ଏହି ଅଭିନେତ୍ରୀ ଜଣକ କରୀନା କପୂରଙ୍କ ଜେଜେବାପାଙ୍କୁ ସମସ୍ତଂକ ସାମ୍ନାରେ କରିଥିଲେ ରିଜେକ୍ଟ । ସମ୍ନାକୁ ଆସିଥିଲା ଏହି ବଡ଼ କାରଣ !

ଏହି ଅଭିନେତ୍ରୀ ଜଣକ କରୀନା କପୂରଙ୍କ ଜେଜେବାପାଙ୍କୁ ସମସ୍ତଂକ ସାମ୍ନାରେ କରିଥିଲେ ରିଜେକ୍ଟ । ସମ୍ନାକୁ ଆସିଥିଲା ଏହି ବଡ଼ କାରଣ !

ଅତୀତର ଲୋକପ୍ରିୟ ଅଭିନେତ୍ରୀ ମୁମତାଜ ଆଜି ନିଜର ୭୪ ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ଜୁଲାଇ ୩୧ , ୧୯୪୭ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଫିଲ୍ମ କ୍ୟାରିଅରର ପ୍ରାରମ୍ଭ ୧୯୬୧ ଠାରୁ ହୋଇଥିଲା । ସେ ଫିଲ୍ମ ‘ସ୍ତ୍ରୀ’ରେ ପ୍ରଥମେ କାମ କରିଥିଲେ । ମୁମତାଜ ୬୦ ଏବଂ ୭୦ ଦଶକରେ ନିଜର ଅଭିନୟର ବଳରେ ବଲିଉଡ଼ରେ ରାଜତ୍ୱ କରୁଥିଲେ ଏବଂ ନିଜର ସୁନ୍ଦର ଢ଼ଙ୍ଗ ଦ୍ଵାରା ଦର୍ଶକଙ୍କ ମନ ଜିତି ନେଇଥିଲେ । ସେହି ସମୟରେ ବଲିଉଡ଼ରେ ମୁମତାଜଙ୍କ ସହିତ ଶମ୍ମୀ କପୂରଙ୍କ ନାମ ଯୋଡିଯାଇଥିଲା । ସେମାନଙ୍କ ବିବାହର ଖବର ମଧ୍ୟ ଆସିବାରେ ଲାଗିଥିଲା । କିନ୍ତୁ ଯେତେବେଳେ ବିବାହର କଥା ହୋଇଥିଲା, ସେତେବେଳେ ମୁମତାଜ ସ୍ପଷ୍ଟ ଭାବରେ ମନା କରି ଦେଇଥିଲେ । କିନ୍ତୁ ଦୁହିଁଙ୍କ ବିବାହ କାହିଁକି ହୋଇ ପାରିନଥିଲା ।

ଏହି କାରଣରୁ ମୁମତାଜ ଏବଂ ଶମ୍ମୀ କପୂରଙ୍କ ବିବାହ ହୋଇ ପାରିନଥିଲା :-

newstrend

ମୁମତାଜ ଯେତେବେଳେ ୧୮ ବର୍ଷର ଥିଲେ, ସେତେବେଳେ ଶମ୍ମୀ କପୂର ତାଙ୍କୁ ବିବାହ ପାଇଁ ପ୍ରପୋଜ୍ କରିଥିଲେ । କୁହାଯାଏ ଯେ ସେହି ସମୟରେ ମୁମତାଜ ମଧ୍ୟ ଶମ୍ମୀ କପୂରଙ୍କୁ ପସନ୍ଦ କରୁଥିଲେ । ପୁଣି ଶମ୍ମୀ କପୂର ଚାହୁଁଥିଲେ ଯେ ମୁମତାଜ ନିଜର ଫିଲ୍ମ କ୍ୟାରିଅର ଛାଡ଼ି ବିବାହ କରି ନିଅନ୍ତୁ । କିନ୍ତୁ ମୁମତାଜ ନିଜର ଫିଲ୍ମ କ୍ୟାରିଅର ଛାଡିବାକୁ ରାଜି ନଥିଲେ । ତେଣୁ ସେ ବିବାହ କରିବାକୁ ମନା କରି ଦେଇଥିଲେ ଏବଂ ଦୁହିଁଙ୍କର ବ୍ରେକ୍ ଅପ୍ ହୋଇଯାଇଥିଲା ।

