପାରିନଥିଲା । ଅମୀଷା ପଟେଲ୍ ସୁପରହିଟ୍ ଚଳଚ୍ଚିତ୍ର ‘କାହୋ ନା ପ୍ୟାର୍ ହେ’ରୁ ଡେବ୍ୟୁ କରିଥିଲେ । ଏହାପରେ ସେ ଆଉ ଏକ ହିଟ୍ ଚଳଚ୍ଚିତ୍ର ‘ଗଦ୍ଦର ଏକ ପ୍ରେମ କଥା’ରେ ନଜର ଆସିଥିଲେ । କିନ୍ତୁ ଏହାପରେ ତାଙ୍କର ଆଉ କୌଣସି ଚଳଚ୍ଚିତ୍ର ହିଟ୍ ହୋଇପାରିନଥିଲା । ଠିକ୍ ସେହିପରି ଭାଗ୍ୟଶ୍ରୀ ଫିଲ୍ମ ‘ମେନେ ପ୍ୟାର୍ କିୟା’ରୁ ସମସ୍ତଙ୍କ ପ୍ରିୟ ହୋଇଯାଇଥିଲେ । ଏହି ଚଳଚ୍ଚିତ୍ର ପରେ ସେ ସତେ ଯେପରି ହଜିଗଲେ ।

newstrend

କମେଡ଼ି ବା ହସାଇବା ସମସ୍ତଙ୍କ ଦ୍ଵାରା ସମ୍ଭବ ନୁହେଁ । ବଲିଉଡ଼ ଏପରି କିଛି ଅଳ୍ପ କଳାକାର ଅଛନ୍ତି ଯେଉଁମାନେ କମେଡ଼ି କରିପାରନ୍ତି । ଏପରି ହିଁ ଏକ ଅଭିନେତ୍ରୀଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଜଣାଇବୁ । ଏହି ଅଭିନେତ୍ରୀଙ୍କୁ ନିଜ ଚଳଚ୍ଚିତ୍ର ‘ଆମଦାନୀ ଅଠନି ଖର୍ଚ୍ଚା ରୂପୟା’ ଜନୀ ଲିବରଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଥିବାର ଦେଖିଥିବେ। ଏହି ଅଭିନେତ୍ରୀ ‘ଆ ରା ରା ରା ‘ ସଂବାଦ କହିବା ପାଇଁ ପ୍ରସିଦ୍ଧ ଥିଲେ । ବର୍ତ୍ତମାନ ଆପଣ ଚିହ୍ନି ସାରିଥିବେ ଯେ ଆମେ କାହା ବିଷୟରେ ଆଲୋଚନା କରୁଛୁ । ହଁ ବନ୍ଧୁଗଣ ଆମେ ଆଲୋଚନା କରୁଛୁ ଅଭିନେତ୍ରୀ କେତକୀ ଦେବୀଙ୍କ ବିଷୟରେ । କେତକୀ ବର୍ତ୍ତମାନ ବଡ଼ ପରଦାରେ ନଜର ଆସୁ ନାହାଁନ୍ତି ।

newstrend

ଅନେକ ସମୟରୁ ସେ କୌଣସି ଚଳଚ୍ଚିତ୍ର କିମ୍ବା ଧାରାବାହିକରେ ନଜର ଆସିନାହାନ୍ତି । କେତକୀଙ୍କ ଲୋକଙ୍କୁ ହସେଇବା କଳା ବା କମେଡ଼ି ଗାଇମିଙ୍ଗ ବହୁତ ଭଲ ଅଟେ । ସେ ନିଜ କମେଡ଼ିରୁ ଦର୍ଶକଙ୍କୁ ହସିବାକୁ ବାଧ୍ୟ କରି ଦେଉଥିଲେ ।

ବାସ୍ତବ ଜୀବନରେ ଖୁବ୍ ଗ୍ଲେମରେସ୍ ଦେଖାଯାଆନ୍ତି କେତକୀ

newstrend

ସୁଚାଇଦେଉଛୁ ଯେ କେତକୀଙ୍କ ଜନ୍ମ ୧୩ ଅଗଷ୍ଟ ୧୯୬୦, ମସିହା ମୁମ୍ବାଇରେ ହୋଇଥିଲା । ସେ ୭୫ରୁ ଅଧିକ ଗୁଜୁରାତି ଚଳଚ୍ଚିତ୍ର ମାନଙ୍କରେ ମଧ୍ୟ ଅଭିନୟ କରିଛନ୍ତି । ହିନ୍ଦୀ ଚଳଚ୍ଚିତ୍ର ବିଷୟରେ ଆଲୋଚନା କରିବା ତେବେ ସେ ଆମଦାନୀ ଅଠନି ଖର୍ଚ୍ଚା ରୂପୟା, କାଲ୍ ହୋ ନା ହୋ ଓ ହେଲୋ ଭଳି ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରିଛନ୍ତି । ଏହା ବ୍ୟତୀତ ସେ ଅନେକଗୁଡ଼ିଏ ଧାରାବାହିକ ମାନଙ୍କରେ ମଧ୍ୟ ଅଭିନୟ କରିଛନ୍ତି । କେତକୀ ବଡ଼ ପରଦା ସଙ୍ଗେ ସଙ୍ଗେ ଛୋଟ ପରଦାର ମଧ୍ୟ ଜଣେ ଜଣାଶୁଣା ଚେହେରା ଅଟନ୍ତି । ଚଳଚ୍ଚିତ୍ରରେ ଆପଣ ତାଙ୍କୁ ସାଧାରଣ ରୂପରେ ଦେଖିଥିବେ କିନ୍ତୁ ବାସ୍ତବ ଜୀବନରେ କେତକୀ ସେପରି ଆଦୋୖ ନୁହଁନ୍ତି । ବାସ୍ତବ ଜୀବନରେ କେତକୀ ଦେଖିବାକୁ ବହୁତ ଗ୍ଲେମରେସ୍ ଅଟନ୍ତି ।

newstrend
newstrend
newstrend

ତାଙ୍କର କିଛି ଲେଟେଷ୍ଟ ଫଟୋ ସାମ୍ନାକୁ ଆସିଅଛି ଯେଉଁଥିରେ ସେ ଖୁବ୍ ସୁନ୍ଦରୀ ଓ ଷ୍ଟାଇଲିସ୍ ଦେଖାଯାଉଛନ୍ତି । ବାସ୍ତବ ଜୀବନରେ ଓ ଚଳଚ୍ଚିତ୍ର ଜୀବନରେ କେତକୀ ପୂରାପୂରି ଭିନ୍ନ ଅଟନ୍ତି । ଆମର ଦାବି ଅଛି ଯେ ତାଙ୍କର ଏହି ଫଟୋଗୁଡ଼ିକ ଦେଖି ଆପଣ ତାଙ୍କୁ ଚିହ୍ନି ପାରିବେ ନାହିଁ । ସୁଚାଇଦେଉଛୁ ଯେ କେତକୀଙ୍କ ବିବାହ ଅଭିନେତା ରସିକ ଦବେଙ୍କ ସହିତ ହୋଇଛି । ତାଙ୍କ ଝିଅଙ୍କ ନାମ ରିଦ୍ଧି ଦବେ ଅଟନ୍ତି । ରିଦ୍ଧି ମଧ୍ୟ ନିଜ ମାଁ ଭଳି ଜଣେ ଅଭିନେତ୍ରୀ ଅଟନ୍ତି ।

Be the first to comment

Leave a Reply

Your email address will not be published.


*