‘ମୋହବତେଁ’ର ଏହି ଅଭିନେତ୍ରୀ ୨୦ ବର୍ଷ ମଧ୍ୟରେ ହେଲେ ବହୁତ ପରିବର୍ତ୍ତନ ! ବର୍ତ୍ତମାନ ଦେଖାଯାନ୍ତି ଆହୁରି ଅଧିକ ସୁନ୍ଦରୀ…

‘ମୋହବତେଁ’ର ଏହି ଅଭିନେତ୍ରୀ ୨୦ ବର୍ଷ ମଧ୍ୟରେ ହେଲେ ବହୁତ ପରିବର୍ତ୍ତନ ! ବର୍ତ୍ତମାନ ଦେଖାଯାନ୍ତି ଆହୁରି ଅଧିକ ସୁନ୍ଦରୀ…

ବଲିଉଡ଼ରେ ଏପରି କିଛି କଳାକାର ଅଛନ୍ତି, ଯିଏକି ଖୁବ୍ କମ୍ ସମୟ ପାଇଁ ଏହି ଇଣ୍ଡଷ୍ଟ୍ରିକୁ ଆସନ୍ତି । ଏହାପରେ ସେମାନେ ଏଭଳି ଉଭେଇ ଯାଆନ୍ତି, ଯାହା ଫଳରେ ତାଙ୍କୁ କେହି ଚିହ୍ନି ପାରନ୍ତି ନାହିଁ । ମଜଳିଆ କଥାଟି ଏହିକିଯେ ଚଳଚ୍ଚିତ୍ର ଜଗତରୁ ଦୂରେଇ ଯିବା ପରେ ସେମାନେ ହଠାତ୍ ଖବରରେ ଆସିଯାନ୍ତି । ଏପରି ନୁହେଁ ଯେ ସେ କୌଣସି ହିଟ୍ ଚଳଚ୍ଚିତ୍ର ଦେଇ ନାହାଁନ୍ତି, ବରଂ ବଡ଼ ବଡ଼ ହିଟ୍ ଚଳଚ୍ଚିତ୍ର ଦେଇଛନ୍ତି କିନ୍ତୁ କୌଣସି କାରଣରୁ ସେ ନିଜକୁ ବଲିଉଡ଼ରୁ ଦୂରେଇ ଯାଇଛନ୍ତି । ଏପରି ଏକ ଅଭିନେତ୍ରୀ ଅଟନ୍ତି, ଯିଏକି ସୁପରହିଟ୍ ଚଳଚ୍ଚିତ୍ର ଦେଇଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କୁ କେହି ଜାଣନ୍ତି ନାହିଁ । ତେବେ ଚାଲନ୍ତୁ ଜାଣିବା ଚଳଚ୍ଚିତ୍ରରୁ ଦୂର ହେବା ପରେ କିପରି କଟୁଛି ତାଙ୍କ ଜୀବନ ?

ଚଳଚ୍ଚିତ୍ର ମୋହବତେ ଆପଣ ସମସ୍ତଙ୍କୁ ମନେଥିବ । ସମସ୍ତେ ଏହି ଚଳଚ୍ଚିତ୍ରକୁ ଥରେ ନା ଥରେ ନିଶ୍ଚିତ ଭାବରେ ଦେଖିଥିବେ । ଅମିତାଭ, ଶାହରୁଖ୍ ଓ ଐଶ୍ଚର୍ଯ୍ୟା ଭଳି ଦିଗଜ୍ଜ କଳାକାରଙ୍କ ଦ୍ଵାରା ଅଭିନୀତ ଏପରି କିଛି କଳାକାର ମଧ୍ୟ ଅଛନ୍ତି, ଯିଏକି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ । ଆଜି ମଧ୍ୟ ଯଦି କେହି ଏହି ଚଳଚ୍ଚିତ୍ରକୁ ଦେଖେ, ତେବେ ଏହି କଳାକାର ତାଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଦିଅନ୍ତି ।

ଆମେ ଆଲୋଚନା କରୁଛୁ ଅଭିନେତ୍ରୀ ପ୍ରୀତି ଝଙ୍ଗିୟାନୀଙ୍କ ବିଷୟରେ, ଯିଏ ଚଳଚ୍ଚିତ୍ର ମୋହବତେରେ ନିଜର ଦମଦାର୍ ଅଭିନୟ ବଳରେ ଲୋକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏତେ ବଡ଼ କଳାକାର ମଧ୍ୟରେ ସେ ମଧ୍ୟ ନିଜ ଚରିତ୍ରକୁ ଖୁବ୍ ଭଲ ଭାବରେ ବହନ କରିଥିଲେ, ଏହା କୌଣସି ଛୋଟ କଥା ନୁହେଁ । କିନ୍ତୁ ପ୍ରଶ୍ନ ଉଠେ ଏତେ ବଡ଼ ଚଳଚ୍ଚିତ୍ରରେ ଅଭିନୟ କରି ମଧ୍ୟ ଆଜି ଅଭିନେତ୍ରୀ ପ୍ରୀତି ଝଙ୍ଗିୟାନୀ ବଲିଉଡ଼ରୁ ଦୂରରେ କିପରି ? ଏତିକିନୁହେଁ, ଏହି ଚଳଚ୍ଚିତ୍ର ପରେ ତାଙ୍କର କୌଣସି ବଡ଼ ଚଳଚ୍ଚିତ୍ର ମୁକ୍ତିଲାଭ ହୋଇ ନାହିଁ, ଏମିତିରେ ସେ ହଠାତ୍ ନିଜକୁ ବଲିଉଡ଼ରୁ ଦୂରଇ ନେଇଛନ୍ତି ।