newstrend

ଦୁହେଁ ଫିଲ୍ମ ବ୍ରହ୍ମଚାରୀରେ ସାଥିରେ କାମ କରିଥିଲେ କିନ୍ତୁ ଏହି ଫିଲ୍ମରେ ଶମ୍ମୀ କପୂରଙ୍କ ଯୋଡ଼ି ଅଭିନେତ୍ରୀ ରାଜଶ୍ରୀଙ୍କ ସହିତ ଥିଲା । ଏହି ଫିଲ୍ମର ଏକ ଗୀତ ‘ ଆଜ କାଲ୍ ତେରେ ମେରେ ପ୍ୟାର୍ କେ ଚର୍ଚ୍ଚେ ହର ଜୁବାନ୍ ପର୍ …. ‘ରେ ଶମ୍ମୀ କପୂର ଏବଂ ମୁମତାଜ ରହିଥିଲେ । ଏହି ଗୀତ ବହୁତ ପ୍ରସିଦ୍ଧ ହୋଇଥିଲା ଏବଂ ଆଜି ମଧ୍ୟ ତାହା ପ୍ରସିଦ୍ଧ ଅଟେ ।

newstrend

ମୁମତାଜ ଜଣେ ବାଳକଳାକାର ଭାବରେ ନିଜର ଫିଲ୍ମ କ୍ୟାରିଅରର ପ୍ରାରମ୍ଭ କରିଥିଲେ । କିନ୍ତୁ ୧୩ ବର୍ଷ ବୟସରେ ହିଁ ସେ ଫିଲ୍ମରେ ଡେବ୍ୟୁ କରିଥିଲେ । ଏହାପରେ ମୁମତାଜଙ୍କ ଫିଲ୍ମ ପ୍ରସିଦ୍ଧ ହେବାରେ ଲାଗିଥିଲା । ତାଙ୍କ ଅଫେୟାର ମଧ୍ୟ ସେହିଭଳି ଭାଇରାଲ ହେବାରେ ଲାଗିଲା । ସେତେବେଳେ ତାଙ୍କ ନାମ ପ୍ରାୟ ଅନେକ ଅଭିନେତାଙ୍କ ସହିତ ଯୋଡ଼ି ଥିଲା ।

ଜାଣନ୍ତୁ ଯେ କିପରି ଶୂନ୍ୟରୁ ଶିଖର ପର୍ଯ୍ୟନ୍ତ ପହଁଚିଲେ ମୁମତାଜ :-

newstrend

ମୁମତାଜଙ୍କ ମାଆ ନାଜ ଏବଂ ଆଣ୍ଟି ନିଲୋଫର ଉଭୟ ହିଁ ଅଭିନୟ ଦୁନିଆରେ ପୂର୍ବରୁ ହିଁ ଆକ୍ଟିଭ ଥିଲେ । ପୁଣି ମୁମତାଜ ମଧ୍ୟ କିନ୍ତୁ ୧୩ ବର୍ଷ ବୟସରେ ଏକ ଜୁନିୟର କଳାକାର ରୂପରେ ବଲିଉଡ଼ରେ ପାଦ ରଖିଥିଲେ । ପ୍ରଥମେ ପ୍ରଥମେ ମୁମତାଜ ଛୋଟ ଛୋଟ ଅଭିନୟ କରିଥିଲେ, କିନ୍ତୁ ତାଙ୍କ ଭାଗ୍ୟ ସେତେବେଳେ ଚମକି ଥିଲା ଯେତେବେଳେ ସେ ଅଭିନେତା ଦାରା ସିଂହଙ୍କ ସହିତ କାମ କରିଥିଲେ । ଅନ୍ୟ ପକ୍ଷରେ ସେତେବେଳେ ଇଣ୍ଡଷ୍ଟ୍ରିରେ କୁହାଯାଉଥିଲା ଯେ ଦାରା ସିଂହଙ୍କ ଭଳି ଦମଦାର୍ ଅଭିନେତାଙ୍କ ସହିତ ଅଭିନେତ୍ରୀ ମାନେ କାମ କରିବାକୁ ଚାହୁଁନଥିଲେ ।

