ଫିଲ୍ମ ଜନ୍ନତର ଏହି ଅଭିନେତ୍ରୀ ମହେଶ ଭଟ୍ଟାଙ୍କୁ ନେଇ ଏକ ବଡ଼ ରହସ୍ୟର ପର୍ଦାଫାସ କରିଛନ୍ତି ! ବଂଶଗତ ପକ୍ଷପାତକୁ ନେଇ କହିଛନ୍ତି ଏହିକଥା…

ଫିଲ୍ମ ଜନ୍ନତର ଏହି ଅଭିନେତ୍ରୀ ମହେଶ ଭଟ୍ଟାଙ୍କୁ ନେଇ ଏକ ବଡ଼ ରହସ୍ୟର ପର୍ଦାଫାସ କରିଛନ୍ତି ! ବଂଶଗତ ପକ୍ଷପାତକୁ ନେଇ କହିଛନ୍ତି ଏହିକଥା…

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ଼ ଇଣ୍ଡଷ୍ଟ୍ରି ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଏବେ ସୁଶାନ୍ତ ସିଂହ ହତ୍ୟା କିମ୍ବା ଆତ୍ମହତ୍ୟା ଦୁଇ ପକ୍ଷରୁ ପୋଲିସ ଏହାର ଯାଞ୍ଚ କରିବାରେ ଲାଗିପଡ଼ିଛି ଏବଂ ତା’ସହିତ ତାଙ୍କ ସହିତ ଜଡ଼ିତ ସେହି ତିନୋଟି ପ୍ରୋଜେକ୍ଟ ବିଷୟରେ କଥା ହେଉଛନ୍ତି, ଯାହାକୁ ସୁଶାନ୍ତ ୟଶରାଜ ଫିଲ୍ମସ୍ ତରଫରୁ ସାଇନ୍ କରିଥିଲେ । ବାସ୍ତବରେ ସୁଶାନ୍ତ ସିଂହ ରାଜପୁତ ୟଶରାଜ ଫିଲ୍ମସ୍ ସହିତ ତିନୋଟି ଫିଲ୍ମ କଣ୍ଟ୍ରାକ୍ଟ ସାଇନ୍ କରିଥିଲେ କିନ୍ତୁ ଗୋଟିଏ ଫିଲ୍ମ “ପାନୀ” ଯାହାକୁ ତାଙ୍କ ଠାରୁ ଛଡ଼ାଇ ନିଆଯାଇଥିଲା । ସୁଶାନ୍ତ ତ ଏ ଦୁନିଆରୁ ଚାଲିଯାଇଛନ୍ତି କିନ୍ତୁ ସେ ଯାଉ ଯାଉ ଇଣ୍ଡଷ୍ଟ୍ରିରେ ଏକ ଏପରି ବିଷୟକୁ ଉଠାଇ ଦେଇ ଯାଇଛନ୍ତି ଯେଉଁଥିରେ ଲୋକମାନେ ବର୍ଷ ବର୍ଷ ଧରି ଶିକାର ହେଉଥିଲେ କିନ୍ତୁ ବୋଧହୁଏ ଏହି ବିଷୟ ଏତେ ଗରମ ନଥିଲା ଯେତିକି ଏବେ ହୋଇଛି । ଏହି ସମୟରେ ଇଣ୍ଡଷ୍ଟ୍ରି ସହିତ ଜଡ଼ିତ ଅନେକ ସେଲିବ୍ରିଟି ନିଜର ବ୍ୟକ୍ତିତ୍ୱର କଥା କହୁଛନ୍ତି ଏବଂ ପକ୍ଷପାତର ସତ୍ୟତା ଲୋକଙ୍କ ସମ୍ନାକୁ ଆଣୁଛନ୍ତି ଏବଂ ତାହା ବି ବିନା ଦ୍ଵିଧାରେ ।

Google

ଏହି ସମ୍ବନ୍ଧରେ ବର୍ତ୍ତମାନ “ଜନ୍ନତ”ର ହିରୋଇନ ସୋନଲ ଚୌହାନ ନିଜର ପ୍ରତିକ୍ରିୟା ଦେଇଛନ୍ତି ଏବଂ ତା’ସହିତ ନିଜର ବ୍ୟକ୍ତିତ୍ୱର କଥା କହିଛନ୍ତି । ସୋନଲ ଚୌହାନ ବୋଲିଉଡ଼ ଫିଲ୍ମ “ଜନ୍ନତ”ରୁ ବୋଲିଉଡ଼ରେ ଡେବ୍ୟୁ କରିଥିଲେ ଏବଂ ସେ ମହେଶ ଭଟ୍ଟଙ୍କ ଠାରୁ ଆହୁରି ତିନି ତିନୋଟି ଫିଲ୍ମ ସାଇନ୍ ମଧ୍ୟ କରିଥିଲେ । ମାତ୍ର ସେଥିମଧ୍ୟରୁ କେବଳ ଗୋଟିଏ ଫିଲ୍ମ ହିଁ କରିପାରିଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଆରମ୍ଭ ହୋଇଥିବା ବଂଶଗତ ପକ୍ଷପାତ ସମ୍ଵନ୍ଧରେ ସୋନଲ ଚୌହାନ ନିଜର ପ୍ରତିକ୍ରିୟା ରଖିଛନ୍ତି ।