ଚଳଚ୍ଚିତ୍ର ମୋହବତେରୁ କରିଥିଲେ ଡେବ୍ୟୁ

କହିଦେଉଛୁ ଯେ ପ୍ରୀତି ଝଙ୍ଗିୟାନୀ ନିଜ କ୍ୟାରିୟରର ଶୁଭାରମ୍ଭ ଚଳଚ୍ଚିତ୍ର ମଲାୟଲମ୍ ଭାଷାରେ କରିଥିଲେ, ଏହାପରେ ସେ ବଲିଉଡ଼ରେ ନିଜ କ୍ୟାରିୟର୍ ତିଆରି କରିବା ବିଷୟରେ ଚିନ୍ତା କଲେ । ତାଙ୍କ କ୍ୟାରିୟରର ଶୁଭାରମ୍ଭ ବହୁତ ଭଲ ଥିଲା, କାରଣ ସେ ଚଳଚ୍ଚିତ୍ର ମୋହବତେରୁ ଡେବ୍ୟୁ କରିଥିଲେ, ଯାହାକି ସେହି ସମୟର ସୁପରହିଟ୍ ଚଳଚ୍ଚିତ୍ର ଥିଲା । ଏହି ଚଳଚ୍ଚିତ୍ରରୁ ପ୍ରୀତିଙ୍କୁ ପରିଚୟ ମିଳିଥିଲା, ଏହାପରେ ସେ ଆଉ ଅନେକଗୁଡ଼ିଏ ଚଳଚ୍ଚିତ୍ରରେ ଅଭିନୟ କଲେ । କିନ୍ତୁ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟଟି ଏହିକିଯେ ତାଙ୍କର ଗୋଟିଏ ହେଲେ ଚଳଚ୍ଚିତ୍ର ହିଟ୍ ହେଲା ନାହିଁ ଓ ସେ ପୁଣିଥରେ ହଠାତ୍ ବଲିଉଡ଼ରୁ ଉଭେଇ ଗଲେ ।

ଚଳଚ୍ଚିତ୍ର ଜଗତରୁ ଦୂରେଇ ଯିବା ପରେ ପ୍ରୀତି ଅଭିନେତା ପ୍ରବୀଣ ଡ଼ବାସଙ୍କୁ ବିବାହ କଲେ । ତାଙ୍କର ଏକ ଶିଶୁ ମଧ୍ୟ ଅଛନ୍ତି । ଆଜି ପ୍ରୀତି ୩୬ ବର୍ଷର ହୋଇଗଲେଣି, କିନ୍ତୁ ନିଜ ସୁନ୍ଦରତା ବଳରେ ଆଜି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି । ପ୍ରୀତି ସୋସିଆଲ୍ ମିଡ଼ିଆରେ ସକ୍ରିୟ ରୁହନ୍ତି, ଏମିତିରେ ତାଙ୍କ ସୋସିଆଲ୍ ମିଡ଼ିଆରେ ୮ ଲକ୍ଷ ଫୋଲୋଅର୍ସ ଅଛନ୍ତି । ପ୍ରୀତି ଆଜି ମଧ୍ୟ ଗାଉନ୍, ଟ୍ରେଡ଼ିସନାଲ୍ ଡ୍ରେସ୍, ୱେଷ୍ଟର୍ନ ଡ୍ରେସ୍, ସୁଟ୍ ଆଦି ସମସ୍ତ ଲୁକରେ ନଜର ଆସନ୍ତି, ଯାହା ଫଳରେ ତାଙ୍କ ସୁନ୍ଦରତା ଆହୁରି ବଢ଼ିଯାଏ ।

ବର୍ତ୍ତମାନ ସେ ନିଜ ସୁଖୀ ବୈବାହିକ ଜୀବନର ମଜା ଉଠାଉଛନ୍ତି ଏବଂ ‘ଲାଇମ୍-ଲାଇଟ୍’ରୁ ଖୁବ୍ ଦୂରରେ ରୁହନ୍ତି । ଏଥିସହିତ ନିଜ ଶିଶୁକୁ ମଧ୍ୟ କ୍ୟାମେରା ଠାରୁ ଦୂରେଇ ରଖନ୍ତି, କାରଣ ସେ ନିଜ ସନ୍ତାନକୁ ଅନ୍ୟ ସମସ୍ତ ସାଧାରଣ ଶିଶୁ ଭଳି ଲାଳନପାଳନ କରିବା ପାଇଁ ଚାହଁନ୍ତି, କାରଣ ତାଙ୍କର ଲାଳନପାଳନ ଭଲ ଭାବରେ ହେଉ । ଜଣାଇଦେଉଛୁ ଯେ ପ୍ରୀତି ବହୁତ ଚତୁର ଓ ବୁଦ୍ଧିମାନ ଅଟନ୍ତି, ଏମିତିରେ ତାଙ୍କ ସୁନ୍ଦର କେବଳ ଚେହେରା ନୁହେଁ ବରଂ ମନର ସୁନ୍ଦରତା ମଧ୍ୟ ଅଟେ ।

Leave a Reply

Your email address will not be published. Required fields are marked *