newstrend

ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ମୁମତାଜ ଗୋଟିଏ ପରେ ଗୋଟିଏ ୧୬ଟି ଫିଲ୍ମରେ ଦାରା ସିଂହଙ୍କ ସହିତ କାମ କରିଥିଲେ । ଏବଂ ସେହି ୧୬ଟି ଫିଲ୍ମରୁ ୧୦ ଟି ଫିଲ୍ମ ହିଟ୍ ହୋଇଥିଲା ଏବଂ ମୁମତାଜଙ୍କ ସଫଳତାର ଯାତ୍ରା ସେହିଠାରୁ ଆରମ୍ଭ ହୋଇଯାଇଥିଲା ।

newstrend

ଦାରା ସିଂହ ପରେ ମୁମତାଜ ଏବଂ ବଲିଉଡ଼ର ପ୍ରଥମ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ଯୋଡ଼ି ବଡ଼ ପରଦାରେ ହିଟ୍ ପ୍ରମାଣିତ ହୋଇଥିଲା । ଦୁହିଁଙ୍କ ଯୋଡ଼ି ବଲିଉଡ଼କୁ ଅନେକ ସଫଳ ଫିଲ୍ମ ଦେଇଥିଲା । ଏଥିମଧ୍ୟରୁ ‘ ଦୋ ରାସ୍ତେ , ସଚ୍ଚା ଝୁଠା , ଆପକୀ କସମ୍, ଅପନା ଦେଶ, ପ୍ରେମ କହାନୀ, ଦୁଶମନ୍, ବନ୍ଧନ ଅର ରୋଟି ଭଳି ଫିଲ୍ମ ସାମିଲ ରହିଛି ।

newstrend

ଅନେକ ଫିଲ୍ମରେ ସାଥିରେ କାମ କରିବା ପରେ ରାଜେଶ ଖନ୍ନା ଏବଂ ମୁମତାଜ ପରସ୍ପରର ଖୁବ୍ ନିକଟବର୍ତ୍ତୀ ହୋଇଯାଇଥିଲେ । କୁହାଯାଉଥିଲା ଯେ ରାଜେଶ ଖନ୍ନା ମୁମତାଜଙ୍କୁ ବିବାହ କରିବାକୁ ଇଚ୍ଛା ମଧ୍ୟ କରିଥିଲେ । କିନ୍ତୁ ଯେତେବେଳେ ମୁମତାଜଙ୍କ ବିବାହ ମୟୂର ମାଧୱାନୀଙ୍କ ସହିତ ହେଲା ସେତେବେଳେ ରାଜେଶ ଖନ୍ନାଙ୍କ ମନ ଭାଙ୍ଗି ଯାଇଥିଲା । ମୁମତାଜ ୧୯୭୪ରେ ମୟୂର ମାଧୱାନୀଙ୍କୁ ବିବାହ କରିଥିଲେ । ବିବାହ ପରେ ମୁମତାଜଙ୍କ ଫିଲ୍ମ ମଧ୍ୟ ଶେଷ ହୋଇଯାଇଥିଲା ଏବଂ କେବଳ କେତେକ ଭଲ ଭଲ ଫିଲ୍ମରେ ହିଁ ସେ ନଜର ଆସିଥିଲେ ।

newstrend
newstrend

ମୁମତାଜ ଏବଂ ମୟୂର ମାଧୱାନୀଙ୍କର ଦୁଇ ଝିଅ ଅଛନ୍ତି । ତାଙ୍କ ବଡ଼ ଝିଅଙ୍କ ନାମ ନତାଶା ଫିରୋଜ ଖାନଙ୍କ ପୁଅ ଫରଦୀନ୍ ଖାନ ଙ୍କୁ ବିବାହ କରିଛନ୍ତି ଏବଂ ଲଣ୍ଡନରେ ରହନ୍ତି । ମୁମତାଜ ୨୦୦୦ ମସିହାରେ ସ୍ତନ କର୍କଟର ଭଳି ମାରାତ୍ମକ ରୋଗର ଶିକାର ହୋଇଥିଲେ । କିନ୍ତୁ ବର୍ତ୍ତମାନ ସେ ସପୂର୍ଣ୍ଣ ଭାବରେ ସୁସ୍ଥ ହୋଇଯାଇଛନ୍ତି ଏବଂ ଲଣ୍ଡନରେ ରହୁଛନ୍ତି ।

Leave a Reply

Your email address will not be published. Required fields are marked *