Google

ଏକ ଇଣ୍ଟରଭିଉରେ ସୋନଲ ଚୌହାନ ମହେଶ ଭଟ୍ଟଙ୍କ ସହିତ ତିନୋଟି ଫିଲ୍ମ କଣ୍ଟ୍ରାକ୍ ସାଇନ୍ କରିଥିବା ବିଷୟରେ ପର୍ଦାଫାସ କରିଛନ୍ତି । ଇଣ୍ଟରଭ୍ୟୁରେ ଅଭିନେତ୍ରୀ କହିଛନ୍ତି ଯେ, “ଯେଉଁ ବ୍ୟକ୍ତିଙ୍କ ଠାରେ ଟଙ୍କା ପଇସା ଅଛି ସେହି ବ୍ୟକ୍ତି କେଉଁଠି ବି ଖର୍ଚ୍ଚ କରିପାରେ ଯେଉଁଠି ତାର ଇଚ୍ଛା ।” ମୋତେ ଲାଗୁନାହିଁ ଯେ ଏଥିରେ କିଛି ବି ଭୁଲ୍ ଅଛି । ମୋତେ ଲାଗୁଛି ଯେ ଏଠାରେ ବଂଶବାଦ ଠାରୁ ଅଧିକ ପକ୍ଷପାତ ଅଛି ଏବଂ ଏହି ଇଣ୍ଡଷ୍ଟ୍ରିରେ ତ ଏହା ସ୍ଵାଭାବିକ ଅଟେ ।

Google

ସୋନଲ ଆହୁରି ମଧ୍ୟ କହିଛନ୍ତି ଯେ, “ଏଠାରେ ଅସୁବିଧାର କଥା କେବଳ ଏହା ଯେ ପ୍ରତିଭାଶାଳୀ ମଣିଷର ଭାଗରେ ଆସୁଥିବା କାମ ଯେତେବେଳେ କୌଣସି ଏପରି ମଣିଷକୁ ଦିଆଯାଏ ଯିଏ କି ସେହି କାମର ଯୋଗ୍ୟ ହିଁ ନୁହେଁ । ସେତେବେଳେ ଏହା ସେହି ପ୍ରତିଭାଶାଳୀ ମଣିଷର ମନୋବଳକୁ ଭାଙ୍ଗି ଦେଇଥାଏ, ତା’ସହିତ ତାକୁ ଅପମାନିତ ମଧ୍ୟ କରାଇଥାଏ । ଏହି ବିଷୟ ଶୋଚନୀୟ ଅଟେ ।”

Google

ମହେଶ ଭଟ୍ଟଙ୍କ ସହିତ ଫିଲ୍ମ କଣ୍ଟ୍ରାକ୍ଟକୁ ନେଇ ସୋନଲ କହନ୍ତି ଯେ, “ବାକି ଦୁଇଟି ଫିଲ୍ମ ବିଷୟରେ ସୋନଲ କହନ୍ତି, “ମୁଁ ପ୍ରଥମ ଫିଲ୍ମ ତ ମୁକେଶ ଭଟ୍ଟଙ୍କ ନିର୍ମିତରେ କରିଥିଲି କିନ୍ତୁ ଯେତେବେଳେ ମୁଁ ତାଙ୍କ ସହିତ ଅନ୍ୟ ଦୁଇଟି ପ୍ରୋଜେକ୍ଟ ବିଷୟରେ କଥା ହେଲି ସେ କହିଥିଲେ ଯେ, ଏବେ କରିବା ପାଇଁ କିଛି ବି ନାହିଁ । ମୁକେଶ ଭଟ୍ଟଙ୍କ ସହିତ ମୁଁ ଏହି ବିଷୟରେ ଦୁଇ ତିନି ଥର କଥା ହୋଇଥିଲି ତା’ପରେ କଥା ହେବା ହିଁ ବନ୍ଦ କରିଦେଇଥିଲି ।”

Leave a Reply

Your email address will not be published. Required fields are marked *